ମୁମ୍ବାଇ(ଭିସାକିଓ),୩୧/୭ : ମରାଠୀ ଓ ହିନ୍ଦି ଗୀତର ସୁପ୍ରସିଦ୍ଧ ଗାୟକ-ସଂଗୀତ ନିର୍ଦ୍ଦେଶକ ଏବଂ ପ୍ରଖର ରାଷ୍ଟ୍ରଭକ୍ତ ସୁଧୀର ଫଡକେଙ୍କ ଜନ୍ମ ଶତାବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡା. ମୋହନ ଭାଗବତ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀ ରାମ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଗାଲାଣ୍ଡର ରାଜ୍ୟପାଳ ଶ୍ରୀ ପଦ୍ମନାଭ ଆଚାର୍ଯ୍ୟ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫର୍ଣ୍ଣାବିସ୍ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ସାଂସ୍କୃତିକ ମନ୍ତ୍ରୀ ଶ୍ରୀ ବିନୋଦ ତାବଡେ,ବିଜେପି ମୁମ୍ବାଇ ପ୍ରବକ୍ତା ଶ୍ରୀ ଆଶୀଷ ଶେଲାର, ପ୍ରଖ୍ୟାତ ସଂଗୀତଜ୍ଞ ଶ୍ରୀ ସୁରେଶ ୱାଡକର ଏବଂ ମରାଠୀ ଓ ହିନ୍ଦି ମନୋରଂଜନ ଜଗତର ପ୍ରଖ୍ୟାତ କଳାକାରମାନେ ଉପସ୍ଥିତ ଥିଲେ ।

Comments
Post a Comment