ଦୀନଦୟାଲ ଶୌଧ ସଂସ୍ଥାନର ଦୁଇ ଦିନିଆ ବାର୍ଷିକ ବୈଠକ






ଚିତ୍ରକୂଟ(ଭିସାକିଓ),୩୦/୭ : ଗତ ଜୁଲାଇ ୨୯ ଓ ୩୦ ତାରିଖ ଦୁଇଦିନ ଧରି ଦୀନଦୟାଲ ଶୌଧ ସଂସ୍ଥାନର ଦୁଇ ଦିନିଆ ବାର୍ଷିକ  ବୈଠକ ଚିତ୍ରକୂଟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ସଂସ୍ଥାନର ଆରୋଗ୍ୟଧାମ ସ୍ଥିତ ସଭାଗୃହରେ ଦେବାର୍ଚ୍ଚନା,ଦୀପପ୍ରଜ୍ୱଳନ ଏବଂ ଦୁଇ ମହାପୁରୁଷ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଓ ରାଷ୍ଟ୍ରସନ୍ଥ ନାନାଜୀଙ୍କ ଫଟୋରେ ପୁଷ୍ପାର୍ଚ୍ଚନା ସହିତ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ବୈଠକରେ ସଂସ୍ଥାର ବିବିଧ ପ୍ରକଳ୍ପର କାର୍ଯ୍ୟ ବିଷୟରେ ଚର୍ଚ୍ଚା  କରାଯାଇଥିଲା ।

ଭିନ୍ନ ଭିନ୍ନ ସତ୍ରରେ ଅନୁଷ୍ଠାନର ଗତିବିଧି ବିଷୟରେ ଆଲୋଚନା ହୋଇଥିଲା । ଅନ୍ତିମ ସତ୍ରର ଆଲୋଚନାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଶ୍ରୀ ଭାୟାଜୀ ଯୋଶୀ ଭାଗନେଇ କହିଲେ ଯେ,ଉତ୍ତର ପ୍ରଦେଶର ସ୍ୱାବଲମ୍ବନ କେନ୍ଦ୍ର, ରାନୀପୁର ଖାକି ଏବଂ ଗନୀବା କେନ୍ଦ୍ରକୁ ଯାଇ ଦେଖି ଆସିଲେ ପ୍ରତ୍ୟେକ୍ଷ ଅନୁଭବ ହେବ । ସମାଜ ଜୀବନର ଇତିହାସ ହଜାର ବର୍ଷର । ସମୟ ସମୟରେ ଏହି ସମାଜରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ,ରାଷ୍ଟ୍ରସନ୍ଥ ନାନାଜୀ ଦେଶମୁଖଙ୍କ ପରି ମହାପୁରୁଷମାନେ ଆସି ସମାଜକୁ ଏକ ନୂଆ ଦିଶା ପ୍ରଦାନ କରି ଯାଇଛନ୍ତି । ଆମେ ସମସ୍ତେ ସମାଜ ମଧ୍ୟରେ କାମ କରିବା ବେଳେ କିଛି କିଛି ଶିଖିବାକୁ ମିଳିଥାଏ । ଏହାକୁ ସଂକଳନ କରାଯିବା ଉଚିତ । ଏହିପିର ଆମେ ସମାଜରେ  ପ୍ରତ୍ୟକ୍ଷ ରୂପରେ କାର୍ଯ୍ୟ କରୁଅଛୁ । ଏହି ସମୟରେ ଆମେ ଅନେକ ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ମଧ୍ୟ ସାମ୍ନା କରିବାକୁ ପଡିଥାଏ । ପ୍ରତିଭାବାନ ହେବା ପାଇଁ ସ୍କୁଲ ଶିକ୍ଷା ଆବଶ୍ୟକତା ନଥାଏ । ଆମେ ସମସ୍ତେ ଏପରି ପ୍ରତିଭାଶାଳୀ ବ୍ୟକ୍ତିଙ୍କ ଠାରୁ ନିଜର କାମ ପାଇଁ କିଛି ଶିଖିବାର ଆବଶ୍ୟକତା ଥାଏ । ପ୍ରୟୋଗଶୀଳ ବ୍ୟକ୍ତିଙ୍କ ସହିତ ଭଲ ଭାବରେ ଆଲୋଚନା, ପର୍ଯ୍ୟାଲୋଚନା କରି ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିବା ଦ୍ୱାରା ସମାଜିକ ପୂର୍ନଚନାରେ କାମ ଦେବ ।
ଏହି ଦୁଇ ଦିବସୀୟ ବୈଠକରେ ଦେଶ ବିଦେଶରୁ ପ୍ରତିନିଧିମାନେ ଯୋଗଦେଇଥିଲେ ।

Comments