ବାଲିଚନ୍ଦ୍ରପୁର ଶିଶୁ ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା


ବାଲିଚନ୍ଦ୍ରପୁର, -ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପାଇଁ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିରର ବିଜ୍ଞାନ ପ୍ରମୁଖ ନିରଞ୍ଜନ ମୁଦୁଲି ଓ ବିଦ୍ୟାଳୟର ବିଜ୍ଞାନ ବିଭାଗର ଗୁରୁଜୀ ଗୁରୁମା ଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱାବଧାନରେ ଏହି ମେଳାରେ ୪ ଗୋଟି ବିଭାଗରେ ମୋଟ ୨୭୮ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଏହି ମେଳାକୁ ବିଦ୍ୟାଳୟର ସମ୍ପାଦକ ହିମାଂଶୁ ଶେଖର ବଳ ଉଦ୍ଘାଟନ କରିଥିବାବେଳେ ଅପରାହ୍ନରେ ଉଦ୍ୟାପନୀ ଉତ୍ସବରେ ସାହାସପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ମହାନ୍ତି ଯୋଗଦେଇ କୃତୀ ଛାତ୍ର ଛାତ୍ରୀମାନଙ୍କୁ ମାନପତ୍ର ଓ ପଦକ ପ୍ରଦାନ କରିଥିଲେ । ବଦ୍ୟାଳୟ ପରିଚାଳନା ସମିତର ସଭାପତି ପ୍ରାଧ୍ୟାପକ ଶରତ ଚନ୍ଦ୍ର କର, ସଙ୍କୁଳ ପ୍ରମୁଖ ଅଧ୍ୟାପକ ସଂଗ୍ରାମ କେଶରୀ ପରିଡ଼ା ଉପସ୍ଥିତ ଥିଲେ । ପ୍ରଧାନ ଅଚାର୍ଯ୍ୟ ତଥା ସଙ୍କୁଳ ସଂଯୋଜକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ଧନ୍ୟବାଦ ଦେଇଥିଲେ ।

Comments