ଶିମିଳା(ଭିସାକିଓ),୩୧/୭: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଶିମିଳା ଶାଖା ତରଫରୁ ଜୁଲାଇ ୩୧ ତାରିଖ ଦିନ କଥା ସମ୍ରାଟ ମୁଂଶୀ ପ୍ରେମଚାନ୍ଦ ଜୟନ୍ତୀ ଅନୁଷ୍ଠିତ ହୋଇ ଯାଇଛି ।
ଶିମିଳା ସ୍ଥିତ ରୋଟାରୀ ଟାଉନ୍ ହଲରେ ‘ମୁନ୍ସୀ ପ୍ରେମଚାନ୍ଦ କାହାଣୀ ଓ ବର୍ତ୍ତମାନର ପ୍ରାସଙ୍ଗୀକତା’ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ସଂଗଠନର ଶିମିଳା ଶାଖା ଅଧ୍ୟକ୍ଷ କେ.ଆର ଭାରତୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ପ୍ରଚାର ପ୍ରମୁଖ ଏବଂ ମାତୃବନ୍ଦନା ସଂସ୍ଥାନର ପ୍ରବନ୍ଧକ ଶ୍ରୀ ମହାବୀର ପ୍ରସାଦ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରେମଚାନ୍ଦଙ୍କ ଜୀବନ ସହିତ ଜଡିତ ଅନେକ ମାର୍ମିକ ପ୍ରସଙ୍ଗ ଉପସ୍ଥାପିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଡା.ହେମରାଜ କୌଶିକ ଗେବେଷଣାତ୍ମକ ଲେଖା ପାଠ କରିବା ସହିତ ପ୍ରେମଚାନ୍ଦଙ୍କ କାହାଣୀ ସଂପର୍କରେ ବର୍ଣ୍ଣନା କରିଥିଲେ । ବିନୋଦ କୁମାର ଗୁପ୍ତା ନିଜର ଗବେଷଣାତ୍ମକ ପ୍ରବନ୍ଧ ପାଠ କରିବା ସହିତ ପ୍ରେମଚାନ୍ଦଙ୍କ କାହାଣୀରେ ସେ ସମୟର ସାମାଜିକ ସମସ୍ୟା କିପରି ଥିଲା ସେ ବିଷୟରେ ବର୍ଣ୍ଣନା କରିଥିଲେ । ପ୍ରେମଚାନ୍ଦ ଥିଲେ ଅମର ସାହିତ୍ୟକାର । ତାଙ୍କର କାହାଣୀ ହିନ୍ଦି ସାହିତ୍ୟ ଜଗତକୁ ଏକ ନୂଆ ରୂପ ଦେଇଛି । ପ୍ରେମଚାନ୍ଦଙ୍କ ସାହିତ୍ୟ ଜନତାଙ୍କର ସୁଖ, ଦୁଃଖର ସାହିତ୍ୟ ବୋଲି ସେ ପ୍ରକାଶ କରିଥିଲେ । ଏହି ଅବସରରେ କବିମାନେ ବିଭିନ୍ନ କବିତା ପାଠ କରିଥିଲେ ।
Comments
Post a Comment