ଆତଙ୍କବାଦୀ ଏବଂ ପଥର ଫିଙ୍ଗାଳିଙ୍କ ଆକ୍ରମଣରେ ଚଳିତ ବର୍ଷ ୪୧ ଜବାନ ଶହୀଦ, ୯୦୭ ଆହତ


ନୂଆଦିଲ୍ଲୀ ,୩୧/୭ : କାଶ୍ମୀର ଘାଟିରେ ଚଳିତବର୍ଷ ଆତଙ୍କବାଦ ଓ ପଥର ଫିଙ୍ଗା ଘଟଣାରେ ୨୦ ପୁଲିସ କର୍ମୀଙ୍କ ସମେତ ଅନ୍ୟୁନ ୪୧ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି ଓ ୯୦୭ ଆହତ ହୋଇଛନ୍ତି । ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଚଳିତବର୍ଷର ପ୍ରଥମ ୬ ମାସ ମଧ୍ୟରେ ଆତଙ୍କବାଦୀ ଜନିତ ଘଟଣାରେ ୩୯ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି । ସେଥô୍ମଧ୍ୟରେ ୧୭ଜଣ ଜବାନ, ୨୦ ପୁଲିସ କର୍ମୀ ଏବଂ ୨ଜଣ ସିଆରଏଫ ଜବାନ ଅଛନ୍ତି । ଆତଙ୍କବାଦ ଜନିତ ଘଟଣାରେ ୨୮ ସୈନ୍ୟ, ସିଆରପିଏଫର ୩୧ ଜବାନ ଏବଂ ୩୭ ପୁଲିସକର୍ମୀ ଆହତ ହୋଇଛନ୍ତି । ପଥର ଫିଙ୍ଗା ଘଟଣାରେ ସିଆରପିଏଫ୍ର ଦୁଇ ଜବାନ ଶହୀଦ ହୋଇଛନ୍ତି ଓ ୮୧୧ ଜଣ ଆହତ ହୋଇଛନ୍ତି । ଏହି ସମୟରେ ଘାଟୀରେ ପଥର ଫିଙ୍ଗା ଭଳି ୭୩୪ଟି ଘଟଣା ଘଟିଛି । ଏହାଦ୍ୱାରା ୫୯୨ ପୁଲିସ କର୍ମୀ ଏବଂ ୨୧୯ ସିଆରପିଏଫ ଜବାନ ଆହତ ହୋଇଛନ୍ତି । ପଥର ଫିଙ୍ଗା ଏବଂ ଆତଙ୍କବାଦ ଘଟଣାରେ ୩୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଓ ୧୧୭ ଜଣ ଆହତ ହୋଇଛନ୍ତି । ଚଳିତବର୍ଷର ପ୍ରଥମ ୬ ମାସ ମଧ୍ୟରେ ଜାମ୍ମୁ କାଶ୍ମୀରରେ ୨୫୬ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି ଓ ସେନା କାର୍ଯ୍ୟାନୁଷ୍ଠାନରେ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗୃହ ରାଷ୍ଟ୍ର ମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହିର ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଜୁଲାଇ ୮ ତାରିଖ ସୁଦ୍ଧା ଜାମ୍ମୁ-କାଶ୍ମୀରରେ ୧୦୦ ଆତଙ୍କବାଦୀ କରିଛନ୍ତି । ଏହି ସମୟ ମଧ୍ୟରେ ୪୩ ଜଣ ସୁରକ୍ଷାକର୍ମୀ ଏବଂ ୧୬ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି । ୨୦୧୭ରେ ୪୩୨ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଥିଲା ଓ ବର୍ଷକ ମଧ୍ୟରେ ୨୧୩ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ଗତ ବର୍ଷ ୮୦ ସୁରକ୍ଷାକର୍ମୀ ଏବଂ ୪୩ ନାଗରିକ ପ୍ରାଣ ହରାଇଥିବା ସେ ଦର୍ଶାଇଛନ୍ତ

Comments