ବେଦବ୍ୟାସ, ୩୧ ।୭ : ରାଉରକେଲା ପୋଲିସ ଜିଲ୍ଲା ଅଧିନରେ ଥିବା ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର କଲୁଙ୍ଗା ନିକଟରେ ଥିବା ମାରେଙ୍ଗପିଡି ଗ୍ରାମ ନିକଟରେ ଗତକାଲି କେତେକ ଲୋକ ଗୋଟିଏ ଗାଈକୁ କାଟି ମାଂସ ବାହାର କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ବଜରଙ୍ଗ ଦଳ କର୍ମୀ ମୋହିତ କୁମାର ଏବଂ ଶଙ୍କର ସମେତ ଅନ୍ୟ ସହଯୋଗୀମାନେ ପହଞ୍ôଚ ଯାଇଥିଲେ । ବଜରଙ୍ଗ ଦଳର କର୍ମୀମାନଙ୍କୁ ଦେଖି ସମସ୍ତେ ପଳାଇ ଯାଇଥିବାବେଳେ ଗଣୋ ବାର୍ଲା ଏବଂ ଚମ୍ପା ଓରାମ ନାମକ ଦୁଇ ଜଣ ବ୍ୟକ୍ତି ଧରାପଡିଯାଇଥିଲେ । ପରେ ବଜରଙ୍ଗ ଦଳ କର୍ମୀମାନଙ୍କଠାରୁ ଖବର ପାଇ ପୋଲିସ ପହଞ୍ôଚ ୨ ଜଣ ଯାକ ଅଭିଯୁକ୍ତକୁ ଗିରଫ କରିବା ସହିତ ଗାଈର ମାଂସର ନମୁନା ପରୀକ୍ଷା ପାଇଁ ନେବା ପରେ କଟାଯାଇଥିବା ଗାଈଟିକୁ ମାଟିରେ ପୋତି ଦେଇଥିଲେ । ପୋଲିସ ଏନେଇ କେସ ନମ୍ବର ୧୫୫/ ୩୦-୭- ୧୮ ଭାରତୀୟ ଦଣ୍ଡ ବିଧାନ ଆଇନର ଧାରା ୨୯୪, ୫୦୬, ୪୨୯, ୪୩ ଏବଂ ଗୋହତ୍ୟା ନିବାରଣ ଆଇନର ଥାରା ୭(୧)ରେ ଏକ କେସ ରୁଜୁ କରି ଦୁଇ ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବାବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଥିବା ଜଣାପଡିଛି ।

Comments
Post a Comment