ଭୁବନେଶ୍ୱର,୧୩/୮:ହିନ୍ଦୁ ଜାଗରଣ ସାମ୍ମୁଖ୍ୟ, ଭୁବନେଶ୍ୱର ମହାନଗର ତରଫରୁ ଅଗଷ୍ଟ ୧୩ ତାରିଖ ଦିନ ଅଖଣ୍ଡ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।

ପ୍ରବଳ ବର୍ଷା ସତ୍ତେ୍ୱ ବର୍ଷାକୁ ଖାତିର ନକରି ତିନି ହଜାରରୁ ଉଦ୍ଧ୍ୱର୍ ଯୁବକ ଅଖଣ୍ଡ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ । ସୋମବାର ଅପରାହ୍ନ ୫ ଘଟିକା ସମୟରେ ବର୍ଷାରେ ଭିଜି ଭିଜ ଏହି ଯୁବକମାନେ ଅଖଣ୍ଡ ଭାରତ ସଂକଳ୍ପ ଯାତ୍ରାରେ ଭୁବନେଶ୍ୱରର ୟୁନିଟ-୨, ବାଳିକା ଉଚ୍ଚବିଦ୍ୟାଳୟ ଖେଳ ପଡିଆରୁ ବାହାରି ମାର୍କେଟ ବିଲଡିଙ୍ଗ୍, ପୁରୁଣା ବଷଷ୍ଟାଣ୍ଡ, ରାଜମହଲ, ମାଷ୍ଟ୍ରକ୍ୟାଂଟିନ ହୋଇ ପୁଣି ସଂକଳ୍ପ ନେଇ ଥିବା ସ୍ଥାନରେ ପହଂଚିଥିଲେ । ପଥ ମଧ୍ୟରେ ଅଖଣ୍ଡ ଭାରତର ବାର୍ତ୍ତା ପ୍ରଚାର କରି ଯାଇଥିଲେ । ସାମ୍ମୁଖ୍ୟର ପୁରୀ ବିଭାଗ ସଂଯୋଜକ ସୁମନ୍ତ କୁମାର ଘଡାଇଙ୍କ ନେତୃତ୍ୱରେ ଅଖଣ୍ଡ ଭାରତ ସଂକଳ୍ପ ଯାତ୍ରା ସହର ପରିକ୍ରମା କରିଥିଲା ।
ସୁମନ୍ତ କୁମାର ଘଡାଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଂକଳ୍ପ ସଭାରେ ସଂଗଠନର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ଅଜିତ କୁମାର ପଟ୍ଟନାୟକ ଓ ରାଜ୍ୟ ସଂପାଦକ ଶ୍ରୀ ବୀରକିଶୋର ମହାନ୍ତ ଉପସ୍ଥିତ ଯୁବକମାନଙ୍କୁ ଅଖଣ୍ଡ ଭାରତ ଗଠନ ପାଇଁ ସଂକଳ୍ପ କରାଇଥିଲେ । ଏହି ସଂକଳ୍ପଯାତ୍ରାକୁ ସୁନୀଲ କୁମାର ବାରିକ, ଧିରେନ୍ଦ୍ର କୁମାର ସାମନ୍ତରାୟ, ଡମ୍ବରୁ ଜୟସିଂ, ଦୀପକ କୁମାର ବରାଳ, ସ୍ୱରୁପାନନ୍ଦ ସ୍ୱାଇଁ, ଆଶୁତୋଷ ବେହେରା, ସ୍ମୃତିସ୍ୱାଗତ ମିଶ୍ର,ସୁଭମ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।
ଶ୍ରୀ ପଟ୍ଟନାୟକ ତାଙ୍କ ସଂକଳ୍ପତ୍ତବାର୍ତ୍ତାରେ କହିଲେ ଯେ, ଭାରତ କେବଳ ଏକ ଦେଶ ନୁହେଁ ଏହା ଜୀବନ୍ତ ରାଷ୍ଟ୍ର ପୁରଷ । ଏହାର ସୀମା ଉତ୍ତରରେ ହିମାଳୟରୁ ଦକ୍ଷିଣରେ କନ୍ୟାକୁମାରୀ ପର୍ଯ୍ୟନ୍ତ ସୀମିତ ନଥିଲା ବରଂ ପୂର୍ବ ପଶ୍ଚିମ ଭାବରେ ସୀମିତ ଥିଲା । ଆଜକୁ ମାତ୍ର ୧୨୫୫-୬୦ବର୍ଷ ପୂବେ ବର୍ତ୍ତମାନର ଆଫଗାନିସ୍ଥାନ, ଇରାନ, ବର୍ମା, ତିବ୍ତ ପ୍ରଭୃତି ଦେଶ ଗୁଡିକ ଭାରତର ଅଂଶ ବିଶେଷ ଥିଲା । ସେତେବେଳେ ସେ ସବୁର ନାମ ଗାନ୍ଧାର (ଆଫଗାନିସ୍ଥାନ) ଏବଂ ଆର୍ଯ୍ୟାନ (ଇରାନ)ନାମରେ ନାମିତ ଥିଲା । ଆଜି ମଧ୍ୟ ସେହି ସମ୍ପୂର୍ଣ୍ଣ କ୍ଷେତ୍ରକୁ ଅଖଣ୍ଡ ଭାରତ ବୋଲି କୁହାଯାଉଛି କାରଣ ବର୍ତ୍ତମାନ ସେସବୁ ଅଂଶ ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି ।

ସମାଜର ନିଷ୍କ୍ରିୟତା ଏବଂ ଇଂରେଜ ମାନଙ୍କର କୂଟ ଚକ୍ରାନ୍ତ ଫଳରେ ଆଫଗାନିସ୍ଥାନ-୧୮୭୬, ନେପାଳ-୧୯୦୪, ଭୁଟାନ-୧୯୦୬, ତିବତ-୧୯୧୪, ଶ୍ରୀଲଙ୍କା-୧୯୩୫, ବର୍ମା ପରେ ମିଆଁମାର-୧୯୩୭ ଏବଂ ପାକିସ୍ଥାନ ଓ ପୂର୍ବ ପାକିସ୍ଥାନ ପରେ ବାଂଲାଦେଶ- ୧୯୪୭ରେ ଭାରତରୁ ଅଲଗା ହୋଇଗଲେ । ତେଣୁ ଅଖଣ୍ଡ ଭାରତ କେବଳ ସ୍ୱପ୍ନ ନୁହେଁ, ଶ୍ରଦ୍ଧା ଏବଂ ନିଷ୍ଠା ଅଟେ । ଯେଉଁ ଆଖି ଭାରତକୁ କେବଳ ଏକ ଭୁମି ନୁହେଁ ମା ରୂପରେ ଦେଖିଛି, ନିଜକୁ ତାହାର ପୁତ୍ର ବୋଲି ମାନୁଛି, ପ୍ରାତ କାଳରେ ଉଠି ‘ସମୁଦ୍ର ବସନେ ଦେବୀ ପର୍ବତସ୍ତନ ମଣ୍ଡଳେ, ବିଷ୍ଣୁପତ୍ନିଂ ନମସ୍ତୁଭ୍ୟମ୍ ପାଦ ସ୍ପର୍ଶଂ କ୍ଷେମସ୍ୱମେ’ମନ୍ତ୍ର ଉଚ୍ଚାରଣ କରି ତାହାର ଧୂଳିକୁ ଚନ୍ଦନ ଭଳି ମଥାରେ ବୋଳି ହେଉଛି, ବନ୍ଦେମାତରମ ଯାହାର ରାଷ୍ଟ୍ରଘୋଷ ଏବଂ ରାଷ୍ଟ୍ରଗାନ ଏଭଳି ଅଖଣ୍ଡ ଭାରତର ସଂକଳ୍ପ କିଭଳି ତ୍ୟାଗ କରିପାରିବ । କିନ୍ତୁ ଲକ୍ଷସ୍ଥଳରେ ପହଂଚିବା ପାଇଁ ଅତ୍ୟନ୍ତ କଠିନ ପରିସ୍ଥିତି ଦେଇ ଆଗେଇବାକୁ ପଡିବ । ଆଜିର ସାମ୍ପ୍ରତିକ ପରିସ୍ଥିତିରେ ଜଣେ ସାଧାରଣ ମନୁଷ୍ୟ ପକ୍ଷେ ଏସବୁ ବୃହତ ବିଷୟ ଭାବିବା କଷ୍ଟକର ମନେହୁଏ । ମାତ୍ର ଏହା କେବଳ ସ୍ୱପ୍ନ ନୁହେଁ ଧ୍ୟେୟ ହେବା ଉଚିତ ।
ଗୋଲଖ ଚନ୍ଦ୍ର ଦାସ
ମୋ-୯୮୬୧୦୨୮୫୫୩
Comments
Post a Comment