ଛତ୍ରପୁର,୨୮/୮: ଭାରତୀୟ ମଜଦୁର ସଂଘ ଛତ୍ରପୁର ବ୍ଲକ ପକ୍ଷରୁ ମଙ୍ଗଳବାର ପର୍ଯ୍ୟାବରଣ ଦିବସ ମୟାପାଟଣା ଗ୍ରାମ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ଏଥିରେ ଅଲ୍ ଓଡିଶା ଅଙ୍ଗନୱାର୍ଡୀ ଲେଡିଜ ୱାର୍କରର୍ସ ଜିଲା ସଂପାଦିକା ମଞ୍ଜୁବାଳା ପାଣିଗ୍ରାହି ଅଧ୍ୟକ୍ଷତା କରିଥିଲେ । ପରିବେଶକୁ ସୁସ୍ଥ ରଖିବା ଓ ପ୍ଲାଷ୍ଟିକ ବସ୍ତୁ ବ୍ୟବହାର ନକରିବା ପାଇଁ ଗ୍ରାମବାସୀଙ୍କୁ ସଚେତନତା କରାଯାଇଥିଲା । ଏଥିରେ ମଜଦୁର ସଂଘର କାର୍ଯ୍ୟକର୍ତା , ଅଲ୍ ଓଡିଶା ଅଙ୍ଗନୱାର୍ଡୀ ଲେଡିଜ ୱାର୍କରର୍ସ ଆସୋସିଏସନ, ଓଡିଶା ରାଜ୍ୟ ଆଶାକର୍ମୀ ସଂଘ, ଓଡିଶା କୃଷିଗ୍ରାମୀଣ ମଜଦୁର ସଂଘର କର୍ମକର୍ତାମାନେ ଯୋଗଦେଇଥିଲେ । ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା । ଏଥିରେ ମଜଦୁର ସଂଘ ଜିଲା ସଂପାଦକ ମୁରଲୀଧର ପାଣିଗ୍ରାହି, ଓଡିଶା କୃଷିଗ୍ରାମୀଣ ମଜଦୁର ସଂଘର ଜିଲା ଉପସଭାପତି ପି.ରଘୁନାଥ ରେଡ୍ଡିଙ୍କ ସମେତ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଯୋଗଦେଇଥିଲେ ।

Comments
Post a Comment