ଭୁବନେଶ୍ୱର, ୩୧/୮ : ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ଓ ଶୋଧବୃତ୍ତି ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ଦାବି ନେଇ ସାରାଦେଶରେ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଡାକରା ଦେଇଛି । ଆଜି ଏବିଭିପିର ଛାତ୍ରନେତାମାନେ ନିମ୍ନଲିଖିତ ଦାବିନେଇ ରାଜଭବନ ଆଗରେ ଧାରଣା ପ୍ରଦର୍ଶନ କରିଥିଲେ । ମାଟ୍ରିକ ପୂର୍ବ ଛାତ୍ରବୃତ୍ତି ମାସିକ ୧୫୦ଟଙ୍କା ଏବଂ ୨୫୦ଟଙ୍କା ବଦଳରେ ଯଥାକ୍ରମେ ୧୦୦୦ଟଙ୍କା ଏବଂ୧୫୦୦ଟଙ୍କାକୁ ବୃଦ୍ଧି କରାଯାଉ । ଅନ୍ୟ ସମସ୍ତ ଛାତ୍ରବୃତ୍ତି ବଜାରମୂଲ୍ୟ ସୂଚକାଙ୍କ ଅନୁଯାଇ ବୃଦ୍ଧି କରାଯାଉ । ଆର୍ଜିଏନ୍ଏଫ୍ ସ୍କଲାରସିପ୍ ଯାହା ଏବେ ନ୍ୟାସନାଲ୍ ଫେଲୋସିପ୍ ନାମରେ ଦିଆଯାଇଛି ଏହାକୁ ନିୟମିତ କରାଯାଉ । ସମସ୍ତ ଗବେଷଣାରତ ଏସ୍ସି/ଏସ୍ଟି ଛାତ୍ରଛାତ୍ରୀମାନଙ୍କୁ ନ୍ୟାସନାଲ୍ ଫେଲୋସିପ୍ ପ୍ରଦାନ କରାଯାଉ । ଛାତ୍ରାବାସ ମାନଙ୍କର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ସେଗୁଡିକୁ ପରିସ୍କାର ପରିଛନ୍ନ ରଖିବାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ । ଛାତ୍ରଛାତ୍ରୀମାନଙ୍କ ଅନୁପାତ ଅନୁସାରେ ନୂତନ ଛାତ୍ରାବାସ ନିର୍ମାଣ କରାଯାଉ । ସମସ୍ତ ବିଶ୍ୱବିଦ୍ୟାଳୟସ୍ତରରେ ପିଜି ଏଣ୍ଟ୍ରାନ୍ସ ଫି’ରେ ଏସ୍ସି/ଏସ୍ଟି ଛାତ୍ରଛାତ୍ରୀମାନଙ୍କ ପାଇଁ ରିହାତି ବ୍ୟବସ୍ଥା କାରାଯାଉ । ଅର୍ବାନ୍ ହଷ୍ଟେଲ୍ମାନଙ୍କରେ ରିହାତି ମୂଲ୍ୟରେ ରାସନକେନ୍ଦ୍ର ଖୋଲାଯାଉ । ଏସ୍ସି/ଏସ୍ଟ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ଥାୟୀ ଏବଂ ଅସ୍ଥାୟୀ ଠିକଣା ଠାରୁ ଶିକ୍ଷାନୁଷ୍ଠାନକୁ ସମସ୍ତ ବସରେ ପାସ୍ କାର୍ଡର ବ୍ୟବସ୍ଥା ହେଉ ଆଦି ଦାବିଗୁଡ଼ିକକୁ ନେଇ ବିଦ୍ୟାର୍ଥୀ ପରିଷଦ ଆଜି, ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ଆଦିବାସୀ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ମହୋଦୟଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସେପଟେ ବିଦ୍ୟାର୍ଥୀମାନଙ୍କୁ ଛାତ୍ରବୃତ୍ତି ବଢାଯାଇ ମାସିକ ଦିଆଯିବ, ରାଜ୍ୟ ସରକାର ହଷ୍ଟେଲ ପାଇଁ ଜାଗା ଦେଲେ ପ୍ରତି ମହାବିଦ୍ୟାଳୟରେ ଏସ୍.ଟି, ଏସ୍.ସି ଛାତ୍ରଛାତ୍ରୀମାନଙ୍କ ପାଇଁ ଛାତ୍ରାବାସ/ଛାତ୍ରୀନିବାସ ନିର୍ମାଣ କରାଯିବ, ପ୍ରତି ହଷ୍ଟେଲର ସିଟ୍ ସଂଖ୍ୟା ଦୁଇଗୁଣା ବଢାଯିବା ସହ ସମସ୍ତ ଜାନଜାତି ବିଦ୍ୟାର୍ଥୀଙ୍କ ପାଇଁ ସିଟ୍ ବ୍ୟବସ୍ଥା କରାଯିବ ବୋଲି ମବଣାଳୟ କାର୍ଯ୍ୟ ଆରମ୍ଭ କରାଯାଇଛି । ମହାବିଦ୍ୟାଳୟର ଛାତବୃତ୍ତିକୁ ୧୫୦୦ ଟଙ୍କା ଏବଂ ନ୍ୟାସନାଲ୍ ଫେଲୋସିପ ୨୫୦୦୦ ଟଙ୍କା କରାଯିବ ବୋଲି ମନ୍ତ୍ରଣାଳୟ ପ୍ରସ୍ତୁତ ଅଛି ବୋଲି ଆଦିବାସୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିଶୃତି ଦେଇଛନ୍ତି । ରାଷ୍ଟ୍ରୀୟ ଜନଜାତି ବିଦ୍ୟାର୍ଥୀ କାର୍ଯ୍ୟ ପ୍ରମୁଖ ଜେ. ରାମମୋହନ, ପ୍ରାନ୍ତ ସହ ସଂଗଠନ ସମ୍ପାଦକ ପ୍ରୋମଦ ରାଉତ, ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ ପଣ୍ଡା, ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକଙ୍କ ନେତୃତ୍ୱରେ ପ୍ରାନ୍ତ ଜନଜାତି ଛାତ୍ର କାର୍ଯ୍ୟ ପ୍ରମୁଖ ସାଉନା ମାଝି, ମହାନଗର ସମ୍ପାଦକ ସଂଜୟ ମଲ୍ଲିକ, ସୁଦର୍ଶନ ମଲ୍ଲିକ, ରଘୁରାମ ଗାଲାରି, ବନବିହାରୀ ବରମୁଣ୍ଡା, ବଡ ପଦଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ ।

Comments
Post a Comment