କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର
ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା
୧.ପ୍ରଧାନମନ୍ତ୍ରୀ ଜନଧନ ଯୋଜନା:ପ୍ରଧାନମନ୍ତ୍ରୀ ମୋଦି ଦେଶର ଗରିବ, ବଞ୍ôଚତ, ଶୋଷିତ,କୃଷକ, ଶ୍ରମଜୀବୀ ପ୍ରଭୃତି ଯେଉଁମାନେ ଦେଶର ବ୍ୟାଙ୍କ ବ୍ୟବସ୍ଥା ସହିତ ପ୍ରତ୍ୟେକ୍ଷ ଭାବେ ସଂପୃକ୍ତ ନଥିଲେ ସେମାନଙ୍କୁ ଯୋଡିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା  ୩୧.୮କୋଟି ନୂଆ ବ୍ୟାଙ୍କ ଖାତା ଖୋଲା ଯାଇଥିବା ବେଳେ ଏଥିରେ ୧୩ ଜୁନ ୨୦୧୮ ସୁଦ୍ଧା ୮୦,୫୭୮.୩୦କୋଟି ଟଙ୍କା ଜମା ହୋଇଛି ।  ସେହିଭଳି ଓଡିଶାରେ ୩.୭୧କୋଟି ବ୍ୟାଙ୍କ ଖାତା ଖୋଲାଯାଇଥିବା ବେଳେ ଏଥିରେ ୮,୧୮୪.୮୬କୋଟି ଟଙ୍କା ଜମା କରାଯାଇଛି ।
୨. ପ୍ରଧାନମନ୍ତ୍ରୀ ଆବାସ ଯୋଜନା:ଏହି ଯୋଜନାରେ ଗରିବ ଲୋକଙ୍କୁ ଗୃହ ନିର୍ମାଣ ପାଇଁ ମିଳୁଥିବା ୭୦ ହଜାର ଟଙ୍କା ପରିମାଣକୁ ୧ଲକ୍ଷ ୫୦ ହଜାରକୁ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କର ବିଜୁ ପକାଘର ଯୋଜନାରେ ବିଗତ ଦୁଇଟି ବଜେଟରେ ଗୋଟିଏ ଟଙ୍କାର ବ୍ୟବସ୍ଥା କରାଯାଇନଥିବା ବେଳେ କେନ୍ଦ୍ର ସରକାର ୨୦୧୪ରୁ ୨୦୧୮ ମଧ୍ୟରେ ଓଡିଶାକୁ ୬୨୮୫.୪୪କୋଟି ଟଙ୍କା ଆର୍ôଥକ ସହାୟତା ଦେଇଛନ୍ତି । ୨୦୦୪ ରୁ ୨୦୧୪ ମଧ୍ୟରେ କେନ୍ଦ୍ର ସରକାର ଓଡିଶାକୁ ୬,୬୭,୨୫୬ ଗୃହ ଯୋଗାଇ ଦେଇଥିବା ବେଳେ ୨୦୧୪ ରୁ ୨୦୧୮ ମଧ୍ୟରେ ମୋଦି ସରକାର ଗ୍ରାମାଞ୍ଚଳରେ ୮,୯୨,୧୭୭ଟି  ଗୃହ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି । ସେହିଭଳି ସହରୀ ଗରିବଙ୍କ ପାଇଁ ୨୦୦୪ରୁ ୨୦୧୪ ମଧ୍ୟରେ ଓଡିଶା ୬୨୨କୋଟି ଟଙ୍କା ପାଇଥିବା ବେଳେ  ୨୦୧୪ ରୁ ୨୦୧୮ ଭିତରେ କେନ୍ଦ୍ର ସରକାର ଓଡିଶାକୁ ୧୩୬୭କୋଟି ଟଙ୍କା ଦେଇଛନ୍ତି । ୨୦୦୪ ରୁ ୨୦୧୪ ଭିତରେ ୨୩,୯୪୦ଟି ଘର ତିଆରି ହୋଇଥିବା ବେଳେ ୨୦୧୪ ରୁ ୨୦୧୮ ମଧ୍ୟରେ ୮୫,୪୫୧ଟି ଘର ନିର୍ମାଣ ଅନୁମୋଦନ ଲାଭ କରିଛି । 
୩. ପ୍ରଧାନମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଯୋଜନା: ଏହି ଯୋଜନାରେ  ଜନ୍ମରୁ ୧୦ ବର୍ଷ ଭିତରେ ଝିଅମାନଙ୍କ ପାଇଁ ତାଙ୍କର  ଶିକ୍ଷା,ବିବାହ ଓ ଉଜ୍ୱଳ ଭବିଷ୍ୟତ ପାଇଁ ତାଙ୍କ ନାମରେ ଆକାଉଣ୍ଟ ଖୋଲି ଅର୍ଥ ଜମାକରାଯାଇ ପାରିବ ଏବଂ ଏହି ଯୋଜନାରେ ବର୍ଷକୁ ସର୍ବନିମ୍ନ ୧୦୦୦ଟଙ୍କା ହିସାବରେ ୧୪ ବର୍ଷ ଜମାକରି ୨୧ ବର୍ଷ ବେଳକୁ  ୪୬,୮୨୧ଟଙ୍କା ଏବଂ ୧,୫୦,୦୦୦ଟଙ୍କା ହିସାବରେ ୭୦,୨୩,୨୧୯ଟଙ୍କା ମିଳିବ । ସେହିଭଳି ଅନ୍ୟଏକ ସ୍କିମରେ ମାସିକ ୧୦୦୦ଟଙ୍କା ୧୪  ବର୍ଷ ଜମାକରି  ୨୧ ବର୍ଷ ବେଳକୁ ୫,୪୨,୧୨୨ଟଙ୍କା ମିଳିବ । ମାସିକ ୧୨,୫୦୦ ଜମା କରି ୨୧ ବର୍ଷ ବେଳକୁ ୬୭,୭୬,୫୨୦ଟଙ୍କା ମିଳିବ । ପରିବାର ପିଛା ଦୁଇଟି ଏକାଉଣ୍ଟ ଏବଂ ଜାଆଁଳା ଝିଅ ଜନ୍ମ ହୋଇଥିଲେ ତିନୋଟି ଆକାଉଣ୍ଟ ଖୋଲା ଯାଇ ପାରିବ । ୧୮ ବର୍ଷପରେ ଆବଶ୍ୟକ ପଡିଲେ ଉଚ୍ଚ ଶିକ୍ଷା ପାଇଁ ୫୦ ପ୍ରତିଶତ ଅର୍ଥ ଉଠାଇ ପାରିବ । ସେହିଭଳି ୧୮ ବର୍ଷ ବୟସ ପରେ ଯଦି ତାର ବିବାହ ହୁଏ ଏହି ଅର୍ଥକୁ ମଧ୍ୟ ଉଠା ଯାଇପାରିବ । ୪. ୪.ବେଟି ବଚାଓ ବେଟି ପଢାଓ : ଏହି ଯୋଜନାରେ କନ୍ୟା ଭୃଣ ହତ୍ୟା ବିରୁଦ୍ଧରେ ଜନସଚେତନତା ସୃଷ୍ଟି କରିବା ସହତ ଝିଅମାନଙ୍କର ଶିକ୍ଷାର ବିକାଶ ନିମନ୍ତେ ଧ୍ୟାନ ଦେବାର ଲକ୍ଷ ।   ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ଲିଙ୍ଗଅନୁପାତ କମ୍ ଥିବା ଚିହ୍ନଟ କରାଯାଇଥିବା ୧୦୦ ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ଘନୀଭୂତ କରି କନ୍ୟା ଅନୁପାତ ବୃଦ୍ଧି କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଏହି ଯୋଜନାରେ କନ୍ୟା ଜନ୍ମକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କର ପାଠପଢା ଯେପରି ନିରବଚ୍ଛିନ୍ନ ଭାବେ ଚାଲୁରହେ ସେଥିପାଇଁ ବିଭିନ୍ନ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି ।
୫. ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା: ଏହି ଯୋଜନାରେ ବିନା ଗ୍ୟାରେଣ୍ଟୀରେ କ୍ଷୁଦ୍ର ଉଦ୍ଦ୍ୟୋଗୀମାନଙ୍କୁ ଶିଶୁ, କିଶୋର, ତରୁଣ କ୍ରମରେ ୫୦ ହଜାରରୁ ଆରମ୍ଭ କରି ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ଦେବାର ବ୍ୟବସ୍ଥା କରାଯାଇଛା ଏହି ଯୋଜନାରେ ୧୨ କୋଟି ଲୋକ ଋଣ ପାଇଥିବା ବେଳେ କେବଳ ଚଳିତ ବର୍ଷ ପାଇଁ ୩ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ୍ ଜରିଆରେ ବ୍ୟୟବରାଦ କରାଯାଇଛି । ସେହିଭଳି ଓଡିଶାରେ ୨୫,୧୪୫,୧୧ କୋଟି ଟଙ୍କା ଋଣ ମିଳିଛି ।
୬.ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା : ଏହି ଯୋଜନାରେ ୧୮ ବର୍ଷରୁ ୫୦ ବର୍ଷ ବୟସ ସୀମା ଭିତରେ ଥିବା ବ୍ୟକ୍ତି ବିଶେଷ ଏହି ଜୀବନ ବୀମା ପାଇଁ ପଞ୍ଜିକରଣ କରିପାରିବେ । ବାର୍ଷିକ ମାତ୍ର ୩୩୩ ଟଙ୍କା ପ୍ରିମିୟମ୍ ଦେଇ ୨ ଲକ୍ଷ ଟଙ୍କାର ବୀମାରାଶି ପାଇବା ପାଇଁ ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି । ୨୦୧୮ ମେ ସୁଦ୍ଧା ଏହି ଯେ।।ଜନାରେ ୫.୩୩ କୋଟି ପଂଜିକୃତ ହୋଇଛନ୍ତି ଏବଂ ଏହି ଯୋଜନା ମାଧ୍ୟମରେ ୧,୨୪,୧୮୯ ଜଣଙ୍କୁ ବୀମାରାଶି ପ୍ରଦାନ କରାଯାଇଛି । ଓଡିଶାରେ ୯,୨୭,୮୪୯ ବୀମାଭୁକ୍ତ ହୋଇଛନ୍ତି । 
୭. ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ : କୃଷକମାନଙ୍କୁ ସେମାନଙ୍କର କ୍ଷେତରେ ଏହି କାର୍ଡ ଜରିଆରେ ମୃତ୍ତିକାର କିସମ ନିର୍ଣ୍ଣୟ କରି କେଉଁପ୍ରକାର ସାର ଏଥିପାଇଁ ଉପଯୋଗୀ ତାହା ପରୀକ୍ଷା ଗାରରେ ନିର୍ଣ୍ଣୟ କରାଯାଉଛି । ଏହାଦ୍ୱାରା ଚାଷୀର ସାର ବାବଦ ଖର୍ଚ୍ଚ କମୁଛି ସେ ଅଧିକ ଅମଳ ପାଉଛି । ବର୍ତ୍ତମାନ ସୁଦ୍ଧା ୧୨.୫ କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ କୃଷକମାନଙ୍କୁ ବଣ୍ଟନ କରାଯାଇଛି । ଓଡିଶାରେ ୩୧,୫୦,୧୮୬ ସ୍ୱାସ୍ଥ୍ୟ କାର୍ଡ ବଣ୍ଟାଯାଉଛି । 
୮. ପ୍ରଧାନମନ୍ତ୍ରୀ କୃଷି  ସିଚାଇ ଯୋଜନା ( ମୋର କ୍ରପ୍ ପର ଡ୍ରପ୍) ଏହି ଯୋଜାନା ଜରିଆରେ ଜୁନ୍ ଶେଷ ସୁଦ୍ଧା ୨୮.୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ହୋଇପାରିଛି । ମୋଦିଙ୍କର ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଯୋଜନା କରାଯାଇଛି ।
୯. ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା : ଏହି ଯୋଜନା ମାଧ୍ୟମରେ ଆଧୁନିକ ପ୍ରଣାଳୀରେ  ସପ୍ଲାଇ ଚେନ୍ ବ୍ୟବସ୍ଥା ସୃଷ୍ଟିକରି କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନକୁ ସହଜରେ ବିକ୍ରିକରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏହି ଯୋଜନା ଅର୍ନ୍ତଗତ ଅପରେସନ ଗ୍ରିମ୍ସ୍ ୍ମାଧ୍ୟମରେ ଟମାଟୋ, ପିଆଜ ଓ ଆଳୁ ସଂଗ୍ରହ କରି ଉଚିତ୍ ଦରରେ ବିକ୍ରି କରିବାର ବ୍ୟବସ୍ଥା କରାଯାଇଛି । ଗ୍ରାମିଣ କୃଷିମାର୍କେଟ ମାଧ୍ୟମରେ ୨୨ ହଜାର ଗ୍ରାମିଣ ହାଟକୁ ଗ୍ରାମିଣ କୃଷି ମାର୍କେଟ ବ୍ୟବସା୍ଥରେ ଯୋଡାଯାଇଛି ।
୧୦ ପରମ୍ପରାଗତ କୃଷି ବିକାଶ ଯୋଜନା : ଏହି ଯୋଜନାରେ ୧୦ ହଜାର କ୍ଲଷ୍ଟର ବା କୃଷିକ୍ଷେତ୍ର  ପୁଂଜକୁ ନେଇ ତତ୍ଅର୍ନ୍ତଗତ ୨ ଲକ୍ଷ ହେକ୍ଟର ଜମିରେ ଅର୍ଗାନିକ ପଦ୍ଧତିରେ ଚାଷ କରିବାର ବ୍ୟବସ୍ଥା କରାଯାଇଛି । ଏଥିରେ କୋ÷ଣସି ପ୍ରକାର ରାସାୟନିକ ସାର କିମ୍ବା ପୋକମରା ବିଷ ପ୍ରୟୋଗ କରାଯାଉନାହିଁ ।
୧୧. ନୀଳ ବିପ୍ଳବ : ମତ୍ସ୍ୟଚାଷୀଙ୍କ ପାଇଁ ଏହି ଯୋଜନା ଏକ ନୂଆ ଦିଗର ଉନ୍ମୋଚନ କରିଛି । ୩ ହଜାର କୋଟି ଟଙ୍କା ବ୍ୟୟରେ ମତ୍ସଚାଷ ଏବଂ ବିକ୍ରୟ ନିମନ୍ତେ ସଘନ ବିକାଶ ଓ ପରିଚାଳନା ଦିଗରେ ଗୁରୁତ୍ୱ ଦିଆଯାଇଛି  । ଯାହା ଯୋଗୁଁ ବର୍ଷ ପିଛା ମସ୍ôୟ ଉତ୍ପାଦନ କ୍ଷେତ୍ରରେ ବର୍ଷ ପିଛା ୨୩.୪୭ ରୁ ୩୦.୦୦ ଲକ୍ଷ ଟନ୍ କୁ ବୃଦ୍ଧି ପାଇଛି । ଏଥିରେ ମତ୍ସଜୀବୀମାନଙ୍କୁ କମ୍ ପ୍ରିମିୟମ୍ରେ ବୀମାଭୁକ୍ତ କରିବା ସହିତ ଆର୍ଥିକ ସହାୟତା ଓ ରିଲିଫ୍ ଦେବାର ବ୍ୟବସ୍ଥା ରହିଛି । ମତ୍ସଜୀବୀଙ୍କ ଦକ୍ଷତା ବୃଦ୍ଧି ସହିତ ମୋଟର ଚାଳିତ ମାଛ ଧରାଡଙ୍ଗା ଓ ସୁରକ୍ଷା କିଟ୍ ସହିତ ଭ୍ରାମ୍ୟମାଣ ମାଛବଜାରର ବ୍ୟବସ୍ଥା କରାଯାଇଛି । ଏହି ଯୋଜାରେ ଓଡିଶାର ୧୧ ଲକ୍ଷ ମତ୍ସଜୀବୀ ବୀମାଭୁକ୍ତ ହେବା ସହିତ ୪ ହଜାର ୪୬୩ ହେକ୍ଟରଜମିରେ ମତ୍ସଚାଷ ପାଇଁ ସହାୟତା ଦିଆଯାଇଛି । ୨୭ ଶହ ମତ୍ସଜୀବୀଙ୍କ ଦକ୍ଷତା ବୃଦ୍ଧି ୨,୯୯୫ ମୋଟର ଚାଳିତ ମାଛଧରା ଡଙ୍ଗା ୫୪୫ଟି ସୁରକ୍ଷା କିଟ୍ ଏବଂ ୩୪ଟି ଭ୍ରାମ୍ୟମାଣ ମାଛବଜାର ଯୋଗାଇ ଦିଆଯାଇଛି ।
୧୨.  ବ୍ୟାଙ୍କ ବୋର୍ଡ ବ୍ୟୁରୋ ଗଠନ : ୨୦୧୬ ଫେବୃୟାରୀ ୨୮ରେ କେନ୍ଦ୍ର ସରକାର ବ୍ୟାଙ୍କ ବୋର୍ଡ ବ୍ୟୁରୋ,ବିବିବି ଗଠନ କରିବାକୁ ମଂଜୁରୀ ଦେଇଛନ୍ତି । ସାର୍ବଜନୀକ କ୍ଷେତ୍ରରେ ବ୍ୟାଙ୍କ ଗୁଡିକର କାର୍ଯ୍ୟକୁ ଅଧିକ ସ୍ୱଚ୍ଛ, ପାରଦର୍ଶି ଓ ଉତ୍ତରଦାୟୀ କରିବା ପାଇଁ ଏଭଳି ଏକ ନୂତନ ଅନୁଷ୍ଠାନ ଗଠନ କରାଯାଇଛି । ଏହା ଏକ ସ୍ୱୟଂଚାଳିତ ସଂସ୍ଥା ଏବଂ ବ୍ୟାଙ୍କର ମୁଖ୍ୟମାନଙ୍କ ନିଯୁକ୍ତି କ୍ଷେତ୍ରରେ ଏହା ପରାମର୍ଶ ଦାତା ରୂପେ କାର୍ଯ୍ୟ କରିବ  । ବ୍ୟାଙ୍କରେ ବର୍ତ୍ତମାନ ଏନ୍ପିଏ ପରିମାଣ  ଚାଲି ଲକ୍ଷ କୋଟି ଟଙ୍କା ଅଧିକ ହୋଇଥିବାରୁ ବେସଲ-୩ ମାନକ ଅନୁସାରେ ସାର୍ବଜନୀନ କ୍ଷେତ୍ରରେ ବ୍ୟାଙ୍କ ନିଜସ୍ୱ ଏକ ଫଣ୍ଡ ସୃଷ୍ଟି କରିବା ସହିତ ବ୍ୟାଙ୍କର ନଗଦ କାରବାର ଅର୍ଥ ପରିମାଣ ୨.୪ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି । ଏହା ବ୍ୟାଙ୍କ  ଠକେଇ ରୋକିବାରେ ମଧ୍ୟ ସହାୟକ ହେବ ।
୧୩. ପୋଷଣ ଅଭିଯାନ : ଏହି ଯୋଜନାରେ କୁପୋଷଣ ଦ୍ୱାରା ପିଡୀତ ପିଲାମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ସେମାନଙ୍କୁ ସ୍ୱାସ୍ଥ୍ୟବାନ କରାଯିବାର ବ୍ୟବସ୍ଥା କରାଯାଇଛି । ଆସନ୍ନ ପ୍ରସବା ମାନଙ୍କୁ ସୁଷମ ଖାଦ୍ୟ ଯୋଗାଇବା ସହିତ ସଦ୍ୟଜାତ ଶିଶୁମାନଙ୍କୁ ସୁଷମ ଖାଦ୍ୟ ଯୋଗାଣ ଓ ପରବର୍ତ୍ତୀ ସମୟରେ ସେହି ପିଲାମାନଙ୍କୁ ନିରବଚ୍ଛିନ୍ନ ଭାବେ ତଦାରଖ ବ୍ୟବସ୍ଥା ଭିତରେ ଭିଟାମିନ୍ ଯୁକ୍ତ ଉତ୍ତମ ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଉଛି । ଜାତୀୟସ୍ତରରେ ୯୦୪୬.୧୭କୋଟି ଟଙ୍କା ବ୍ୟବସ୍ଥା କରିଥିବା ବେଳେ ଏହି ରାଷ୍ଟ୍ରୀୟ ପୁଷ୍ଠି ମିଶନରେ ୬୦,୦୩୫ ଅଙ୍ଗନବାଡି କେନ୍ଦ୍ରରେ ୨୮୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । 
୧୪.ସ୍ୱଚ୍ଛ ଭାରତ ମିଶନ : ଏହି ଯୋଜନାରେ ପରିବେଶକୁ ସ୍ୱଚ୍ଛ ଓ ପରିଷ୍କୃତ ରଖିବା ପାଇଁ ଗୁରୁତ୍ୱ ଦେବା ଦିଗରେ ୩ ଲକ୍ଷ ୬୦ ହଜାର ଗ୍ରାମରେ ୭ କୋଟି ୨୫  ଲକ୍ଷ ଶୋ÷ଚାଳୟ ନିର୍ମାଣ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ୨୦୧୪ ମସିହାରେ ଦେଶର ୩୮ ପ୍ରତିଶତ ଲୋକ ଶୋ÷ଚାଳୟ ବ୍ୟବହାର କରୁଥିବା ବେଳେ ୨୦୧୭ ସୁଦ୍ଧା ଶୋ÷ଚାଳୟ ବ୍ୟବହାରୀଙ୍କ  ସଂଖ୍ୟା ୮୩ ପ୍ରତିଶତକୁ ବୃଦ୍ଧି ପାଇଛି । ସୌଚାଳୟ ନିର୍ମାଣ ପାଇଁ ଦିଆଯାଉଥିବା ୧୦ ହଜାର ଟଙ୍କାକୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଇତି ମଧ୍ୟରେ ୨,୪୭,୯୩୯ ଗ୍ରାମକୁ ଏବଂ ୨୦୩ଟି ଜିଲ୍ଲାକୁ ଖୋଲା ମଳତ୍ୟାଗ ମୁକ୍ତ ଗ୍ରାମ ଓ ସହର ରୂପେ ଘୋଷଣା କରାଯାଇଛି । ଦେଶର ୮ଟି ରାଜ୍ୟ ନିଜକୁ ଖୋଲା ମଳତ୍ୟାଗ ମୁକ୍ତ ରାଜ୍ୟ ରୂପେ ଘୋଷଣା କରି ସାରିଲେଣି ।  ଏହି ଯୋଜନାରେ ଖୋଲାରେ ମଳତ୍ୟାଗକୁ ସମାପ୍ତ କରିବା ଅସ୍ୱଚ୍ଛ ଶୌଚାଳୟକୁ ପାୱାର ପ୍ଲସ ଶୌଚାଳୟରେ ପରିଣତ କରିବା, ହାତରେ ମଇଳା ସଫା କରୁଥିବା ପ୍ରଥାକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା , ସହରମାନଙ୍କର ସ୍ୱରେଜ ସିଷ୍ଟମରେ ସଂଗୃହୀତ ବର୍ଜ୍ୟ ମଳକୁ  ବୈଜ୍ଞାନିକ ପ୍ରଣାଳୀରେ ଉପଯୋଗ ବା ପୂର୍ନଚକ୍ରଣ କରିବା, ଲୋକଙ୍କ ଭିତରେ ସ୍ୱଚ୍ଛତା ପ୍ରତି ଆଗ୍ରହ ସୃଷ୍ଟି କରିବା ପ୍ରତ୍ୟେକ ସହରର ସ୍ୱରେଜ ସିଷ୍ଟମକୁ ସଠିକ୍ ଓ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ ନିସ୍ପାଦନ ପାଇଁ ସୁଯୋଗ ସୃଷ୍ଟି କରିବା, ଆବଶ୍ୟକ ସ୍ଥଳେ ସହଭାଗୀତା ଜରୀଆରେ ଓ ଶତପ୍ରତିଶତ ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି ।  ଏଥିପାଇଁ ସ୍ୱତନ୍ତ୍ର ଭାବେ ଅର୍ଥ ପ୍ରବାହ ପାଇଁ ସ୍ୱଚ୍ଛ ଭାରତ କୋଷର ପ୍ରତିଷ୍ଠା କରାଯାଇଛି । ଦେଶର ୧୦ଟି ଅଗ୍ରଣୀ ରାଜ୍ୟ ଅନ୍ୟାନ୍ୟ ବର୍ଜ୍ୟ ବସ୍ତୁର କମ୍ପୋଷ୍ଟ ଜରିଆରେ ତାର ପୁର୍ନ ଚକ୍ରଣ ପାଇଁ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏଭଳି ବଜ୍ୟ ବସ୍ତୁରୁ ବାୟୋଗ୍ୟାସ ବାହାର କରାଯାଇ ୫ ଶହ ମେଗାୱାଟ ବିଜୁଳୀ ଶକ୍ତି ମଧ୍ୟ ପ୍ରତ୍ୟେହ ଉତ୍ପାଦନ କରାଯାଉଛି ।  ଏଭଳି ରାଜ୍ୟମାନଙ୍କ ମଧ୍ୟରେ ଗୁଜୁରାଟ, ରାଜସ୍ତାନ, ମଧ୍ୟପ୍ରଦେଶ, ଦିଲ୍ଲୀ,ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର, ତେଲେଙ୍ଗାନା ପ୍ରଭୃତି ରାଜ୍ୟ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ଏହି ୧୦ଟି ରାଜ୍ୟ ବର୍ତ୍ତମାନ ୨୪୭ ମେଗାୱାଟ ବିଜୁଳୀ ଶକ୍ତି ଉତ୍ପାଦନ କରୁଛନ୍ତି ।   
୧୫. ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା : ଗ୍ରାମାଞ୍ଚଳରେ ଥିବା ଗରିବ ଓ ଅତି ଗରିବ ପରିବାର ଯେଉଁମାନେ କି ଦିନେ ଗ୍ୟାସଚୁଲା ବ୍ୟବହାର କରିବେ ସ୍ୱପ୍ନରେ ଭାବିନଥିଲେ ସେମାନଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ସଂଯୋଗ ଯୋଗାଇ ଦେବା ସହିତ ସେମାନଙ୍କୁ ଧୂଆଁଦାଉରୁ ରକ୍ଷା ପାଇବାର ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ୮କୋଟି ଗରିବ ମହିଳାଙ୍କୁ ଗ୍ୟାସ ସଂଯୋଗ ଯୋଗାଇ ଦେବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ କୋଟି ୮୦ ଲକ୍ଷ ମହିଳାଙ୍କୁ ଗ୍ୟାସ ସଂଯୋଗ ଯୋଗଇ ଦିଆଯାଇଛି । ୨୦୧୪ ସୁଦ୍ଧା ଓଡିଶାରେ  ୨୦ଲକ୍ଷ ପରିବାରକୁ ଗ୍ୟାସ ସଂଯୋଗ ଥିବାବେଳେ ବର୍ତ୍ତମାନ ଏହା ୬୨ ଲକ୍ଷରେ ପହଂଚିପାରିଛି । ଏଥି ମଧ୍ୟରୁ ଉଜ୍ଜ୍ୱଳା ଯୋଜନାରେ ୨୫୫ ଲକ୍ଷ ସଂଯୋଗ ଦିଆଯାଇଛି । ଯହିଁରୁ ଅନୁସୂଚିତ ଜାତି ଓ ଜନଜାତି ପାଇଛନ୍ତି୧୨.୮ଲକ୍ଷ ଏଲପିଜି ସଂଯୋଗ ।
୧୬ . ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା : ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଉଚ୍ଚଗୁଣବତ୍ତା ଯୁକ୍ତ ଔଷଧ ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ  । ଏହି ଯୋଜନାରେ ଜେନେରିକ୍ ଡ୍ରଗ୍ ବଜାର ମୂଲ୍ୟଠାରୁ କମ୍ ଦରରେ ଉପଲ୍ବ୍ଧ  କରାଇବା ସହିତ ସରକାରୀ ଖର୍ଚ୍ଚରେ ଜନ-ଔଷଧି କେନ୍ଦ୍ର ଏହାର  ପରିସର ଭୂକ୍ତ  ହୋଇଛି । ଏହି ଯୋଜନାରେ ୧,୦୫୪ ପ୍ରକାର ଔଷଧ ୩୦୦୦କେନ୍ଦ୍ର ଜରିଆରେ ଯୋଗାଇ ଦିଆଯିବା ସହିତ ୧୦,୦୦୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଓଡିଶାରେ ୫୪ଟି ଜନ ଔଷଧ କେନ୍ଦ୍ର ଖୋଲାଯାଇଛି ।
୧୭. ଡିଜିଟାଲ ଇଣ୍ଡିଆ:୧ଏମବିପିଏସ ସହିତ ବ୍ରଡ ବ୍ରାଣ୍ଡର ସୁବିଧା ବର୍ତ୍ତମାନ ସୁଦ୍ଧା ସହଜରେ ଉପଲବ୍ଧ ହେଉଛି । କ୍ଲାଉଡ କମ୍ୟୁଟିଙ୍ଗ ଓ ମୋବାଇଲ ସାହାର୍ଯ୍ୟରେ ଡିଜିଟାଲ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ଅର୍ଥନୀତିର ବିକାଶ କରିବା ଏହାର ମୁଖ୍ୟଲକ୍ଷ୍ୟ । ଦୈନଦିନ ଜୀବନରେ ବର୍ତ୍ତମାନ ଡିଜିଟାଲ ପ୍ରଯୁକ୍ତିମାଧ୍ୟମରେ ନଗଦ କାରବାର କରୁଥିବା ଲୋକଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧିପାଉଛି । ଦେଶରେ ବର୍ତ୍ତମାନ ବଡବଡ ୧୦ଟି କମ୍ପାନୀ ଜରିଆରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ୪୯କୋଟି ୩୯ଲକ୍ଷ ୪୦ ହଜାରରେ ପହଞ୍ôଚଲାଣି । ଓଡିଶାରେ ୯୯୩୭କି.ମିର ଅପଟିକାଲ ଫାଇବର ଓ ଉପଭୋକ୍ତାଙ୍କ ସଂଖ୍ୟା ୨୧,୩୩,୧୨୨କୁ ବଢିଛି ।
୧୮. ଅଟଳ ପେନସନ ଯୋଜନା : ସମସ୍ତ ସଞ୍ଚୟ  ବ୍ୟାଙ୍କ୍ ଖାତା ଧାରକଙ୍କ ପାଇଁ ଉଦ୍ଦିଷ୍ଟ ଯାହାଙ୍କ ବୟସ ୧୮ ରୁ ୪୦ ବର୍ଷ ହୋଇଥିବା ମାସିକ କିସ୍ତି   ଟ. ୪୨ ରୁ ୨୧୦ ଟଙ୍କା ପର୍ଯ୍ୟନ୍ତ ଜମା କରିବା ବ୍ୟବସ୍ଥା ଅଛି ମାସିକ ପେନ୍ସନ ଆପଣଙ୍କ ଜମାରାଶି ଉପରେ ଆଧାରିତ ହେବ । ୬୦ ବର୍ଷ ବୟସ ପରେ ଆପଣଙ୍କ ପରେ ଆପଣଙ୍କ ଜୀବନ ସାଥୀ ପ୍ରତି ମାସରେ ୧୦୦୦ ରୁ ୫୦୦୦ ପାଇବା ବ୍ୟବସ୍ଥା ଅଛି । ଜୀବନ ସାଥୀଙ୍କ ପରେ ଆପଣଙ୍କ ମନୋନୀତ ସଦସ୍ୟଙ୍କ ଏକ କାଳୀନ ମିଳିବ ଟ. ୧, ୭୦,୦୦୦ ରୁ ୮, ୫୦,୦୦୦ ସଂଗୃହିତ ରାଶି । ଏବେ ସୁଦ୍ଧା ଏହି ପେନସନ ଯୋଜନାରେ ୯୭.୫ଲକ୍ଷ ଲୋକ ଅର୍ନ୍ତଭୁକ୍ତ ହୋଇଥିବା ବେଳେ ଓଡିଶାରେ ୬,୫୯,୯୨୬ଜଣ ପଞ୍ଜିକୃତ ହୋଇଛନ୍ତି ।
୧୯. ସୁକନ୍ୟା ସମୃଦ୍ଧି ଯୋଜନା : ସୁକନ୍ୟା ଯୋଜନା ବାଳିକା ସମୃଦ୍ଧି ନିମନ୍ତେ ସରକାରଙ୍କ ପୋତ୍ସାହନରେ ନିଆଯାଇଥିବା ଏକ ପଦକ୍ଷେପ ଏହି ଯୋଜନା ‘ବେଟି ବଚାଓ ବେଟି ପଢାଓ’ ଅର୍ନ୍ତଭୁକ୍ତ ଅଟେ । ଏହି  ଯୋଜନା ମାଧ୍ୟମରେ କନ୍ୟା ପିତାମାତା କରିବେ ଯେପରି କନ୍ୟା  ଭବିଷ୍ୟତରେ ଶିକ୍ଷା ଏବଂ ବିବାହ ସମୟରେ ତା’ର ଆବଶ୍ୟକତାକୁ ପୂରଣ କରିପାରିବ । ଏହି ଯୋଜନାରେ  କନ୍ୟାର ପିତାମାତା ନିଜ କନ୍ୟାକୁ ଏକ ବର୍ଷ ଠାରୁ ୧୦ ବର୍ଷ ହେବା ମଧ୍ୟରେ ତା ନାମରେ ବ୍ୟାଙ୍କ୍ରେ ଜମାଖାତା ଖୋଲି ମାସିକ ୧୦୦୦ ଟଙ୍କା ଅନୂନ୍ୟ ଦେୟ ଦେଇ ୧୪ ବର୍ଷ ପର୍ଯ୍ୟନ୍ତ ଜମା କରିପାରିବେ  ଓ ୨୯ ବର୍ଷ ବେଳକୁ ଏହି ଖାତା ପରିପକ୍ୱ ହେବା ସହିତ ଅର୍ଥ ଉଠାଣ କରାଯାଇପାରିବ । ଏଥିରେ ୧ ଲକ୍ଷ ୬୭ ହଜାର ଟଙ୍କା ଜମାକରିବାକୁ ପଢୁଥିବା ବେଳେ ୬, ୪୧୦୯୨ ଟଙ୍କା ମିଳିବ । ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୯୧ ଲକ୍ଷ ଖାତା ଖୋଲାହୋଇଥିବା ବେଳେ ୬୫୦୦୦ ଦଶ କୋଟି ଟଙ୍କା ଜମା ହୋଇଛି ।
୨୦. ମେକ୍ ଇନ୍ ଇଣ୍ଡିଆ : ସମଗ୍ର ଦେଶରେ ବିଦେଶୀ ପୁଂଜି ନିବେଶ ଦ୍ୱାରା ଯେଉଁ କଳ କାରଖାନା ପ୍ରତିଷ୍ଠା ହେବ ତାହାର ଉତ୍ପାଦନ ଗୁଡିକ ମେକ୍ ଇନ୍ ଇଣ୍ଡିଆ ବ୍ରାଣ୍ଡରେ ପରିଚିତ ହେବ । ଦେଶର ବିଭିନ୍ନ ସ୍ଥାନରେ ମ୍ୟାନୁଫାକଚରିଂ ହବ୍ ପ୍ରତିଷ୍ଠା କରାଯିବ । ଆବଶ୍ୟକ ଭିତ୍ତିଭୂମିର ପ୍ରତିଷ୍ଠା କରି ଏହି ମେକ୍ ଇନ୍ ଇଣ୍ଡିଆ ଜରିଆରେ ପ୍ରତି ବର୍ଷ ୧୨ ରୁ ୧୪  ପ୍ରତିଶତ ଭିତ୍ତିଭୂମି ନିର୍ମାଣ ହେବା ସହିତ ଘରୋଇ ଉତ୍ପାଦନ କ୍ଷେତ୍ରରେ ୨୦୨୨ ସୁଦ୍ଧା ଯେପରି ୧୬ ପ୍ରତିଶତରୁ ୨୪ ପ୍ରତିଶତ ବୃଦ୍ଧି ପାଇବ ତାର ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ୨୦୨୨ ସୁଦ୍ଧା ୧୦ କୋଟି ନିଯୁକ୍ତ ସୃଷ୍ଟି କରାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମେକ ଇନ୍ ଇଣ୍ଡିଆ ଇନସିଏଟିଭ ଯୋଗୁଁ ଭାରତ ବର୍ଷରେ ବିଦେଶୀ ପୁଞ୍ଜି ନିବେଶ ବଢିଛି ଓ ମାନୁଫାକଚରିଙ୍ଗ କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ହେବା ସହିତ ଭାରତୀୟ ଅର୍ଥନୀତି ଅଧିକ ସୁଦୃଢ ହୋଇଛି । ବିଦେଶୀ  ପୁଞ୍ଜି ନିବେଶ ଓ ଦ୍ରୁତ ବିକଶିତ ଅର୍ଥନୀତି ହାରରେ ଭାରତ ଚୀନକୁ ପଛରେ ପକାଇ  ବିଶ୍ୱରେ ପ୍ରଥମ ସ୍ଥାନ ଲାଭ କରିଛି । ଏହି ଯୋଜନାରେ ୨୦୧୫ରେ ସ୍ପାଇସ୍ ଗ୍ରୁପ୍ ୭୫.୧୬ ବିଲିୟନ ଆମେକୀକୀୟ ଡଲାର ବିନିଯୋଗ କରି ଉତ୍ତର ପ୍ରଦେଶରେ ସ୍ମାଟ ଫୋନ କାରଖାନା, ଚୀନ୍ର ଦୁଆଉଇ କମ୍ପାନୀ ୧୭୦ ମିଲିୟନ  ଡଲାର ବିନିଯୋଗ କରି ବାଙ୍ଗଲୁରୁରେ ରିସର୍ଚ୍ଚ ଉନ୍ୱୟନ ସଂସ୍ଥା, ସାମସଙ୍ଗ, ବୋସ୍, ଫିଲିପ୍, ଏଲ୍ଜି, ଫ୍ଲେକ୍ଷ୍ଟ୍ରୋନିକ୍ସ ପ୍ରଭୃତି କମ୍ପାନୀ ୨୦୦ରୁ ଉଦ୍ଧ୍ୱର୍ ସ୍ମାର୍ଟ ଫୋନ କାରଖାନାରେ ବର୍ଷକୁ ୬ କୋଟି ମୋବାଇଲ ଉତ୍ପାଦନ ହେଉଛି ।  ଜାପାନ ବିଭିନ୍ନ ମାନୁଫାକଚରିଙ୍ଗ କ୍ଷେତ୍ରରେ ୧୨ ବିଲିୟନ ଡଲାର ବିନିଯୋଗ କରି ଭାରତକୁ ଆର୍ଥକ ସହାୟତା ଦେଇ ଆସୁଛନ୍ତିା ୨୦୧୪ରେ ଭାରତ  ଇଜି ଅଫ୍ ଡୁଇଙ୍ଗି ବିଜିନେସରେ ୧୪୨ ସ୍ଥାନରେ ଥିଲାବେଳେ ୨୦୧୮ ବେଳକୁ ୪୨ ସ୍ଥାନ ଆଗକୁ ଯାଇ ୧୦୦ତମ ସ୍ଥାନରେ ପହଞ୍ôଚଛି । ୨୦୧୫ରେ ଗ୍ଲୋବାଲ ରିଟେଲ ଡେଭଲପ୍ ମେଣ୍ଟ ଇଣ୍ଡେକ୍ସରେ ୧୫ତମ ସ୍ଥାନରେ ଥିବା ବେଳେ ୨୦୧୬ରେ ୧୩ତମ ସ୍ଥାନକୁ ଉନ୍ନୀତ  ହୋଇଛି । ୨୦୧୫ରେ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସରେ ୮୧ତମ ସ୍ଥାନରେ ଥିବା ବେଳେ ୨୦୧୬ରେ ୬୬ତମ ସ୍ଥାନକୁ ଉନ୍ନୀତ ହୋଇଛି । ସେହିଭଳି ଲଜିଷ୍ଟିକ ପରଫରମାନ୍ସ ଇଣ୍ଡେକ୍ସରେ ୨୦୧୪ରେ ୩୫ତମ ସ୍ଥାନରେ ଥିବା ବେଳେ ୨୦୧୭ରେ ୧୯ ତମ ସ୍ଥାନକୁ ଉନ୍ନୀତ ହୋଇଛି । ଗ୍ଲୋବାଲ କମ୍ପିଟେଟିଭ ଇଣ୍ଡେକ୍ସରେ ୨୦୧୪ରେ ଭାରତ ୭୧ତମ ସ୍ଥାନରେ ଥିବାବେଳେ ୨୦୧୭  ବେଳକୁ ୩୯ତମ ସ୍ଥାନକୁ ଉନ୍ନୀତ ହୋଇଛି । ୱାଲଡ୍ ଇନ୍ଭେଷ୍ଟିମେଣ୍ଟ ରିପୋର୍ଟ ୨୦୧୭ ଅନୁସାରେ ଏଫ୍ଡିଆଇ ନିବେଶରେ ଭାରତ ସମଗ୍ର ବିଶ୍ୱରେ ନବମ ସ୍ଥାନରେ ରହିଛି । ମୁଡି କ୍ରେଡିଟ୍ ରେଟିଂରେ ୧୪ ବର୍ଷତଳେ ଭାରତ ବିଏଏ-୩ରୁ ପ୍ରଥମ କରି ୨୦୧୭ରେ ବିଏଏ-୨କୁ  ଆସିଛି । 
୨୧. ସ୍କିଲ ଇଣ୍ଡିଆ (ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା): ବେରୋଜଗାରୀ ଯୁବକ ଯୁବତୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଜରିଆରେ  ସେମାନଙ୍କର ଦକ୍ଷତାର ବିକାଶ କରି ସେମାନେ ଯେପରି ବିଭିନ୍ନ ପ୍ରକାର ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବେ ସେଥିପାଇଁ ସୁଯୋଗ ସୃଷ୍ଟି କରିବା ଏହାର ମୁଖ୍ୟ ଉଦେଶ୍ୟ । ଏହା ମାଧ୍ୟମରେ ସେମାନେ ସ୍ୱରୋଜଗାର ବ୍ୟବସ୍ଥା କରିବା ସହିତ ଆତ୍ମ ନିର୍ଭରଶୀଳ ହୋଇ ପାରିବେ । ସଂକ୍ଷେପରେ ଏହି ଯୋଜନାକୁ ସ୍କିଲ ଇଣ୍ଡିଆ ମଧ୍ୟ କୁହାଯାଉଛି । ଏଥିପାଇଁ କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଧିନରେ ରାଷ୍ଟ୍ରୀୟ କୌଶଳ ବିକାଶ ସଂସ୍ଥାନ ପ୍ରତିଷ୍ଠା କରାଯାଇଛି । ଏହି ସଂସ୍ଥାନ ଜରୀଆରେ ସମଗ୍ର ଭାରତ ବର୍ଷରେ ୨୩,୦୦୦ରୁ ଉଦ୍ଧ୍ୱର୍ କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ୧୮୭ ଟି କ୍ଷେତ୍ରରେ ୪୯୨ଟି ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି । ପ୍ରତିବର୍ଷ ଅତିକମ୍ ରେ ୨୪ ଲକ୍ଷ ଯୁବକ ଯୁବତୀ ପ୍ରଶିକ୍ଷଣ ପାଇବା ସହିତ ପ୍ରତ୍ୟେକଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି ।  ଓଡିଶାରେ ସ୍ୱତନ୍ତ୍ର ଭାବେ ବିଶ୍ୱସ୍ତରୀୟ ଜାତୀୟ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇ ବେରୋଜଗାର ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଉଛି । ଏହି ଯୋଜନା  ୨୯ ଟି ରାଜ୍ୟ ଓ ୭ ଟି କେନ୍ଦ୍ର ଶାସିତ ଅଞ୍ଚଳର ୬୧୬ ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ।  କେନ୍ଦ୍ର ସରକାରଙ୍କୁ ଏକ୍ଷେତ୍ରରେ ୨୧୮ ଟି ସଂସ୍ଥା ସହଭାଗୀ ରୂପେ ସହଯୋଗ ଯୋଗାଇ ଆସୁଛନ୍ତି । ଏପ୍ରିଲ ୨୦୧୬ ସୁଦ୍ଧା ୧୯, ୫୫, ୬୭୫ ଜଣ ତାଲିମ୍ ସଂପୂର୍ଣ୍ଣ କରି ସାରିଥିବା ବେଳେ , ୨୦୧୭ରେ  ୧୯, ୭୨,୧୪୫ ଜଣ ଓ ୨୦୧୮ରେ ୨୪ ଲକ୍ଷ  ତାଲିମ୍ ନେଉଛନ୍ତି । ଏହି ତାଲିମ୍ ପ୍ରାପ୍ତ ଯୁବକ ଯୁବତୀମାନେ ତାଙ୍କ ଦକ୍ଷତା ଅନୁସାରେ ବିଭିନ୍ନ ଉଦ୍ଦ୍ୟୋଗ ଅନୁଷ୍ଠାନରେ ନିଯୁକ୍ତି ଲାଭ କରିଛନ୍ତି ଓ କରିବେ ।
୨୨. ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୋ÷ଶଲ୍ୟ ଯୋଜନା :ଏହି ଯୋଜନାରେ ଜରିଆରେ ଗ୍ରାମଞ୍ଚଳର ଯୁବକ ଯୁବତୀମାନଙ୍କୁ ସେମାନଙ୍କର ଦକ୍ଷତା ବିକାଶ ପାଇଁ ତାଲିମ୍ ଦିଆଯାଉଛି । ଭାରତ ବର୍ଷର ୨୧ ଟି ସହରରେ ଥିବା ୧୧୦୦ ତାଲିମ୍ କେନ୍ଦ୍ରରେ ୭୨୪ ପ୍ରକାରର ତାଲିମ୍ ଦିଆଯାଉଛି । ଏଥିରେ ୩ .୫୭ ଲକ୍ଷ ଯୁବକ ଯୁବତୀ ତାଲିମ୍ ପାଇ ସାରିଥିବା ବେଳେ ତନ୍ମଧ୍ୟରୁ ୧. ୮୮ ଲକ୍ଷ ଯୁବକ ଯୁବତୀ ନିଯୁକ୍ତି ପାଇ ସାରିଛନ୍ତି ।
୨୩. ମୋ÷ଲାନା ଆଜାଦ୍ ନ୍ୟାସନ୍ୟାଲ ଏକାଡେମୀ ଫର ସ୍କିଲ୍ଟ ( ମାନସ) : ଏହି ଯୋଜନା ଜରିଆରେ ଅଳ୍ପ ସଂଖ୍ୟକ ବର୍ଗର  ଦକ୍ଷତା ବିକାଶ ଓ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଉଛି । ପ୍ରଧାନମନ୍ତ୍ରୀ କୋ÷ଶଳ ବିକାଶ ଯୋଜନା, ମୋ÷ଲାନା ଆଜାଦ୍ ନ୍ୟାସନାଲ ଏକାଡେମୀ ଫର ସ୍କିଲ୍ଡ ପ୍ରଭୃତି ଦ୍ୱାରା ଦକ୍ଷତା  ଅର୍ଜନ କରୁଥିବା ୩୪ ଲକ୍ଷ ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ପାଇଁ ୫୦୦୦ ଟଙ୍କାରୁ ଆରମ୍ଭ କରି ୧, ୫୦୦୦୦ ଋଣ ଦେବାର ବ୍ୟବସ୍ଥା କରାଯାଇଛି ।
୨୪. ଇଣ୍ଡିଆ ବିପିଓ ପ୍ରମୋଶନ ସ୍କିମ୍ : ଏହି ଯୋଜନା ଜରିଆରେ ଭାରତକୁ ଏକ ନିଯୁକ୍ତିଦାତା ଦେଶରେ ପରିଣତ କରିବା ପାଇଁ ଏହି ଯୋଜନା ଜରିଆରେ ୧,୪୪,୦୦୦ ଉଦ୍ଦ୍ୟୋଗ ପାଇଁ ନିଯୁକ୍ତି ସୃଷ୍ଟି କରିବା ଏହାର ଲକ୍ଷ୍ୟ । ଷ୍ଟାର୍ଟ ଅପ୍ ଇଣ୍ଡିଆ ଜରିଆରେ ବା ମୁଦ୍ରା ଯୋଜନା ମାଧ୍ୟମରେ ଏଥିପାଇଁ  ଅର୍ଥ ଉପଲବ୍ଧ କରାଇବାର ମଧ୍ୟ ବ୍ୟବସ୍ଥା ରହିଛି । 
୨୫. ପହଲ ଯୋଜନା :  ଏହି ଯୋଜନା ଜରିଆରେ ରନ୍ଧନ ଗ୍ୟାସ ଉପରେ ମିଳୁଥିବା ସବ୍ସିଡ୍ ସିଧାସଳଖ ଉପଭୋକ୍ତାଙ୍କର ଜମାଖାତାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ  ୧୮ କୋଟି ଗ୍ରାହକ ସ୍ୱେଚ୍ଛାକୃତ ଭାବେ ସବ୍ସିଡ୍ ଛାଡିଦେଇଛନ୍ତି ଯାହା ଯୋଗୁ ପ୍ରତିବର୍ଷ କେନ୍ଦ୍ର ସରକାର ପ୍ରତିବର୍ଷ ୩୨ ହଜାର ୪ଶହ କୋଟି ଟଙ୍କା ସଂଚୟ କରି ପାରୁଛନ୍ତି । ସେହିଭଳି ଗ୍ୟାସ ସଂଯୋଗ ସହିତ ଆଧାରକୁ ଯୋଡି ଦେବା ଫଳରେ  ଗ୍ୟାସ ସଂଯୋଗ ନେଇ କଳା ବଜାରୀ କରୁଥିବା ଲୋକଙ୍କ ସଂଖ୍ୟା ସଂପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରାଯାଇ ପାରିଛି । ୧୦ ଲକ୍ଷ ଟଙ୍କାରୁ ବର୍ଷକୁ କମ୍ ଆୟ କରୁଥିବା ଉପଭୋକ୍ତାମାନେ ସବ୍ସିଡ୍ ପାଇବା ସହିତ ଏହି କ୍ରମରେ ୧୨.୫କୋଟି ଗ୍ରାହକଙ୍କ ଜମା ଖାତାରେ ତାଙ୍କ ସବ୍ସିଡ୍ ଅର୍ଥ ଜମା ହୋଇ ପାରୁଛି । ଏପର୍ଯ୍ୟନ୍ତ ଡାଇରେକ୍ଟ ବେନିଫିଟ୍ ଟ୍ରାନସଫର ଯୋଜନାରେ ୩,୬୫,୯୯୬କୋଟି ଟଙ୍କା ୪୩୧ଟି ସ୍କିମରେ ଉପଭୋକ୍ତାଙ୍କ ଜମାଖାତାକୁ ହସ୍ତାନ୍ତର କରାଯାଇଛି ।
୨୬. ଉଜ୍ଜଳ ଡିସକମ୍ ଆସୁରାନ୍ସ ଯୋଜନା : ଏହି ଯୋଜନାରେ ଶକ୍ତିକ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଶକ୍ତି ଅବାଣ୍ଟନ ବ୍ୟବସ୍ଥା ଏବଂ ଅର୍ଥନୈତିକ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟକାରିବାରେ  ଏଥିରେ ଗୁରୁତ୍ୱ ଦିଆଯାଇଛି । ପାରମ୍ପରିକ ଶକ୍ତି ଉତ୍ପାଦନ କ୍ଷେତ୍ରରେ ୨୦୧୪ -୧୬ ଭିତରେ ସର୍ବୋଚ୍ଚ ପରିମାଣ ୪୬,୪୫୩ ମେଗାୱାଟ୍ ଶକ୍ତି ଉତ୍ପାଦନ କରାଯାଇଛି । ଇ-ଅକ୍ସନ ମାଧ୍ୟମରେ କୋଇଲା ବ୍ଲକ୍ ଆବଣ୍ଟନ କରି ୩.୫୫ ଲକ୍ଷ କୋଟି ରାଜସ୍ୱ ସଂଗ୍ରହ କରାଯାଇଛି । ଆଗକୁ ତାପଜ ବିଦ୍ୟୁତ୍ କେନ୍ଦ୍ର ଗୁଡିକ ମାତ୍ର ସାତ ଦିନ ପାଇଁ କୋଇଲା ମହଜୁତ୍ ରଖିବାକୁ ସମର୍ଥ ହେଉଥିବା ବେଳେ ଏବେ ୨୫ ଦିନ ପାଇଁ କୋଇଲା ମହଜୁତ୍ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ବିଗତ ୨ ବର୍ଷ ମଧ୍ୟରେ ସର୍ବୋଚ୍ଚ ପରିମାଣର ୭୪ ମିଲିଅନ୍ ଟନ୍ କୋଇଲା ଉତ୍ପାଦନ କରାଯାଇଛି । ଯଥା ସମୟରେ କୋଇଲା ଯୋଗାଇ ଦେଇଥିବାରୁ ସରକାର କୋଇଲା ଆମଦାନୀ କ୍ଷେତ୍ରରେ ୨୮ ହଜାର କୋଟି ଟଙ୍କା ସଂଚୟ କରିପାରିଛନ୍ତି ।
୨୭. ରେଳପଥର ବିକାଶ : କେନ୍ଦ୍ର ସରକାର ୨୦୧୪- ୧୫ ରେ କେନ୍ଦ୍ର ସରକାର ନୂଆ ରେଳପଥ ଘୋଷଣା ନକରି ବିଗତ ୧୦ ବର୍ଷରୁ ୩୦ ବର୍ଷ ଧରି ଆରମ୍ଭ କରାଯାଇ ସଂପୂର୍ଣ୍ଣ ନହୋଇ ଥିବା ପ୍ରକଳ୍ପ ଗୁଡିକ ଶେଷ କରିବା ଉପରେ ଗୁରତ୍ୱ ଦେଇଆସିଛନ୍ତି । ୨୦୧୩-୧୪ରେ ୧୧୮ ଦୁର୍ଘଟଣା ଘଟିଥିବା ବେଳେ ତାହା ୨୦୧୭-୧୮ ବେଳକୁ ୭୩କୁ ଖସି ଏ ଦିଗରେ ୬୨ ପ୍ରତିଶତ ଦୁର୍ଘଟଣା କମିଛି ବୋଲି  ରେକର୍ଡ ହୋଇଛି । ବିଗତ ୪ ବର୍ଷରେ ୫୪୬୯ ଟି ମାନବ ବିହୀନ ଫାଟକକୁ ବନ୍ଦ କରାଯାଇଛି । ୨୦୦୯-୧୪ ଭିତରେ ଯେତିକି ମାନବବିହୀନ ଫାଟକ ବନ୍ଦ କରାଯାଇଥିଲା  ତାହାଠାରୁ ଏହା ୨୦ ପ୍ରତିଶତ ଅଧିକ ।
୨୮. ବୁଲେଟ୍ ଟ୍ରେନ୍ : ଭାରତରେ ଜାପାନ ସହଯୋଗରେ ପ୍ରଥମ ବୁଲେଟ୍ ଟ୍ରେନ୍ ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଚାଲିବ ବିଭିନ୍ନ ଏକ୍ସପ୍ରେସ ଟ୍ରେନ୍ର ଗତି ବୃଦ୍ଧି କରି ୧୬୦ କି.ମି ବେଗରେ ଗତିମାନ ଏକ୍ସପ୍ରେସ ପ୍ରଚଳନ କରାଯିବ । ଖୁବ୍ ଶୀଘ୍ର ଘଣ୍ଟାପିଛା ୨୦୦ କି.ମି ବେଗରେ ଯାଉଥିବା ଟ୍ରେନ୍ର ପରୀକ୍ଷା ମୂଳକ ଭାବେ ପ୍ରଚଳନ ହେବ ।
୨୯. ନାରୀଶକ୍ତି ସଶକ୍ତିକରଣ : ପୋଲିସ ଫୋର୍ସରେ ମହିଳାମାନଙ୍କ ପାଇଁ  ୩୩ ଭାଗ ସ୍ଥାନ ସଂଗ୍ରହ କରାଯିବ । ମୋବାଇଲ ଫୋନ୍ରେ ଜିପିଏସ ସିଷ୍ଟମ୍ ପ୍ରଚନଳ କରାଯିବା ସହିତ ଫ୍ୟାନିକ ବଟ୍ନ ଦବାଇଲେ ନିକଟତମ ପୋଲିସ ଷ୍ଟେସନକୁ ଆପେ ଆପେ ସମସ୍ତ ସୂଚନା ମିଳିଯିବ । ମହିଳା ହେଲପ୍ ଲାଇନ୍ ନମ୍ବର ୧୮୧ ସାହାଯ୍ୟରେ ମହିଳାଙ୍କୁ ସେବା ଯୋଗାଇ ଦିଆଯିବ ।
୩୦. ଷ୍ଟାର୍ଟ ଅଫ ଇଣ୍ଡିଆ : ପ୍ରଧାନମନ୍ତ୍ରୀ ନୂତନ କୋ÷ଶଳପୂର୍ଣ୍ଣ ଚିନ୍ତାଧାରାର କାର୍ଯ୍ୟାନ୍ୱୟନ ପାଇଁ ଷ୍ଟାର୍ଟ ଅଫ୍ ଇଣ୍ଡିଆ ଭଳି ଅଦ୍ଭୂତ ଯୋଜନା ପ୍ରଚଳନ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଯେ କୋ÷ଣସି ବ୍ୟକ୍ତି ତାଙ୍କ ଭିତରେ ଥିବା ନୂତନ ଚିନ୍ତାଧାରାର କାର୍ଯ୍ୟାନ୍ୱୟନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ସହିତ ସରକାରଙ୍କ ସାହାଯ୍ୟ ସହଯୋଗରେ ତାଙ୍କର ସେହି ଇଚ୍ଛାକୁ ପୂରଣ କରିପାରିବେ । ଏହି ନୂତନ ଚିନ୍ତାଧାରାକୁ ନେଇ ନୂଆ ନୂଆ ଯୋଜନାର ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଦଶ ହଜାର କୋଟି ଟଙ୍କାର ପାଣ୍ଠି ସୃଷ୍ଟି କରିଛନ୍ତି । ଏଥିପାଇଁ ବିଭିନ୍ନ ପ୍ରକାରର ଟ୍ୟାକ୍ସ ଛାଡ କରିବା ସହିତ ପରିବେଶ ଓ ଜଙ୍ଗଲ ବିଭାଗର ନୀତି ନିୟମକୁ ସରଳୀକରଣ କରି ଖୁବ୍ ଶୀଘ୍ର ଏଭଳି ଉଦ୍ଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ ମିଳିବ ତାର ବ୍ୟବସ୍ଥା କରାଯାଇଛି । ଏଥି ସହିତ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ଦ୍ୱାରା ଦେଶରେ ଏକ ସ୍ୱତନ୍ତ୍ର ଫଣ୍ଡ ଯଥା ଫଣ୍ଡ ଅଫ୍ ଫଣ୍ଡସ୍ ଟୁ ଏନ୍କରେଜ ଷ୍ଟାଟଅପ୍ସ ପ୍ରତିଷ୍ଟା କରାଯାଇଛି । ଏହି କୋଷରେ ଦୁଇ ହଜାର କୋଟି ଜମା କରାଯିବା ସହିତ ଜୀବନବୀମା କମ୍ପାନୀ ମଧ୍ୟ ଏହି ବ୍ୟବସ୍ଥାରେ ସହଯୋଗୀ ନିବେଶକ ଭାବେ କାର୍ଯ୍ୟ କରୁଛନ୍ତି । 
୩୧.ଷ୍ଟାଣ୍ଡ ଅଫ ଇଣ୍ଡିଆ : ଦେଶରେ ଥିବା ବ୍ୟାଙ୍କ୍ ଶାଖା ଗୁଡିକର ସହାୟତା ନେଇ ନୂତନ ଉଦ୍ଦ୍ୟୋଗ ପ୍ରତିଷ୍ଠା କରିବାକୁ ଏହାର ଲକ୍ଷ୍ୟ । ପ୍ରତ୍ୟେକ ଉଦ୍ଦ୍ୟୋଗୀମାନଙ୍କୁ ୧୦ ଲକ୍ଷରୁ ଆରମ୍ଭ କରି ୧ କୋଟି ଟଙ୍କା ଋଣର ବ୍ୟବସ୍ଥା ରଖାଯାଇଛି । ପ୍ରତ୍ୟେକ ବ୍ୟାଙ୍କ୍ ଶାଖା ତପସିଲଭୁକ୍ତ ଜାତି ଓ ଉପଜାତି ଓ ମହିଳା ବର୍ଗର ଜଣକୁ ଏହିପରି ତିନିଜଣକୁ ନୂତନ ଉଦ୍ଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ । ଏହାଦ୍ୱାରା ଉଦ୍ଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଏମାନଙ୍କର ଭାଗିଦାରୀ ବଢିବ ଏବଂ ବିପୁଳ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ହେବ । ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ଚଳିତ  ବଜେଟରେ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୨୦୧୮ ଫେବୃଆରୀ ସୁ୍ଦ୍ଧା ୫୪,୭୩୩ଟି ଷ୍ଟାଣ୍ଡଅପ୍ ଯୋଜନାକୁ ଆର୍ôଥକ ସହାୟତା ଯୋଗାଇ ଦିଆଯାଇଛି ।
 ୩୨. ଭାରତମାଳା ପରିଯୋଜନା, ଫେଜ-୧ : ଦେଶରେ ଜାତୀୟ ରାଜପଥର ବିକାଶ ଓ ପ୍ରସାର ପାଇଁ ଏହା ସବୁଠାରୁ ବଡ ଅର୍ଥ ବହୁଳ ଯୋଜନା ଏଥିରେ ୫,୩୫,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୨୦୧୪ରେ ୩୨,୪୮୩ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଥିବା ବେଳେ ୨୦୧୭-୧୮ରେ ୧,୧୬,୩୨୪କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ୨୦୧୩-୧୪ରେ ଦେଶରେ ୯୨,୮୫୧ କିଲୋମିଟର ରାଜପଥ ଥିବା ବେଳେ ୨୦୧୭-୧୮ରେ ତାହା ୧,୨୦,୫୪୩କି.ମିକୁ ସଂପ୍ରସାରିତ ହୋଇଛି । ଏଥିରେ ୨୦୦୦କି.ମି.ର ଉପକୂଳୀୟ ରାଜପଥ ରହିଥିବା ବେଳେ ୧୦୦୦କିମିର ଏକ୍ସପ୍ରେସ ହାଇୱେ ରହିଛି ।
୩୩. ଜଳମାର୍ଗ ବିକାଶ ଯୋଜନା : ଏହି ପରିଯୋଜନାରେ ଗଙ୍ଗା ନଦୀରେ ଆହ୍ଲାବାଦରୁ ହଳଦିଆ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଜଳମାର୍ଗ-୧ର ବ୍ୟବହାର ପାଇଁ ବ୍ୟବସ୍ଥା କରାଯାଇଛି । ଦୀର୍ଘ ୧୬୨୦ କି.ମି. ଏହି ଜଳପଥରେ ତିନି ମିଟର ଗଭୀର ଜଳପଥ ଉତ୍ଖନନ କରି ୧୫୦୦୦ଟନ ଓଜନ ବିଶିଷ୍ଟ ବାଣିଜ୍ୟିକ ପୋତର ପରିବହନ କାର୍ଯ୍ୟକୁ ସୁନିଶ୍ଚିତ କରାଯାଉଛି । ୨୦୧୬ରୁ ଆରମ୍ଭ କରାଯାଇଥିବା ଏହି ପରିଯୋଜନାରେ ଗଙ୍ଗାନଦୀର କିଛି ଅଂଶରେ ୧୪,୦୦୦ଟନ ଓଜନ ବିଶିଷ୍ଟ ବାଣିଜ୍ୟକ ପୋତ ପରୀକ୍ଷାମୂଳକ ଭାବେ ପରିବହନ କରାଗଲାଣି । ଏହି ଯୋଜନାରେ ଗଙ୍ଗାନଦୀ ଭିନ୍ନ ଅନ୍ୟ ୧୧୧ଟି ଆନ୍ତରାଜ୍ୟ ଜଳମାର୍ଗକୁ ଚିହ୍ନଟ କରି ଖନନ କାର୍ଯ୍ୟ ଆରମ୍ଭ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ସର୍ବମୋଟ ଏହି ଯୋଜନାରେ ଜଳ ମାର୍ଗର ଦୈଘ୍ୟ ୧୪,୫୦୦କି.ମି ହେବ ।
୩୪. ମିଶନ୍ ଇନ୍ଦ୍ରଧନୁଷ : ଏହି ଯୋଜନାରେ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ବିଭିନ୍ନ ରୋଗ ପ୍ରତିଷେଧକ ଟୀକା ପ୍ରଦାନ ଜରିଆରେ ସେମାନଙ୍କୁ ରୋଗ ଆକ୍ରମଣ କରିବାର ସମ୍ଭାବନାରୁ ସୁରକ୍ଷା ଦେବା ସହିତ ସହଜ ପ୍ରସବ, ସୁରକ୍ଷିତ ମାତୃତ୍ୱ ଏବଂ ସୁସ୍ଥ ସମାଜ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି । ବିଗତ ବର୍ଷରେ ୮୦ ଲକ୍ଷରୁ ଉଦ୍ଧ୍ୱର୍ ଗର୍ଭବତୀ ମହିଳାଙ୍କୁ ଟୀକା ଦେବା ସହିତ ପ୍ରତିବର୍ଷ ୫୦ ଲକ୍ଷ ମହିଳାଙ୍କୁ ଟୀକା ଦେବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏମାନଙ୍କ ମଧ୍ୟରେ ୬ ଲକ୍ଷ୍ୟରୁ ଉଦ୍ଧ୍ୱର୍ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ ମହିଳା ମଧ୍ୟ ଅଛନ୍ତି ।
୩୫. ଖେଲୋ ଇଣ୍ଡିଆ : ଖେଳ ସଂସ୍କୃତିର ବିକାଶ ସହିତ ଯୁବକ ଯୁବତୀମାନଙ୍କର ଫିଟ୍ନେସ ବଢାଇବା ପାଇଁ କ୍ରୀଡାକୁ ଏକ ଜନ  ଆନ୍ଦୋଳନ ରୂପେ ଗଢିତୋଳିବା ଏହାର ମୂଳ ଲକ୍ଷ୍ୟ । ବିଭିନ୍ନ ସ୍ତରରେ ପ୍ରତିଭାବାନ କ୍ରୀଡାବିତ୍ ମାନଙ୍କୁ ଚିହ୍ନଟ କରିବା ସହିତ ୮ ବର୍ଷ ପର୍ଯ୍ୟନ୍ତ ଏବଂ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ଯୋଗାଇଦେବା ପାଇଁ ଏଥିରେ ବ୍ୟବସ୍ଥା ରହିଛି । ଏହି କ୍ରମରେ ବର୍ତ୍ତମାନ ସୁଦ୍ଧା ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଂଚଳରୁ ୩୫୦୭ ଉଦୀୟମାନ ଖେଳାଳୀଙ୍କୁ ଚିହ୍ନଟ କରାଯାଇ ଆର୍ଥିକ ସହାୟତା ଯୋଗଇ ଦିଆଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ ଖେଳ ପ୍ରତିଭା ଖୋଜ ପୋର୍ଟାଲ ପ୍ରସ୍ତୁତ କରାଯିବା ସହିତ ମଣିପୁରରେ ପ୍ରଥମ ରାଷ୍ଟ୍ରୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।
୩୬.ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ : ଏହି ଯୋଜନାରେ ମା’ ଏବଂ ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ୧୨,୯୦୦ ମାଗଣା ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ମାଧ୍ୟମରେ ୧ କୋଟି ୧୬ ଲକ୍ଷ ଆସନ୍ନ ପ୍ରସବା ମହିଳାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏମାନଙ୍କ ମଧ୍ୟରୁ ୬ ଲକ୍ଷ ମହିଳାଙ୍କୁ ବିପଦଜ୍ଜନକ ଗର୍ଭଧାରିଣୀ ରୂପେ ଚିହ୍ନଟ କରାଯାଇଛି । ୮୦ ଲକ୍ଷ ମହିଳାଙ୍କୁ ୬ ହଜାର ଟଙ୍କାକରି ଆର୍ଥକ ସହାୟତା ଦିଆଯାଇଛି । ପ୍ରତିବର୍ଷ ଏହି ଯୋଜନାରେ ୫୦ ଲକ୍ଷ ମହିଳା ଏଭଳି ଆର୍ଥିକ ସହାୟତା ପାଇବେ ବୋଲି ନିଶ୍ଚିତ କରାଯାଇଛି । ଏଥିସହିତ ପ୍ରଧାନମନ୍ତ୍ରୀ ପ୍ରସବକାଳୀନ ଛୁଟି ପରିମାଣ ୨୬ ସପ୍ତାହକୁ ବୃଦ୍ଧି କରିଛନ୍ତି । 
୩୭. ଆୟୁଷ୍ମାନ ଭାରତ : ଏହା ପୃଥିବୀର ସବୁଠାରୁ ବଡ ସ୍ୱାସ୍ଥ୍ୟ ବୀମା ଯୋଜାନ । ୫୦ କୋଟି ଲୋକଙ୍କୁ ପ୍ରତିବର୍ଷ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମାରାଶି ଯୋଗାଇ ଦେବା ପାଇଁ ଏଥିରେ ବ୍ୟବସ୍ଥା ରଖାଯାଇଛି । ସରକାରୀ ବେସରକାରୀ ଡାକ୍ତରଖାନା ମିଶି ଦେଢ ଲକ୍ଷ ସ୍ୱାସ୍ଥ୍ୟକେନ୍ଦ୍ରରେ ବୀମାଧାରକ ମାନଙ୍କୁ ସ୍ୱାସ୍ଥ୍ୟୀବୀମା ଯୋଗାଇ ଦିଆ ଯିବାର ପ୍ରସ୍ତାବ ରହିଛି । 
୩୮. ପ୍ରଧାନମନ୍ତ୍ରୀ ବୟବନ୍ଦନ ଯୋଜନା : ଏହି ଯୋଜନାରେ ବରିଷ୍ଠ ନାଗରୀକମାନଙ୍କ କଲ୍ୟାଣ ଏବଂ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରାଯାଇଛି । ଏହି ଯୋଜନାରେ ବରିଷ୍ଠ ନାଗରୀକମାନଙ୍କୁ ତାଙ୍କର ଜମା ଧନରାଶି ଉପରେ ୧୦ ବର୍ଷ ପାଇଁ ୮.୩୦ ପ୍ରତିଶତର ସୁଧହାର ନିଶ୍ଚିତ କରାଯାଇଛି ଏବଂ ଏଥିରେ ନିବେଶ ସୀମାକୁ ୨ ଗୁଣା କରି ୧୫ ଲକ୍ଷ ଟଙ୍କାକୁ ବଢାଇ ଦିଆଯାଇଛି ଏବଂ ଅବଧି ବର୍ଷକୁ ବଢାଇ ୨୦୨୦ ପର୍ଯ୍ୟନ୍ତ ରଖାଯାଇଛି  ।
୩୯.ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା: ମାତ୍ର ବର୍ଷକୁ ୧୨ ଟଙ୍କାରେ ୨ ଲକ୍ଷ ଟଙ୍କା ବୀମାରାଶି ମିଳୁଥିବା  ଦୁର୍ଘଟଣା ଜନିତ ବର୍ଷିକିଆ ବ୍ୟକ୍ତିଗତ ବୀମା ଯୋଜନା । ଏହା ପ୍ରତିବର୍ଷ ମେ ମାସରେ ଆପେ ଆପେ ବ୍ୟାଙ୍କଖାତାରୁ ୧୨ଟଙ୍କା ପ୍ରିମିୟମ କଟି ଯିବାପାଇଁ ଅନୁମତି ପତ୍ର ଦେଇଥିଲେ ଏହାକୁ ଆଉ ନବୀକରଣ କରିବାକୁ ପଡିବ ନାହିଁ । ଆପେ ଆପେ ଏହା ନବୀକରଣ ହୋଇଯିବ । ୧୮ରୁ ୭୦ ବର୍ଷ ପର୍ଯ୍ୟନ୍ତ ସବୁ ବ୍ୟକ୍ତିଙ୍କ ପାଇଁ ଏବଂ ସମସ୍ତ ସଂଚୟ ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ଏହା ପ୍ରଯୋଜ୍ୟ । ଆଂଶିକ ବିକଳାଙ୍ଗତା ପାଇଁ (ଆଖି, ହାତ, ଗୋଡ) ପାଇଁ ଏକ ଲକ୍ଷ ଟଙ୍କା, ସଂପୂର୍ଣ୍ଣ ବିକଳାଙ୍ଗତା ବା ମୁତ୍ୟୁ ପାଇଁ ୨ ଲକ୍ଷ ଟଙ୍କାର ବୀମାରାଶି ମିଳିବ । ବର୍ତ୍ତମାନ ସୁଦ୍ଧା ୯କୋଟି ୪୩ ଲକ୍ଷ ଲୋକ ବୀମାଭୁକ୍ତ ହୋଇଛନ୍ତି । ୨୦୧୬ ଏପ୍ରିଲ ସୁଦ୍ଧା ୩୨,୧୨,୬୧୭ ଲୋକ ବୀମା ରାଶି ପାଇଛନ୍ତି ।
୪୦.ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା : ୨୦୧୪-୧୬ ଦୁଇଟି ଆର୍ଥିକ ବର୍ଷରେ ୭୨,୮୩୫ କି. ମି ଗ୍ରାମ ସଡକ ନିର୍ମାଣ କରାଯାଇଛି । ଗଲା ବର୍ଷ ଏ ବାବଦ ୧୪,୨୦୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଚଳିତ ବଜେଟ୍ରେ ୧୯୦୦୦ କୋଟି ଟଙ୍କା ଦିଆଯାଇଛି । ୬୫,୦୦୦ ପଡା ଗ୍ରାମକୁ ୨.୨୩ ଲକ୍ଷ କି.ମି ରାସ୍ତା ନିର୍ମାଣ କରି ଏହି ସବୁ ଗ୍ରାମକୁ ନିତିଦିନିଆ ରାସ୍ତା ସୁବିଧା ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯାଉଛି । ବିଗତ ବର୍ଷରେ ଦିନକୁ ୭୩.୫ କି.ମି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଚଳିତ ବର୍ଷ  ଦିନକୁ ୧୦୦ କି.ମି ରାସ୍ତା ନିର୍ମାଣ କରାଯାଉଛି ।
୨୦୧୪ରେ ୫୬ ପ୍ରତିଶତ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସମ୍ପର୍କ ସ୍ଥାପନ ହୋଇ ପାରିଥିବା ବେଳେ  ଏବେ  ୨୦୧୮ ବେଳକୁ ତାହା ୮୨%କୁ  ବୃଦ୍ଧି ପାଇଛି । ବିଗତ ୪ ବର୍ଷ ମଧ୍ୟରେ ୧ଲକ୍ଷ୬୯ ହଜାର କିଲୋ ମିଟର ରାସ୍ତା ନିର୍ମାଣ ହୋଇଛି ।  ଉପା ସରକାର ବେଳେ ଓଡିଶାରେ ୧୦ ବର୍ଷରେ ୨୬,୭୧୩କିମି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଏବେ ୪ ବର୍ଷରେ ୧୮,୨୦୩ କିମି ରାସ୍ତା ନିର୍ମାଣ ହୋଇଛି ।
୪୧.ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ): ପ୍ରତ୍ୟେକ ଲୋକଙ୍କୁ ଗୃହ ଯୋଗାଇ ଦେବା ଲକ୍ଷ୍ୟ ନେଇ ସରାକର ଏହି ଯୋଜନାରେ ଋଣ ମାଧ୍ୟମରେ ଆର୍ଥିକ ଦୁଃବଳ ଶ୍ରେଣୀ, ବସ୍ତି ବାସିନ୍ଦାକୁ କମ ଆୟ କରୁଥିବା ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋଙ୍କଙ୍କୁ ଗୃହ ଯୋଗାଇ ଦେବା ଏହାର ଲକ୍ଷ୍ୟ ।  ବର୍ତ୍ତମାନ ସୁଦ୍ଧା ୬.୮ ଲକ୍ଷ ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇଛି । ୨୦୨୨ ସୁଦ୍ଧା ୨କୋଟି ଗୃହ ନିର୍ମାଣ ପାଇଁ  ଲକ୍ଷ୍ୟ ରଖାଯାଇଛି । ହିତାଧିକାରୀମାନଙ୍କ ଭିତରୁ  ୯୫ ପ୍ରତିଶତ ଗୃହ ଅର୍ଥନୈତିକ ଦୁର୍ବଳ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଯୋଜନାରେ ଉପା ସରକାର ବେଳେ ୨୦୦୫ରୁ ୨୦୧୫ ଭିତରେ ୨୩,୯୪୦ଟି ଘର ଯୋଗାଇ ଦେଇଥିବା ବେଳେ  ୨୦୧୪-୧୮ ଭିତରେ ଏନ୍ଡିଏ ସରକାର ୮୫,୪୫୧ଟି ଘର ନିର୍ମାଣ ପାଇଁ ଅର୍ଥ ଦେଇଛନ୍ତି ।
୪୨.ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମାଞ୍ଚଳ): ଏହି ଯୋଜନାରେ ଉପା ସରକାର ୨୦୦୪ ରୁ ୧୪ ଦଶବର୍ଷରେ ଓଡିଶାକୁ ୬,୬୭,୨୫୬ଟି ଘର ଦେଇଥିବା ବେଳେ ଏନ୍ଡିଏ ସରକାରବିଗତ ୪ ବର୍ଷରେ ୮,୯୨,୧୭୭ଟି ଘର ନିର୍ମାଣ ପାଇଁ ଆର୍ôଥକ ସହାୟତା ଯୋଗାଇ ଦେଇଛନ୍ତି ।
୪୩.ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା :ଏହା ଖଣି ସଂଲଗ୍ନ କ୍ଷେତ୍ରରେ ବାସ କରୁଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ବିକାଶ ତଥା ପରିବେଶର ସୁରକ୍ଷା ପାଇଁ ଏକ ଯୋଜନା । ଖଣି ଗୁଡିକର ସ୍ୱଚ୍ଛ ନିଲାମ ହେବାଦ୍ୱାରା ଯେଉଁ ବିପୁଳ ପରିମାଣର ଅର୍ଥ ସଂପୃକ୍ତ ରାଜ୍ୟମାନଙ୍କୁ ଦିଆଯିବ ତାହା ସେହି ଅଞ୍ଚଳର ନବଗଠିତ ଡିଷ୍ଟିକ୍ ମିନେରାଲ ଫାଉଣ୍ଡେସନ କମିଟି ଦ୍ୱାରା ସେହି ଖଣି ଦ୍ୱାରା ପ୍ରଭାବିତ ହେଉଥିବା ଲୋକମାନଙ୍କର କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ । ଲୋକମାନଙ୍କର ସ୍ଥାୟୀ ଏବଂ ନିରନ୍ତର ବିକାଶ ପାଇଁ ବିଭିନ୍ନ ପ୍ରକାର କଲ୍ୟାଣକାରୀ ପଦକ୍ଷେପ ମାନ ନିଆଯିବ । ଏଥି ସହିତ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟର ସୁରକ୍ଷା, ପରିମଳ ଓ ସ୍ୱଚ୍ଛତା, ଶିକ୍ଷା, ମହିଳା ଓ ଶିଶୁମାନଙ୍କର କଲ୍ୟାଣ ଓ ଦକ୍ଷତାର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ତଥା ବିରଷ୍ଠ ନାଗରୀକ ଏବଂ ଦିବ୍ୟାଙ୍ଗମାନଙ୍କର ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ପ୍ରାଥମିକତା ଦିଆଯିବ । ଖଣି ନିଲାମୀରୁ ମିଳୁଥିବା ଅର୍ଥର ୬୦ ପ୍ରତିଶତ ଭାଗ ଏହି ଉଦ୍ଦେଶ୍ୟରେ ଖର୍ଚ୍ଚ     କରାଯିବ । ଏମ୍ଏମ୍ଡିଆର ସଂଶୋଧନ ଆକ୍ଟ ୨୦୧୫ ଜରିଆରେ ରୟାଲିଟି ବାବଦକୁ ମିଳୁଥିବା ଅର୍ଥରୁ ୩୦ ପ୍ରତିଶତ ଏଦିଗରେ ବିନିଯୋଗ ହେବ । ତେଣୁ ଖଣି ପ୍ରଭାବିତ ଅଂଚଳ ବାସୀଙ୍କ ପାଇଁ  ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା । ଏହି ଯୋଜନା ଜରିଆରେ ସ୍ୱଚ୍ଛ ଭାରତ ଅଭିଯାନରେ ୨୦,୧୧୪ ଟି ସ୍ୱୋ÷ଚାଳୟ ନିର୍ମାଣ କରାଯାଇଛି ଏବଂ ନିଲାମୀ ଅର୍ଥରୁ ୫୭,୬୪୫ କୋଟି ଟଙ୍କା ରାଜ୍ୟମାନଙ୍କୁ ଦିଆଯିବାକୁ ସ୍ଥିର କରାଯାଇଛି । ଏପର୍ଯ୍ୟନ୍ତ ଓଡିଶାର ଖଣିଜ ସମ୍ପଦପୂର୍ଣ୍ଣ ଜିଲ୍ଲାମାନଙ୍କ ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ ମାନଙ୍କୁ ମିଳିଛି ୪୩୦୦ କୋଟି ଟଙ୍କା ଏନଟିପିସି ଓ ଓପିଜିସିଏଲ ମାଧ୍ୟମରେ ୨ ଟି ନଦୀ ଉପରେ ସେତୁ ନିର୍ମାଣ କରାଯାଉଛି ।
୪୪.ସର୍ଦ୍ଦାର ପଟେଲ ଅରବାନ ହାଉସିଂ ମିଶନ: ଏହି ଯୋଜନା ମାଧ୍ୟମରେ ୨୦୨୨ ସୁଦ୍ଧା ୩ କୋଟି ଗୃହ ନିର୍ମାଣକରି ସହରାଞ୍ଚଳରେ ବାସ କରୁଥିବା ଗୃହହୀନ ମାନଙ୍କୁ ଗୃହ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ।
୪୫. ଦୀନଦୟାଲ ଗ୍ରାମଜ୍ୟୋତି ଯୋଜନା : ଏହି ଯୋଜନା ଜରିଆରେ ଭାରତର ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ ଯୋଗାଣର ବ୍ୟବସ୍ଥା କରାଯିବ । ଗତ ଦୁଇ ବର୍ଷ ଭିତରେ ୭,୭୭୯ ଗ୍ରାମକୁ ବିଦ୍ୟୁତ ଯୋଗାଣ ସମ୍ଭବ ହୋଇଛି । ଯାହା ତାହାର ପୂର୍ବ ବର୍ଷ ତୁଳନାରେ ୩୭ ପ୍ରତିଶତ ଅଧିକ । ଏକ ହଜାର ଦିନ ଭିତରେ ୧୮,୫୦୦ ଗ୍ରାମକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ । ଓଡିଶାର ୧୨୭୭ ଗ୍ରାମର ୪୧,୬୨୬ ପରିବାରଙ୍କୁ ଦୀନ ଦୟାଲ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ବିଜୁଳୀ  ଯୋଗାଇ ଦିଆଯାଇଛି ।
୪୬.ଦୀନଦୟାଲ ଉପାଧ୍ୟାୟ ଶ୍ରମେବ ଜୟତେ କାର୍ଯ୍ୟକ୍ରମ (ଶ୍ରମିକମାନଙ୍କୁ ସମ୍ମାନ):ଏହି କାର୍ଯ୍ୟକ୍ରମ ଜରୀଆରେ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷା ଦିଗରେ ଧ୍ୟାନ ଦିଆଯିବ । ବିଭିନ୍ନ ଉଦ୍ୟଗ ବା ଉତ୍ପାଦନ କେନ୍ଦ୍ରମାନଙ୍କୁ ନେଇ ରହି ଆସିଥିବା ୪୪ଟି ଅଦରକାରୀ ଆଇନକୁ ଉଛେଦ କରାଯିବା ସହିତ ମେକ୍ ଇନ୍ ଇଣ୍ଡିଆକୁ ସଫଳ କରିବା ପାଇଁ ଶ୍ରମ କ୍ଷେତ୍ରରେ ଆବଶ୍ୟକ ସଂସ୍କାର ନିମନ୍ତେ ଏହି କାର୍ଯ୍ୟକ୍ରମ ଜରଆରେ ଉଦ୍ୟମ କରାଯାଇଛି । ଏହା ଶ୍ରମିକ ମାନଙ୍କର କାର୍ଯ୍ୟ ସଂସ୍କୃତି ବଢାଇବା ସହିତ ସେମାନଙ୍କର ସାମାଜିକ କଲ୍ୟାଣ, ସନ୍ତାନ ସନ୍ତତି ମାନଙ୍କର ଶିକ୍ଷା ଓ ଭବିଷ୍ୟତ ନିର୍ମାଣ ପ୍ରଭୃତି ଦିଗରେ କାର୍ଯ୍ୟ କରିବ ।
୪୭.ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା:ଏହି ଐତିହାସିକ ବୀମା ଯୋଜନାରେ ଖରିଫ ଋତୁରେ ଗୋଟିଏ ଚାଷ ପାଇଁ ୨ ପ୍ରତିଶତ ରବି ପାଇଁ ୧.୫ ପ୍ରତିଶତ ଏବଂ ଉଦ୍ୟାନ କୃଷି ପାଇଁ ୫ ପ୍ରତିଶତ ପ୍ରିମିୟମ ଦେଇ ବୀମା କରାଯାଇ ପାରିବ । ପ୍ରିମିୟମ ପରିମାଣରେ କିମ୍ବା ବୀମା ରାଶି ପରିମାଣରେ କୋ÷ଣସି କାଟ୍ତି କରାଯିବ ନାହିଁ । ବର୍ତ୍ତମାନ ମାତ୍ର ୨୦ ପ୍ରତିଶତ  କୃଷକଙ୍କୁ ବୀମା ସୁବିଧା ମିଳୁଥିବା ବେଳେ ଅଗାମୀ ୩ ବର୍ଷ ଭିତରେ ୫୦ ପ୍ରତିଶତ କୃଷକଙ୍କୁ ବୀମାଭୁକ୍ତ କରାଯିବ । ପୂର୍ବରୁ ୫୦ ପ୍ରତିଶତରୁ ଅଧିକ ଫସଳ ହାନି ଘଟିଲେ ବୀମା ରାଶୀ ମିଳିବାର ବ୍ୟବସ୍ଥାରେ ପରିବର୍ତ୍ତନ କରି ୩୩ ପ୍ରତିଶତ ଫସଲ ହାନି ଘଟିଲେ ବୀମା ରାଶୀ ମିଳିବାର ବ୍ୟବସ୍ଥା କରାଯାଇଛି । କ୍ଷତିଗ୍ରସ୍ତ ଅଞ୍ଚଳଭାବେ ଜିଲ୍ଲା ବା ବ୍ଲକକୁ ଏକକ ଭାବେ ଗ୍ରହଣ ନକରି ଏବେ ବ୍ୟକ୍ତିଗତ ଭାବେ ଜଣେ କୃଷକର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଫସଲ ହାନି ଘଟିଲେ ବୀମା ରାଶୀ ମିଳିବା ସୁବିଧା କରାଯାଇଛି । ଏହି କ୍ଷେତ୍ରରେ ସରକାରଙ୍କ କୃଷି ବିଭାଗର ରିପୋର୍ଟକୁ ଅପେକ୍ଷା ନକରି ସ୍ଥାନୀୟ ଜନପ୍ରତିନିଧି ଏବଂ ଜିଲ୍ଲାପାଳଙ୍କ ସହାୟତା ନେଇ ତଥା ମୋବାଇଲେ ଫଟୋ ଉଠାଇ କ୍ଷତି ଭରଣା ପାଇଁ ବୀମାରାଶୀ ଦାବି କରିବାର ବ୍ୟବସ୍ଥା କରାଯାଇଛି । ଅଧିକାଂଶ କ୍ଷେତ୍ରରେ ଗରିବ କୃଷକମାନେ ଭାଗଚାଷୀ ହୋଇଥିବାରୁ ସେମାନେ ଯେପରି ଏହି ବୀମା ବ୍ୟବସ୍ଥାରୁ ଲାଭବାନ ହେବେ ସେଥିପାଇଁ ରାଜ୍ୟର ରାଜସ୍ୱ ବିଭାଗ ଆଇନ୍ ପ୍ରଣୟନ କରିବାକୁ ପରାମର୍ଶ ଦିଆଯାଇଛି । ଏହି   ବୀମା ବ୍ୟବସ୍ଥାରେ ବନ୍ୟା, ଅନାବୃଷ୍ଟି , ଅତିବୃଷ୍ଟି, କୁଆପଥର ମାଡ, ଏପରିକି ଜଳ ନିଷ୍କାଷିତ ହୋଇ ନପାରି ଜମା ହୋଇ ରହିବା ଫଳରେ ଫସଲ ହାନି ଘଟୁଥିଲେ ସେଥିପାଇଁ ମଧ୍ୟ ସମ୍ପୂର୍ଣ୍ଣ  ବୀମାରାଶୀ ମିଳିବାର ବ୍ୟବସ୍ଥା କରାଯାଇଛି । ଫସଲ ବୀମା ଓ କୃଷି ବଜାର ପାଇଁ ନୂଆ ମୋବାଇଲ ଆପ୍ର ପ୍ରଚଳନ କରାଯାଇଛି । ଏହି ଫସଲ ବୀମା ଯୋଜନାରେ ପ୍ରିମିୟମ ରାଶି ପରିମାଣ କମ୍ କରାଯାଇଥିବା ବେଳେ ବୀମା ରାଶୀ ପରିମାଣ ବୃଦ୍ଧି କରାଯାଇଛି ।
୪୮.ଉଜାଲା ଯୋଜନା :୨୦୧୫ ମସିହାରେ ସରକାର ଉନ୍ନତ ଜ୍ୟୋତି ବାଏ ଆଫଡେବୁଲ ଏଲ୍ଇଡି  ଫର ଅଲ ବା ଉଜାଲା ନାମରେ ନାମିତ ଏହି ଯୋଜନାରେ ସରକାର ଶସ୍ତାରେ ଏଲିଡି ବଲ ଯୋଗାଇ  ବିଦ୍ୟୁତ୍ ଖର୍ଚ୍ଚ କମାଇବା ପ୍ରମୁଖ ଲକ୍ଷ୍ୟ । ପୂର୍ବରୁ ବଲ ପିଛା ୩୦୦ଟଙ୍କା  ଦେବାକୁ ପଡୁଥିବା ବେଳେ ସରକାରଙ୍କ ପ୍ରଚେଷ୍ଟା ଅନୁସାରେ ଏହି ଏଲ୍ଏଡି ବଲ ମାତ୍ର ୭୦ ଟଙ୍କାରେ ଯୋଗାଇ ଦିଆଯାଉଛି । ଏହାଦ୍ୱାରା  ବିଦ୍ୟୁତ ଦେୟ ବାବଦରେ ଉପଭୋକ୍ତାମାନେ ଅପେକ୍ଷାକୃତ କମ୍ ମୂଲ୍ୟ ପଇଠ କରିବା ସହିତ ଉଜ୍ୱଳ ଆଲୋକ ପାଇବା ପାଇଁ ସକ୍ଷମ ହୋଇ ପାରିଛନ୍ତି । ଦେଶରେ ଏଲ୍ଇଡି ବଲବ ଯୋଗାଇ ଦିଆଯାଉଥିବା ବେଳେ ଓଡିଶାରେ ୧.୩କୋଟି ବଲ୍ବ ଯୋଗାଇ ଦିଆଯାଇଛି ।
୪୯.ସାଗରମାଳା ଯୋଜନା:ଏହି ଯୋଜନାରେ ବନ୍ଦର ଭିତ୍ତିରେ ଦେଶର ସର୍ବାଙ୍ଗୀନ ଉନ୍ନତ୍ତି କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିସହିତ ସଂପୃକ୍ତ ବିଭିନ୍ନ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ୪୦ ଲକ୍ଷ ଓ ୧ କୋଟି ଲୋକ ଅପ୍ରତ୍ୟକ୍ଷ ଭାବେ ନିଯୁକ୍ତି ପାଇବାର ଆକଳନ କରାଯାଇଛି । ଦେଶର ପ୍ରମୁଖ ସ୍ଥାନ ସହିତ ବନ୍ଦର ଗୁଡିକର ରାଜପଥ ଓ ରେଳପଥ ଦ୍ୱାରା ସଂଯୋଗ ହେବା ସହିତ ଜଳପଥ ମାଧ୍ୟମରେ ପରିବହନ କରିବା ଯୋଗୁଁ ପରିବହନ କ୍ଷେତ୍ରରେ ସରକାର ୩୫ ହଜାର କୋଟି ଟଙ୍କା ସଂଚୟ କରିପାରିବେ ବୋଲି ଆକଳନ କରାଯାଇଛି । ଏହି ଯୋଜନାରେ ତିନୋଟି ନୂଆ ବନ୍ଦର ପ୍ରତିଷ୍ଠା କରିବାର ବ୍ୟବସ୍ଥା ମଧ୍ୟ ହୋଇଛି । ୫ବର୍ଷ ଭିତରେ ସମସ୍ତ ଯୋଜନାର କାର୍ଯ୍ୟାନ୍ୱୟନ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
୫୦.ବିକଳ୍ପ ଶକ୍ତି ଯୋଗାଣ ଯୋଜନା:  ସୌରଶକ୍ତିରୁ ଉତ୍ପାଦିତ ବିଦ୍ୟୁତ ଶକ୍ତିର ପରିମାଣ ୨୦୨୨ ସୁଦ୍ଧା ୫ ଗୁଣ ବା ୧୭୫ଜିଗା ବାଇଟକୁ ବୃଦ୍ଧି । ବାୟୁ ଚାଳିତ ଶକ୍ତି ଉତ୍ପାଦନ କ୍ଷମତା ୩୩୦୦  ମେଗାୱାଟକୁ ବୃଦ୍ଧି । ଏବେ ସୌରଶକ୍ତିରୁ ୨୦,୯୦୪ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦିତ ହେଉଛି । ୯୬୯୫ ମେଗାୱାଟ ଉତ୍ପାଦନ କରିବା କାର୍ଯ୍ୟ ଯୋର ସୋରରେ ଚାଲିଛି ଏବଂ ୧୧୨୦୯ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ଟେଣ୍ଡର ଦିଆସରିଛି । ଆନ୍ତର୍ଜାତିକ ସୌରଶକ୍ତି ସଂସ୍ଥା ଗଠନ ହେବା ସହିତ ୧୨୧ଟି ଗ୍ରୀଷ୍ମ ପ୍ରଧାନ ଦେଶରେ ସୌରଶକ୍ତିରୁ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ଭାରତ ନେତୃତ୍ୱରେ କାର୍ଯ୍ୟକାରୀ ହେବାକୁ ଯାଉଛି ଏବଂ ତାହାର ମୁଖ୍ୟାଳୟ ଭାରତରେ ହିଁ ରହିବ । ନବୀକରଣକ୍ଷମ ଶକ୍ତି ଉତ୍ପାଦନ ପାଇଁ ବିଶ୍ୱ  ପୁଂଜିନିବେଶକାରୀ ସମ୍ମିଳନୀରେ ଭାରତ ୩୦୭ ଜିଗାୱାଟ ବିଦ୍ୟୁତଶକ୍ତି ଉତ୍ପାଦନ ପାଇଁ ପ୍ରତିଶୃତି ବଦ୍ଧ । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଘରୋଇ ସଂସ୍ଥାମାନଙ୍କ ଜରିଆରେ ୪୧ ଜିଗାୱାଟ ବିଦ୍ୟୁତଶକ୍ତି ଉତ୍ପାଦନ ହେଉଛି । ୨୦ଟି ରାଜ୍ୟରେ ୩୨ଟି ସୌର ପାର୍କ ପ୍ରତିଷ୍ଠା କରାଯାଇଛି । ୧୯୪୦୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ବ୍ୟବସ୍ଥା କରାଯାଉଛି । ଏହି ଗ୍ରୀନ୍ ଏନର୍ଜି କରିଡର ପାଇଁ ୩୮ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
୫୧.ହିମତ୍ ଆପ ( ମୋବାଇ ସାହାଯ୍ୟରେ ମହିଳାମାନଙ୍କୁ ନିରାପତ୍ତା ଯୋଗାଇବା ଯୋଜନା): ନିର୍ଭୟା କାଣ୍ଡ ପରେ ମହିଳା ମାନଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କର  ଏହା ଏକ ଅଭିନବ ଯୋଜନା । ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥିବା ମହିଳାମାନେ ସକାଳୁ ସଂଧ୍ୟା ପଯ୍ୟନ୍ତ ଘରଠାରୁ ଦୂରରେ ରହୁଛନ୍ତି ଏବଂ କେତେକ କ୍ଷେତ୍ରରେ ସେମାନଙ୍କୁ ବହୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମଧ୍ୟ ରହିବାକୁ ପଡୁଛି । ତେଣୁ ତାଙ୍କର ସୁରକ୍ଷା ଉଦେଶ୍ୟରେ ମୋବାଇଲ ଟେଲିଫୋନ ମାଧ୍ୟମରେ ଏହି ହିମତ୍ ଆପ ଜାରି କରାଯାଇଛି । ଗୃହମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏହାର ଲୋକର୍ପଣ କରିଛନ୍ତି ଯେ କୌଣସି ସଂକଟ ସମୟରେ ପୀଡିତ ମହିଳା ପୋଲିସ କଣ୍ଟ୍ରୋଲ ରୁମକୁ ଅଳ୍ପ କେତେକ ସେକେଣ୍ଟ ଭିତରେ ସୂଚନା ଦେଇ ପାରିବ । ଏହି ଉଦ୍ଦେଶ୍ୟରେ ଥିବା ମୋବାଇଲର ପାୱାର ବଟମ ଦବାଇବା ସଙ୍ଗେ ସଙ୍ଗେ ପୋଲିସ ଏ ସଂପର୍କରେ  ଯଥା- ସ୍ଥାନର ଅବସ୍ଥିତି ସଂପର୍କରେ ଜାଣି ପାରିବେ ଏବଂ ପୀଡିତା ମହିଳା ମଧ୍ୟ ନିଜ ଭିଡିଓ ରେ ରେକଡିଂ କରି ତାଙ୍କ ଉପରେ ଯାହା ଯାହା ଅତ୍ୟାଚାର ହେଉଛି ସେ ବିଷୟରେ ମଧ୍ୟ ପୋଲିସକୁ ଜଣାଇ ପାରିବେ । ମୁଖ୍ୟତଃ  ଆତ୍ମ ରକ୍ଷା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥା ଯୋଗୁଁ ମହିଳାମାନଙ୍କ ଉପରେ ହେଉଥିବା ଲକ୍ଷ ଲକ୍ଷ  ସଂଖ୍ୟାର ଅତ୍ୟାଚାର ଘଟଣାକୁ ରୋକଯାଇ ପାରିଛି ବୋଲି ଦିଲ୍ଲୀ ପୋଲିସ ପ୍ରକାଶ କରିଛନ୍ତି ।
୫୨. ପ୍ରସାଦ ଓ ସ୍ୱଦେଶ ଦର୍ଶନ ଯୋଜନା:- କେନ୍ଦ୍ର ସରକାର ପର୍ଯ୍ୟଟର ବିକାଶ ପାଇଁ ଏହି ଦୁଇଟି ଗୁରୁତ୍ୱ ପୂଣ୍ଣ ର୍ଯୋଜନାର ଶୁଭାରମ୍ଭ କରିଛନ୍ତି । ନ୍ୟାସନାଲ ମଶିନ ଅନ୍ ପିଲିଗ୍ରିମ୍ମେଜ୍ ରିଜୁଭେନ୍ସନ ଏଣ୍ଡ୍ ସ୍ପିରିଚ୍ୟୁଆଲ ଅଗ୍ମେଣ୍ଟେସନ ଡ୍ରାଇଭ ବା ପ୍ରସାଦ । ଦ୍ୱିତୀୟଟି ହେଲା ସ୍ୱଦେଶ ଦର୍ଶନ ବା ଭାରତ ପରିଦର୍ଶନ ।  ପ୍ରସାଦ ଯୋଜନାରେ ଅମୃତସର, ଆଜମେର, ଅମରାବତୀ, ଦ୍ୱାରିକା, ଗୟା, କାଞ୍ôଚପୁରମ୍, କେଦାରନାଥ, କାମାକ୍ଷା, ମଥୁରା, ପୁରୀ, ବାରାଣାସୀ ଏବଂ ବେଲାଙ୍ଗକାଣୀ ପ୍ରଭୃତି ସ୍ଥାନ ଗୁଡିକୁ ଚିହ୍ନଟ କରାଯାଇଛି । ଏହି ସ୍ଥାନ ଗୁଡିକୁ ନେଇ କେତେକ ଥିମ୍ ଭିତ୍ତିକ ଟୁରିଷ୍ଟ ସର୍କିଟ ପ୍ରସ୍ତୁତ କରାଯିବା ସହିତ ଏହି ସବୁ ସ୍ଥାନର ବିକାଶ ତଥା ପରିଭ୍ରମଣ ପାଇଁ ପ୍ୟାକେଜ ପ୍ରସ୍ତୁତ ହୋଇଛି ।  ସରକାରଙ୍କର ସ୍ୱତନ୍ତ୍ର ପ୍ୟାକେଜ ଜରିଆରେ ଏହି ସବୁ ସ୍ଥାନ ଗୁଡିକ ପରିଦର୍ଶନ କରିବାର ବ୍ୟବସ୍ଥା ରହିଛି । ସେହି ପରି ସ୍ୱଦେଶ ଦର୍ଶନ ଯୋଜନାରେ ୪ଟି ପ୍ରମୁଖ ପର୍ଯ୍ୟଟନ ସର୍କିଟ ଯଥା ନର୍ଥଇଷ୍ଟ ସର୍କିଟ , ବୁଦ୍ଧିଷ୍ଟି ସର୍କିଟ, ହମାଲୟନ ସର୍କିଟ ଓ କୋଷ୍ଟାଲ ସର୍କିଟ ଚିହ୍ନଟ କରାଯାଇଛି । ଏହି ୪ଟି ସର୍କିଟରେ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ବିକାଶ କରିବା ସହିତ ପ୍ୟାକେଜ ମାଧ୍ୟମରେ ଏହିସବୁ ସ୍ଥାନ ପରିଦର୍ଶନ  କରିବାର ବ୍ୟବସ୍ଥା ରହିଛି ।
୫୩.ହୃଦୟ ଯୋଜନା  (ନ୍ୟାସନାଲ ହେରିଟେଜ୍  ସିଟି ଡେଭଲମେଣ୍ଟ ଏଣ୍ଡ ଅଗ୍ମେଣ୍ଟସନ ଯୋଜନା ):- ଏହି ଯୋଜନାରେ ସହରାଞ୍ଚଳ , ଅର୍ଥନୈତିକ ବିକାଶ ଏବଂ ପ୍ରାଚୀନ ଧରୋହର ସଂରକ୍ଷଣ  ଏହି ତିନୋଟି କଥା ଉପରେ ଗୁରୁତ୍ୱ ଦିଆଯାଇଛି । ଭାରତର ଐତିହ୍ୟ ପରମ୍ପରାକୁ ପ୍ରଦର୍ଶିତ କରୁଥିବା ପ୍ରମୁଖ ସ୍ଥଳ ଗୁଡିକୁ ଚିହ୍ନଟ କରାଯାଇଛି । ଏଥିରେ ମୁଖ୍ୟତଃ ୧୨ଟି ପ୍ରମୁଖ ସହରକୁ ଚିହ୍ନଟ କରାଯାଇଛି । ସେଗୁଡିକ ହେଲା- ଆଜମେର, ଅମରାବତୀ, ଅମୃତସର, ବଦାନୀ, ଦ୍ୱାରକା, ଗୟା, କାଞ୍ôଚପୁରମ, ମଥୁରା, ପୁରୀ, ବାରାଣାସୀ, ବେଲାଙ୍ଗକାଣୀ ଓ ୱାରଙ୍ଗଲ । ପ୍ରାଚୀନ ଧରୋହରରେ ସମୃଦ୍ଧ ଏହି ପ୍ରମୁଖ ସ୍ଥଳୀ ଗୁଡିକୁ ଆର୍ôଥକ ସହାୟତା ଯୋଗାଇ ଦେଇ ଏହାର ଯୋଜନାବଦ୍ଧ ଉନ୍ନତି, ଲୋକମାନଙ୍କର ଆର୍ôଥକ ବିକାଶ ଏବଂ ଏହି ପ୍ରାଚୀନ ଧରୋହରର ସଂରକ୍ଷଣ ଏହି ଯୋଜନାର ଉଦ୍ଦେଶ୍ୟ ।
୫୪. ଜୀବନ ପ୍ରମାଣ : ପେନସନ୍ଧାରୀମାନଙ୍କୁ ପ୍ରତ୍ୟେକ ଆର୍ôଥକ ବର୍ଷରେ ଥରୋଟିଏ ସେମାନେ ବଞ୍ôଚଛନ୍ତି ବୋଲି ସ୍ୱଦେହରେ ତାଙ୍କର ପେନସନ ଆକାଣ୍ଟ ଥିବା ବ୍ୟାଙ୍କକୁ  ଯିବା ସହିତ ବଞ୍ôଚବା ପ୍ରମାଣ ପତ୍ରଟିଏ ଦାଖଲ କରିବାକୁ ପଡୁଥିଲା । ଏହା ପେନସନ୍ଧାରୀ ତଥା ବିଶେଷ ଭାବେ ବାର୍ଦ୍ଧକ୍ୟଜନୀତ ରୋଗ ଭୋଗୁଥିବା ସେବା ନିବୃତ୍ତ ଅଧିକାରୀମାନଙ୍କ ପାଇଁ ଏକ ଅଭିଶାପ ସଦୃଶ ଥିଲା । ମୋଦି ଏହାର ନିରାକରଣ କରିବାକୁ ଯାଇ ଆଧୁନିକ ଜ୍ଞାନ କୌଶଳ ସାହାଯ୍ୟ ନେଇ ଡିଜିଟାଲ ଲାଇଭ ସାଟିଫିକେଟ ବା ଜୀବନ ପ୍ରମାଣ ଦେବାର ବ୍ୟବସ୍ଥା କରିଛନ୍ତି । ଆଧାରକାର୍ଡରେ ଥିବା ବାୟୋମେଟ୍ରିକ ବ୍ୟବସ୍ଥାକୁ ନେଇ ପେନସନଧାରୀଙ୍କୁ ଚିହ୍ନଟ କରାଯାଇ ପାରିବ ଏବଂ ଜୀବନ ପ୍ରମାଣ କେନ୍ଦ୍ର ସାହାଯ୍ୟରେ ପେନସନଧାରୀ ତାଙ୍କୁ ପେନସନ ଦେଉଥିବା ସଂପୃକ୍ତ ସଂସ୍ଥାକୁ ଅନ୍ଲାଇନ୍ ଦ୍ୱାରା ତାଙ୍କ ଜୀବନ ପ୍ରମାଣ ସାଟିଫିକେଟ ପଠାଇ ପେନସନ କେନ୍ଦ୍ରକୁ ଆଦୌ ନଯାଇ ତାଙ୍କ ବଞ୍ôଚବା ସଂପର୍କରେ ପ୍ରମାଣ ଦେଇ ପାରିବେ । 
୫୫.ଉନ୍ନତ ଭାରତ ଅଭିଯାନ: ଏହି ଯୋଜନାଟି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ଆଇଆଇଟି ତଥା ଏନ୍ଆଇଟି ମିଳିତ ଉଦ୍ୟମରେ ଗ୍ରାମାଞ୍ଚଳ ବିକାଶର ଏହାର ଲକ୍ଷ୍ୟ । ବିଶେଷ ଭାବେ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର କରି ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ପ୍ରସ୍ତୁତି, ଭିତ୍ତିଭୂମି ନିର୍ମାଣ ଏବଂ ଗ୍ରାମୀଣ ଜନତାଙ୍କର ଜୀବନ ଧାରଣ ମାନର ଉନ୍ନତି କରଣ ଏହାର ଲକ୍ଷ୍ୟ । ଗ୍ରାମାଞ୍ଚଳର ଉନ୍ନତି ପାଇଁ କାର୍ଯ୍ୟକାରୀ ହେଉଥିବା ନାନା ପ୍ରକାର ଯୋଜନାର ସମ୍ମିଳିତ ତଦାରଖ ମଧ୍ୟ ଏହାର ଲକ୍ଷ୍ୟ ।
୫୬.ଅମୃତ ଯୋଜନା:ଅମୃତ ବା ଅଟଳ ମିଶନ ଫର ରିଜୋଭିନେସନ ଆଣ୍ଡ ଅର୍ବାନ ଟ୍ରାନ୍ସଫର ମିଶନ ଏହା ସାମଗ୍ରୀକ ଭାବେ ସହରାଞ୍ଚଳର ପରିବର୍ତ୍ତନ ଦିଗରେ କାର୍ଯ୍ୟକରିବା ପାଇଁ ଉଦ୍ଦିଷ୍ଟ ଏକ ଯୋଜନା । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଗୃହ ଯୋଗଣ , ଜଳ ଯୋଗାଣ, ନାଳ ନର୍ଦ୍ଦମା ବ୍ୟବସ୍ଥା ପ୍ରଭୃତି ବିକାଶ ପାଇଁ ଆବଶ୍ୟକ ଭିତିଭୂମିର ନିର୍ମାଣ,ବନୀକରଣ, ଉଦ୍ୟାନ ପ୍ରତିଷ୍ଠା, ସାର୍ବଜନୀନ ପରିବହନ ସୁବିଧା, ପ୍ରଦୁଷଣ ନିୟନ୍ତ୍ରଣ, ସ୍ୱୀୟୋରେଜ ବ୍ୟବସ୍ଥା, ବନ୍ୟା ନିୟନ୍ତ୍ରଣ, ପାକିଁଂବ୍ୟବସ୍ଥା ପ୍ରଭୃତି ପ୍ରସଙ୍ଗକୁ ଏହା ସହିତ ଯୋଡା ଯାଇଛି । ସହରାଞ୍ଚଳର ବିକାଶ ପାଇଁ ବରାଦ କରାଯାଇଥିବା ୧ଲକ୍ଷ କୋଟି ଟଙ୍କା ୧୦୦ଟି ସ୍ମାଟ ସିଟି ଏବଂ ଅମୃତ ଯୋଜନା ଅନ୍ତର୍ଗତ ୫୦୦ ଟି ସହର ବିକାଶ ପାଇଁ ଏହି ଯୋଜନାରେ ସାମିଲ କରାଯାଇଛି । ୨୦୧୯ ମଧ୍ୟରେ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଏହାର ଅନ୍ତଭୁକ୍ତ ହେବ ।
୫୭. ଉଡ୍ଡାନ ଯୋଜନା : ଭାରତ ସରକାରଙ୍କର  ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଜାତୀୟ ସ୍କିଲ ଡେଭଲପମେଣ୍ଟ କର୍ପୋରେସନର ମିଳିତ ଉଦ୍ୟମରେ ଜାମ୍ମୁ ଓ କାଶ୍ମୀର ବେରୋଜଗାର  ଯୁବତୀମାନଙ୍କୁ ଶିଳ୍ପାନୁଷ୍ଠାନରେ କାର୍ଯ୍ୟକରିବା ନିମନ୍ତେ,ସେମାନଙ୍କର ଦକ୍ଷତା ବିକାଶ ପାଇଁ ଏହା ଏକ ଯୋଜନା । ଏହି ଯୋଜନାରେ ସ୍ନାତକ,ସ୍ନାତ୍ତକୋତ୍ତର ଏପରିକି ଇଂଜିନିୟରିଂ ଡିପ୍ଲମା ହାସଲ କରିଥିବା  ଯୁବତୀମାନେ ସେମାନଙ୍କର ଦକ୍ଷତା ବିକାଶ ପାଇଁ ତାଲିମ ନେଇ ପାରିବେ । ପ୍ରଥମରେ ଏମାନଙ୍କୁ କର୍ପୋରେଟ ଧାରା ସଂପର୍କରେ ଅଭିଜ୍ଞ କରାଇବା ସହିତ ଦ୍ୱିତୀୟରେ ଶିଳ୍ପଦ୍ୟୋଗ କ୍ଷେତ୍ରରେ ସେମାନଙ୍କ ପ୍ରତିଭା ଅନୁସାରେ ଦକ୍ଷତା ବିକାଶ କରାଇବା ଏହାର ମୂଳ ଲକ୍ଷ୍ୟ । ଏହି ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ କର୍ପୋରେଟ କମ୍ପାନୀମାନେ ତାଲିମ ଦେବାର ଭାଗୀଦାର ହେବା ସହିତ ଜାତୀୟ ଦକ୍ଷତା ବିକାଶ କର୍ପୋରେସନରେ ତାଲିମ ପ୍ରାପ୍ତ  ଯୁବତୀମାନଙ୍କର ନିଯୁକ୍ତି ଦେବାର ବ୍ୟବସ୍ଥା କରାଇବେ । ଜାମ୍ମୁକାଶ୍ମୀରର ୪୦ ହଜାର ଯୁବକ ଯୁବତୀଙ୍କୁ ଏହାର ଅନ୍ତର୍ଭୁକ୍ତ କରାଇବା ଲକ୍ଷ୍ୟ ଥିବା ବେଳେ ଇତି ମଧ୍ୟରେ ୧୦,୫୫୫ ଜଣ ତାଲିମ ପାଇବା ସହିତ ୪,୯୮୪ ଜଣ ନିଯୁକ୍ତି ପାଇ ସାରିଲେଣି । ଆଗାମୀ ୫ ବର୍ଷରେ ବିଭିନ୍ନ ଆନୁସଙ୍ଗିକ କ୍ଷେତ୍ରକୁ ମିଶାଇ ୯୪,୩୦୦  ଯୁବତୀଙ୍କୁ ଏଥିରେ ତାଲିମ ଦେବାରେ ବ୍ୟବସ୍ଥା କରାଯାଇଛି ।
ଏହି ଯୋଜନାରେ ଦେଶର ସଂଖ୍ୟାଲଘୁ କନ୍ୟାମାନଙ୍କୁ ମଧ୍ୟ  ସାମିଲ କରିବାର ବ୍ୟବସ୍ଥା ରହିଛି । ସିବିଏସ ସ୍ତରରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବା ଉଡ୍ଡାନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ୧୧ ଓ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ଛତ୍ରୀମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦେଇ ଆଇଆଇଟି ଓ ଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରାଯିବ । ଏହି ଯୋଜନା ଜରିଆରେ ପାଠ୍ୟକ୍ରମ ଡିଜାଇନ, ବିନିମୟ ଓ ମୂଲ୍ୟାଙ୍କନ ଏହି ତିନୋଟି ଦିଗପ୍ରତି ବେଶେଷ ଧ୍ୟାନ ଦିଆଯିବ । ମାଧ୍ୟମିକ ଶିକ୍ଷା ସ୍ତରରୁ ବିଜ୍ଞାନ ଓ ଗଣିତ ଅଧ୍ୟୟନ ଉପରେ ଗୁରୁତ୍ୱ ଦିଆଯିବ । କନ୍ୟାମାନେ ଯେପରି ଉଚ୍ଚ ବୈଷୟିକ ଜ୍ଞାନ କୌଶଳ ହାସଲ କରି ଇଂଜିନିୟରିଂ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କରି ପାରିବେ ସେଥିପାଇଁ ଗୁରୁତ୍ୱ ଦିଆଯିବ । ଯେଉଁ କନ୍ୟାମାନଙ୍କର ପିତାମାତାଙ୍କର ବାର୍ଷିକ ଆୟ ଏକ ଲକ୍ଷ ଟଙ୍କାରୁ କମ୍ ସେମାନଙ୍କୁ  ଅଗ୍ରାଧିକାର ମିଳିବ ।
୫୮.ନୟୀ ଉଡ୍ଡାନ :  ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ଯୁବତୀମାନେ ୟୁପିଏସ୍ସି, ଏସ୍ଏସ୍ସି ଏବଂ ରାଜ୍ୟ ପିଏସ୍ସି ପ୍ରଭୃତି ପ୍ରତିଯୋଗିତା ମୂଳକ ପରୀକ୍ଷା ନିମନ୍ତେ ଆର୍ôଥକ ପ୍ରୋତ୍ସାହନ ସହିତ ସେମାନଙ୍କୁ ତାଲିମ ପ୍ରଦାନ କରିବା ପାଇଁ ଏହା ଏକ ଯୋଜନା । ବାର୍ଷିକ ୪,୫୦,୦୦୦ ଟଙ୍କାରୁ କମ୍ ଆୟ କରୁଥିବା ପରିବାରର ପିଲାମାନେ ଏହି ସୁଯୋଗ ନେଇ ପାରିବେ । ଏଥିରେ ମୁସଲିମ, ଖ୍ରୀଷ୍ଟିୟାନ, ଶିଖ୍ ,ବୌଦ୍ଧ ଓ ପାର୍ସି  ସଂପ୍ରଦାୟର ଯୁବକ ଯୁବତୀମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି ।
୫୯.ଜାତୀୟ ବାଲ ସ୍ୱଚ୍ଛତା ମିଶନ : ୨୦୧୫ ନଭେମ୍ବର ୧୪ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲଙ୍କ ଜନ୍ମ ଦିବସରୁ ଶିଶୁ ଓ କିଶୋର ମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଏହି ଯୋଜନା କାଯ୍ୟକରୀ ହେଉଛି । ଏହା ମାଧ୍ୟମରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଶିଶୁ ଓ କିଶୋରମାନଙ୍କୁ ସଚେତନ କରାଇବା ଏହାର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ମଧ୍ୟରେ ବିଦ୍ୟାଳୟ ଓ ଅଙ୍ଗନୱାଡି, ଖେଳପଡିଆ, ସ୍କୁଲ ଭିତରେ ଥିବା ମଧ୍ୟାହ୍ନ ଭୋଜନ କେନ୍ଦ୍ର, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ପ୍ରଭୃତିକୁ କିଭଳି ସ୍ୱଚ୍ଛ ଓ ନିର୍ମଳ ରଖାଯିବ ତାର ପ୍ରାଥମିକ ତାଲିମ ଶିଶୁ ଓ କିଶୋର ମାନେ ଏହା ମାଧ୍ୟମରେ ପାଇବେ ।
୬୦.ଶାସନ ବ୍ୟବସ୍ଥାର ଢାଞ୍ଚାଗତ ପରିବର୍ତ୍ତନ : ଯୋଜନା କମିଶନ ବଦଳରେ ନୀତି ଆୟୋଗ । ବିଦେଶୀ ପୁଂଜି ନିବେଶରେ ଭାରତ ପୃଥିବୀର ସବୁଠାରୁ ଆକର୍ଷଣୀୟ କେନ୍ଦ୍ର । ୨୦୧୪ ତୁଳନାରେ ୨୦୧୬ ସୁଦ୍ଧା ପୁଂଜି ନିବେଶରେ ୪୨ ପ୍ରତିଶତ ବୃଦ୍ଧି । ପୁଂଜି ନିବେଶ ପାଇଁ ରେଳ, ପ୍ରତିରକ୍ଷା, ବୀମା ଡାକ୍ତରୀ ସରଂଜାମ କ୍ଷେତ୍ର ସମେତ ୧୭ଟି ପ୍ରମୁଖ କ୍ଷେତ୍ର ଉନ୍ମୁକ୍ତ । ଅଙ୍କଟାର୍ଡ ଦ୍ୱାରା ପରିମାଣ ଦୃଷ୍ଟିରୁ ଭାରତ ନବମ ସ୍ଥାନକୁ ଉନ୍ନୀତ । ବୀମା କ୍ଷେତ୍ରରେ ୯ ହଜାର କୋଟି ପୁଂଜି ନିବେଶ । ଫାକ୍ଟ୍ରି ଆକ୍ଟ୍ ୧୯୪୮ର ସଂଶୋଧନ କରି ମହିଳାମାନଙ୍କୁ ରାତିରେ କାର୍ଯ୍ୟ କରିବା ପାଇଁ ସୁଯୋଗ । ରିୟଲଇଷ୍ଟେଟ୍ସ ବିଲ ମାଧ୍ୟମରେ ଜମି ଓ ଗୃହକ୍ରେତା ମାନଙ୍କର ସ୍ୱାର୍ଥ ସଂରକ୍ଷଣ କରାଯାଇଛି । ୨୦୧୫-୧୬ ରେ ମୋଟ ଜାତୀୟ ଉତ୍ପାଦନ ୭.୬ ପ୍ରତିଶତକୁ ବୃଦ୍ଧି ପାଇଛି । ବୈଦେଶିକ ବିନିମୟ ମୁଦ୍ରା ପାଣ୍ଠି ସର୍ବକାଳୀନ ସର୍ବୋଚ୍ଚ ପରିମାଣ ୩୬୨ ବିଲିୟନ ଡଲାରରେ ପହିଚିଂଛି । ଆର୍ନ୍ତଜାତିକ ମୁଦ୍ରା ପାଣ୍ଠି ଭାରତକୁ ପୁଂଜି ନିବେଶର ଉଜ୍ଜଳତମ କ୍ଷେତ୍ର ରୂପେ ଅଭିହିତ କରିବା ସହିତ ବ୍ୟବସାୟ କରିବା ପାଇଁ ଏହା ସବୁଠାରୁ ସହଜତମ ସ୍ଥାନ ବୋଲି ଉଲ୍ଲେଖକରି ବିଶ୍ୱବ୍ୟାଙ୍କ୍ ଭାରତକୁ ଉଚ୍ଚ ସ୍ଥାନ ଦେଇଛନ୍ତି ।  ବ୍ୟବସାୟ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସରକାର ବିଭିନ୍ନ ନିୟମ କାନୁନ୍ର ସରଳୀକରଣ କରିଛନ୍ତି । ଆମଦାନୀ ରପ୍ତାନୀ କ୍ଷେତ୍ରରେ ୭ ପ୍ରକାର ଡକ୍ୟୁମେଣ୍ଟ ଆବଶ୍ୟକ ହେଉଥିବା ବେଳେ ବର୍ତ୍ତମାନ ୩ ପ୍ରକାର ଡକ୍ୟୁମେଣ୍ଟର  ଆବଶ୍ୟକ ହେଉଛି । ଘରୋଇ ବିଭାଗ ନିରାପତ୍ତା ପ୍ରତିବନ୍ଧକ ଦୂରୀକରଣ ଆଦେଶ ନାମାର ସମୟ ସୀମା ୩ ବର୍ଷ ପର୍ଯ୍ୟନ୍ତ  ବୃଦ୍ଧି କରିଛନ୍ତି  । ପରିବେଶ ଏବଂ ଜଙ୍ଗଲ ବିଭାଗର ଅନୁମତି ପାଇବା ପାଇଁ ଆବେଦନ କରିବା ଏବଂ ସରକାରୀ ସ୍ତରରେ ଅନୁମତି ପ୍ରଦାନ ପ୍ରଭୃତି ସବୁକାର୍ଯ୍ୟ ଅନଲାଇନ୍ରେ ସମ୍ଭବ ହୋଇପାରୁଛି । ସିଙ୍ଗିଲ୍ ୱିନ୍ଡୋ ମାଧ୍ୟମରେ ୨୦ ପ୍ରକାର ସରକାରୀ ସେବା ଇ-ବିଜିନେସ ପାଇଁ ଉପଲବ୍ଧ ହେଉଛି । ଶ୍ରମିକମାନେ କର୍ମସ୍ଥଳୀ ପରିବର୍ତ୍ତନ କଲେ ମଧ୍ୟ ତାଙ୍କ ଜମା ରାଶି ପାଇବା ପାଇଁ ୟୁନିଫାଏଡି ଆକାଉଣ୍ଟ ନମ୍ବର ପ୍ରଦାନ ସହିତ ବିଭିନ୍ନ ଶ୍ରମିକ ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଅନଲାଇନ ପୋର୍ଟାଲର ବ୍ୟବସ୍ଥା କରାଯାଇଛି । ନିଜେ ପ୍ରଧାନମନ୍ତ୍ରୀ ଆଗରୁ କାର୍ଯ୍ୟକାରୀ ହୋଇ ଆସୁଥିବା ଏବଂ ଏ  ପଯ୍ୟନ୍ତ ସଂପୂର୍ଣ୍ଣ ହୋଇ ପାରିନଥିବା ପ୍ରକଳ୍ପ ଗୁଡିକର ନିୟମିତ ସମୀକ୍ଷା କରୁଛନ୍ତିି ଏବଂ ପ୍ରତ୍ୟେକ ପ୍ରକଳ୍ପ ଯେପରି ଧାର୍ଯ୍ୟ ସମୟରେ ସଂପୂର୍ଣ୍ଣ ହେବ ତା ଉପରେ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ସରକାର ସିପି ଗ୍ରାମସ୍ ବା ସେଣ୍ଟ୍ରାଲାଇଜ ପବ୍ଲିକ୍ ଗ୍ରିଭାନ୍ସ ରିର୍ଡେସ ଆଣ୍ଡ ମନିଟରିଂ ସିଷ୍ଟମ୍ ଆରମ୍ଭ କରିଛନ୍ତି । ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମରେ ମତାମତ ବା ଭାଗିଦାରୀ ପାଇଁ ମାଇଁ ଗଭ୍ ଭଳି ଇଣ୍ଟରନେଟ୍ ପ୍ଲାଟ୍ଫର୍ମ ସୃଷ୍ଟି କରାଯାଇଛି । ୨୪ ଙ୍ଘ ୭ ସୋସିଆଲ ମିଡିଆ ଜରିଆରେ ସରକାର ନିଜର ଅଭିମତ ପ୍ରକାଶ କରୁଛନ୍ତି ।  ସ୍ୱଚ୍ଛତାର ସହିତ ସ୍ପେକ୍ଟ୍ରମ ନିଲାମ କରି ୧, ୦୯, ୮୭୪ କୋଟି, କୋଇଲା ବ୍ଲକ୍ ନିଲାମିରୁ ୩.୪୪ ଲକ୍ଷ ଲକ୍ଷ ଟଙ୍କା, ଅନ୍ୟାନ୍ୟ ଖଣିଜ ନିଲାମୀରୁ  ଅତିରିକ୍ତ ୧୨, ୯୯୪ କୋଟି ଟଙ୍କା ଘରୋଇ ଏଫଏମ୍ ରେଡିଓ ଚ୍ୟାନେଲ ନିଲାମୀରୁ ୫୫୦ କୋଟି ଧାର୍ଯ୍ୟ ପରିମାଣ ଅର୍ଥ ବଦଳରେ ୧, ୧୫୬ . ୯ କୋଟି ଟଙ୍କା ପାଇବାକୁ କେନ୍ଦ୍ର ସରକାର ସମର୍ଥ ହୋଇଛନ୍ତି ।
୬୧.ମିଶନ ଇନ୍ଦ୍ରଧନୁଷ, ସାତଟି ରୋଗ ଶିଶୁମାନଙ୍କୁ ନିରାକରଣ ଟୀକା:  ଶିଶୁ ସମ୍ପଦକୁ ଡିପ୍ଥେରିଆ, ଧଇଁକାଶ, ଟିଟାନାସ, ପୋଲିଓ, ଯକ୍ଷ୍ମା, ମିଳିମିଳା ଏବଂ ହେପାଟିଟିସ(ବି) ପ୍ରଭୃତିରୁ ୨୦୨୦ ସୁଦ୍ଧା ରକ୍ଷା କରିବା ସହିତ ଏହି ସବୁ ରୋଗକୁ ଦେଶରୁ ସଂପୂର୍ଣ୍ଣ ନିର୍ମଳ କରିବା ପାଇଁ ଏହା ଏକ ଯୋଜନା । ଏହା ସହିତ ନିକଟରେ ରୋଟାଭାଇରସ, ପେଣ୍ଟା ଭାଲେଣ୍ଟ ଟୀକାକରଣକୁ ମଧ୍ୟ ସଂପୃକ୍ତ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ୍ ଏ ବିଷୟରେ ଗୁରୁତ୍ୱ ଦେଇ ଆସୁଥିଲେ ମଧ୍ୟ ଆମ ଦେଶରେ ନିୟମିତ ଭାବେ ଏସବୁ ତନଖିକରି ଏକ ସମୟ ଭିତ୍ତିକ କାର୍ଯ୍ୟକ୍ରମ ଗ୍ରହଣ କରିବାରେ ଅବହେଳା ପ୍ରଦର୍ଶନ କରାଯାଉଥିଲା, ତେଣୁ କେନ୍ଦ୍ର ସରକାର ୨୦୧୪ରୁ ୨୦୨୦ ଶେଷ ସୁଦ୍ଧା ଏହି ରୋଗକୁ ସଂପୁର୍ଣ୍ଣ ରୂପେ ନିର୍ମୂଳ କରିବା ପାଇଁ ସଘନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।
୬୨.କନେକ୍ଟିଂ ଅନ୍ କନେକ୍ଟିଂ ଇଣ୍ଡିଆ  ବ୍ରଡ ବ୍ୟାଣ୍ଡ ଇଣ୍ଡିଆ:ଏହି ଯୋଜନା ଜରିଆରେ ଦେଶର ସମସ୍ତ ଜନ ସାଧାରଣ ବିଶେଷକରି ଯେଉଁମାନେ ଗ୍ରାମାଞ୍ଚଳରେ ବା ଦୁର୍ଗମ ଅଞ୍ଚଳରେ ବାସ କରୁଛନ୍ତି ସେମାନଙ୍କୁ ବ୍ରଡ ବ୍ରାଣ୍ଡ ଜରିଆରେ ପରସ୍ପର ସହିତ ସଂପୃକ୍ତ କରିବା ପାଇଁ ଏହି ଯୋଜନା ଅଭିପ୍ରେତ । ସବୁ ଗ୍ରାମକୁ ବ୍ରଡବ୍ରାଣ୍ଡ ସଂଯୋଗ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ପ୍ରତିଶ୍ରୃତୁ ଦେଇଥିଲେ ତାକୁ ପୁରଣ କରିବା ପାଇଁ ଏହି ଯୋଜନାଟି କାର୍ଯ୍ୟକାରୀ ହେଉଛି । ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୧,୩୪,୦୦୦ ଇଣ୍ଟରନେଟ କେନ୍ଦ୍ର ପ୍ରତିଷ୍ଠା ସରିଲାଣି । ସବୁ ଗ୍ରାମାଞ୍ଚଳକୁ ଏହି ସୁଯୋଗ ସୁବିଧା ଯୋଗାଇ ଦେବା ସହିତ ମୋବାଇଲ ନେଟୱାର୍କ ମାଧ୍ୟମରେ ସମଗ୍ର ଦେଶବାସୀଙ୍କୁ ବ୍ରଡବ୍ରାଣ୍ଡ ସହିତ ସଂପୃକ୍ତ କରିବା ସରକାରଙ୍କର ଲକ୍ଷ୍ୟ । ଏଥି ସହିତ କେବଳ ହିନ୍ଦି ବା ଇଂରାଜୀରେ ସମ୍ବାଦ ବିନିମୟ ନକରି ଭାରତର ୨୨ଟି  ରାଜ୍ୟସ୍ତରରେ କାର୍ଯ୍ୟକାରୀ ହେଉଥିବା ଭାଷାକୁ ନେଇ ଏହା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି । ନିର୍ଦ୍ଦିଷ୍ଟଭାବେ ମାଓ ଅଧୁଷିତ ଅଞ୍ଚଳରେ ଏଥିପାଇଁ ୧୮୩୬ଟି ବ୍ରଡ ବ୍ରାଣ୍ଡ ଟାୱାର ପ୍ରତିଷ୍ଠା କରାଯିବ । ସେହିଭଳି  ଉତ୍ତରପୂର୍ବ ଭାରତକୁ ଯୋଡିବା ପାଇଁ ବ୍ୟବସ୍ଥା କରାଯାଇଛି ।
୬୩. ଗୋଲଡ ମନିଟାଇଜେସନ ସ୍କିମ: ସ୍ୱର୍ଣ୍ଣ ମୁଦ୍ରାକରଣ ଯୋଜନାର ଉଦ୍ଦେଶ୍ୟ ହେଉଛି ସାରା ଦେଶରେ ଲୋକ ଏବଂ ସଂସ୍ଥାମାନଙ୍କ ନିକଟରେ ବେକାର ହୋଇ ପଡି ରହିଥିବା ଅନୁମାନିକ ୨୦,୦୦୦ଟନ ସୁନାର ଉପେଯାଗ ହେଲେ ଦେଶର ବିକାଶରେ ଏହା ଲାଗିପାରିବ । କ୍ୟାବିନେଟ ଏହି ଯୋଜନା ଉପରେ ମୋହର ଲଗାଇଛି । ସ୍ୱର୍ଣ୍ଣମୁଦ୍ରାକରଣ ଯୋଜନା ଅନୁସାରେ ଆପଣ ଆପଣଙ୍କ ସୁନାକୁ ବ୍ୟାଙ୍କରେ ଜମା କରିପାରିବେ । ଯେଉଁ ବ୍ୟାଙ୍କରେ ଆପଣ ଏହାକୁ ଜମା କରିବେ, ବ୍ୟାଙ୍କ ଏହା ଉପରେ ଆପଣଙ୍କୁ ଏକ ନିଶ୍ଚିତ ହାରରେ ସୁଧ ପ୍ରଦାନ କରିବ । ଆଜି ପର୍ଯ୍ୟନ୍ତ ଯାହା ବ୍ୟବସ୍ଥା ଅଛି ତାହା ହେଲା ସୁନାକୁ ବ୍ୟାଙ୍କରେ ରଖିବା ପାଇଁ ଆପଣଙ୍କୁ ଲକରରେ ରଖିବାକୁ  ହେବ । ଏଥିପାଇଁ ଅପଣଙ୍କୁ ବ୍ୟାଙ୍କକୁ ଟଙ୍କା ଦେବାକୁ ହୁଏ । ଏଣୁ ଏହି ପରିସ୍ଥିତି ଏବେ ବଦଳି ଯାଇଛି । ବ୍ୟାଙ୍କରେ ଆପଣ ଟଙ୍କା ରଖିଲେ ତା ବଦଳରେ ବ୍ୟାଙ୍କ ଯେପରି ଆପଣଙ୍କୁ ସୁଧ ଦେଉଛି ଠିକ୍ ସେହିପରି ସ୍ୱର୍ଣ୍ଣ ମୁଦ୍ରାକରଣ ଯୋଜନାରେ ଆପଣ ବ୍ୟାଙ୍କରେ ସୁନା ରଖିଲେ ତା ବଦଳରେ ବ୍ୟାଙ୍କ ଆପଣଙ୍କୁ ସୁଧ ଦେବ । ରିଜର୍ବ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିୟମ ମୁତାବକ,କୌଣସି ଜଣେ ବ୍ୟକ୍ତି ବା ସଂଗଠନ ବ୍ୟାଙ୍କରେ ଅତି କମରେ ୩୦ ଗ୍ରାମ ସୁନା ଜମା ରଖିପାରିବେ, ଏହି ସୁନା ଅଳଙ୍କାର, ମୁଦ୍ରା ବା ସୁନା ବିସ୍କୁଟ ରୂପରେ ହୋଇପାରେ । ଜମା କରିବାର ଅବଧି ଅତି କମରେ ବର୍ଷେ ହେବା ପରେ ତାକୁ ବର୍ଷେ-ବର୍ଷେ କରି ଅଧିକ ବଢ଼ାଯାଇପାରେ । ଜମା ହୋଇଥିବା ସୁନା ଉପରେ ବ୍ୟାଙ୍କ ନିଜ ହିସାବରେ ସୁଧହାର ନିର୍ଣ୍ଣୟ କରିବ, ଯାହାକୁ ନଗଦ ବା ସୁନା ଆକାରରେ ନିଆଯାଇପାରେ । ତେବେ ଏହି ସୁଧର ପରିମାଣ ଜମା କରିବା ବେଳେହିଁ ନିଷ୍ପତ୍ତି କରାଯିବ । ଏହି ଯୋଜନା ଅନୁସାରେ ୯୯୫ ଶୁଦ୍ଧତା ବାଲା ସୁନା ବ୍ୟାଙ୍କରେ ରଖିବାକୁ ହେବ । ଏଥିରେ ସ୍ୱର୍ଣ୍ଣ ଜମା, ଅଧିକରୁ ଅଧିକତମ ଜମା କରାଯାଇ ପାରିବ । ଏଥିରେ କୌଣସି ସୀମା ରଖାଯାଇନାହିଁ । ରିଜର୍ଭ ବ୍ୟାଙ୍କ୍ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସମସ୍ତ ବ୍ୟବସାୟିକ ବ୍ୟାଙ୍କଗୁଡିକୁ ଏହି ଯୋଜନାକୁ ଲାଗୁ କରିବାକୁ ଅନୁମତି ଦିଆଯାଇଛି । ଏହା ସହିତ ସୁନା ଉପରେ ବ୍ୟାଙ୍କ ନିଜ ହିସାବରେ ସୁଧହାର ନିର୍ଣ୍ଣୟ କରିବ, ଯାହାକୁ ସ୍ୱାଧୀନତା ଦିଆଯାଇଛି । ତେବେ ଏହି ସୁଧର ପରିମାଣ ସୁନା ଜମା କରିବା ବେଳେହିଁ ନିଷ୍ପତ୍ତି କରାଯିବ ।
୬୪. ଇଣ୍ଟିଗ୍ରେଟେଡ୍ ପାୱାର ଡେଭଲପ୍ମେଣ୍ଟ ଯୋଜନା : ସହରାଞ୍ଚଳରେ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗଣକୁ ନିଶ୍ଚିତ କରିବା ପାଇଁ ଏହି ସମନ୍ୱିତ ଶକ୍ତି ବିକାଶ ଯୋଜନା ଉଦ୍ଦିଷ୍ଟ । ଏହା ଶକ୍ତି ମନ୍ତ୍ରଣାଳୟର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହି ଯୋଜନା ଜରିଆରେ କାର୍ଯ୍ୟକାରୀ ହେଉଥିବା ସବୁ ଶକ୍ତି ବିତରଣ ବ୍ୟବସ୍ଥାକୁ ସମନ୍ୱିତ କରି ସହରାଞ୍ଚଳରେ ଅନବରତ ୨୪ ଘଣ୍ଟିଆ ଶକ୍ତି ଯୋଗାଇ ଦେବାପାଇଁ କେନ୍ଦ୍ର, ରାଜ୍ୟ, ପାୱାର ଫାଇନାନ୍ସ କର୍ପୋରେସନ, ରାଜ୍ୟସ୍ତରରେ କାର୍ଯ୍ୟକରୁଥିବା ବିଭିନ୍ନ ଶକ୍ତି ବିତରଣକାରୀ କମ୍ପାନୀ ଏବଂ ଡିସ୍କମ ସମସ୍ତଙ୍କୁ ନେଇ ଯେପରି ୨୪ ଘଣ୍ଟା ବିଦ୍ୟୁତ ଯୋଗାଇ ଦିଆଯାଇ ପାରିବ ସେଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ଏମାନଙ୍କ ଭିତରେ ରାଜିନାମା ହୋଇଛି । ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ ରାଜ୍ୟକୁ ଏଥିରେ ଅର୍ନ୍ତଭୁକ୍ତ କରାଯାଇ ସୀମିତ ସମୟ ସୀମା ମଧ୍ୟରେ  ଏହାର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।
୬୫.ଶ୍ୟାମାପ୍ରସାଦ ରୁର୍ବାନ ଯୋଜନା : ଏହି ଯୋଜନା ଜରିଆରେ ବିଭିନ୍ନ ଗ୍ରାମାଞ୍ଚଳର ସ୍ଥାୟୀ ସାମାଜିକ, ଅର୍ଥନୈତିକର ବିକାଶ ଓ ଭିତ୍ତିଭୂମିର ବିକାଶ କରି ଅର୍ବାନ ବା ସହରାଞ୍ଚଳର ସୁବିଧା ସୁଯୋଗକୁ ଗ୍ରାମାଞ୍ଚଳରେ ପହଞ୍ଚାଇଦେବା ଏହାର ଲକ୍ଷ୍ୟ । ସ୍ମାର୍ଟ ସହର ପରି ଏହି ଯୋଜନା ଜରିଆରେ ସ୍ମାର୍ଟ ଗ୍ରାମର ପ୍ରତିଷ୍ଠା କରାଯିବ । ଏଥିପାଇଁ ଚଳିତ ବଜେଟରେ ୫୧୪୨.୦୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସମତଳ ଅଞ୍ଚଳର ୨୫ ହଜାରରୁ ୫୦ ହଜାର ଲୋକ ବାସ କରୁଥିବା ପରସ୍ପର ସଲଗ୍ନ ଗ୍ରାମ ପଞ୍ଚାୟତ ଗୁଡିକୁ ବା ସେହିଭଳି ପାର୍ବତ୍ୟାଞ୍ଚଳର ୫ ହଜାରରୁ ୧୫ ହଜାର ପର୍ଯନ୍ତ ବସବାସ କରୁଥିବା ଲୋକଙ୍କୁ ନେଇ ପାଖାପାଖି ଥିବା ପଞ୍ଚାୟତ ଗୁଡିକୁ ସ୍ମାର୍ଟ ଗ୍ରାମ ପୁଂଜ ଭାବେ ଗ୍ରହଣ କରାଯିବ । ଏହି ସବୁ ଗ୍ରାମର ଯାତାୟାତ ସୁବିଧା, ପାନୀୟ ଜଳ ଯୋଗଣ, ବର୍ଜ୍ୟବସ୍ତୁ ପରିଚାଳନା, ଶିକ୍ଷା, ରାସ୍ତାରେ ଆଲୋକ ଯୋଗାଣ, ଜାଳେଣୀ ଗ୍ୟାସ ସଂଯୋଗ ସୁବିଧା, ଅର୍ଥନୀତି, ପର୍ଯ୍ୟଟନ, ଐତିହ୍ୟ, ତୀର୍ଥସ୍ଥଳୀ, ଯାତାୟତ ପାଇଁ ସାଧନ ବିଭିନ୍ନ କଥା ଉପରେ ଗୁରୁତ୍ୱ ଦେଇ ବିକାଶର ଯୋଜନା ପ୍ରସ୍ତୁତ କରାଯିବ ।
୬୬.ପ୍ରକାଶ ପଥ : ପ୍ରକାଶ ପଥର ଅର୍ଥହେଲା ପଥକୁ ଆଲୋକିତ କରିବା । କୋଇଲା ଓ ଶକ୍ତି ମନ୍ତ୍ରଣାଳୟ ସୋ÷÷ଜନ୍ୟରେ ଏଲିଡି ବଲ ଯୋଗାଇ କମ୍ ଖର୍ଚ୍ଚରେ ଦେଶକୁ ଆଲୋକିତ କରିବା ଏହାର ମୂଳ ଲକ୍ଷ୍ୟ । ଏହାଦ୍ୱାରା ବିଦ୍ୟୁତ୍ ଶକ୍ତିର ସଂଚୟ ସହଜ ହେବା ସହିତ ଉପଭୋକ୍ତା ମାନଙ୍କ ଉପରେ ବିଦ୍ୟୁତ ଶକ୍ତିର ଆର୍ôଥକ ବୋଝ କମିଯିବ । ଏଥିପାଇଁ କେନ୍ଦ୍ର ସରକାର ସୁଲଭ ମୂଲ୍ୟରେ ଏଲିଡି ବଲ ଯୋଗାଇବାକୁ ଆରମ୍ଭ କରିଛନ୍ତିି । ଆଗରୁ ଏହି ବଲର ଦାମ ୩୦୦ ଟଙ୍କା ଥିବାବେଳେ ଏବେ ଏହାର ମୂଲ୍ୟ ୭୦ଟଙ୍କାକୁ ଖସି ଆସିଛି । ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ହେବାପରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାରରେ ନିର୍ମିତ ଏହି ବଲର ଦାମ ୧୦ ଟଙ୍କାକୁ ଖସି ଆସିବ ବୋଲି କୁହାଯାଇଛି । ଏହାର ସ୍ଥାୟୀତ୍ୱ  ଗ୍ୟାରେଣ୍ଟୀ ମଧ୍ୟ ୩ ବର୍ଷ । ବର୍ତ୍ତମାନ ସୁଦ୍ଧା ୫୦ କୋଟି ଏଲିଡି୍ ବଲ୍ବ ବିତରଣ ହୋଇସାରିଲାଣି ।
୬୭. ପରମ୍ପରାଗତ କୃଷି ବିକାଶ ଯୋଜନା: ଏହି ଯୋଜନାରେ ଜୈବସାରର ପ୍ରୟୋଗକରି ପାରମ୍ପରିକ ଶୈଳୀରେ ଦେଶୀଜ୍ଞାନ କୌଶଳ ସହିତ ବିଭିନ୍ନ ବୈଜ୍ଞାନିକ ଉପକରଣର ବ୍ୟବହାର କରି ଅଧିକ ଅମଳ କରିବା ଏହି ଯୋଜନାର ଲକ୍ଷ୍ୟ । ଏହା ଦ୍ୱାରା ମୂର୍ତ୍ତିକାର ସୁରକ୍ଷାର ସହିତ ବିଭିନ୍ନ କୃଷି ଉତ୍ପାଦନ ଗୁଡିକ ରାସାୟନିକ ସାର ଏବଂ ପୋକମରା ଔଷଧର ବ୍ୟବହାର ମୁକ୍ତ ହୋଇଥିବାରୁ ଏହା ବିଭିନ୍ନ ଦୃଷ୍ଟିରୁ ରୋଗମୁକ୍ତ ଏବଂ ସ୍ୱାସ୍ଥ୍ୟ ଉପଯୋଗୀ ହେବ । ଏହି ପ୍ରଣାଳୀର କୃଷି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୫-୧୬ ବଜେଟରେ ୩୦୦ କୋଟିର ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ କ୍ଲଷ୍ଟର ଅଞ୍ଚଳ ଚିହ୍ନଟ କରାଯାଇ କୃଷକମାନଙ୍କୁ  ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ।  ଏଥିପାଇଁ ଚାଷୀମାନଙ୍କୁ ଏକର ପିଛା ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି  ମିଳିବ । ପ୍ରଥମ ଦଫାରେ ଚଳିତ ବର୍ଷ ୧୦ ହାଜର କ୍ଲଷ୍ଟରରେ ୫ଲକ୍ଷ ହେକ୍ଟର ଜମିରେ ଏହି ପରମ୍ପରା ଗତ କୃଷି କରିବାର ଲକ୍ଷ୍ୟ ରଖାଯାଇଛି । ପରମ୍ପରାର ସଂରକ୍ଷଣ ପାଇଁ ଏହି କୃଷି ବ୍ୟବସ୍ଥାକୁ ବର୍ତ୍ତମାନ ସମଗ୍ର ବିଶ୍ୱରେ ଶ୍ରେଷ୍ଠ ବ୍ୟବସ୍ଥା ବୋଲି ପ୍ରଶଂସା କରାଯାଇଛି । ଏଥି ପାଇଁ ଓଡିଶାରେ ୩୨୦ ଟି କ୍ଲଷ୍ଟର ଚିହ୍ନଟ କରାଯାଇଛି ।
୬୮.ଚମନ (ଭୂ-ସୂଚନା ବିଜ୍ଞାନର ଉପଯୋଗ କରି ସମନ୍ୱିତ ଉଦ୍ୟାନ କୃଷିର ଆକଳନ ଏବଂ  ପ୍ରବନ୍ଧନ) :-ରିମୋଟ ସେନ୍ସିଂ ଟେକ୍ନୋଲୋଜିର ବ୍ୟବହାର କରି ଉଦ୍ୟାନ କୃଷିର ବିକାଶ ଏହି ଯୋଜନାର ଲକ୍ଷ୍ୟ । ପ୍ରମୁଖ ରାଜ୍ୟମାନଙ୍କର ମନୋନୀତ ଜିଲ୍ଲା ଗୁଡିକରେ  ଏହି ଉଦ୍ୟାନ  କୃଷି  ପ୍ରବର୍ତ୍ତନ କରାଯିବ । ଏହି ଯୋଜନାରେ ଉତ୍ତମ ସ୍ଥାନ ନିରୂପଣ, ଉତ୍ପାଦନ ପରବର୍ତ୍ତୀ କାର୍ଯ୍ୟାଦି ପାଇଁ ଭିତ୍ତିଭୂମି ପ୍ରସ୍ତୁତି, ଫଳ ଉଦ୍ୟାନ ହୋଇଥିଲେ ତାର ଗୁଣାତ୍ମକ ମାନବୃଦ୍ଧି ଏବଂ ଜଳ ଭିତ୍ତିକ ଉଦ୍ୟାନ କୃଷି ଉପରେ ଗୁରୁତ୍ୱ ଦିଆଯିବ । ବୈଜ୍ଞାନିକ ଜ୍ଞାନ କୋ÷ଶଳର ଉପଯୋଗ କରି ଉତ୍ପାଦନ ବୃଦ୍ଧି ଏବଂ ଉତ୍ପାଦନ ଗୁଡିକୁ ନିରୋଗ କରିବା ପାଇଁ ଚେଷ୍ଟା କରାଯିବ । ଏହି ଚାଷ ଭିତରେ କଦଳୀ, ଆମ୍ବ, ଲେମ୍ବୁ, କମଳା, ବାତାପି ଜାତୀୟ ଫଳ ସହିତ ପରିବା ଉତ୍ପାଦନ ପାଇଁ ଆଳୁ,ପିଆଜ,ଟମାଟୋ ତଥା ଲଙ୍କା ମରିଚ ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି । 
୬୯.ନୀଳକ୍ରାନ୍ତି ମତ୍ସ୍ୟପାଳନ ଯୋଜନା: ଏହି ଯୋଜନା ଅନୁସାରେ ଏ ପର୍ଯ୍ୟନ୍ତ ମତ୍ସ୍ୟ ପାଳନ ଓ ବିପଣନର ଯେତେ ସବୁ ଯୋଜନା ହୋଇଥିଲା ଏ ସବୁର ମିଶ୍ରଣରେ ଏହି ନୀଳକ୍ରାନ୍ତି ଯୋଜନାର ଶୁଭାରମ୍ଭ କରାଯାଇଛି । ସବୁ ଯୋଜନା ଉପରେ ଏହି ଯୋଜନା ଏକ ଛତ୍ର ଯୋଜନା ଭଳି କାର୍ଯ୍ୟ କରିବ । ଏହି ଯୋଜନାରେ ମଧୁର ଜଳ ମତ୍ସ୍ୟପାଳନ ବିପଣନ ସହିତ ଅର୍ନ୍ତଦେଶୀୟ ସାମୁଦ୍ରିକ ମତ୍ସ୍ୟ ସଂଗ୍ରହ ଓ ବିପଣନକୁ ମଧ୍ୟ ଏହା ନିୟନ୍ତ୍ରଣ କରିବ । ସାମଗ୍ରିକ ଭାବେ ମତ୍ସ୍ୟକ୍ଷେତ୍ରର ଏକୀକୃତ ବିକାଶ ନିମନ୍ତେ ଏହା କାର୍ଯ୍ୟକରିବ । ଜଳ କୃଷି କ୍ଷେତ୍ରରେ ଉନ୍ନତ ବୈଜ୍ଞାନିକ ଜ୍ଞାନ କୋ÷ଶଳର ପ୍ରୟୋଗ କରି ଗବେଷଣା କେନ୍ଦ୍ର ଜରିଆରେ ଅଧିକ ମତ୍ସ୍ୟ ଉତ୍ପାଦନ ପାଇଁ ଏହା କାର୍ଯ୍ୟକରିବ । ସରକାର ତାଙ୍କର ୫ ବର୍ଷିୟ ଅବଧି ମଧ୍ୟରେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ଯୋଜନା ଯୋଗୁଁ ୨୦୨୪-୧୫ରେ ୧୦୧.୬୪ ଲକ୍ଷ ଟନ୍ ମତ୍ସ ଉତ୍ପାଦନ ହୋଇଥିବା ବେଳେ ୨୦୧୫-୧୬ ରେ ଏହା ବୃଦ୍ଧି ପାଇ ୧୦୯ ଲକ୍ଷ ଟନ୍ ହୋଇଥିଲା । ଏହି ଯୋଜନା ଅନୁସାରେ ଭାରତର ଉତ୍ତର ପୂର୍ବ ରାଜ୍ୟ ଗୁଡିକୁ ଆଗରୁ ଦିଆଯାଇଥିବା ୭୫ ପ୍ରତିଶତ ଅନୁଦାନ ହାରକୁ କେନ୍ଦ୍ର ସରକାର ୮୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ମାସିକ ମତ୍ସ୍ୟ ଉତ୍ପାଦନ କାରୀଙ୍କୁ ୬୦୦ଟଙ୍କା ରିଲିଫ୍ ରାଶି ମଳୁଥିବା ବେଳେ ଏହି ନୀଳକ୍ରାନ୍ତିି ଯୋଜନା ଅନୁସାରେ ମାସିକ ୧୫୦୦ ଟଙ୍କା  ରିଲିଫ୍ ରାଶି ମିଳୁଛି । ଏଥିପାଇଁ ସେମାନଙ୍କୁ ଏହି ଯୋଜନା ଜରିଆରେ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । 
୭୦.କିଷାନ ଟି.ଭି : ଏହା ଦୂରଦର୍ଶନର ଏକ କୃଷି ଭିତ୍ତିକ ଏକ ୨୪ ଘଣ୍ଟିଆ ଟେଲିଭିଜନ୍ ଚ୍ୟାନେଲ ୨୦୧୫ ମେ ୨୬ ଦିନ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ବିଜେପି ନିର୍ବାଚନ ପୂର୍ବରୁ କୃଷିର ବିକାଶ ପାଇଁ ସମ୍ପୂର୍ଣ୍ଣ ଭାବେ କୃଷି ପାଇଁ ଉତ୍ସର୍ଗୀକୃତ ଏକ ୨୪ ଘଣ୍ଟିଆ ଚ୍ୟାନେଲ ପ୍ରତିଷ୍ଠା ଘୋଷଣା କରିଥିଲା । ତଦନୁସାରେ କିଷାନ ଟି .ଭି କାର୍ଯ୍ୟ କରୁଛି ।  ୧୯୬୭ ମସିହାରୁ ଦୂରଦର୍ଶନରେ କୃଷି ଦର୍ଶନ ନାମରେ ଏକ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା କିନ୍ତୁ କେବେ ହେଲେ କୃଷି ଭିତ୍ତିକ ଟେଲିଭିଜନ୍ ଚ୍ୟାନେଲ ପ୍ରତିଷ୍ଠା କରାଯିବା ଚିନ୍ତା କରାଯାଇ ନଥିଲା । ଏହି ଟେଲିଭିଜନ୍ରେ କୃଷି ସମ୍ପର୍କିତ ସମସ୍ତ ପ୍ରସଙ୍ଗ ବର୍ତ୍ତମାନ ପ୍ରସାରିତ ହେଉଛି । ଯୁବକ ମାନଙ୍କୁ ଅକୃଷ୍ଠ କରିବା ପାଇଁ ଏହି ଯୋଜନା ୨୨ ଜିଲ୍ଲାରେ ପ୍ରର୍ବର୍ତ୍ତନ କରାଯାଇଛି ।ଏଥିରେ ଯୁବକମାନଙ୍କୁ ବିଭିନ୍ନ ପ୍ରକାର କୃଷି ଉଦ୍ୟମ, ସ୍ଥାୟୀ ଆୟ, ସମୃଦ୍ଧ ସେବା ଏବଂ ଲାଭକାରୀ ରୋଜଗାର ପାଇଁ କୃଷି କ୍ଷେତ୍ରରେ ସେମାନଙ୍କୁ ନିୟୋଜିତ କରିବା ଏହି ଯୋଜନାର ଲକ୍ଷ୍ୟ ।
୭୧.ଆମ୍ବେଦକରଙ୍କୁ ନେଇ ପଂଚତୀର୍ଥ :  ଡଃ ଆମ୍ବେଦରଙ୍କ ସ୍ମତିରକ୍ଷା ପାଇଁ ୧- ମହୋ-କ୍ୟାଣ୍ଟନମଣ୍ଟ, ମଧ୍ୟପ୍ରଦେଶ ଠାରେ ତାଙ୍କର ଜନ୍ମ ସ୍ଥଳୀ, ୨- ଲଣ୍ଡନରେ ଅଧ୍ୟୟନ କାଳରେ ରହୁଥିବା ତାଙ୍କ ବାସସ୍ଥଳୀ, ୩- ଦିଲ୍ଲୀରେ ରହୁଥିବା ବେଳେ ତାଙ୍କର ରହଣୀ ସ୍ଥଳୀ ୪- ନାଗପୁର ଠାରେ ବୋ÷ଦ୍ଧ ଧର୍ମ ଗ୍ରହଣ କରିଥିବା ସ୍ଥାନ- ଚୈତ୍ୟ ଭୂମି ଏବଂ ୫-ମୁମ୍ବାଇଠାରେ ତାଙ୍କର ମହା ପରିନିର୍ବାଣ ଭୂମି ବା ସମାଧି ସ୍ଥଳୀ । ଏହି ପାଂଚୋଟି ସ୍ଥାନକୁ ବିକଶିତ କରି ସୁରକ୍ଷିତ ରଖାଯିବ ଏବଂ ସେଗୁଡିକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦିଆଯିବ । ଏହି ସମସ୍ତ କାର୍ଯ୍ୟ ୨୦୧୮ ସୁଦ୍ଧା ଶେଷ ହୋଇଯିବ ।
୭୨.ନୟି ମଂଜିଲ ( ଅଳ୍ପ ସଂଖ୍ୟକମାନଙ୍କୁ ଉଚ୍ଚ ଶିକ୍ଷା ): ଏହି ଯୋଜନାଟି  ୨୦୧୫ ଅଗଷ୍ଟ ୮ ତାରିଖରୁ ଆରମ୍ଭ ହୋଇଛି । ଏହି ଯୋଜନାରେ ମଦ୍ରାସା ଭଳି ଶିକ୍ଷାନୁଷ୍ଠାନରୁ  ଅଧାରୁ ପାଠ ପଢା ଛାଡିଥିବା ସଂଖ୍ୟାଲଘୁ ଯୁବକ ଯୁବତୀମାନଙ୍କୁ  ସଂଗଠିତ କ୍ଷେତ୍ରରେ ନିଯୁକ୍ତି ଦେବା ପାଇଁ କାର୍ଯ୍ୟ କରୁଛି । ଏଥି ପାଇଁ ସରକାର ୬୫୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ବିଶ୍ୱବ୍ୟାଙ୍କ୍ ଜରିଆରେ ଏହାର ୫୦ ପ୍ରତିଶତ ଅର୍ଥ ଆସିଛି । 
୭୩.ନୟି ସବେରା (ଅଳ୍ପସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସାୟୀକ ପାଠ୍ୟକ୍ରମ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ମେ ୨୯ରେ ନିଜର ଦୁଇ ବର୍ଷର ସଫଳତାକୁ ଉଲ୍ଲେଖ କରିବାକୁ ଯାଇ ଆମ ଦେଶରେ ଏକ  ନୟି ସେବାର ବା ଏକ ନୟି ସୁବହ ଆସିଛି ବୋଲି କହିଛନ୍ତି । ଭ୍ରଷ୍ଟାଚାର ମୁକ୍ତ ବ୍ୟବସ୍ଥାକୁ ସେ ଭାରତ ପାଇଁ ନୂଆ ସକାଳ ବୋଲି ଉଲ୍ଲେଖ କରିଛନ୍ତି । ବିଗତ ୪ ବର୍ଷ ହେଲା ୨ଟି କଥା, ବିକାଶବାଦ ବା ଡେଭଲପମେଣ୍ଟ ଏବଂ ବିରୋଧବାଦ ବା ଅପୋଜିସନ ଦେଶରେ ଆରମ୍ଭ ହୋଇଛି । ଭ୍ରଷ୍ଟାଚାର ମୁକ୍ତ ଭାରତ ଏବଂ ସମସ୍ତଙ୍କ ପାଇଁ ବିକାଶର କଥା ମୋଦି ସରକାର କହୁଥିବା ବେଳେ ବିରୋଧିମାନେ କେବଳ ବିରୋଧ କରିବାକୁ ଯାଇ ଏହାର ସମାଲୋଚନା କରୁଛନ୍ତି ଏବଂ ସରକାରଙ୍କର ବହୁ ବିକାଶ ମୂଳକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଇ ନଦେବା ପାଇଁ ସେମାନେ ସଂଗଠିତ ଉଦ୍ୟମ ଆରମ୍ଭ କରିଛନ୍ତି ।
୭୪.ସ୍ୱ-ସତ୍ୟାପନ (ନିଜ ପ୍ରମାଣ ପତ୍ରକୁ ନିଜେ ସତ୍ୟାପନ କରିବା):ବିଭିନ୍ନ ନିଯୁକ୍ତି ପାଇଁ ଆବେଦନ ପତ୍ର ପ୍ରସ୍ତୁତ କରୁଥିବା ବେଳେ ପ୍ରାଥିମାନଙ୍କୁ ସେମାନଙ୍କର ବିଭିନ୍ନ ପ୍ରମାଣ ପତ୍ରର ନକଲକୁ ଜଣେ ଗେଜେଟେଡେ ଅଫିସରଙ୍କ ଜରିଆରେ ଆଟେଷ୍ଟେସନ ବା ସତ୍ୟାପନ କରି ଦାଖଲ କରିବାକୁ ପଡୁଥିଲା । ମୋଦି ସରକାର ଏହାକୁ ଅନାବଶ୍ୟକ ରୂପେ ଗ୍ରହଣ କରି ସେଲ୍ଫ ଆଟେଷ୍ଟେସନ ବା ସ୍ୱ ସତ୍ୟାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଫଳରେ କୌଣସି ଦରଖାସ୍ତ କାରୀଙ୍କୁ ଗେଜେଟେଡ ଅଫିସରଙ୍କ ପାଖକୁ ନଯାଇ ସ୍ୱ ସତ୍ୟାପନ କରି ଦାଖଲ କରିବାକ ହେବ । ଏହା ସାଧାରଣ କଥାଭଳି ଜଣା ପଡୁଥିଲେ ମଧ୍ୟ  ପ୍ରତିଦିନ ଏହାଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି ।
୭୫.ଗରୀବ କଲ୍ୟାଣ ଯୋଜନା: ଏହି ଯୋଜନାରେ ସରକାର ଗରୀବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ମାଇକ୍ରୋ କ୍ୟାମ୍ପେନ୍ ଦ୍ୱାରା  ବା ଛୋଟ ଛୋଟ କର୍ମଶାଳା ଜରିଆରେ ଗରିବ ମାନଙ୍କୁ ସଚେତନ କରିବା ସହିତ ସରକାର ସେମାନଙ୍କ ସାମାଜିକ ଓ ଆର୍ôଥକ ବିକାଶ ପାଇଁ ଯେଉଁସବୁ ଯୋଜନା କରିଛନ୍ତି ତାହାର ସୁଫଳ ସେମାନଙ୍କ ନିକଟରେ ପହଁଚାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ।
୭୬. ଡିଜି-ଲକର : ବ୍ୟାଙ୍କ୍ ଲକର ପରି ଏଥିରେ ଭାରତୀୟ ନାଗରୀକ ମାନଙ୍କୁ ସେମାନଙ୍କ ନିକଟରେ ଥିବା ମୂଲ୍ୟବାନ୍ କାଗଜ ପତ୍ର ଓ ଦଲିଲ ସମୁହକୁ ନିରପଦରେ  ସଂରକ୍ଷିତ କରି ରଖିବାକୁ ଇଲୋକ୍ଟ୍ରେନିକ ସ୍ପେଶ ଯୋଗାଇ ଦିଆଯାଇଥାଏ । ବିଶେଷଭାବେ ସରକାରୀ ବ୍ୟବସ୍ଥାରେ କାଗଜର ବ୍ୟବହାର ନକରି ଏହି ବ୍ୟବସ୍ଥାରେ କୋଟି କୋଟି ସଂଖ୍ୟାର ଫାଇଲକୁ ସଂରକ୍ଷତି ଭାବେ ରଖାଯାଇପାରୁଛି
୭୭. ଇଣ୍ଟ୍ରିଗେଟେଡେ ପାୱାର ଡେଭଲପ୍ମେଣ୍ଟ ସ୍କିମ୍ : ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ୨୪ ଘଣ୍ଟିଆ ବିଜୁଳୀ ଯୋଗାଣକୁ ସୁନିଶ୍ଚିତ କରିବା । କେନ୍ଦ୍ର ସରକାର ଏହି ଯୋଜନାରେ ରାଜ୍ୟ ସରକାର ମାନଙ୍କୁ ୪୫ ହଜାର ୮ ଶହ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ଏବଂ ବିଦ୍ୟୁତ୍ ଗ୍ରୀଡ ଗୁଡିକରେ ସବ ଟ୍ରାନ୍ସମିଶନକୁ ସୁଦୃଢ କରିବା ସହିତ ପ୍ରଯୁକ୍ତ ବିଦ୍ୟା ଓ କଷ୍ଟୋମର କେୟାର ସର୍ଭିସ ଓ ସୋଲାର ପ୍ୟାନେଲ ଯୋଗାଇଦେଇ ଦେଶର ସର୍ବତ୍ର ୨୪ ଘଂଟିଆ ବିଜୁଳୀ ଯୋଗାଇବାକୁ ରାଜ୍ୟମାନେ ଯେପରି ସକ୍ଷମ ହେବେ ସେ ଦିଗରେ ସହାୟତା କରୁଛନ୍ତି ।
୭୮. ବିକଳ୍ପ ଟ୍ରେନ୍ ବ୍ୟବସ୍ଥା ଯୋଜନା : ଏହି ଯୋଜନାରେ କନ୍ଫର୍ମ ଟିକେଟ୍ ଥାଇ କୋ÷ଣସି କାରଣରୁ ନିର୍ଦ୍ଦିଷ୍ଠ ଟ୍ରେନ୍ରେ ଯିବା ସମ୍ଭବ ନହେଲେ ତାର ବିକଳ୍ପଭାବେ ଅନ୍ୟ ଟ୍ରେନ୍ ଯୋଗଇ ଦେବାର ବ୍ୟବସ୍ଥା ହୋଇଛି । ଏହି ସୁବିଧା ଇଣ୍ଟରନେଟ୍ ଜରିଆରେ ୬ ମାସିଆ ଟିକେଟ୍ କରୁଥିବା ଦିଲ୍ଲୀ ଲକ୍ଷେ୍ମା÷ ଏବଂ ଦିଲ୍ଲୀ ଜାମ୍ମୁ ରୁଟରେ ଚଳାଚଳ କରୁଥିବା ଯାତ୍ରୀମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ।
୭୯. ସେତୁ ଭାରତ ଯୋଜନା : ଏହି ଯୋଜନାରେ ପ୍ରତ୍ୟେକ ଜାତୀୟ ରାଜପଥରେ ଥିବା ରେଲୱେ ଲେବଲ କ୍ରସିଙ୍ଗରେ ନୂଆ ଫ୍ଲାଇ ଓଭର ନିର୍ମାଣ କରାଯିବ ଓ ପୁରାତନ ଫ୍ଲାଏ ଓଭରର  ନବୀକରଣ କରାଯିବା । ଏଥିପାଇଁ ଚଳିଚ ବର୍ଷ ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ଏହି ଅର୍ଥରେ ୨୦୮ନୂତନ ଫ୍ଲାଇଓଭର ନିର୍ମାଣ କରାଯିବା ସହିତ ୧୫ ଶହ ଫାଇଓଭରର ପ୍ରଶସ୍ତିକରଣ କରାଯିବା ସହିତ ନବୀକରଣ କରାଯିବ ।
୮୦. ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ :୨୦୧୬-୧୭ରେ ଘୋଷିତ ଏହି ଯୋଜନାରେ ପଂଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଗ୍ରାମସଭା କରି ଯଥାର୍ଥ ଉପଯୋଗୀ ନିଷ୍ପତ୍ତି ନେବା କ୍ଷମତାର ସୁଦୃଢୀକରଣ, ଉତ୍ତରଦାୟିତ୍ୱ ନିର୍ବାହ କ୍ଷମତାର ବିକେନ୍ଦ୍ରୀକରଣ, ଅଧିକ ଜନ ଭାଗିଦାରୀ, ପେଶା ଆଇନ୍ର କାର୍ଯ୍ୟାନ୍ୱୟନରେ ଭାଗିଦାରିତା ଓ ପଞ୍ଚାୟତ ସ୍ତରରେ ଜ୍ଞାନ ବିଜ୍ଞାନର ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯିବାର ବ୍ୟବସ୍ଥା କରାଯାଇଛି । ସରକାରଙ୍କ ତରଫରୁ ଅଧିକ ଓ ପ୍ରତ୍ୟକ୍ଷ ଅର୍ଥିକ ଅନୁଦାନ ଦେବାର ବ୍ୟବସ୍ଥା କରାଯାଇଛି ।
୮୧. ଟିବି ମିଶନ ୨୦୨୦ :୨୦୧୫ ମସିହାରେ କେନ୍ଦ୍ର ସରକାର ଆଗାମୀ  ପାଞ୍ଚବର୍ଷ ଅର୍ଥାତ ୨୦୨୦ ବର୍ଷ ଭିତିରେ ଭାରତ ବର୍ଷକୁ  ଯକ୍ଷ୍ମାରୋଗକୁ ସମୁଳେ ପ୍ରତିହତ କରିବା ପାଇଁ ଏହି ଯୋଜନା କରିଛନ୍ତି । ନୂତନ ଭାବେ ଧାର୍ଯ୍ୟ କରାଯାଇଥିବା ଏହି ସମୟ ସୀମା ମଧ୍ୟରେ ମାଗଣାରେ ଯକ୍ଷ୍ମା ରୋଗୀ ଚିହ୍ନଟ, ଆବଶ୍ୟକୀୟ ଔଷଧ ଓ ସେବା ଯୋଗାଣ ତଥା ରୋଗମୁକ୍ତି ପରେ ରୋଗୀର ସାମାଜିକ ଥଇଥାନ ବ୍ୟବସ୍ଥା ଉପରେ ଏହି ମିଶନରେ ଗୁରୁତ୍ୱ ଦିଆଯାଇଛି ।
୮୨.ବନବନ୍ଧୁ କଲ୍ୟାଣ ଯୋଜନା : ଆଦିବାସୀ ଅଧିସୂଚିତ କ୍ଷେତ୍ର ବା ସିଡ୍ୟୁଲ୍ ଏରିଆରେ ଅତ୍ୟାବଶ୍ୟକ ଭିତିଭୂମିର ସଂରଚନା ଓ ବିକାଶ ନିମନ୍ତେ ବନବନ୍ଧୁ କଲ୍ୟାଣ ଯୋଜନା କାର୍ଯ୍ୟ କରୁଛି । ଏହି ଯୋଜନା ଜରିଆରେ ଜନଜାତିଙ୍କର ଜୀବନଧାରଣ ମାନକୁ ଉନ୍ନତ କରିବା, ସେମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଗମନାଗମନ ବ୍ୟବସ୍ଥା, ବିଜୁଳୀ, ବିଶୁଦ୍ଧ ପାନୀୟ ଜଳ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନ କୌଶଳ, ପାରମ୍ପରିକ ଆତ୍ମ ନିଯୁକ୍ତି ସହିତ ସେମାନଙ୍କର ଦକ୍ଷତାର ବିକାଶ କରି  ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୨୦୧୪ -୧୫ରେ  ୨୦୫୩୫.୫୨ କୋଟି ,୨୦୧୫-୧୬ରେ ୨୦୯୬୩.୧୭, ୨୦୧୬-୧୭ରେ ୨୫୬୦୨.୦୮କୋଟି , ୨୦୧୭-୧୮ରେ ୩୨,୫୦୧ କୋଟି ଏବଂ ୨୦୧୮-୧୯ରେ ୩୯,୧୩୫ କୋଟିର ବ୍ୟବସ୍ଥା କରାଯାଇଛି ।
୮୩.ସ୍ୱୟଂ ଯୋଜନା : ଏହି ଯୋଜନା ଜରିଆରେ  ଅନ୍ ଲାଇନ୍ ପରୀକ୍ଷା ମାଧ୍ୟମରେ ଉନ୍ନତ ମାନର ବୈଷୟିକ ଶିକ୍ଷା ଦେବା ବ୍ୟବସ୍ଥା କରାଯାଇଛି । ଏହି  ଶିକ୍ଷା ଆଇଆଇଟି, ଆଇଆଇଏମ୍, ଇଗ୍ନୋ, ଜେଏନ୍ୟୁ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଭଳି ଉଚ୍ଚମାନ ସଂମ୍ପନ୍ନ କେନ୍ଦ୍ର ମାଧ୍ୟମରେ ପ୍ରଦାନ କରାଯିବ । ଏଥିପାଇଁ ସାରା ଦେଶରେ ପାଞ୍ଚଶହ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି  ଏବଂ ବିଭିନ୍ନ ବିଶ୍ୱ ବିଖ୍ୟାତ ବିଦେଶୀ ବିଶ୍ୱବିଦ୍ୟାଳୟର ପ୍ରଫେସରମାନଙ୍କୁ ମଧ୍ୟ ଏହି ଶିକ୍ଷାଦାନ ପଦ୍ଧତି ସହିତ ସାମିଲ କରାଯାଇଛି । ଏଥିରେ ୨୦୧୯ ଭିତରେ ଯେପରି ସର୍ବନିମ୍ନ ଏକ କୋଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ସହିତ ପ୍ରମାଣ ପତ୍ର ଯୋଗାଇ ଦିଆଯିବ ତାହାର ବ୍ୟବସ୍ଥା କରାଯାଇଛି । ଏହି ଅନ୍ଲାଇନ୍ ଶିକ୍ଷା ପାଇଁ ମଧ୍ୟ ୩୨ଟି ଡିଟିଏଚ୍ ଚ୍ୟାନେଲର ବ୍ୟବସ୍ଥା କରାଯାଇଛି ।
୮୪.ଜ୍ଞାନ ଯୋଜନା: ଏହି ଯୋଜନା ଜରିଆରେ ଭାରତ ବର୍ଷର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନ ଗୁଡିକୁ ଯେପରି ଆନ୍ତର୍ଜାତିକ କ୍ଷେତ୍ରରେ ଖ୍ୟାତି ଅର୍ଜ୍ଜନ କରିଥିବା ପ୍ରଫେସର ମାନଙ୍କୁ ଭିଜିଟିଂ ପ୍ରଫେସର ଭାବେ ଆମ ଦେଶକୁ ଅଣାଯାଇ ଆମ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଲାଭ କରିବା ଦିଗରେ ସହାୟତା ମିଳିପାରିବ ତାର ବ୍ୟବସ୍ଥା କରାଯାଇଛି ।  ଏହା ଦ୍ୱାରା ଭାରତୀୟ ଛାତ୍ରମାନଙ୍କୁ ଉଚ୍ଚ ତଥା ବିଶ୍ୱସ୍ତରୀୟ ଶିକ୍ଷାଦାନର ସୁଯୋଗ ସୃଷ୍ଟି କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ଆମେରିକା, ବ୍ରିଟେନ, ଜର୍ମାନ, ଅଷ୍ଟେଲିଆ, ଇସ୍ରାଏଲ ପ୍ରଭୃତି ୩୮ ଦେଶର ପାଞ୍ଚ ଶହରୁ ଉଦ୍ଧ୍ୱର୍ ପ୍ରଫେସରଙ୍କୁ ସାମିଲ କରାଯିବାର ବ୍ୟବସ୍ଥା କରାଯାଇଛି ।
୮୫. ଇ-ଲାଇବ୍ରେରୀ ଯୋଜନା: ଏହି ଯୋଜନାରେ ଆଇଟିଆଇ,ଆଇଆଇଏମ୍ ଓ ଦେଶର ଥିବା ସମସ୍ତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଗୁଡିକୁ ଇ-ଲାଇବ୍ରେରୀ ପୋର୍ଟାଲ ଜରିଆରେ ଯୋଡିବା ପାଇଁ ବ୍ୟବସ୍ଥା କରାଯାଇଛି । କମ୍ପୁଟର ନେଟ୍ୱାର୍କ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଗୋଟିଏ ସ୍ଥାନରେ ବସି ଲାପଟ୍ପ ବା ମୋବାଇଲ ଜରିଆରେ  ସମସ୍ତ ଅମୂଲ୍ୟ ତଥା ଗୁରୁତ୍ୱ ପୂର୍ଣ୍ଣ ଗ୍ରନ୍ଥ ପଢିବାର ସୁଯୋଗ ପାଇବା ସହିତ ପିଏଚ୍ଡି ତଥା ଉଚ୍ଚତର ଗବେଷଣା କ୍ଷେତ୍ରରେ ଏହି ଇ-ଲାଇବ୍ରେରୀର ସାହାଯ୍ୟ ନେଇପାରିବ ।
୮୬.ସ୍ପୁର୍ତ୍ତି ଯୋଜନା : ଏହି ଯୋଜନା ମାଧ୍ୟମରେ ୭୦ ପ୍ରକାର ପାରମ୍ପରିକ କୌଶଳ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ବେରୋଜଗାର ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ସ୍କିଲ ଇଣ୍ଡିଆ ଯେପରି ବିଭିନ୍ନ ଆଧୁନିକ ଜ୍ଞାନ କୌଶଳ ଏବଂ ବୈଷୟିକ ବିଦ୍ୟା ସଂପର୍କିତ ପ୍ରଶିକ୍ଷଣ ଦିଆଯାଉଛି ସେହିପରି ପାରମ୍ପରିକ ଜ୍ଞାନ କୌଶଳ ପ୍ରଶିକ୍ଷଣ ଦିଆଯାଇ ଏକଦା ଦେଶର ଗୁରୁତ୍ୱପୂର୍ଣ୍ଣ ବିବେଚିତ ଜୀବିକା ଗୁଡିକର ପୁର୍ନରୁତ୍ଥାନ ପାଇଁ ଏହି ଯୋଜନା ମାଧ୍ୟମରେ ପ୍ରୟାସ କରାଯାଉଛି ।  ପାଞ୍ଚଶହଟି ସ୍ଥାନରେ ଛୋଟ ଛୋଟ ଉଦ୍ୟୋଗ ନିମନ୍ତେ ଏକତ୍ର ସୁବିଧା ଯୋଗାଇ ଦେବା ପାଇଁ ପାଞ୍ଚଶହଟି ଇନ୍କ୍ୟୁବେସନ୍ କେନ୍ଦ୍ର ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ୧୫ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ବେରୋଜଗାର ଯୁବକମାନଙ୍କୁ ପାରମ୍ପରିକ ବୃତ୍ତିରେ ନିଯୁକ୍ତି ନିମନ୍ତେ ସୁଯୋଗ ସୃଷ୍ଟି କରିଛି ।
୮୭.ଓସ୍ତାଦ ଯୋଜନା : ଏହି ଯୋଜନା ମୁଖ୍ୟତଃ ଅଳ୍ପ ସଂଖ୍ୟକ ଯୁବକ ଯୁବତୀମାନଙ୍କୁ ପାରମ୍ପରିକ କୌଶଳ ସଂପର୍କିତ ଶିକ୍ଷା ଦେଇ ସେମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଏହାର ଲକ୍ଷ୍ୟ ହୋଇଛି । ଅନେକ ସମୟରେ ଅଳ୍ପ ସଂଖ୍ୟକ ବର୍ଗର ପୁଅ ଝିଅମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରୁନଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଦକ୍ଷତା  ବିକାଶ ଓ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ପାଇଁ କେବଳ ସେହି ବର୍ଗର ଶିକ୍ଷାର୍ଥିମାନଙ୍କୁ ନେଇ ଏହି ଯୋଜନାର ଲାଗୁ କରିବାର ବ୍ୟବସ୍ଥା କରାଯାଇଛି ।
୮୮.ୟର୍ଣ୍ଣ ଆଣ୍ଡ ଲ୍ୟର୍ଣ୍ଣ : ଅର୍ଥାତ “ପାଠ ପଢ ଓ ରୋଜଗାର କର” ନାମରେ ନାମିତ ଏହି ଯୋଜନା ଅଳ୍ପ ସଂଖ୍ୟକ ପିଲାମାନେ ପଢୁଥିବା  ମଦ୍ରାସାରେ ପ୍ରଚଳନ କରାଯାଇଛି । ମଦ୍ରାସାରେ ପଢୁଥିବା ପୁଅ ଝିଅ ମାନଙ୍କୁ ଦକ୍ଷତା ବିକାଶ ତାଲିମ ଦେବା ସହିତ ସେମାନଙ୍କର ଆର୍ôଥକ ବିକାଶ ପାଇଁ ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ପାଠ ପଢୁଥିବା ସମୟରେ ବି ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛିା  କେବଳ ମୁସଲିମ ନୁହଁନ୍ତି ୬ଟି ଅଳ୍ପ ସଂଖ୍ୟାକ ବର୍ଗର ଛାତ୍ର ଛାତ୍ରୀଙ୍କ ପାଇଁ ଏହି ଯୋଜନା ବର୍ତ୍ତମାନ ଲାଗୁ ହୋଇଛି । ଏମାନଙ୍କ ମଧ୍ୟରେ ମୁସଲିମ୍ ଏହି ବର୍ଗର ଏକ କୋଟି ଛାତ୍ରଙ୍କୁ ପ୍ରି-ମାଟ୍ରିକ ଛାତ୍ରବୃତ୍ତି ଯୋଗାଇ ଦେବା ସହିତ ଏହି ଭଳି ସ୍ୱତନ୍ତ୍ର ତାଲିମ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ସରକାର ଏ ଦିଗରେ ୱାର୍କଫ ବୋର୍ଡର ସମ୍ପତ୍ତିକୁ ସ୍ୱତନ୍ତ୍ର ଭାବେ ଅଳ୍ପ ସଂଖ୍ୟକ ପିଲାମାନଙ୍କର ବିକାଶ ଦିଗରେ ସହାୟତା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରିଛନ୍ତି ।
୮୯. କିରଣ  ଯୋଜନା: ମହିଳା ବୈଜ୍ଞାନିକ ମାନଙ୍କୁ ସ୍ୱତନ୍ତ୍ର ଭାବେ  ସେମାନଙ୍କ ଗବେଷଣା କାର୍ଯ୍ୟରେ ପ୍ରୋତ୍ସାହନ ଦେବା ନିମନ୍ତେ ଏହି କିରଣ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ପାଇଁ ୧୦୫୦କୋଟି ଟଙ୍କାର ବ୍ୟୟ ବରାଦ କରାଯିବା ସହିତ ମହିଳାମାନେ ଯେପରି ପୁରୁଷମାନଙ୍କ ଭଳି ଉଚ୍ଚତ୍ତର ଗବେଷଣ କ୍ଷେତ୍ରରେ ପୁରୁଷମାନଙ୍କ ସମକକ୍ଷ ହୋଇ ପାରିବେ ସେଥିପାଇଁ ସୁଯୋଗ ସୃଷ୍ଟି କରାଯାଇଛି ।
୯୦. ନମାମି ଗଙ୍ଗେ ଯୋଜନା : ଏହି କାର୍ଯ୍ୟକ୍ରମ ଜରିଆରେ ଗଙ୍ଗାଜଳକୁ ସ୍ୱଚ୍ଛ କରିବା ସହିତ ଯେପରି ଗଙ୍ଗାର ସାମାଜିକ ଏବଂ  ଧର୍ମୀୟ ତଥା ଅଧି ଭୌତିକ ସମ୍ମାନ ପୁନଃସ୍ଥାପତ ହୋଇ ପାରିବ ସେଥିପାଇଁ ୨୭ ହଜାର କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଫଣ୍ଡ ସୃଷ୍ଟି କରାଯାଇଛି । ବିଶେଷ ଭାବେ ଗଙ୍ଗାଜଳକୁ ଦୁଷିତ କରୁଥିବା ଅତ୍ୟଧିକ ପ୍ରଦୁଷଣକାରୀ ୭୬୪ଟି ଉଦ୍ୟୋଗକୁ ଚିହ୍ନଟ କରାଯିବା ସହିତ ସେମାନେ ଯେପରି ତାଙ୍କର ବର୍ଜ୍ୟବସ୍ତୁ ଗଙ୍ଗାକୁ ନଛାଡିବେ ସେଥିପାଇଁ ନିରନ୍ତର ନିରିକ୍ଷଣ ବ୍ୟବସ୍ଥାକୁ କଡା କଡି କରାଯାଇଛି । ସେହିଭଳି ଗଙ୍ଗାରେ ପଡିଥିବା ନଦୀ,ନାଳ ପ୍ରଭୃତିର ବିଶୋଧନ କରିବାର ମଧ୍ୟ ବ୍ୟବସ୍ଥା କରାଯାଉଛି । ନଦୀକୁ ଚାଲି ଆସୁଥିବା ବିଭିନ୍ନ ବର୍ଜ୍ୟବସ୍ତୁକୁ ଯେପରି ନଦୀ ଭିତରୁ  ସଂଗ୍ରହ କରିବା ସହିତ ଅତ୍ୟାଧୁନିକ ଜାହାଜ ପରି ଆଧୁନିକ ଉପକରଣର ସାହାଯ୍ୟନେବା ସହିତ ବୈଜ୍ଞାନିକ ପ୍ରଣାଳୀରେ ଏହି ବର୍ଜ୍ୟବସ୍ତୁକୁ ନଷ୍ଟ କରା   ଯାଇ ପାରିବ ବା ଅନ୍ୟ କୌଣସି ଉପାୟରେ ତାର ଉପଯୋଗ କରାଯାଇ ପାରିବ ସେହି କୌଶଳର ପ୍ରୟୋଗ କରାଯିବା ପାଇଁ ଯୋଜନା କରାଯାଇଛି ।
୯୧. ରାଷ୍ଟ୍ରୀୟ ବାୟୋଫର୍ମା ମିଶନ: ୨୦୧୭ ଜୁନରେ କେନ୍ଦ୍ରୀୟ ବିଜ୍ଞାନ ଏବଂ ପ୍ରାଦୋଗୀକି, ଭୂ-ବିଜ୍ଞାନ, ପର୍ଯ୍ୟାବରଣ ଏବଂ ଜଳବାୟୁ ମନ୍ତ୍ରଣାଳୟ ସୌଜନ୍ୟରେ ଏହି ଔଦ୍ୟୋଗିକୀ ଶୈକ୍ଷଣିକ ମିଶନର ପ୍ରତିଷ୍ଠା କରାଯାଇଛି । ୨୫କୋଟି ଆମେରିକୀୟ ଡଲାର ନିବେଶରେ ଏହି ଫାକ୍ସିକ୍ କାର୍ଯ୍ୟକ୍ରମ ଭାରତୀୟ ବାୟୋ ଫର୍ମାସିଉଟ୍ିକାଲ ଉଦ୍ୟୋଗ ଜଗତରେ ଏକ ବଡ ପରିବର୍ତ୍ତନ ଆଣିବ । ଏହା ଜରିଆରେ ଉଦ୍ୟମିତା ଏବଂ ସ୍ୱଦେଶୀ ବିନିର୍ମାଣ କ୍ଷେତ୍ର ଅଧିକ ବିକଶିତ ହେବା ସହିତ ଆବଶ୍ୟକୀୟ ଭିତ୍ତିଭୂମିର ପ୍ରତିଷ୍ଠା ଯୋଗୁଁ ଭାରତ ବର୍ଷରେ ବିଦେଶରୁ ଅଧିକ ଦାମ୍ ଦେଇ ଆମଦାନୀ କରାଯାଉଥିବା ବିଭିନ୍ନ ଔଷଧ ପ୍ରସ୍ତୁତି କରାଯିବ । ଜୀବନ ରକ୍ଷାକାରୀ ଓ ଜରୁରୀ ଅବସ୍ଥା ପାଇଁ ଆବଶ୍ୟକୀୟ ମୂଲ୍ୟବାନ ଔଷଧ ଉତ୍ପାଦନ ଦ୍ୱାରା ଭାରତୀୟ ଚିକିତ୍ସା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିବ । ବର୍ତ୍ତମାନ ଚୀନ୍ ଓ କୋରିଆ ପ୍ରଭୃତି ଦେଶ ଗୁଡିକ ଯେପରି ଆମେରିକା, ଇଂଲଣ୍ଡ ଓ ଜର୍ମାନ ଭଳି ଉନ୍ନତ ଦେଶ ସହିତ ଏଭଳି ଔଷଧ ଉତ୍ପାଦନ କରି ସେମାନଙ୍କ ସମକକ୍ଷ ହୋଇପାରିଛନ୍ତି, ଭାରତ ଏ କ୍ଷେତ୍ରରେ ସେମାନଙ୍କ ଭଳି ସଫଳତା ହାସଲ କରି ପାରିବ । ବର୍ତ୍ତମାନ ବିଶ୍ୱ ବଜାରରେ ଭାରତର ଅବଦାନ ଫର୍ମାସିଟ୍କାଲ କ୍ଷେତ୍ରରେ ମାତ୍ର ୨.୮ ଥିବା ବେଳେ ଏହି ଯୋଜନା ଯୋଗୁଁ ତାହା ୫ ପ୍ରତିଶତକୁ ବୃଦ୍ଧି ପାଇବ ।
୯୨.ନୀତି ଆୟୋଗର ସାଥ୍ କାର୍ଯ୍ୟକ୍ରମ ( ଝଇଇଞଐ): ୨୦୧୭ ଜୁନ୍ ଠାରୁ ନୀତି ଆୟୋଗ ଜରିଆରେ ଏହି ସାଥ୍ ବା  ସଷ୍ଟେନେବୁଲ ଆକ୍ସନ ଫର ଟ୍ରାନସଫରମିଂ ହିୟୁମାନ କ୍ୟାପିଟାଲ ଅର୍ଥାତ ମାନବ ପୁଞ୍ଜି ରୁପାନ୍ତରଣ ରୂପେ ପରିଚିତ ଏହି କାର୍ଯ୍ୟକ୍ରମ ଦ୍ୱାରା ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶ୍ୱ ସ୍ତରୀୟ ଜ୍ଞାନ କୌଶଳର ଉପଯୋଗ କରାଯିବ । ଏହି କ୍ରମରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ଲକ୍ଷ୍ୟ ହାସଲ ନିମନ୍ତେ ରାଜ୍ୟମାନଙ୍କ ସହିତ ମିଶି ଏହା ବିଭିନ୍ନ ଉନ୍ନତ କାର୍ଯ୍ୟକ୍ରମ, ତାର କାର୍ଯ୍ୟାନ୍ୱୟନ ଏବଂ ଢାଞ୍ଚାର ବିକାଶ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବ । ପ୍ରଥମ ପର୍ଯ୍ୟାୟରେ ଏଥିରେ ୧୪ଟି ରାଜ୍ୟ ଅଂଶଗ୍ରହଣ କରିବା ସହିତ ଶେଷ ସୁଦ୍ଧା ତିନୋଟି ରାଜ୍ୟ ବଛାଯାଇ ଏହି କାର୍ଯ୍ୟକ୍ରମ ଲାଗୁ କରାଯିବ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ପ୍ରସୁତି ଓ ଶିଶୁ ମୃତ୍ୟୁହାର କମାଇବା ସହିତ ମେଲେରିଆ ଭଳି ରୋଗକୁ ସଂପୂର୍ଣ୍ଣ ନିର୍ମୂଳ କରିବା ପାଇଁ ପ୍ରସ୍ତାବ କାର୍ଯ୍ୟକାରୀ କରାଯାଉଛି ।
୯୩. ପ୍ରଧାନମନ୍ତ୍ରୀ ଗାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ :  ଏହି ଯୋଜନାଟି ୨୦୧୭ ମସିହା ଫେବୃୟାରୀରୁ ଆରମ୍ଭ କରାଯାଇଛି ଏବଂ ୨୦୧୯ ସୁଦ୍ଧା ଦେଶର ୬କୋଟି ଗ୍ରାମୀଣ ପରିବାରକୁ ଡିଜିଟାଲ କ୍ଷେତ୍ରରେ ସାକ୍ଷର କରିବାର ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ  ୨୩୫୧.୩୮କୋଟି ଟଙ୍କା ଖର୍ଚ୍ଚ କରାଯିବା ସହିତ ଦେଶର ୨,୫୦,୦୦୦ ଗ୍ରାମ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ଦ୍ୱାରା ସାକ୍ଷର ହେଉଥିବା ଲୋକମାନେ କମ୍ପୁଟର / ଡିଜିଟାଲ ଆକ୍ସନ ଡିଭାଇସ ଯଥା ଟାବଲେଟ୍ ଓ ସ୍ମାଟ୍ ଫୋନ ପ୍ରଭୃତି ମାଧ୍ୟମରେ ଇମେଲ ପଠାଇବା, ଇଣ୍ଟରନେଟ୍ ବ୍ରାଉଜ କରିବା ତଥା ବିଭିନ୍ନ ସରକାରୀ ସେବା ଆକ୍ସେସ୍ କରିବା, ସୂଚନା ସଂପର୍କରେ ସର୍ଚ୍ଚ କରିବା ଆଦି କାର୍ଯ୍ୟମାନ କରିପାରିବେ । ଏହି ଯୋଜନାର କାର୍ଯ୍ୟାନ୍ୱୟନକୁ ଇଲୋଟ୍ରନିକ ଏବଂ ଆଇଟି ମନ୍ତ୍ରଣାଳୟ ତଦାରଖ କରିବେ । ଏହି ଯୋଜନା ଜରିଆରେ ଗ୍ରାମୀଣ ଜନତାଙ୍କୁ ସହରଭଳି ସବୁ ପ୍ରକାର ସହ ଡିଜିଟାଲ ସେବା ଯୋଗାଇ ଦେବା ଲକ୍ଷ୍ୟ ରଖାଯାଇଛି ।
୯୪.ଅଟଳ ସୁଧାର ପ୍ରୋୟଗଶାଳା ବା ଅଟଳ ଟିଙ୍କରିଂ ଲାବରେଟରିଜ: ଏହି ଯୋଜନାରେ ଷଷ୍ଠ ଶ୍ରେଣୀ ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେୀଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ରଚନାତ୍ମକ ତଥା ବୈଜ୍ଞାନିକ ମାନସିକତାର ବିକାଶ ପାଇଁ  କର୍ମଶାଳାର ଆୟୋଜନ କରାଯିବ । ୨୦୧୬ରେ ଆରମ୍ଭ କରାଯାଇଥିବା ଅଟଳ ଇନୋଭେସନ ମିଶନ ଜରିଆରେ ପ୍ରୟୋଗଶାଳା ପ୍ରତିଷ୍ଠା କରି ପ୍ରତିଭାଶାଳୀ ଛାତ୍ରମାନଙ୍କୁ ନୂଆ ନୂଆ ଟେକ୍ନିକ୍ ସଂପର୍କରେ ଶିକ୍ଷା ଦିଆଯିବା ସହିତ ବିଭିନ୍ନ ବୈଜ୍ଞାନିକ ଉପକରଣ, ଥ୍ରୀ-ଡି ପ୍ରିଣ୍ଟର ଏବଂ ରୋବଟିକ୍ସ ପ୍ରଭୃତି ବିଷୟରେ ସେମାନଙ୍କୁ ଧାରଣା ଦେବା ସହିତ ବ୍ୟବହାର କରିିବାକୁ ଶିକ୍ଷା ଦିଆଯିବ । ପ୍ରତ୍ୟେକ ପ୍ରୟୋଗଶାଳାକୁ ବିଭିନ୍ନ ଉପକରଣ କ୍ରୟ ନିମନ୍ତେ ୧୦ଲକ୍ଷ ଟଙ୍କା ଯୋଗାଇ ଦେବା ସହିତ ଏହାର ସଂଚାଳନ ପାଇଁ ମଧ୍ୟ ୧୦ଲକ୍ଷ  ଟଙ୍କା ଆର୍ଥିକ ସହାୟତା ଦିଆଯିବ । ପ୍ରତିବର୍ଷ ୧ଲକ୍ଷ ସ୍କୁଲରେ ଏହି ଅଟଳ ସୁଧାର ପ୍ରୟୋଗଶାଳାର ପ୍ରତିଷ୍ଠା କରାଯିବ ।
୯୫. ଟେଲି ଲ ଯୋଜନା : ଗ୍ରାମଞ୍ଚଳରେ ଲୋକମାନଙ୍କୁ ଏହି ଯେଜନା ମାଧ୍ୟମରେ ଆଇନ୍ ସହାୟତା ଉପଲବ୍ଧ କରାଯିବ । ଏହି କାର୍ଯ୍ୟକ୍ରମ ବିଧି ଏବଂ ନ୍ୟାୟ ମନ୍ତ୍ରଣାଳୟ ତଥା ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରାଦ୍ୟୋଗିକୀ ମନ୍ତ୍ରଣାଳୟର ମିଳିତ ଅନୁକୂଲ୍ୟରେ ଏହା ସଂଚାଳିତ ହେଉଛି । ଡିଜିଟାଲ ରେଡିଓ କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ପଂଚାୟତରେ ଏଥିପାଇଁ ଏକ ସାଧାରଣ ସେବା କେନ୍ଦ୍ର କାର୍ଯ୍ୟକରିବ । ପ୍ରଥମ ପର୍ଯ୍ୟାୟରେ ୨୦୧୭ ଜୁନ୍ ରେ ଉତ୍ତରପ୍ରଦେଶ ଓ ବିହାରରେ ୫୦୦ ସେବାକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଟେଲି-ଲ -ପୋର୍ଟାଲ ଜରିଆରେ ଭିଡିଓ କନ୍ଫରେନ୍ସସିଂ ମାଧ୍ୟମରେ ଆଇନ୍ ସେବା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥାରେ ଓକିଲ, ଲ ସ୍କୁଲ କ୍ଲିନିକ୍ , ଜିଲ୍ଲା ବିଧି ସେବା ପ୍ରାଧିକରଣ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ତଥା ଆଇନ ସଚେତନତା କ୍ଷେତ୍ରରେ ସହାୟତା ଦେବା ପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟକରୁଥିବା ବିଭିନ୍ନ ସଂଗଠନକୁ ଯୋଡାଯାଇ ପରସ୍ପର ଭିତରେ ଆଇନ୍ ସହାୟତା ତଥା ପାରସ୍ପରିକ ପରାମର୍ଶ  ଆଦାନ ପ୍ରଦାନ କରାଯାଇପାରିବ ।
୯୬. ଆଜୀବୀକା ଗ୍ରାମିଣ ଏକ୍ସପ୍ରେସ ଯୋଜନା : ଗ୍ରାମିଣ ବିକାଶ ମନ୍ତ୍ରଣାଳୟ ଦୀନଦୟାଲ ଅନ୍ତୋଦୟ ଯୋଜନା ଓ ରାଷ୍ଟ୍ରୀୟ ଗ୍ରାମିଣ ଆଜୀବିକା ମିଶନର ମିଳିତ ସହଯୋଗରେ ଏହିନୂଆ ଯୋଜନାକୁ କାର୍ଯ୍ୟକ୍ଷମ କରାଯିବ । ଏହାର ମୂଖ୍ୟ ଉଦ୍ଦେଶ୍ୟ ହେଲା ବିକଳ୍ପ ଜୀବିକା ସ୍ରୋତ ଉପଲବଧ କରାଇବା ଅର୍ଥ ଗ୍ରାମୀଣ କ୍ଷେତ୍ରରେ ସାର୍ବଜନିକ ପରିବହନ ସେବା ଉପଲବ୍ଧ କରାଯିବ । ଯେଉଁଥିରେ ଇ-ରିକ୍ସା, ଅଟୋ ରିକ୍ସା, ଏବଂ ୪ ଚକିଆ ଛୋଟ ମରୋଟ ଯାନକୁ ସାମିଲ କରି ପ୍ରତ୍ୟେକ ସ୍ଥାନରେ ଯେପରି ପରିବହନ ବ୍ୟବସ୍ଥା ପହଂଚିପାରିବ ସେଥିପାଇଁ କ୍ଷେତ୍ର ପ୍ରସ୍ତୁତ କରାଯିବ । ଏହା ଜରିଆରେ ଦୂରଦୂରାନ୍ତର ଗ୍ରାମରେ ଶିକ୍ଷା ସ୍ୱାସ୍ଥ୍ୟ ଓ ବଜାର ବ୍ୟବସ୍ଥାଭଳି ମୁଖ୍ୟ ସେବା ଗୁଡିକ ଯେପରି ଉପଲବ୍ଧ ହୋଇପାରିବ । ବର୍ତ୍ତମାନ ନିର୍ବାଚିତ ୨୫୦ ଟି ବ୍ଲକ୍ରେ ଏହି ପାଇଲଟ୍ ସୁବିଧା ଉପଲବ୍ଧ କରାଯାଇଛି । ଏହାର କାର୍ଯ୍ୟକରିତାର ସଫଳତାକୁ ବିଚାର କରି  କ୍ରମଶଃ ସମସ୍ତ ଅନଗ୍ରସର ବ୍ଲକ୍କୁ ଏଥିରେ ଅର୍ନ୍ତଭୁକ୍ତ କରାଯିବାର ବ୍ୟବସ୍ଥା କରାଯାଇଛି ।
୯୭. ସମ୍ପଦା ଯୋଜନା : ୨୦୧୭ ମେ ରୁ ଅର୍ଥ ମନ୍ତ୍ରାଣାଳୟ ଏହି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଟି ହେଲା - ସ୍କିମ୍ ଫର  ଆଗ୍ରୋ ମାରାଇନ୍ ପ୍ରସେସିଙ୍ଗ ଏଣ୍ଡ ଡେଭଲମେଣ୍ଟ ଅଫ ଆଗ୍ରୋ ପ୍ରସେସିଙ୍ଗ  ୬୦୦ କୋଟି ଅର୍ଥ ବିନିଯୋଗରେ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥାରେ ୩୧ ହଜାର ୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ । ଯଦ୍ୱାରା ୧, ୦୪, ୧୨୫ କୋଟି ମୂଲ୍ୟର ୩୩୪ ଲକ୍ଷ ମେଟ୍ରିକ୍ ଟନ୍ କୃଷି ଉତ୍ପାଦନ କରାଯାଇପାରିବ । ଏହାଦ୍ୱାରା ୨୦ ଲକ୍ଷ କୃଷକ ଲାଭବାନ ହେବା ସହିତ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷଭାବେ ୨୦୧୯-୨୦ ସୁଦ୍ଧା ୫, ୩୦, ୫୦୦ ରୋଜଗାର ସୃଷ୍ଟିହେବ । ଏହି ଯୋଜନା ଜରିଆରେ ଫୁଡ୍ ପାର୍କ, କୋଲ୍ଡ ଷ୍ଟୋରେଜ୍ ,  ବ୍ଲୁଏଡିସନ ଇନ୍ଫ୍ରାଷ୍ଟକଚର, ଫୁଡ ସେଫିଟି , କ୍ଲାଲିଟି ଆସୁରାନ୍ସ ଇନ୍ଫ୍ରାଷ୍ଟ୍ରକ୍ୱାଚର ସାମିଲ କରାଯିବ । ଏଥିରେ ମୁଖ୍ୟତଃ କୃଷି, ମଧୁର ଜଳ, ଓ ସାମୁଦ୍ରିକ ମତ୍ସ ପ୍ରଭୃତି ଉତ୍ପାଦନକୁ ନେଇ ତାର ସଂରକ୍ଷଣ, ଖାଦ୍ୟ ପ୍ରକିୟାକରଣ ଏବଂ ରପ୍ତାନୀ ଉପରେ ଗୁରୁତ୍ୱ ଦିଆଯିବ ।
୯୮.ପ୍ରୋ-ବୋନୋବିଧିକ ସେବା ସ୍କିମ୍ : ବିଧି ଓ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ୨୦୧୭ ଏପ୍ରିଲରୁ ଏହି ଯୋଜନା କାର୍ଯ୍ୟକ୍ଷମ ହେଉଛି ।  ପ୍ରୋବୋନୋ- ଏହି ଲାଟିନ୍ ଶବ୍ଦର ଅର୍ଥ ହେଲା ବିନା ବେତନରେ ବା ଅର୍ଥରେ ଆଇନ୍ ସେବା ଲାଭ କରିବା  । ଏହି ଯୋଜନା ଏଭଳି ଏକ ୱେଭ ପ୍ଲାଟଫର୍ମ ଯେଉଁଥିରେ ଯେ କୋ÷ଣସି ଅଧିବକ୍ତା ପଂଜୀକରଣ କରି ନ୍ୟାୟ ପାଇବାରୁ ବଞ୍ଚିତ ଦରିଦ୍ର ଓ ଅକ୍ଷମ ଲୋକମାନଙ୍କୁ ନ୍ୟାୟିକ ସହାୟତା ଯୋଗାଇ ଦେଇ ପାରିବେ । ଏହାଦ୍ୱାରା ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ବରିଷ୍ଠ ନାଗରୀକ, ନାବାଳକ ବା କମ୍ ଆୟ କରୁଥିବା ବ୍ୟକ୍ତି ବିଶେଷ ଏବଂ ଦିବ୍ୟାଙ୍ଗ ମାନେ ନିଜକୁ ପଂଜିକୃତ କରାଇ ଏଇ ଆଇନ୍ ସହାୟତାର ସୁଯୋଗ ହାସଲ କରିପାରିବେ । ସମସ୍ତଙ୍କୁ ସହଜରେ ତଥା ମାଗଣାରେ ଉନ୍ନତ ମାନର ଆଇନ୍ ଗତ ସହାୟତା ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ ।
୯୯.ନ୍ୟାୟମିତ୍ର ସ୍କିମ :  ବିଧି ଓ ନ୍ୟାୟମନ୍ତ୍ରଣାଳୟର ଏହି ଯୋଜନାରେ ଦୀର୍ଘ ୧୦ ବର୍ଷ କିମ୍ବା ତାପୂର୍ବରୁ ପ୍ରଲମ୍ବିତ କେସ୍ ଗୁଡିକୁ ସେବା ନିବୃତ୍ତ ନ୍ୟାୟିକ ଅଧିକାରୀ  ବା ଏକ୍ଜିକୁଟିଭ ଅଧିକାରୀଙ୍କ ସାହାର୍ଯ୍ୟ ନେଇ କମନ୍ ସର୍ଭିସ ସେଣ୍ଟର ବା ଜିଲ୍ଲା ସ୍ଥିତ ନ୍ୟାୟାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ଭାବେ ଏଥିପାଇଁ ଗଠିତ ନ୍ୟାୟିକ ବ୍ୟବସ୍ଥା ଜରିଆରେ ତୁରନ୍ତ ଏହି କେସ୍ ଗୁଡିକର ବିଚାର କରି ଫଇସଲା କରିବାର ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ରାଜସ୍ଥାନ, ଓଡିଶା, ଗୁଜୁରାଟ,ପଶ୍ଚିିମବଙ୍ଗଳା ପ୍ରଭୃତି ରାଜ୍ୟର ୨୦୦ଟି ନିର୍ବାଚିତ ଜିଲ୍ଲା ଓ  ପୂର୍ବୋତ୍ତର ରାଜ୍ୟ ସମୂହ ତଥା କାଶ୍ମୀରର ୨୭ଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହି ଜିଲ୍ଲା ଗୁଡିକରେ ବର୍ତ୍ତମାନ ସୁଦ୍ଧା ୨କୋଟି ୪୦ ଲକ୍ଷ ମୋକଦ୍ଦମା ଦୀର୍ଘଦିନରୁ ଗଡି ଆସୁଛି ଏବଂ ତନ୍ମଧ୍ୟରୁ ୨୪ ଲକ୍ଷରୁ ଅଧିକ କେସ୍ ୧୦ ବର୍ଷ ବା ତଦୁର୍ଦ୍ଧ କାଳରୁ ଚାଲି ଆସୁଛି ।
୧୦୦.ଇସାନ ଉଦୟ ଯୋଜନା :  ପୂର୍ବୋତ୍ତର ରାଜ୍ୟମାନଙ୍କରେ ମେଧାବୀ ଛାତ୍ରଛାତ୍ରୀମାନେ ଯେପରି ସହଜରେ ଉଚ୍ଚଶିକ୍ଷା ଲାଭ କରି ପାରିବେ ସେଥିପାଇଁ ସ୍ୱତନ୍ତ୍ର ଛାତ୍ରବୃତ୍ତି ଯୋଗାଇ ଦେବା ଏହି ଯୋଜନାର ଉଦ୍ଦେଶ୍ୟ । ଏହା ୨୦୧୪-୧୫ରୁ କାର୍ଯ୍ୟକାରୀ ହୋଇ ଆସୁଛି । ଏହି ସ୍କିମ ଅନୁସାରେ ପ୍ରତିବର୍ଷ ୧୦ ହଜାର ମେଧାବୀ ଛାତ୍ରଙ୍କୁ ଛାତ୍ରବୃତ୍ତି ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । ଯେଉଁ ଛାତ୍ରଛାତ୍ରୀଙ୍କର ଅବିଭାବକମାନଙ୍କର ବାର୍ଷିକ ଆୟ ୪.୫୦ଲକ୍ଷରୁ କମ୍ ସେମାନେ ଅଣ୍ଡର ଗ୍ରାଜୁଏଟ ସ୍ତର ପାଇଁ ବାର୍ଷିକ ୩୫ଶହ ଟଙ୍କା ଏବଂ ବିଶ୍ୱ ବିଦ୍ୟାଳୟ ସ୍ତରୀୟ ଶିକ୍ଷାପାଇଁ ମାସିକ ୫୦୦୦ଟଙ୍କା ଛାତ୍ର ବୃତ୍ତି ପାଉଛନ୍ତି ।
୧୦୧.ପ୍ରଗତି ଯୋଜନା :  ଏହି ଯୋଜନାରେ ବୈଷୟିକ ଶିକ୍ଷାଲାଭ ପାଇଁ ବାଳିକାମାନଙ୍କୁ ରହିବା ପାଇଁ ପ୍ରତିମାସରେ ମାସିକ ୩ ହଜାର  ଟଙ୍କା ଓ ଟୁୟୁସନ ଫି ପାଇଁ ୨ ହଜାର ଟଙ୍କା ଯୋଗାଇ ଦିଆଯାଇଛି । ବାର୍ଷିକ ୬ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ଅବିଭାବକମାନଙ୍କର  ପିଲାମାନେ ଏହି ଛାତ୍ରବୃତ୍ତି ପାଇବା ପାଇଁ ସକ୍ଷମ ହେବେ ।
୧୦୨.ଭାରତ ସାଂସ୍କୃତିକ ମାନଚିତ୍ରଣ ରାଷ୍ଟ୍ରୀୟ ମିଶନ :  ୨୦୧୭ ଜୁନ୍ରେ ଆରମ୍ଭ ହୋଇଥିବା ଏହି ଯୋଜନାକୁ ନ୍ୟାସନାଲ ମିଶନ୍ ଅଫ୍ କଲ୍ଚରାଲ ମ୍ୟାପିଂ ଅଫ୍ ଇଣ୍ଡିଆ ବୋଲି କୁହାଯାଉଛି ।  ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଭୂମୀ ମଥୁରାରୁ ଏହା ଆରମ୍ଭ କରାଯାଇଥିଲା । ଯେକୌଣସି ସାଂସ୍କୃତିକ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏବଂ  ଏହାର ସଂରକ୍ଷଣ ଓ ସମ୍ବର୍ଦ୍ଧନ କରିବା ଏହି ଯୋଜନାର ଲକ୍ଷ୍ୟ । ଏହି ମିଶନ ଜରିଆରେ ବ୍ଲକ ସ୍ତରରୁ ପ୍ରତିଭାର ଚିହ୍ନଟ ପାଇଁ ବିଭିନ୍ନ ପ୍ରତିଯୋଗୀତାର ଆୟୋଜନ କରି ଯଥାର୍ଥ ପ୍ରତିଭାଧରଙ୍କୁ ଚିହ୍ନଟ କରିବା ଏହାର ଉଦ୍ଦେଶ୍ୟ । ପ୍ରଥମବର୍ଷ ଏଥିପାଇଁ  ୪୭୦କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ୨୦୧୯ ସୁଦ୍ଧା ଦେଶର ୬ଲକ୍ଷ ୪୦ ହଜାର ଗ୍ରାମକୁ ଏହି ପ୍ରତିଭା ଚିହ୍ନଟ ପ୍ରକ୍ରିୟାରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି । କଳାକାର ଏବଂ ଲେଖକମାନଙ୍କୁ କ,ଖ,ଗ ତିନୋଟି ଶ୍ରେଣୀରେ ବର୍ଗୀକରଣ କରି ସେମାନଙ୍କ ସଂପର୍କରେ ସମସ୍ତ ଡାଟା ମ୍ୟାପିଂ କରିବା ଓ ସେମାନଙ୍କୁ ୱେବ୍ରେ ଅନ୍ତର୍ଭୁକ୍ତ କରି ସେମାନଙ୍କର ପ୍ରତିଭାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି ।
୧୦୩. ପୂର୍ବୋତ୍ତର କ୍ଷେତ୍ର ବିକାଶ ଯୋଜନା, ଡିଓଏନ୍ଇଆର ବା ପାହାଡି କ୍ଷେତ୍ର ବିକାଶ କାର୍ଯ୍ୟକ୍ରମ :  ଏହି ଯୋଜନାଟି ସଂପୂର୍ଣ୍ଣ ଭାବେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଟ । ୨୦୧୫ ମାର୍ଚ୍ଚ ୨୬ରେ ଘୋଷଣା କରାଯାଇଥିବା ପୂର୍ବୋତ୍ତର କ୍ଷେତ୍ରର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଏବଂ ଦେଶର ମୁଖ୍ୟଧାରାରେ ସେମାନଙ୍କ ଓ ସହଯୋଗ ଏବଂ ଭାଗିଦାରୀକୁ ଅଧିକ ସୁଦୃଢ ଓ ସଂପ୍ରସାରିତ କରିବା ଉଦ୍ଦେଶ୍ୟରେ ଏହି ଯୋଜନାକୁ ଆରମ୍ଭ କରାଯାଇଛି ।
୨୦୧୭ ଜୁନରୁ ଆରମ୍ଭ କରାଯାଇଥିବା ମଣିପୁର, ତ୍ରିପୁରା ଏବଂ ଆସାମ ପ୍ରଭୃତି ରାଜ୍ୟ ଗୁଡିକର ସାମାଜିକ, ଆର୍ଥିକ, ବିକାଶ ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବା ଓ ତାର ସଫଳ କାର୍ଯ୍ୟାନ୍ୱୟନ ଏହି ଯୋଜନାର ଲକ୍ଷ୍ୟ । ଏହି କ୍ରମରେ ବିଭିନ୍ନ ଜିଲ୍ଲାରେ ଥିବା ଘାଟି ରାସ୍ତାର ବିକାଶ, ଶିକ୍ଷା ଓ ସ୍ୱାସ୍ଥ୍ୟର ଗୁଣାତ୍ମକ ମାନବୃଦ୍ଧି ଏବଂ ଜୀବନ ଜୀବିକାର ଉନ୍ନତି ସାଧନ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ଏହି ଯୋଜନାର ମୁଖ୍ୟ ଉ୍ଦ୍ଦେଶ୍ୟ ।
୧୦୪.ବାତ୍ସଲ୍ୟ-ମାତୃ ଅମୃତ କୋଷ : ମାନବ ଦୁଗ୍ଧ ବ୍ୟାଙ୍କ :  ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ୨୦୧୭ ଜୁନରୁ ଦିଲ୍ଲୀ ସ୍ଥିତ ଲେଡି ହାର୍ଡିଞ୍ଜ ମେଡିକାଲ କଲେଜରେ ବାତ୍ସଲ୍ୟ-ମାତୃ ଅମୃତ କୋଷର ଶୁଭ ଉଦ୍ଘାଟନ ହୋଇଥିଲା । ଏଠାରେ ଏକ ରାଷ୍ଟ୍ରୀୟ ମାନବ (ମାତୃ) ଦୁଗ୍ଧବ୍ୟାଙ୍କ ଏବଂ ଦୁଗ୍ଧପାନ ପରାମର୍ଶ କେନ୍ଦ୍ର ରହିଛି ।  ଏହା ସମଗ୍ର ଉତ୍ତର ଭାରତରେ ସବୁଠାରୁ ବଡ ମାନବ ମାତୃ ଦୁଗ୍ଧ ବ୍ୟାଙ୍କ ଏବଂ ଦୁଗ୍ଧପାନ ପରାମର୍ଶ କେନ୍ଦ୍ର । ଦିଲ୍ଲୀ ଏବଂ ଦିଲ୍ଲୀର ନିକଟବର୍ତ୍ତୀ ଅଞ୍ଚଳମାନଙ୍କରେ ସମସ୍ତ ନବଜାତ ଶିଶୁମାନଙ୍କୁ ବିଷମ ପରିସ୍ଥିତିରେ ଜୀବନ  ରକ୍ଷକ  ଦୁଗ୍ଧ ଉପଲବ୍ଧ କରାଇବା ଏହାର ଲକ୍ଷ୍ୟ । ଏହି ଦୁଗ୍ଧ ବ୍ୟାଙ୍କ ନରୱେ ସରକାର ଏବଂ ଓସ୍ଲୋ ବିଶ୍ୱବିଦ୍ୟାଳୟ  ସହଭାଗୀତାରେ ପ୍ରତିଷ୍ଠା କରାଯାଇଛି । ମାତୃ ଦୁଗ୍ଧ ଶିଶୁ ଦେହରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରାଇବା ସହିତ ଶିଶୁ ସୁସ୍ଥ ନିରୋଗ ରହେ ଏହି ବାର୍ତ୍ତା ପ୍ରଚାର କରିବା ପାଇଁ ଏହି କାର୍ଯ୍ୟକ୍ରମ ଜରିଆରେ ମଦର ଆବସ୍ଲ୍ୟୁଟ୍ ଆଫେକ୍ସନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି
୧୦୫.ସମାବେଶୀ ଭାରତ ଅଭିଯାନ ଯୋଜନା :  ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ସୌଜନ୍ୟରେ ୨୦୧୭ ଜୁନରୁ ସମାବେଶୀ ଭାରତ ଅଭିଯାନ ବା ଇନ୍କ୍ଲୁସିଭ ଇଣ୍ଡିଆ ଇନିସିଏଟିଭ ଆରମ୍ଭ କରାଯାଇଛି ।  ଏହି ଯୋଜନାରେ ଦିବ୍ୟାଙ୍ଗମାନଙ୍କ ଉଦ୍ଦେଶ୍ୟରେ ତାଙ୍କର ବୌଦ୍ଧିକ ଏବଂ ଆର୍ôଥକ ବିକାଶ ପାଇଁ ତଥା ସମାଜର ମୁଖ୍ୟଧାରା ସହିତ ସେମାନଙ୍କୁ ସାମିଲ କରିବା ପାଇଁ  ବ୍ୟବସ୍ଥା ରହିଛି । ଶିକ୍ଷାର ବିକାଶ କରି ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ସମାଜ ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ବଦଳାଇବା ପାଇଁ ଗୁରୁତ୍ୱ ଦିଆଯାଇଛି । ଏଥିରେ ମୁଖ୍ୟତଃ ଶିକ୍ଷାର ବିକାଶ, ନିଯୁକ୍ତି ସୁଯୋଗ ଏବଂ ସାମାଜିକ ଜୀବନ  ସଂରଚନା ଉପରେ ଗୁରୁତ୍ୱ ଦିଆଯାଇଛି । 
୧୦୬. ରାଷ୍ଟ୍ରୀୟ ଷ୍ଟ୍ରୀଟ୍ ଲାଇଟ୍ କାର୍ଯ୍ୟକ୍ରମ :  ଶକ୍ତି ବିଭାଗ ତରଫରୁ ୨୦୧୭ ଜାନୁୟାରୀ ରୁ ଆରମ୍ଭ କରାଯାଇଥିବା ଏହା ସମଗ୍ର ପୃଥିବୀରେ ଷ୍ଟ୍ରୀଟ୍ ଲାଇଟ୍ ବଦଳାଇ ନୂଆ ଷ୍ଟ୍ରୀଟ ଲାଇଟ୍ ସଂସ୍ଥାପନ କରିବା କ୍ଷେତ୍ରରେ ସବୁଠାରୁ ବଡ ରାଷ୍ଟ୍ରୀୟ ଯୋଜନା । ମୁଖ୍ୟତଃ ସାର୍ବଜନିକ ରାସ୍ତାକୁ ଅଧିକ ଆଲୋକିତ କରିବା ଏବଂ ଅନ୍ୟ ପକ୍ଷରେ ବିଜୁଳୀ ଶକ୍ତି ବ୍ୟବହାରର ପରିମାଣକୁ କମାଇବା ଦେଶ ଓ ରାଜ୍ୟମାନଙ୍କ ପାଇଁ ଅର୍ଥ ସଂଚୟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଗତ ଦୁଇ ବର୍ଷ ଭିତରେ ୧୫.୩୬ ଲକ୍ଷ ଷ୍ଟ୍ରୀଟ୍ ଲାଇଟ୍ କ୍ଷେତ୍ରରେ ଏଲ୍ଡି ବଲ ଲଗାଇ ୨୦.୩୫କୋଟି ମେଗାୱାଟ ବିଜୁଳୀ ଶକ୍ତି ସଂଚୟ କରାଯାଇ ପାରିଛି । ଏହାଦ୍ୱାରା ପ୍ରତିବର୍ଷ ୧.୬୮ ଲକ୍ଷ୍ୟ ଟନ୍ ଗ୍ରୀନ୍ ହାଉସ ଗ୍ୟାସ କମ୍ କରାଯାଇ ପାରିଛି । ଏହାଦ୍ୱାରା ବିଜୁଳୀ ବିଲ୍ ବାବଦକୁ ୨୦ ପର୍ତିଶତ କମ୍  ଅର୍ଥ ଖର୍ଚ୍ଚ ହେଉଛି । ପ୍ରତିଦିନ ୨୨ ହଜାର ଟନ୍ ଗ୍ରୀନ୍ ଗ୍ୟାସ ଉତ୍ପାଦନ କମ୍ ହେଉଥିବାରୁ ପରିବେଶ ସନ୍ତୁଳିତ ହେବା ସହିତ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସମଗ୍ର ପୃଥିବୀରେ ଏହାକୁ ଏକ ଗୁରୁତ୍ୱ ପୂର୍ଣ୍ଣ ପଦକ୍ଷେପ ରୂପେ ବିଚାର କରାଯାଉଛି ।
୧୦୭.ରାଷ୍ଟ୍ରୀୟ କୃିଷି ବଜାର ଇ-ନାମ ପରିଯୋଜନା :  ୨୦୧୬ ଏପ୍ରିଲରୁ ରାଷ୍ଟ୍ରୀୟ କୃଷି ବଜାର ପାଇଁ ଇ-ଟ୍ରେଡିଂ ପ୍ଲାଟଫର୍ମ ବା ଇ-ନାମ ପ୍ରାୟୋଗିକ ପାଇଲଟ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ପରିଯୋଜନାକୁ ଅଧିକ ପାରଦର୍ଶିର୍ କରାଯିବା ସହିତ କୃଷକମାନେ ଯେପରି ଅଧିକ ଲାଭ ପାଇବେ ତାର ବ୍ୟବସ୍ଥା କରାଯାଇଛି । ୨୦୧୬ ସୁଦ୍ଧା ଦେଶର ୨୦୦ ବଡ ବଡ ମଣ୍ଡି ଏଥି ସହିତ ସାମିଲ ହୋଇଥିବା ବେଳେ ୨୦୧୮ ସୁଦ୍ଧା ୫୮୫ ମଣ୍ଡିକୁ ସାମିଲ କରାଯାଇଛି । ଅନ୍ ଲାଇନ୍ ପୋର୍ଟାଲ ଦ୍ୱାରା ପରିଚାଳିତ ଏହି ରାଷ୍ଟ୍ରୀୟ କୃଷି ବଜାର ସହିତ ରାଜ୍ୟର ସବୁପ୍ରକାର ମଣ୍ଡିକୁ ସାମିଲ କରିବାର ବ୍ୟବସ୍ଥା ରହିଛି । ପ୍ରତ୍ୟେକ ରାଜ୍ୟକୁ ଏଥିପାଇଁ ନିଶୁଳ୍କ ସପ୍ଟଓୟାର ଯୋଗାଇ ଦିଆଯାଇଛି ଓ ପ୍ରତ୍ୟେକ ମଣ୍ଡି ପାଇଁ ଅନ୍ ଲାଇନ୍ ବ୍ୟବସ୍ଥାର ତଦାରଖ ପାଇଁ ଜଣେ ବୈଷୟିକ ପାରଦର୍ଶି ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟରେ ଥିବା କୃଷି ମଣ୍ଡିଗୁଡିକୁ ୩୦ ଲକ୍ଷ ଟଙ୍କା ଅନୁଦାନ ଦେବା ସହିତ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ର ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥା ମାଧ୍ୟମରେ ଯେ କୌଣସି କୃଷି ବଜାରରୁ ଭାରତର ଯେ କୌଣସି ଅଂଶରେ ରହି ଦ୍ରବ୍ୟ ବିକାକିଣା କରାଯାଇ ପାରିବ । ଯାହାଦ୍ୱାରା କୃଷକ ତୁଳନାତ୍ମକ ବଜାର ବ୍ୟବସ୍ଥା ମାଧ୍ୟମରେ ତାର ଉତ୍ପାଦନକୁ ଅଧିକ ଅର୍ଥରେ ବିକ୍ରୟ କରିବାକୁ ସକ୍ଷମ ହେବ ।
୧୦୮.ରାଷ୍ଟ୍ରୀୟ ଜଳ ବିଜ୍ଞାନ ପରିଯୋଜନା: ଏହି ପରିଯୋଜନାରେ ବନ୍ୟା ସଂପର୍କରେ ଭବିଷ୍ୟବାଣୀ କରିବା ଏବଂ ନଦୀର ଜଳଧାରଣ କ୍ଷମତାରେ ସୁଧାର ଆଣିବା ପାଇଁ ବ୍ୟବସ୍ଥା ରହିଛି ।  ଏହି ମହତ୍ୱାକାକ୍ଷୀଂ ଯୋଜନା ପାଇଁ କେନ୍ଦ୍ର ସରକାର ୧୭୫ ମିଲିୟନ ଡଲାର ଋଣ ମଧ୍ୟ ମଞ୍ଜୁର କରିଛନ୍ତି । ଏ କ୍ଷେତ୍ରରେ ଅର୍ନ୍ତରାଷ୍ଟ୍ରୀୟ ପୁର୍ନନିର୍ମାଣ ଏବଂ ବିକାଶ ବ୍ୟାଙ୍କ ମଧ୍ୟ ସହଯୋଗ କରୁଛନ୍ତି । ୨୦୧୬-୧୭  ବଜେଟରେ ୩୬୯୦କୋଟି ବ୍ୟୟ ବରାଦ କରାଯାଇ ଏହି ଯୋଜନା କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ପରିଯୋଜନା ଜରିଆରେ ଜଳ ସଂପର୍କରେ ରାଷ୍ଟ୍ରୀୟ ଜଳ ସୂଚନା କେନ୍ଦ୍ର ଜରିଆରେ ରାଷ୍ଟ୍ରବ୍ୟାପୀ ଜଳ ସଂସାଧନକୁ ନେଇ ଏକ ଡାଟାବେସ ପ୍ରସ୍ତୁତ କରାଯାଉଛି । ଏହି ଯୋଜନା ଜରିଆରେ ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀ ସମେତ ପୁରା ଦେଶରେ ଥିବା ବିଭିନ୍ନ ନଦୀ  ସଂପର୍କିତ ସୁବିସ୍ତୁୃତ ତଥ୍ୟ, ବନ୍ୟା ସମ୍ଭାବନା, ଜଳର ଅଭାବ ଇକୋସିଷ୍ଟମରେ ସୁଧାର ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ଏଭଳି ସୁବିଧା ଆଗରୁ କୃଷ୍ଣା, ସତଲେଜ ଓ ବିପାଶା ନଦୀଭଳି ଅଳ୍ପ କେତକ ନଦୀକୁ ନେଇ ଡାଟାବେସ ପ୍ରସ୍ତୁତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ସମଗ୍ର ଦେଶର ସବୁ ନଦୀକୁ ସାମିଲ କରି ଏକ ବୃହତ ପରିଯୋଜନା ଭାବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।  ଜଳବାୟୁ ପରିବର୍ତ୍ତନକୁ ନେଇ ସଂପ୍ରତି ଦେଖାଦେଇଥିବା ଅନିଶ୍ଚିତତା କ୍ଷେତ୍ରରେ ଏହା ଏକ ଜନକଲ୍ୟାଣକାରୀ ପରିଯୋଜନା ରୂପେ ସାବ୍ୟସ୍ତ ହେବ ।
୧୦୯.ଦୀନଦୟାଲ ଅନ୍ତ୍ୟୋୟ ଯୋଜନା-ରାଷ୍ଟ୍ରୀୟ ସହରୀ ଆଜିବିକା ମିଶନ: ୨୦୧୩ ସେପ୍ଟେମ୍ବରେ ଆରମ୍ଭ କରାଯାଇଥିବା ରାଷ୍ଟ୍ରୀୟ ସହରୀ ଆଜିବୀକା ମିଶନକୁ ଅଧିକ ବିକଶିତ କରି ୨୦୧୬ରେ ଏହାକୁ ସହରାଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଭାବେ ବିଭିନ୍ନ ନୂତନ ତଥା ଲୋକକଲ୍ୟାଣକାରୀ ବ୍ୟବସ୍ଥା ସଂଯୋଗ ସହିତ ଏହାକୁ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ରୂପେ ନାମିତ କରାଯାଇଛି । ସହରାଞ୍ଚଳରେ ବାସ କରୁଥିବା ଗରୀବ ଲୋକମାନଙ୍କୁ ମୁଖ୍ୟତଃ ସ୍ୱରୋଜଗାରକ୍ଷମ କରିବା ପାଇଁ ବ୍ୟବସ୍ଥା କରିବା ସହିତ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ନାମମାତ୍ର ସୁଧରେ ଋଣ ପ୍ରଦାନ କରି ନିଜ ଉଦ୍ୟମରେ ବିଭନ୍ନ ଉଦ୍ୟୋଗ ପ୍ରତିଷ୍ଠା କରିବା ନିମନ୍ତେ ଏଥିରେ ଲକ୍ଷ୍ୟ ରଖାଯାଇଛି । ୨୦୧୧ ଜନଗଣନାକୁ ଭିତ୍ତିକରି ସବୁ ଜିଲ୍ଲାର ମୁଖ୍ୟାଳୟ ତଥା ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରାଞ୍ଚଳକୁ ଏହି ଯୋଜନାରେ ସାମିଲ କରିବାର ବ୍ୟବସ୍ଥା କରାଯାଇଛି । ୨୦୧୩ର ପରିସରକୁ ବୃଦ୍ଧିକରି ଏହି ଯୋଜନାରେ ସାମାଜିକ ସଂଗଠନ ଏବଂ ସଂସ୍ଥାଗତ ବିକାଶ, କ୍ଷମତା ନିର୍ମାଣ ଏବଂ ପ୍ରଶିକ୍ଷଣ, କୌଶଳ ପ୍ରଶିକ୍ଷଣ ଏବଂ ନିଯୁକ୍ତି, ସ୍ୱରୋଜଗାର କାର୍ଯ୍ୟକ୍ଷମ, ଦିବ୍ୟାଙ୍ଗମାନଙ୍କୁ ନିଯୁକ୍ତି ଯୋଗାଇବା ପାଇଁ ବିଶେଷ ଆଜିବୀକା ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ପ୍ରଶିକ୍ଷଣ, ବ୍ୟବସାୟ ଓ ନିଯୁକ୍ତି ତିନୋଟି କାର୍ଯ୍ୟକ୍ରମକୁ ଯୋଡି ସହରାଞ୍ଚଳର ବେରୋଜଗାରମାନଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଛି ।
୧୧୦.ରାଷ୍ଟ୍ରୀୟ ପ୍ରଶିକ୍ଷଣ ପ୍ରୋତ୍ସାହନ ଯୋଜନା: ୨୦୧୬ରେ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ୨୦୧୯ -୨୦ ସୁଦ୍ଧା ୫୦ ଲକ୍ଷ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏଥିପାଇଁ ୧୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଅଧିନରେ ଏହି ପ୍ରଶିକ୍ଷଣ କାର୍ଯ୍ୟ ଚାଲିବ । ଏହି ପ୍ରଶିକ୍ଷିତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ବ୍ୟକ୍ତି ସିଧାସଳଖ କେନ୍ଦ୍ର ସରକାରରେ ନିୟୋଜିତ ହେବେ । ପ୍ରଶିକ୍ଷଣପ୍ରାପ୍ତ ଯୁବକ ଯୁବତୀଙ୍କ ନିଯୁକ୍ତିଦାତାମାନଙ୍କୁ ମଧ୍ୟ ସେମାନଙ୍କ ଉଦ୍ୟୋଗର ପ୍ରସାର ପାଇଁ ଆର୍ôଥକ ସହାୟତା ଯୋଗାଇ ଦିଆଯିବ । ପାରମ୍ପରିକ କୌଶଳ, ପ୍ରଶିକ୍ଷଣ ପ୍ରାପ୍ତ ଶିକ୍ଷାନବିଶମାନଙ୍କର ଆର୍ଥିକ ସହାୟତା ପାଇଁ କେନ୍ଦ୍ର ସରକାର ୫୦ ପ୍ରତିଶତ ଅନୁଦାନ ଯୋଗାଇଦେବେ ।  ଉନ୍ନତମାନର କୌଶଳ ପ୍ରଶିକ୍ଷଣ ଦେବା ପାଇଁ ବିଶ୍ୱସ୍ତରୀୟ ବୈଷୟୀକ ଜ୍ଞାନର ଉପଯୋଗ କରାଯାଉଛି ।
୧୧୧.ଜାମ୍ମୁ-କାଶ୍ମୀର ଯୁବକ ଯୁବତୀ ପାଇଁ ସ୍ୱତନ୍ତ୍ର କୌଶଳ ବିକାଶ ଯୋଜନା ହିମାୟତ୍ : ସବ୍କା ସାଥ୍ ସବ୍କା ବିକାଶ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୨୦୧୬ ଜୁଲାଇରୁ ଜାମ୍ମୁ-କାଶ୍ମୀର ଯୁବକ ଯୁବତୀମାନଙ୍କ ପାଇଁ ୧୬ଶହ କୋଟି ଟଙ୍କା ବ୍ୟୟବରାଦରେ ବ୍ୟବସାୟୀକ ପ୍ରଶିକ୍ଷଣ ଦେବାକୁ ଆରମ୍ଭ କରିଛନ୍ତି । ଏହି ଯୋଜନା ଜରିଆରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଯୁବକ ଯୁବତୀମାନଙ୍କୁ ୬ ମାସ ବ୍ୟବସାୟୀକ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ବିଭିନ୍ନ ଉଦ୍ୟୋଗରେ ନିଯୁକ୍ତି ବା ସ୍ୱବ୍ୟବସାୟ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି ।
୧୧୨.ସୋଲାର ପାର୍କ ସ୍କିମ୍ : ସୌରଶକ୍ତି ଉତ୍ପାଦନ ଓ ବ୍ୟବହାର ପାଇଁ ଏହା କେନ୍ଦ୍ର ସରକାରଙ୍କର ଏକ ଇନୋଭେଟିଭ୍ ଯୋଜନା । ଭୂମି ଉପରେ ସୌରଶକ୍ତି ଉତ୍ପାଦନ ଯୋଜନା କାର୍ଯ୍ୟ କରିବା ପାଇଁ ଭୂମି ଅଧିଗ୍ରହଣ କରିବା ଆବଶ୍ୟକ ହେଉଥିବାରୁ ତାର ସମାଧାନ ପାଇଁ ଏହି ସୋଲାର ପାର୍କ ସ୍କିମ୍ ଆରମ୍ଭ କାରଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହି ସ୍କିମ ଗୁଜୁରାଟ ଓ ରାଜସ୍ଥାନରେ କାର୍ଯ୍ୟକରିବା ଆରମ୍ଭ କରିଛି । କେନ୍ଦ୍ର ସରକାର ୨୧ଟି ରାଜ୍ୟପାଇଁ ୩୪ଟି ସୋଲାର ପାର୍କକୁ ମଂଜୁରୀ ଦେଇଛନ୍ତି । ଏଥିରୁ ୨୦ ହଜାର ମେଗାୱାଟ ବିଜୁଳୀ ଶକ୍ତି ପ୍ରତିଦିନ ଉତ୍ପାଦନ ହେବ । ୨୦୧୯-୨୦ ସୁଦ୍ଧା ସୋଲାର ପାର୍କ ସଂଖ୍ୟା ୫୦କୁ ବୃଦ୍ଧି କରିବା ସହିତ ଉତ୍ପାଦିତ ବିଦ୍ୟୁତ୍ ଶକ୍ତି ପରିମାଣ ୪୦ ହଜାର ମେଗାୱାଟକୁ ବଢାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଗାମୀ ପାଞ୍ଚବର୍ଷ ଭିତରେ ବିଭିନ୍ନ ସହରରେ ଆବଶ୍ୟକ ପଡୁଥିବା ବିଦ୍ୟୁତ୍ ଶକ୍ତିର ଦଶ ପ୍ରତିଶତରୁ ଅଧିକ ଶକ୍ତି ଏହି ପରିଯୋଜନାରୁ ଉତ୍ପାଦିତ ହେଉଥିଲେ ସେଭଳି ସହର ଗୁଡିକୁ ସୋଲାର ସହର ରୂପେ ଘୋଷଣା କରାଯିବ ଏବଂ ୫୦ ହଜାର ଜନସଂଖ୍ୟାର ଆରମ୍ଭ କରି ୫୦ ଲକ୍ଷ ଜନସଂଖ୍ୟା ପର୍ଯ୍ୟନ୍ତ ଜନସଂଖ୍ୟା ବିଶିଷ୍ଟ ସହର ଗୁଡିକୁ ଏଥିରେ ସାମିଲ କରାଯିବ । ଏହି ପଞ୍ଚବର୍ଷିୟ ଯୋଜନାରେ ଅତି କମ୍ରେ କେନ୍ଦ୍ର ସରକାର ୬୦ଟି ସୋଲାର ସିଟି ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖିଛନ୍ତି ।
୧୧୩.ବାୟୁ ଗୁଣବତ୍ତା ମାପକ ସଫର ଆପ୍ : ବାୟୁର ଗୁଣବତ୍ତା ସଂପର୍କରେ ସୂଚନା ପ୍ରଦାନ ପାଇଁ ୨୦୧୦ରେ ଦିଲ୍ଲୀ ସହରରେ ସଫର ଯୋଜନା ଆରମ୍ଭ କରାଯାଇ ଥିଲା । କିନ୍ତୁ ମୋଦି ସରକାର ୨୦୧୫ରେ ଏହି ଯୋଜନାକୁ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ ମେଟ୍ରିଓଲୋଜି ବା ଆଇଆଇଟିଏମ୍ ନାମରେ ପୁର୍ନନାମିତ କରି ସମଗ୍ର ଦେଶପାଇଁ ଏହାକୁ ଲାଗୁ କରିଛନ୍ତି । ଏହି ସେବା ବର୍ତ୍ତମାନ ଦିଲ୍ଲୀ ଓ ପୁଣେରେ ଉପଲବ୍ଧ ହେଉଛି । ଭାରତର ସମସ୍ତ ମେଟ୍ରୋ ସହର ଗୁଡିକ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ ଅନୁସାରେ ଯେଉଁ ସହର ଗୁଡିକରେ ବାୟୁ ଅଧିକ ପ୍ରଦୁଷିତ ହେଉଛି ସେହି ସବୁସହରରେ ପ୍ରାଥମିକତା ଭିତ୍ତିରେ ଏହି ଯୋଜନା ଲାଗୁ କରାଯିବାର ବ୍ୟବସ୍ଥା ରହିଛି । ଏହାଦ୍ୱାରା ପ୍ରଦୁଷଣ ସ୍ତର ସଂପର୍କରେ ସୂଚନା ଦେବା ସହିତ ପ୍ରଦୁଷଣ ରୋକିବା ପାଇଁ ଏବଂ ବାୟୁର ବିଶୋଧନ ପାଇଁ ତତ୍କ୍ଷଣାତ ସୂଚନା ଜନସାଧାରଣଙ୍କୁ ଉପଲବ୍ଧ ହୋଇ ପାରିବ । ଏଥିସହିତ ବାୟୁ ପ୍ରଦୁଷଣର ପୂର୍ବାନୁମାନ ସଂପର୍କରେ ମଧ୍ୟ ସୂଚନା ମିଳିବ । ଏହି ସୂଚନା ସ୍ମାର୍ଟ ଫୋନରେ ମଧ୍ୟ ଜନସାଧାରଣ ପାଇ ପାରିବେ । ଏହି ଆପ୍ର ସୂଚନା, ଟୁଇଟର, ଫେସବୁକ୍ ଓ ଇମେଲ ମାଧ୍ୟମରେ ପ୍ରସାରଣ କରାଯିବ । ଜୁଲାଇ ୨୦୧୫ରୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ସ୍ତରରେ ଘୂର୍ଣ୍ଣିବାତ୍ୟା କ୍ଷୟକ୍ଷତି ନିୟୁକ୍ତି କରଣ ପରିଯୋଜନା -୨ ଏହି ଯୋଜନା ମାଧ୍ୟମରେ ମଧ୍ୟ ଆରମ୍ଭ କରିଛନ୍ତି ।
୧୧୪: ରାଷ୍ଟ୍ରୀୟ ଘୁର୍ଣ୍ଣିବାତ୍ୟା କ୍ଷୟକ୍ଷତି ଉପଶମନ ପରିଯୋଜନା : ୨୦୧୫ ଜୁଲାଇରେ କେନ୍ଦ୍ର ସରକାର ଏହି ପରିଯୋଜନାର ଦ୍ୱିତୀୟ ଚରଣକୁ ମଂଜୁରୀ ପ୍ରଦାନ କରିଛନ୍ତି । ଏଥିପାଇଁ ୨୩୬୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ପରିଯୋଜନାରେ ଉଭୟ ପୂର୍ବ ଓ ପଶ୍ଚିମ ତଟୀୟ ରାଜ୍ୟ ଗୁଡିକୁ ସାମିଲ କରାଯାଇଛି  ଭାରତର ପୂର୍ବ ଓ ପଶ୍ଚମ ତଟକୁ ନେଇ ଦୀର୍ଘ ୭୫୧୬ କିଲୋମିଟର ତଟୀୟ ରେଖା ରହିଛି । ଏଥି ମଧ୍ୟରୁ ପ୍ରାୟ ୫୭୦୦ କିଲୋମିଟର ଦୀର୍ଘ ଉପକୂଳ ଘୂର୍ଣ୍ଣିବାତ୍ୟା ପ୍ରବଣ ଅଂଚଳ ଯେଉଁଠାରେ ଅଧିକାଂଶ ସମୟରେ ତୀବ୍ର ଗତିରେ ପବନ ବହିବା ସହିତ ଉଚ୍ଚ ସାମୁଦ୍ରିକ ଲହରୀ କୂଳ ଲଙ୍ଗନ କରିଥାଏ । ଅନ୍ୟପକ୍ଷରେ ଏହି ଉପକୂଳ ଅଞ୍ଚଳରେ ଜନବସତି ଖୁବ୍ ଘନ ଏବଂ ରାଜ୍ୟଗୁଡିକର ୪୦ ଭାଗରୁ ଉଦ୍ଧ୍ୱର୍ ଲୋକ ଏହି ସମୁଦ୍ରକୂଳରେ ବସବାସ କରନ୍ତି । ଅନେକ ସମୟରେ ଘୂର୍ଣ୍ଣିବାତ୍ୟା ପ୍ରପୀଡିତ ଅଂଚଳରେ ଧନଜୀବନ ନାଶ ହୋଇଥାଏ । ଲୋକମାନେ ଜୀବୀକା ହରାଇବା ସହିତ ସାର୍ବଜନୀନ ଭିତ୍ତିଭୂମି ମଧ୍ୟ ଏହି ବାତ୍ୟାଦ୍ୱାରା ପ୍ରଚଣ୍ଡ ଭାବେ କ୍ଷତିଗ୍ରସ୍ତ ହୋଇଥାଏ । ତେଣୁ କେନ୍ଦ୍ର ସରକାର ଏ ସବୁର ଉପଶମନ ପାଇଁ ଏହି ଯୋଜନା ମାଧ୍ୟମରେ ତ୍ୱରିତ ପଦକ୍ଷେପ ନେବାର ବ୍ୟବସ୍ଥା କରିଛନ୍ତି ।
୧୧୫.ନୀରାଞ୍ଚଳ ପରିଯୋଜନା : ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ୍ ୭ ଅକ୍ଟୋବର ୨୦୧୫ରେ ବିଶ୍ୱବ୍ୟାଙ୍କ୍ର ସହାୟତା ପ୍ରାପ୍ତ ରାଷ୍ଟ୍ରୀୟ ପ୍ରବନ୍ଧନ ପରିଯୋଜନା ‘ନିରାଂଚଳ’ର କ୍ରିୟାନ୍ୱୟନକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏଥିପାଇଁ ମୋଟ ବ୍ୟୟ ୩୫୭ ମିଲିଅନ୍ ଡଲାର ( ହାରାହାରି ୨୧୪୨.୩୦ କୋଟି ଟଙ୍କା) ସ୍ଥିର କରାଯାଇଛି । ରାଷ୍ଟ୍ରୀୟସ୍ତରରେ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଗୁଜୁରାଟ୍ ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ରାଜସ୍ଥାନ ଏବଂ ତେଲେଙ୍ଗାନା  ଏହି ପରିଯୋଜନାର ସାମଲି କରାଯାଇଛି । ଏହି ଯୋଜନାରେ ମୋଟ ୨୧୪୨.୩୦ କୋଟି ଟଙ୍କା ବିନିଯୋଗ ହେବ । ଯେଉଁଥିରେ ସରକାରଙ୍କ ଅଂଶ ୧୦୭୧.୧୫ କୋଟି ଟଙ୍କା (ଅର୍ଥାତ୍ ୫୦ ପ୍ରତିଶତ ) ହେବ । ବଳକା ରାଶି ବିଶ୍ୱବ୍ୟାଙ୍କ୍ରୁ ଋଣ ରୂପେ ଉପଲବ୍ଧ ହେବ ।
୧୧୬. ରାଷ୍ଟ୍ରୀୟ ଗୋକୁଳ ମିଶନ: ୨୦୧୪ ଏପ୍ରିଲ ୨୮ରୁ ଆରମ୍ଭ କରାଯାଇଥିବା ରାଷ୍ଟ୍ରୀୟ ଗୋକୁଳ ମିଶନ, ‘ରାଷ୍ଟ୍ରୀୟ ପଶୁ ପ୍ରଜଜନ ଏବଂ ଡାଇରୀ ବିକାଶ କାର୍ଯ୍ୟକ୍ରମ’ର ଅଂଶବିଶେଷ । ଏହା ଅଧିନରେ ଗୋକୁଳ ଗ୍ରାମ ପ୍ରତିଷ୍ଠା କରାଯାଉଛି । ଏହି ଯୋଜନା ଜରିଆରେ ଦେଶୀ ଗାଇ ଗୁଡିକର ସଂରକ୍ଷଣ ଓ ସମ୍ବର୍ଦ୍ଧନ ପାଇଁ ୧୨ ସୂତ୍ରୀ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଆମ ଦେଶରେ ଏବେ ମଧ୍ୟ ୮୩ ପ୍ରତିଶତ ଦେଶୀ ଗାଇ ଅଛନ୍ତି । ଏହି ଦେଶୀ ଗାଇ ଓ ସେମାନଙ୍କ ଠାରୁ ଉତ୍ପନ୍ନ  କ୍ଷୀର ଯେପରି ବ୍ୟାପକ ଭାବେ ସମସ୍ତଙ୍କୁ ଉପଲବ୍ଧ ହୋଇ ପାରିବ ତାର କାର୍ଯ୍ୟାନ୍ୱୟନ କରିବା ଏହି ମିଶନର ଉଦ୍ଦେଶ୍ୟ । ଏଥିପାଇଁ ଆରମ୍ଭରୁ ୧୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ସ୍ୱଦେଶୀ ପଶୁ କେନ୍ଦ୍ର ରୂପେ ଗୋକୁଳ ଗ୍ରାମ ପ୍ରତିଷ୍ଠା କରାଯିବ । ବିଭିନ୍ନ ସ୍ୱୟଂସେବୀ ସଂସ୍ଥା ବା ଟ୍ରଷ୍ଟ ଦ୍ୱାରା ପ୍ରତି ଗୋକୁଳ ଗ୍ରାମରେ ଅତି କମ୍ ରେ ୧୦୦୦ ଗାଇ ରଖି ସେମାନଙ୍କର ଯତ୍ନ ନେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ । ଏହି ଗାଈମାନଙ୍କ ଭିତରେ ଦୁଗ୍ଧ ଦେବା ବନ୍ଦ କରିଦେଇଥିବା ଗାଇ ମାନଙ୍କୁ କଂସେଇ ହାତରେ ଟେକି ନଦେଇ ୪୦ ପ୍ରତିଶତ ସେଭଳି ଗାଈ ମାନଙ୍କର ଲାଳନ ପାଳନ କରାଯିବ । ଏହି ଗୋକୁଳ ଗ୍ରାମରେ ଦୁଗ୍ଧ ଉତ୍ପାଦନ ଛଡା ଗୋମୂତ୍ର ସଂଗ୍ରହ ଏବଂ ଗୋବରକୁ ନେଇ ବିଭିନ୍ନ  ଔଷଧ ତଥା ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରାଯିବ । ଉଚ୍ଚ ଅନୁବଂଶିକ ଯୋଗ୍ୟତା ବିଶିଷ୍ଟ ସ୍ୱଦେଶୀ ଗାଇମାନଙ୍କୁ ସଂରକ୍ଷଣ ଦେବା ସହିତ ସ୍ୱଦେଶୀ ଷଣ୍ଢମାନଙ୍କୁ ମଧ୍ୟ ପ୍ରଜଜନ ସହାୟତା ପାଇଁ ବ୍ୟବହାର କାରାଯିବ । ଏଭଳି ଗୋଶାଳା ପ୍ରତିଷ୍ଠା ପାଇଁ ଚାଷୀମାନଙ୍କୁ ଆର୍ଥିକ ସହାୟତା ଉପଲବ୍ଧ ହେବ । ଗୋଚାଷୀଙ୍କ ପାଇଁ ଗୋପାଳ ରତ୍ନ ଏବଂ ଏଭଳି କାର୍ଯ୍ୟରେ ନିୟୋଜିତ ଗୋଷ୍ଠୀଙ୍କୁ କାମଧେନୁ ନାମକ ପୁରଷ୍କାରରେ ପୁରଷ୍କୃତ କରାଯିବ । ଏହି ଯୋଜନାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଓ ଦୁଗ୍ଧ ଉତ୍ପାଦନକାରୀ ଗୋପାଳକ ମାନଙ୍କର ଆର୍ଥିକ ବ୍ୟବସ୍ଥାର ଉନ୍ନତ୍ତି ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ବ୍ୟବସ୍ଥା ଯୋଗୁଁ ବାର୍ଷିକ ଦୁଗ୍ଧ ଉତ୍ପାଦନ ହାର ୧୪ ମସିହାରେ ୧୪୬୩ ଲକ୍ଷ ଟନ୍ ଥିବାବେଳେ  ଶତକଡା ୧୨ ପ୍ରତିଶତ ବୃଦ୍ଧି ପାଇଁ ୧୬୩୭ ଲକ୍ଷ ଟନ୍ ରେ ପହଂଚିଛି । ଏହି ବ୍ୟବସ୍ଥା ଜରିଆରେ ପାରମ୍ପରିକ ଦେଶୀ ଗାଇଙ୍କ ଠାରୁ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୨୦ ଟି ଗୋକୁଳ ଗ୍ରାମ ପ୍ରତିଷ୍ଠା ସହିତ ୪୧ ଟି ଗୁଲ୍ମଦର ଫାର୍ମ ପ୍ରତିଷ୍ଠା କରାଯାଇଛି ।
୧୧୭. ପଢେ ଭାରତ ବଢେ ଭାରତ କାର୍ଯ୍ୟକ୍ରମ: ସର୍ବଶିକ୍ଷା ଅଭିଯାନ ଅନ୍ତର୍ଗତ ଏହା ଏକ ନୂତନ ଉପକର୍ଯ୍ୟକ୍ରମ । ୨୦୧୪ ଅଗଷ୍ଟ ୨୬ ତାରିଖରୁ ଏହା ଆରମ୍ଭ କରାଯାଇଛି ।  ବୟସ ଅନୁସାରେ ପଢିବା ଓ ଲେଖିବା ତଥା ମାତୃଭାଷାରେ ସୁଧାର ଆଣିବା ପାଇଁ ଏହି ଯୋଜନା କାର୍ଯ୍ୟ କରିବ । ଏହା ଛଡା ଗଣିତ ଓ ସାମାଜିକ ପରିବେଶ ସମ୍ପର୍କିତ ସକରାତ୍ମକ ରୁଚିର ବିକାଶ ପାଇଁ ପ୍ରଯତ୍ନ କରାଯିବ । ବିଶେଷ ଭାବେ ଏହି କାର୍ଯ୍ୟକ୍ରମ ଅନଗ୍ରସର ଛାତ୍ରଛାତ୍ରୀଙ୍କର ଲେଖା ପଢା ଓ ପ୍ରାଥମିକ ଗଣିତ ଜ୍ଞାନର ବିକାଶ ପାଇଁ ପ୍ରାଥମିକତା ଦେବ । ପାରମ୍ପରିକ ବ୍ୟବସ୍ଥାରେ ଶିକ୍ଷା ନଦେଇ ଏ କ୍ଷେତ୍ରରେ ବିଭିନ୍ନ ସୃଜନାତ୍ମକ ବ୍ୟବସ୍ଥାର ଅନୁସରଣ କରିବା ସହିତ ଜ୍ଞାନ ଆହରଣ କୁଶଳତା ଉପରେ ଗୁରୁତ୍ୱ ଦିଆଯିବ । ପ୍ରତ୍ୟେକ ଛାତ୍ରଙ୍କୁ ସ୍ୱତନ୍ତ୍ର ବୋଲି ବିଚାର କରି ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଶିକ୍ଷା ପ୍ରଣାଳୀ ଅବଲମ୍ବନ ପୂର୍ବକ ସମସ୍ତଙ୍କର ବ୍ୟକ୍ତିଗତ ବିକାଶ ପାଇଁ ଧ୍ୟାନ ଦିଆ ଯିବ । ୨୦୧୪-୧୫ ପ୍ରାରମ୍ଭ ବର୍ଷରେ ଏଥିପାଇଁ ୩୯୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ।
୧୧୮. ରେଳ ଯାତ୍ରୀଙ୍କ ପାଇଁ ବୀମା ଯୋଜନା: ୨୦୧୬ ସେପ୍ଟେମ୍ବର ୧ ତାରିଖରୁ ରେଳ ଯାତ୍ରା ପାଇଁ ଟିକେଟ୍ କିଣୁଥିବା  ପ୍ରତ୍ୟେକ ଯାତ୍ରୀଙ୍କୁ ମାତ୍ର ୯୨ ପଇସା ପ୍ରିମିୟମ ଦେଇ ଏହି ବୀମା ଯୋଜନାରେ ସାମିଲ କରା ଯାଉଛି  । ଏହି ଯୋଜନାରେ ମୃତ୍ୟୁ ବା ବିକଳାଙ୍ଗ ହେଲେ ଯାତ୍ରୀଙ୍କର ପରିଜନ ବା ଯାତ୍ରୀଙ୍କୁ କ୍ଷତି ପୂରଣ ଦେବାର ବ୍ୟବସ୍ଥା କରାଯାଇଛି । ଏହି ବୀମା ବ୍ୟବସ୍ଥାରେ ଗାଡିରେ ଚଢିବା  ବା ଓହ୍ଲାଇବା ବେଳେ ଦୁର୍ଘଟଣାକୁ ମଧ୍ୟ ସାମିଲ କରାଯାଇଛି । ଏହି ଯୋଜନା ଅନୁସାରେ ମୃତ୍ୟୁ ପାଇଁ ୧୦ ଲକ୍ଷ, ପୂର୍ଣ୍ଣସ୍ଥାୟୀ ବିକଳାଙ୍ଗ ପାଇଁ ୧୦ ଲକ୍ଷ, ଆଂଶିକ ସ୍ଥାୟୀ ବିକଳାଙ୍ଗ ପାଇଁ ୭.୫ ଲକ୍ଷ, ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ସେ ଖର୍ଚ୍ଚ ବାବଦ ୨ ଲକ୍ଷ ଏବଂ ଶବ ପରିବହନ ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା କରାଯାଇଛି ।
୧୧୯.ଏପିଜେ ଅବଦୁଲ କାଲାମ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ: ୨୦୧୫ ଜୁଲାଇ ୯ ତାରିଖରୁ ସରକାର ଆରମ୍ବ କରିଥିବା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମକୁ ସେହିବର୍ଷ ଜୁଲାଇ ୨୭ ତାରିଖରେ କଲାମଙ୍କର ନିଧନ ପରେ ତାଙ୍କ ନାମାନୁସାରେ ପୁନଃ ନାମକରଣ କରିଛନ୍ତି । କେନ୍ଦ୍ରୀୟ ମାନବ ସଂସାଧନ ବିକାଶ ମନ୍ତ୍ରଣାଳୟଙ୍କ ଦ୍ୱାରା ଏହା ପରିଚାଳିତ ହେଉଛି । ସ୍କୁଲ ପିଲାମାନଙ୍କ ଭିତରେ ବିଜ୍ଞାନ ଓ ଗଣିତ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ତାଙ୍କ ସୁଜନାତ୍ମକ ପ୍ରତିଭାକୁ ପ୍ରୋତ୍ସାହନ ଦେବା ଏହାର ମୁଳ ଲକ୍ଷ୍ୟ ।
୧୨୦.ଏକ ଭାରତ ଶ୍ରେଷ୍ଠ ଭାରତ ଯୋଜନା : ୨୦୧୫ ମସିହା ରେ ଭାରତର ଏକୀକରଣ ଓ ପୁର୍ନଗଠନର ମହାନ ବିନ୍ଧାଣୀ ଲୌହପୁରଷ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅକ୍ଟୋବର ମାସ ୩୧ ତାରିଖ ଦିନ କେନ୍ଦ୍ର ସରକାର ଏହି ଯୋଜନାର ଶୁଭାରମ୍ଭ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଲା ଭାରତର ବିଭିନ୍ନ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ବିନିମୟ କରିବା ସହିତ ଭାରତର ନାଗରୀକମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଓ ଜାତୀୟ ସଂହତିକୁ ଦୃଢ କରିବ । ସଂସ୍କୃତି ମନ୍ତ୍ରଣାଳୟ ଏବଂ ନୀତି ଆୟୋଗର ମିଳିତ ପ୍ରଚେଷ୍ଠାରେ ୨୦୧୬ରେ ଏକ ଭାରତ ଶ୍ରେଷ୍ଠ ଭାରତ ଉପରେ ଜାତୀୟ କାର୍ଯ୍ୟଶାଳାର ଆୟୋଜନ କରାଯିବା ସହିତ ବିଗତ ୨ ବର୍ଷ ହେଲା ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ସାଂସ୍କୃତିକ ବିନିମୟ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ଆର୍ôଥକ ସହାୟତାରେ ଅନୁ୍ଷ୍ଠିତ ହୋଇ ଆସୁଛି ।
୧୨୧. ସୁଗମ୍ୟ ଭାରତ ଅଭିଯାନ : ୨୦୧୫ ଡିସେମ୍ବର ୩ ରୁ ଆରମ୍ଭ କରାଯାଉଥିବା ଏହି ଅଭିଯାନକୁ ଆକ୍ସେସିବୁଲ ଇଣ୍ଡିଆ କ୍ୟାମ୍ପେନ ବା ଏଆଇସି ବୋଲି କୁହାଯାଉଛି ।  ଏହି ଯୋଜନା ମାଧ୍ୟମରେ ଦେଶରେ ଥିବା ୨କୋଟି ୬୦ ଲକ୍ଷ ଦିବ୍ୟାଙ୍ଗମାନଙ୍କୁ ବିକାଶର ମୁଖ୍ୟଧାରା ସହିତ ଯୋଡିବା ପାଇଁ ବ୍ୟବସ୍ଥା କରାଯାଇଛି ।  ଗମନା ଗମନ ଠାରୁ ଆରମ୍ଭ କରି ୱେବ ସାଇଟ୍ ବ୍ୟବହାର ପର୍ଯ୍ୟନ୍ତ ଦିବ୍ୟାଙ୍ଗମାନେ ଯେପରି ଅନୁକୂଳ ଓ ବନ୍ଧୁତ୍ୱ ପୂର୍ଣ୍ଣ ପରିବେଷ ଭିତରେ ସେସବୁର ଉପଯୋଗ କରି ପାରିବେ ତାର ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କ ପାଇଁ ଦେଶର ପ୍ରତିଟି ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ ଉପଲବ୍ଧ କରାଇବା ଏହାର ମୂଳ ଉଦ୍ଦେଶ୍ୟ । ଏଥିରେ କୋଠାବାଡି ନିର୍ମାଣ, ସାର୍ବଜନୀକ ପରିବହନ ପ୍ରଣାଳୀର ସୁଗମତା, ସୂଚନା ଏବଂ ସଂଚାର ପରିତନ୍ତ୍ର ସୁଗମତା ଉପରେ ମୁଖ୍ୟତ ଗୁରୁତ୍ୱ ଦିଆଯାଇଛି ।  ଏହି ଯୋଜନାରେ ଭୁବନେଶ୍ୱର ସମେତ ଲକ୍ଷେ୍ନø, କାନପୁର, ବାଙ୍ଗାଲୋର, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ପ୍ରଭୃତି ୨୬ଟି ସହରକୁ ସାମିଲ କରାଯାଇଛି ।
୧୨୨. ସମସ୍ତଙ୍କ ପାଇଁ ଆବାସ -୨୦୨୨ ଯୋଜନା : ପ୍ରଧାନମନ୍ତ୍ରୀ  ୨୦୧୫ ଜୁନ ୧୭ ତାରିଖରେ ସମସ୍ତଙ୍କ ପାଇଁ ଆବାସ ୨୦୨୨ ମିଶନ ଆରମ୍ଭ କରିଥିଲେ । ଏହି ଯୋଜନାରେ ୨୦୨୨ରେ ସ୍ୱାଧିନତା ଲାଭର ୭୫ ବର୍ଷ ପୁରଣ ଅବକାଶରେ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ଏହି ସମୟ ଭିତରେ ୨କୋଟି ଗୃହ ନିର୍ମାଣ କରାଯିବ । ଏଥି ସହିତ ସରକାର ଓ ବ୍ୟକ୍ତି ବିଶେଷଙ୍କ ଭାଗୀଦାରୀରେ ଗୃହ ନିର୍ମାଣ ମଧ୍ୟ କରାଯାଇ ପାରିବ । ଏଥିପାଇଁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାର  ମଧ୍ୟ ବ୍ୟବସ୍ଥା କରାଯାଇଛି । ବସ୍ତିବାସିନ୍ଦାଙ୍କ ପୂର୍ନବାସ କାର୍ଯ୍ୟକ୍ରମ ପାଇଁ ଘର ପିଛା ଏକ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିବ । କ୍ରେଡିଟ୍ ଲିଙ୍କ ଇନ୍ଟ୍ରେଷ୍ଟ ସବ୍ସିଡ୍ ସ୍କିମ ଜରିଆରେ ଆର୍ଥିକ ଦୁର୍ବଳ ଶ୍ରେଣୀ ବା ଦରିଦ୍ର ଲୋକମାନଙ୍କୁ ଗୃହ ନିର୍ମାଣ ପାଇଁ ୧୫ ବର୍ଷିୟ ଋଣ ପରିଶୋଧ ଅବଧି ସହିତ ୬.୫ ସୁଧ ହାରରେ ୬ ଲକ୍ଷରୁ ଆରମ୍ଭ କରି ୧୨ ଲକ୍ଷ ପର୍ଯ୍ୟନ୍ତ ଗୃହ ନିର୍ମାଣ ସାହାଯ୍ୟ ଯୋଗାଇ ଦିଆଯିବ । ନିମ୍ନ ଓ ମଧ୍ୟମ ଆୟୋବର୍ଗ ପାଇଁ ୯ ଲକ୍ଷ ଟଙ୍କା ଋଣରେ ୪ ପ୍ରତିଶତ ସବ୍ସିଡ୍ ମଧ୍ୟ ମିଳିବ । ଏହି ଋଣ ୨୦ ବର୍ଷରେ ସୁଝିବାକୁ ହେବ । ବାର୍ଷିକ ୧୨ ଲକ୍ଷ ରୁ ୧୮ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ସ୍ୱଚ୍ଛଳ ବର୍ଗ ମଧ୍ୟ ୩ ପ୍ରତିଶତ ସବ୍ସିଡ୍ ପାଇବେ । ଏହି ଯୋଜନାରେ ସହରି କ୍ଷେତ୍ର ହିସାବରେ ପ୍ରାଥମିକ ପର୍ଯ୍ୟାୟରେ ୪,୦୪୧ଟି ଛୋଟ ସହର କୁ ସାମିଲ କରାଯାଇଥିବା ବେଳେ ୫ ଶହ ପ୍ରଥମ ଶ୍ରେଣୀ ସହରକୁ ପର୍ଯ୍ୟାୟକ୍ରମେ ସାମିଲ କରାଯିବ । ୨୦୧୭ ଭିତରେ ୧୦୦ଟି ସହର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୨୦୧୯ ଭିତେର ୨୦୦ଟି ଏବଂ ୨୦୨୨ ଭିତରେ ଆଉ ୨୦୦ ସହରକୁ ଯୋଡା  ଯିବ ।
୧୨୩.ସ୍ମାର୍ଟ ସିଟି ମିଶନ : ୨୦୧୫ ଜୁନ ୨୫ରୁ ଏହି ଯୋଜନା ସହରୀ ବିକାଶ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଛି । କେନ୍ଦ୍ର ସରକାର ଦେଶର ପ୍ରମୁଖ ସହର ଗୁଡିକୁ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇ ନାଗରୀକମାନଙ୍କର ଜୀବନ ଧାରଣର ମାନ ଉନ୍ନତ କରିବା ସହିତ ସହର ପରିବେଶକୁ ସ୍ୱଚ୍ଛ, ସୁନ୍ଦର ଏବଂ ସମୃଦ୍ଧ କରିବା ପାଇଁ ପ୍ରୟାସ କରିଛନ୍ତି । ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ମୁଖ୍ୟତଃ ଜଳ ଯୋଗାଣ, ୨୪ ଘଣ୍ଟିଆ ବିଜୁଳି ଯୋଗାଣ, ପରିବେଶକୁ ପରିସ୍କାର ଓ ପରିଚ୍ଛନ୍ନ ରଖିବା ସହିତ ବର୍ଜ୍ୟବସ୍ତୁର ପୁନଃଚକ୍ରଣ, ଗମନା ଗମନର ସୁବିଧା ପାଇଁ ଉନ୍ନତ ସାର୍ବଜନୀନ ପରିବହନ ବ୍ୟବସ୍ଥା, ଗରୀବ ଲୋକ ବା ବସ୍ତି ବାସିନ୍ଦାଙ୍କ ପାଇଁ ବାସ ଗୃହ ଯୋଗାଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରର୍ଯ୍ୟାପ୍ତ ବ୍ୟବହାର, ଡିଜିଟାଇଜେସନର ଉପଲବ୍ôଧ, ଶୁସାସନ, ବିଭିନ୍ନ କାର୍ଯ୍ୟରେ ନଗରୀକମାନଙ୍କର ଭାଗିଦାରୀ, ସ୍ୱଚ୍ଛ ବାୟୁମଣ୍ଡଳର ସୁରକ୍ଷା, ମହିଳା, ଶିଶୁ ଓ ବରିଷ୍ଠ ନାଗରୀକମାନଙ୍କର ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ସାର୍ବଜନୀକ ଶିକ୍ଷାକୁ ସାମିଲ କରାଯାଇଛି । ସବୁ ସମସ୍ୟାର ସ୍ମାର୍ଟ ସମାଧାନ ପାଇଁ ପ୍ରର୍ଯ୍ୟାପ୍ତ ପରିମାଣର ସେବା, ପ୍ରଦ୍ୟୋଗୀକ ବ୍ୟବସ୍ଥା, ସୂଚନା ଏବଂ ବିଭିନ୍ନ ତଥ୍ୟ ଯୋଗାଣ  ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି । ସହରର ବିକାଶ ପାଇଁ ସବୁ ପ୍ରକାର ସବୁଧା ସୁଯୋଗ ସୃଷ୍ଟି ସହିତ ଉଦାହରଣୀୟ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ପ୍ରଥମ ୨୦ଟି ସ୍ମାର୍ଟ ସିଟିର ଘୋଷଣା ୨୦୧୬, ୨୮ ମାର୍ଚ୍ଚରେ କରାଯାଇଥିଲା । ଏଥିପାଇଁ ପ୍ରତ୍ୟେକ ସ୍ମାର୍ଟ ସିଟିକୁ ୧୦୦କୋଟି ଟଙ୍କା ଲେଖାଁଏ ଯୋଗାଇ ଦିଆଯାଇଛି । ଓଡିଶାର ଭୁବନେଶ୍ୱର ଏହି ତାଲିକାରେ ଅନ୍ତର୍ଭକ୍ତ ଥିଲା । ପ୍ରଥମ ୫ ବର୍ଷ ପାଇଁ ୪୮ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଏହି ସହର ଗୁଡିକର ବିକାଶ ପାଇଁ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ରହିଛି ।
୧୨୪.ବନ୍ଦର ବନୀକରଣ କାର୍ଯ୍ୟକ୍ରମ : ପର୍ଯ୍ୟାବରଣ ବିକାଶ ପରିପ୍ରେକ୍ଷୀରେ ୨୦୧୬ ଜାନୁଆରୀ ମାସରେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସିପିଂ ମନ୍ତ୍ରଣାଳୟ ବନ୍ଦର ଗୁଡିକରେ ବୃକ୍ଷ ରୋପଣ କରି ସେସବୁ ଅଂଚଳକୁ ସବୁଜ ସୁନ୍ଦର ଏବଂ ପରିବେଷ ଫ୍ରେଣ୍ଡ ଲି କରିବା ପାଇଁ ଏହି ଯୋଜନା କରାଯାଇଛି । ଏହି ଯୋଜନାରେ ସମୟ ଅନୁସାରେ ପ୍ରତ୍ୟକ କାର୍ଯ୍ୟକ୍ରମ ନିଷ୍ପାଦନ କରିବା, ପର୍ଯ୍ୟାବରଣ ପ୍ରଦୁଷଣକୁ ରୋକିବା ଓ ସେଥିପାଇଁ ଆଧୁନିକ ବୈଷୟିକ କୌଶଳର ନିରବଚ୍ଛିନ୍ନ ଭାବେ  ବ୍ୟବହାର ଓ ସେସବୁର ତଦାରଖ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ବ୍ୟବସ୍ଥାରେ ବୈଜ୍ଞାନିକ ଉପକରଣର ପ୍ରୟୋଗ କରି ବାୟୁ ପ୍ରଦୁଷଣକୁ ରୋକିବା, ସ୍ୱରେଜ ବ୍ୟବସ୍ଥାକୁ ସମୁଦ୍ରରେ ମିଶିବା ପାଇଁ ନଦେବା, ବର୍ଜ୍ୟ ଜଳର ପୁନଃଚକ୍ରଣ ସହିତ ପୁନଃ କାର୍ଯ୍ୟରେ ଲଗାଇବା ପ୍ରଭୃତି ଉପରେ ଗୁରୁତ୍ୱ ଦିଆଯାଇଛି ।
୧୨୫.ଯୋଜନା ସୂର୍ଯ୍ୟୋଦୟ: ୨୦୧୬ ଫେବୃୟାରୀ ୬ ରୁ ପୂର୍ବୋତ୍ତର ୮ଟି ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ୮ଟି ରାଜ୍ୟର ଯୁବକ ଯୁବତୀମାନେ ଅନେକ ସମୟରେ ନିଶା ଇଞ୍ଜେକସନ ନେଇ ଏଡ୍ସ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରିବା ବିରୁଦ୍ଧରେ ଏହା ଏକ ଐତିହାସିକ କାର୍ଯ୍ୟକ୍ରମ ।  ୨୦୨୦ ସୁଦ୍ଧା ଏଭଳି ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର ଚିକିତ୍ସା କରିବା ଏବଂ ମୁଖ୍ୟସ୍ରୋତକୁ ସେମାନଙ୍କୁ ଫେରାଇ ଆଣିବା ଏହାର ଅସଲ ଉଦ୍ଦେଶ୍ୟ । ଏହି ପରି ଯୋଜନା ଆମେରିକା ସ୍ଥିତ ସେଣ୍ଟର ଫର ଡିଜିଜି କଂଟ୍ରୋଲ ଦ୍ୱାରା ପରିଚାଳିତ ହେବା ସହିତ ଏହାର କାର୍ଯ୍ୟାନ୍ୱୟନ ଫାମିଲ ହେଲ୍ଥ ଇଣ୍ଟର ନ୍ୟାସନାଲ-୩୬୦ ଦ୍ୱାରା ସଂଚାଳିତ ହେଉଛି । ଏହା ଏହିଭଳି ଏକ ଲକ୍ଷ ଲୋକଙ୍କୁ ସେବା ଯୋଗାଇ ଦେବ । 
୧୨୬. ସ୍ୱର୍ଣ୍ଣ ମୁଦ୍ରିକରଣ ଯୋଜନା : ୨୦୧୫ ନଭେମ୍ବର ୪ରୁ ସରକାରୀ ସ୍ୱର୍ଣ୍ଣ ବଣ୍ଡ ସ୍କିମ୍ ଦେଶରେ ଆରମ୍ଭ କରାଯାଇଛି । ଭାରତୀୟମାନଙ୍କ ବ୍ୟୁରୋ ପ୍ରମାଣିତ ସଂଗ୍ରହଣ ଏବଂ ସୁଦ୍ଧତା ଯାଞ୍ଚ କେନ୍ଦ୍ର ଦ୍ୱାରା ବିଭିନ୍ନ ବ୍ୟାଙ୍କ ଓ ଗ୍ରାହକ ମାନଙ୍କ ଠାରୁ ସ୍ୱର୍ଣ୍ଣ ସଂଗ୍ରହର ବ୍ୟବସ୍ଥା କରାଯାଇଛି । ଏଥିରେ ସର୍ବନିମ୍ନ ୩୦ ଗ୍ରାମ ସୁନା ଜମା କରାଯାଇ ପାରିବ । ଅଧିକତମ ସ୍ୱର୍ଣ୍ଣଜମା କରିବା ପାଇଁ କୌଣସି ସୀମା ରଖାଯାଇ ନାହିଁ । ଏହି ସ୍ୱର୍ଣ୍ଣ ଜମା ଖାତା ଯେକୌଣିସି ବ୍ୟାଙ୍କରେ ଖୋଲା ଯାଇ ପାରିବ । ଏହି ସ୍ୱର୍ଣ୍ଣ ଜମାର ଅବଧି ୧ ରୁ ୩ ବର୍ଷ ପର୍ଯ୍ୟନ୍ତ  ୫ ରୁ ୭ ବର୍ଷ ପର୍ଯନ୍ତ ୧୨ ରୁ ୧୫ ବର୍ଷ ପର୍ଯ୍ୟନ୍ତ ଜମା ରଖାଯାଇପାରିବ । ମଧ୍ୟମ ପାଇଁ ୨.୨୫ ଓ ଦୀର୍ଘ ଅବଧି ପାଇଁ ୨.୫ ପ୍ରତିଶତ ସୁଧର ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ୨୦୧୬ ଫେବୃୟାରୀ ୨ ତାରିଖ ସୁଦ୍ଧା ୧,୦୩୦.୨କି.ଗ୍ରା ଏବଂ ତିରୁମାଲା ତିରୁପତି ଦେବସ୍ଥାନ ମନ୍ଦିର ଭାରତୀୟ ଷ୍ଟେଟ ବ୍ୟାଙ୍କ  ଏହି ଯୋଜନାରେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ୨୭୮୦ କି.ଗ୍ରା ଜମା କରିଛନ୍ତି ।
୧୨୭.ଜାତୀୟ ଡି-ୱାର୍ମିଂ ଡେ ଯୋଜନା : କେନ୍ଦ୍ର ସ୍ୱାସ୍ଥ୍ୟା ମନ୍ତ୍ରଣାଳୟ ୨୦୧୫ ଫେବୃୟାରୀ ୧୦ରେ ପ୍ରଥମ ଜାତୀୟ ଡି-ୱାର୍ମିଂ ଦିବସର ଶୁଭାରମ୍ଭ କରି ଭାରତର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି ।  ୧ ରୁ ୧୯ ବର୍ଷ ଆୟୁ ଭିତରେ ଥିବା ଶିଶୁ, କିଶୋର ଓ ନବ ଯୁବକମାନଙ୍କୁ ଅଙ୍ଗନୱାଡି ଠାରୁ ଆରମ୍ଭ କରି ସରକାରୀ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଏହି ଡି-ୱାର୍ମିଂ ବଟିକା ମାଗଣାରେ ଖାଇବାକୁ ଦିଆଯାଉଛି । ୨୭୭ଜିଲ୍ଲାରେ ଏହି ଯୋଜନାକୁ କାର୍ଯ୍ୟକ୍ଷମ କରିବା ପାଇଁ ୯.୪୯ଲକ୍ଷ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛିା ଯେଉଁମାନେ ୩.୬୭ଲକ୍ଷ ଅଙ୍ଗନୱାଡି କେନ୍ଦ୍ର ଏବଂ ୪.୭୦ ଲକ୍ଷ ବିଦ୍ୟାଳୟରେ ଏହି ବର୍ଗର ପିଲାମାନଙ୍କୁ ଡି-ୱାର୍ମିଂ ବଟିକା ଦେବା ପାଇଁ କାର୍ଯ୍ୟ କରିବେ । ବର୍ତ୍ତମାନ ସୁଦ୍ଧା ୮.୯୮କୋଟି ଡି.ୱାର୍ମିର୍ଂ ବଟିକା ଛାତ୍ରଛାତ୍ରୀଙ୍କୁ ଦିଆ ସରିଲାଣି । ଭାରତର ୫୩୬ଟି ଜିଲ୍ଲାରେ ଏହି ବୟସ ସୀମା ଭିତରେ ଥିବା ୨୭ କୋଟି ପୁଅ ଝିଅଙ୍କୁ ବଟିକା ଦେଇ କୃମି ରୋଗରୁ ମୁକ୍ତି ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପ୍ରତିବର୍ଷ ଫେବୃୟାରୀ ୧୦ ତାରିଖ ଜାତୀୟ ଡି-ୱାର୍ମିଂ ଦିବସ ରୂପେ ପାଳନ କରାଯାଉଛି । ଏହି ଅଭିଯାନରେ ଶିକ୍ଷା ବିଭାଗ,ମହିଳା ଏବଂ ବାଳ ବିକାଶ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ ଓ ସ୍ୱଚ୍ଛତା ମନ୍ତ୍ରଣାଳୟ ସହଯୋଗ କରୁଛନ୍ତି ।
୧୨୮.ସାଂସଦ ଆଦର୍ଶ ଗ୍ରାମ ଯୋଜନା : ୧୧ ଅକ୍ୱୋବର ୨୦୧୪ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୟପ୍ରକାଶ ନାରାୟଣଙ୍କ ଜନ୍ମ ଦିବସରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ଅନୁସାରେ ସଂସଦର ଦୁଇଟି ସଦନର ସଦସ୍ୟମାନେ ନିଜ ନିର୍ବାଚନ କ୍ଷେତ୍ରରେ ଯେ କୌଣସି ଗୋଟିଏ ଗ୍ରାମକୁ ଚିହ୍ନଟ କରି ନିଜ ତତ୍ୱାବଧାନରେ ଗ୍ରାମର ବିକାସ ପାଇଁ ପ୍ରତ୍ସୋହିତ କରିବେ । ସେହି ଗ୍ରାମ ଗୁଡିକୁ ସାଂସଦ ଆଦର୍ଶ ଗ୍ରାମ ଭାବେ ଗ୍ରହଣ କରାଯିବ । ସେହି ଗ୍ରାମର ବିକାଶ ପାଇଁ ସାଂସଦ ମାନେ ତାଙ୍କର ଲ୍ୟାଡ୍ ଫଣ୍ଡରୁ ଅର୍ଥ ଖର୍ଚ୍ଚ କରିବେ । ଅନେକ କ୍ଷେତ୍ରରେ ଗ୍ରାମବାସୀମାନଙ୍କର ସହଭାଗୀତାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ସ୍ୱଚ୍ଚତା, ଶିକ୍ଷା, ସ୍ୱାସ୍ଥ୍ୟ, କମ୍ୟୁନିଟ ସେଣ୍ଟର, ଜବନ ଧରଣର ମାନବୃଦ୍ଧି, ସାଂସ୍କୃତିକ ବିକାଶ ପ୍ରଭୃତି ଦୃଷ୍ଟିରୁ  ଗ୍ରାମର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏହି ଯୋଜନା ଜରିଆରେ ୨୦୧୯ ଭିତରେ ତିନୋଟି ଗ୍ରାମକୁ ସାଂସଦମାନେ ଆଦର୍ଶ ଗ୍ରାମ ରୂପେ ଗ୍ରହଣ କରି ପାରିବେ । ଏହି କ୍ରମରେ ୬୪୩୩ଟି ଆଦର୍ଶ ଗ୍ରାମ ପ୍ରତିଷ୍ଠା ହେବା ଦ୍ୱାରା ଏଗୁଡିକ ପାଖା ପାଖି ଗ୍ରାମ ମାନଙ୍କ ଦ୍ୱାରା ଆଦର୍ଶ ଗ୍ରାମ ରୂପେ ଗୃହୀତ ହେବା ସହିତ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ଗ୍ରାମ ହୋଇ ରହିବ ।
୧୨୯.ୱାନ୍ ଷ୍ଟପ ସେଣ୍ଟର ସ୍କିମ୍ : ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟ ତରଫରୁ ହିଂସା ପ୍ରଭାବିତ ମହିଳା ମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ୨୦୧୫ ମାର୍ଚ୍ଚ ୪ ତାରିଖରେ ଏହି ୱାନ ଷ୍ଟପ ସେଣ୍ଟର ସ୍କିମ ଆରମ୍ଭ କରାଯାଇଛି । ଏହି ଯୋଜନା ଅନୁସାରେ ହିଂସାପୀଡିତ ମହିଳାମାନଙ୍କର ସେବା ଓ ଚିକିତ୍ସା, ଆଇନଗତ ସହାୟତା, ମନୋବୈଜ୍ଞାନିକ ସାମାଜିକ ପରାମର୍ଶ ଏବଂ ସମାନଙ୍କର ଶିକ୍ଷା ବା ଦକ୍ଷତାର ବିକାଶ କରି ସେମାନଙ୍କୁ ସ୍ୱାବଲମ୍ବନ କରିବା ପାଇଁ ଆବଶ୍ୟକ ପରାମର୍ଶ ଓ ସହଯୋଗ ଦେବା ଏହି ଯୋଜନାର ଲକ୍ଷ୍ୟ । ଏଥିପାଇଁ ବିଭିନ୍ନ ସହରରେ ୱାନ୍ ଷ୍ଟପ କେନ୍ଦ୍ର ସ୍ଥାପନ କରିବା ପାଇଁ କେନ୍ଦ୍ର ସରକାର ଆର୍ôଥକ ସହାୟତା ଯୋଗାଇ ଦେଉଛନ୍ତି ।
୧୩୦.ଜୀବନ ପ୍ରମାଣ ସ୍କିମ୍: ଦେଶରେ ସେବା ନିବୃତ୍ତ କର୍ମଚାରୀମାନଙ୍କୁ ପେନସନ ଦେବା ପାଇଁ ପ୍ରତିବର୍ଷ ନଭେମ୍ବର  ମାସରେ ସେମାନଙ୍କୁ ସେମାନେ ବଞ୍ôଚଛନ୍ତି ବୋଲି ଡାକ୍ତରଙ୍କ ଠାରୁ ଏକ ପ୍ରମାଣପତ୍ର ଆଣି ଦେବାକୁ ପଡୁଥିଲା । ପ୍ରଧାନମନ୍ତ୍ରୀ ମୋଦି ୨୦୧୪ ନଭେମ୍ବର ମାସରେ ଏହି ସମସ୍ୟାର ଐତିହାସିକ ସମାଧାନ କରି ପ୍ରତ୍ୟେକ ପେନସନ ପାଉଥିବା ବ୍ୟକ୍ତି ନିଜେ ବଞ୍ôଚଥିବାର ପ୍ରମାଣ ସ୍ୱରୂପ ‘ଜୀବନ ପ୍ରାମଣ ସାଟିଫିକେଟ’ଦେଇ ପେନସନ ପାଇବାକୁ ହକ୍ଦାର ହେବ । ଏହାଦ୍ୱାରା ଡାକ୍ତରଙ୍କ ଠାରୁ ସାଟିଫିକେଟ୍ ଆଣିବା ପାଇଁ ସେମାନେ ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇବା ସହିତ ସେଥିପାଇଁ ଆବଶ୍ୟକ ହେଉଥିବା ସମୟର ଅପଚୟରୁ ମଧ୍ୟ ରକ୍ଷା ପାଇବାକୁ ସମର୍ଥ ହୋଇଛନ୍ତି । ପ୍ରତ୍ୟକ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ବା ଅନ୍ୟାନ୍ୟ ସହକାରୀ ସାହାଯ୍ୟପ୍ରାପ୍ତ ଅନୁଷ୍ଠାନ ଗୁଡିକରେ କାର୍ଯ୍ୟକରି ସେବାନିବୃତ୍ତ ହୋଇଥିବା  ୬କୋଟିରୁ ଉଦ୍ଧ୍ୱର୍ ଲୋକ ଏହାଦ୍ୱାରା ଆଶ୍ୱସ୍ତ ହୋଇପାରିଛନ୍ତି ।
୧୩୧.ପ୍ରୋଜେଟ୍ ନୀଳଗିରି: ଦେଶର ପ୍ରମୁଖ ୪୦୦ଟି ରେଳ ଷ୍ଟେସନରେ ୱାଇଫାଇ ସେବା ଯୋଗାଇ ଦିଆଯାଇଛି । ଗୁଗୁଲ ସହିତ ରେଳମନ୍ତ୍ରଣାଳୟର ବୁଝାମଣା କ୍ରମେ ଏହି ମାଗଣା ୱାଇଫାଇ ସେବା ପ୍ରୋଜେଟ ନୀଳଗିରି ନାମରେ କାର୍ଯ୍ୟ କରୁଛି । ଏହି ଯୋଜନା ଅନୁଯାୟୀ ୱାନ ଟାଇମ୍ ପାସ୍ଓ୍ାଡ ହାସଲ କରି ଉପଭୋକ୍ତାମାନେ ମାଗଣା ୱାଇଫାଇ ସୁବିଧା ଥିବା ଷ୍ଟେସନରେ ବସି ୩୦ ମିନିଟ୍ ପାଇଁ ନିଶୁଳ୍କ ୱାଇଫାଇ ସେବା ଉପଭୋଗ କରି ପାରିବେ ।
୧୩୨.ସୋଲାର ଆଲାଏନ୍ସ : ୨୦୧୫ ନଭେମ୍ବର ୩୦ ରୁ ଭାରତ ଓ ଫ୍ରାନସ ଦେଶର ବୁଝାମଣା କ୍ରମେ ଏହି ସୋଲାର ଆଲାଏନସ ଅଭିଯାନ ଶୁଭାରମ୍ଭ ହୋଇଛି । ୨୦୧୬ ଜାନୁଆରୀ ୨୫ ରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ସହିତ ସମସ୍ତଙ୍କୁ ଶସ୍ତା, ସ୍ୱଚ୍ଛ ଓ ନବୀକରଣ କ୍ଷମ ସୌରଶକ୍ତି ଉପଲବ୍ଧି କରିବା ପାଇଁ ଯୋଜନା କରାଯାଇଛି । ଏହି ବୁଝାମଣାକୁ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ସୋସିିଆଲ ପଲିସ ଆଣ୍ଡ ଆପିଲକେସନ ବୋଲି କୁହାଯାଉଛି । ମର୍କଟ କ୍ରାନ୍ତିରୁ କର୍କଟ କ୍ରାନ୍ତି ରେଖା ଭିତରେ ଥିବା ୧୦୦ରୁ ଅଧିକ ଦେଶକୁ ଏହି ସୌରଶକ୍ତି ଯୋଗାଇ ଦେବା ପାଇଁ ଯୋଜନା କରାଯାଇଛି । ଆରମ୍ଭରେ ଏଥିପାଇଁ ୧୭୫  କୋଟି ଟଙ୍କା ଖର୍ଚ୍ଚ କରି ସୌରଶକ୍ତିରୁ ବିଦ୍ୟୁତ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଯୋଜନାରେ ବିଦ୍ୟୁତ  ସଂଯୋଗ ପହଞ୍ôଚ ନଥିବା ଗ୍ରାମଗୁଡିକରେ ମଧ୍ୟ ସୋଲାର ପ୍ୟାନେଲ ବ୍ୟବହାର କରି  ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଓ ବ୍ୟବହାର କରିବାର ସୁଯୋଗ ସୃଷ୍ଟି ହୋଇଛି । ୨୦୩୦ ସୁଦ୍ଧା ଦେଶର ଆବଶ୍ୟକ ପଡୁଥିବା ମୋଟ ବିଦ୍ୟୁତ ଶକ୍ତିର ୪୦ ଭାଗ ବିଦ୍ୟୁତ ଏହି ସୋଲାର ଆଲାଏନ୍ସ ଦ୍ୱାରା ଉତ୍ପାଦନ କରିବା ସମ୍ଭବ ହେବ ବୋଲି କୁହାଯାଉଛି । ୨୦୨୨ସୁଦ୍ଧା ୧୦୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ କରି ପାରିବା ଭଳି ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
୧୩୩.ଗ୍ରାମ ଉଦୟରୁ ଭାରତ ଉଦୟ ଅଭିଯାନ : ୨୦୧୬ ଏପ୍ରିଲ ୧୪ରୁ ଗ୍ରାମ ଉଦୟରୁ ଭାରତ ଉଦୟ ଅଭିଯା ଆରମ୍ଭ ହୋଇଛି । ଏହି ଯୋଜନା ଜରିଆରେ ଗ୍ରାମ ବିକାଶକୁ ଗୁରୁତ୍ୱ ଦେଇ ଗ୍ରାମର ବିକାଶ ହେଲେ ଭାରତର ବିକାଶ ସମ୍ଭବ ହେବ । ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟତଃ ରାଷ୍ଟ୍ରୀୟସ୍ତରରେ ସାମାଜିକ ସୌହାର୍ଦ୍ଦ୍ୟ ଦ୍ୱାରା ପଞ୍ଚାୟତରାଜ ପ୍ରଣାଳୀକୁ ମଜବୁତ କରାଯାଇ ପାରିବ । ଗ୍ରାମ ବିକାଶକୁ ବୃଦ୍ଧି କରିବା ସହିତ କୃଷକର କଲ୍ୟାଣ ଏହି ଯୋଜନାର ଲକ୍ଷ୍ୟ ।
୧୩୪.ସତ୍ୟମ : ଯୋଗ ଏବଂ ଧ୍ୟାନ କ୍ଷେତ୍ରରେ ଗବେଷଣା ପାଇଁ ୨୦୧୫-୧୬ରେ ଏକ ନୂଆ କାର୍ଯ୍ୟକ୍ରମ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅଫ୍ ଯୋଗ ଏଣ୍ଡ ମେଡିଟେସନ ବା ସତ୍ୟମ ଆରମ୍ଭ କରାଯାଇଛି । ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗକୁ ସବୁଠାରୁ ଉପାଦେୟ ଉପଚାର ରୂପେ ସ୍ୱୀକାର କରାଯିବା ସହିତ  ସତ୍ୟମ ଏ ଦିଗରେ କାର୍ଯ୍ୟ କରୁଛି । ଏହି ଯୋଜନା ମାଧ୍ୟମରେ ଶାରୀରକି ଓ ମାନସିକ ସ୍ତରରେ ଯୋଗ ଓ ଧ୍ୟାନର ପ୍ରଭାବ ଉପରେ ମଧ୍ୟ ଗବେଷଣା କାର୍ଯ୍ୟ ପରିଚାଳିତ ହେଉଛି । 
୧୩୫.ଜଳ କ୍ରାନ୍ତି ଅଭିଯାନ : ଏହି ଯୋଜନା କେନ୍ଦ୍ରୀୟ ଜଳ ସଂଶାଧନ ମନ୍ତ୍ରଣାଳୟ ସୌଜନ୍ୟରେ ୨୦୧୫ ଜୁନ ୫ ତାରିଖରେ ଆରମ୍ଭ ହୋଇଛି । ଜଳ ସଂରକ୍ଷଣ ଓ ପରିଚାଳନା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନାରେ ଜଳ ଗ୍ରାମ ଯୋଜନା,ମଡେଲ କମାଣ୍ଡ ଏରିଆ ବିକାଶ, ପ୍ରଦୁଷଣ ପ୍ରଶମନ ଓ ଜନସେଚତନତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ । ଜଳର ସୁରକ୍ଷା ସହିତ ଜଳର ବିଶୋଧନ, ପଞ୍ଚାୟତ ରାଜ ସହିତ ସବୁ ହିତାଧିକାରଙ୍କ ଭାଗିଦାରୀ ଓ ଜଳ ସଂରକ୍ଷଣ କ୍ଷେତ୍ରରେ ପରମ୍ପରାଗତ ଜ୍ଞାନର ଉପଯୋଗ ଓ ଏଥିପାଇଁ ସରକାର, ସ୍ୱଚ୍ଛାସେବୀ ସଂଗଠନ ଓ ନାଗରୀକମାନଙ୍କର ଅନୁଭବକୁ ନେଇ ନୂତନ ପଦ୍ଧତିର ସୃଷ୍ଟି ଓ ବିକାଶ ଏବଂ ଏହାକୁ ନେଇ ଲୋକଙ୍କର ଜୀବନ ଜୀବିକା କ୍ଷେତ୍ରରେ ସୁଧାର ଆଣିବା ଏହାର ମୂଳ  ଲକ୍ଷ୍ୟ ।
୧୩୬.ପଣ୍ଡିତ ମଦନମୋହନ ମାଲବୀୟ ରାଷ୍ଟ୍ରୀୟ ଶିକ୍ଷକ ଓ ଶିକ୍ଷଣ ମିଶନ :୨୦୧୪ ମସିହା ଡିସେମ୍ବର ୨୫ରୁ  ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାର ଉଦ୍ଦେଶ୍ୟ ହେଲା ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ବିଶ୍ୱ ବିଦ୍ୟାଳୟର କାର୍ଯ୍ୟ ସଂସ୍କୃତିରେ ସଂସ୍କାର ଆଣିବା ସହିତ  ବୃତ୍ତିଗତ ଦକ୍ଷତା ଓ ଉକୃଷ୍ଟତା ବୃଦ୍ଧି ପାଇଁ ବ୍ୟବସ୍ଥା କରିବା । ଏଥି ସହିତ ଛାତ୍ରମାନଙ୍କ ମନରେ ଶିକ୍ଷା ପ୍ରତି ଉତ୍ସୁକତା ଓ ଆକଷଣ ସୃଷ୍ଟି କରିବା ଏହାର ଅନ୍ୟତମ ଲକ୍ଷ୍ୟ । ଏହି ଯୋଜନା ପାଇଁ ୯ ଶହ କୋଟି ଟଙ୍କା ବ୍ୟବସ୍ଥା କରାଯିବା ସହିତ ଚଳିତ ପଞ୍ଚବାର୍ଷିକ ଯୋଜନାରେ ଶିକ୍ଷକମାନଙ୍କ ପ୍ରଶିକ୍ଷଣ ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନଙ୍କରେ ୩୦ଟି ବିଭାଗ ଖୋଲିବା, ପାଠପଢାଇବା ପାଇଁ ନୂତନ ଶୈଳୀର ପ୍ରୟୋଗ, ଶିକ୍ଷକମାନଙ୍କ ପାଇଁ ବିଭିିନ୍ନ ପୁରସ୍କାର, ଅଧ୍ୟାପକମାନଙ୍କ ପାଇଁ  କାର୍ଯ୍ୟଶାଳା ଓ ସଂଗୋଷ୍ଟିସ୍ଥାପନ, ପାଠ୍ୟକ୍ରମ ଉପରେ ନିରନ୍ତର ଚର୍ଚ୍ଚା ଶିକ୍ଷାପାଇଁ ୫୦ଟି ଉକୃଷ୍ଟ କେନ୍ଦ୍ର ସ୍ଥାପନା, ବିଶିଷ୍ଟ ଶିକ୍ଷା ବେଶେଷଜ୍ଞ ସହାୟତାରେ ୫ଟି ଶିକ୍ଷା ପରିଚାଳନା କେନ୍ଦ୍ର, ଗୋଟିଏ ରାଷ୍ଟ୍ରୀୟ ଶିକ୍ଷା ସଂଶାଧନ କେନ୍ଦ୍ର, ଦୁଇଟି ଅଧ୍ୟାପକ ପ୍ରଶିକ୍ଷଣ ନିମନ୍ତେ ଦୁଇଟି ବିଶ୍ୱ ବିଦ୍ୟାଳୟରେ ସ୍ୱତନ୍ତ୍ର ବିଭାଗ ଏବଂ ପାଠ୍ୟ ଚର୍ଚ୍ଚା ନବୀକରଣ ଓ ସଂସ୍କାର ପାଇଁ ସ୍ୱତନ୍ତ୍ର ନେଟୱାର୍କ ବିକଶ ପ୍ରଭୃତି କାର୍ଯ୍ୟ ଏହି ଯୋଜନା ଜରିଆରେ କରାଯିବ ।
୧୩୭.ସୌଭାଗ୍ୟ ଯୋଜନା : ସ୍ୱାଧୀନତାର ୭୦ ବର୍ଷପରେ ମଧ୍ୟ ଯେଉଁ ଲୋକଙ୍କ ଘରେ ବିଜୁଳୀ ପହଞ୍ôଚ ନାହିଁ ସେମାନଙ୍କ ଘରେ ବିଜୁଳୀ ସଂଯୋଗ ପହଞ୍ଚାଇବା ଏହି ଯୋଜନାର ଲକ୍ଷ୍ୟ । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ଏହି ଯୋଜନାରେ ଲକ୍ଷ୍ୟ ସାଧନ ପାଇଁ ଅର୍ଥ ସ୍ରୋତର ଏକ ପୂର୍ଣ୍ଣଙ୍ଗ ଓ ଦକ୍ଷ ବ୍ୟବସ୍ଥା ସହିତ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଲୋକଙ୍କର ସହଭାଗୀତା ନେଇ ଏହି କାର୍ଯ୍ୟକ୍ରମକୁ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ପୂରଣ କରିବା ଏହାର ବୈଶିଷ୍ଟ୍ୟ । ଏଥିପାଇଁ ସମଗ୍ର ଦେଶକୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି । ପ୍ରଥମ ସାଧରଣ ବର୍ଗରେ ରାଜ୍ୟ ସରକାରଙ୍କ ସହଭାଗୀତାରେ ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ କରାଯିବ । କେନ୍ଦ୍ର ସରକାର ସିଧାସଳଖ ୬୦ ପ୍ରତିଶତ ଅର୍ଥ ବହନ କରିବେ ଏବଂ ରାଜ୍ୟ ସରକାରମାନେ ୧୦ ଭାଗ ଏବଂ ଋଣ ସୂତ୍ରରେ ୩୦ ପ୍ରତିଶତ ଅର୍ଥ ନ୍ୟାସନାଲ ରୁରାଲ ଇଲେକ୍ଟ୍ରିସିଟି ମିଶନ ଠାରୁ ଖୁବ୍ କମ୍ ସୁଧହାରରେ ଆଣିବେ । ସେହି ଭଳି ସ୍ୱତନ୍ତ୍ର ବର୍ଗରେ ଜାମୁକାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଆସାମ ସମେତ ୮ଟି ଉତ୍ତରା୍ଞ୍ଚଳ ରାଜ୍ୟ ରହିଛନ୍ତି । ଏହି ବର୍ଗରେ କେନ୍ଦ୍ର ସରକାର ୮୦ ପ୍ରତିଶତ ଅର୍ଥ ଦେଉଥିବା ବେଲେ ରାଜ୍ୟ ସରକାରମାନେ ମାତ୍ର ୫ ପ୍ରତିଶତ ଅର୍ଥ ବହନ କରିବେ । ଅବଶିଷ୍ଟ ୧୫ ପ୍ରତିଶତ ଅର୍ଥ ଋଣ ସୂତ୍ରରେ ପ୍ରାପ୍ତ ହେବେ ।
ଯେଉଁଠାରେ ବିଦ୍ୟୁତ ସହଜରେ ଉପଲବ୍ଧ ନୁହେଁ କିମ୍ବା ବିଦ୍ୟୁତ ତାର ଟାଣିବା ସହଜ ନୁହେଁ ସେଭଳି ସ୍ଥାନରେ ସୋଲାର ପ୍ୟାନେଲ ମାଧ୍ୟମରେ ପ୍ରତିଘରକୁ ବିଦ୍ୟୁତ ଯୋଗାଇ ଦେବାର ବ୍ୟବସ୍ଥା କରଯିବ । ଏଥିପାଇଁ ଆବଶ୍ୟକ ପଡୁଥିବା ଯନ୍ତ୍ରପାତି ଓ ଉପକରଣ କେନ୍ଦ୍ର ସରକାର ମାଗଣାରେ ଯୋଗାଇ ଦେବେ । ଏଥିସହିତ ପ୍ରତି ୫ ବର୍ଷରେ କେନ୍ଦ୍ର ସରକାରଙ୍କ ତରଫରୁ ତନଖି ଓ ମରାମତି ମଧ୍ୟ କରାଯିବ ।  ନ୍ୟାସନାଲ ରୁରାଲ ଇଲେକଟ୍ରିସିଟି ମିଶନ ଏହାର ନୋଡାଲ ଏଜେନ୍ସି ଭାବେ କାମ କରିବେ । ଏହି ସୌଭାଗ୍ୟ ଯୋଜନା ପାଇଁ ୧୬,୩୨୦କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । 
୧୩୮.ଜିଏସ୍ଟି : : ସଂସଦର କେନ୍ଦ୍ରୀୟ ହଲ୍‍ରେ ୨୦୧୭ ଜୁନ୍‍ ୩୦ ଓ ଜୁଲାଇ ପହିଲାର ମଧ୍ୟରାତ୍ରରେ ଆୟୋଜିତ ଏକ ମିଳିତ ଅଧିବେଶନରେ ଦେଶରେ କାର୍ଯ୍ୟକାରୀ ହୋଇଥିଲା ସବୁଠାରୁ ବଡ଼ ଟିକସ ସଂଶୋଧନ ବ୍ୟବସ୍ଥା ‘ଜିଏସ୍‍ଟି’  । ୧୭ଟି କର ଓ ୧୩ଟି ସେସ୍ (ମହାସୁଲ)କୁ ଏକୀକୃତ କରିବା କାରଣରୁ ସାଧାରଣ ଲୋକଙ୍କୁ ଭିନ୍ନ ଭିନ୍ନ  ଟିକସରୁ ମୁକ୍ତି କାରଣରୁ ଟିକସଭାର ସାଧାରଣ ଖାଉଟିଙ୍କ ଉପରେ କମ୍ ହୋଇଛି, ମୁଦ୍ରା ସ୍ପିତି ନିୟନ୍ତ୍ରିତ ହୋଇଛି ।  ଏହି ଟିକସ କରାରଣରୁ ଓଡିଶା ଭଳି ଉପଭୋକ୍ତା ରାଜ୍ୟ ଆର୍ଥିକ ଦୃଷ୍ଟିରୁ ବେଶ ଲାଭବାନ ହୋଇଛି । ରାଜ୍ୟରେ ଏହା ବିନିର୍ମାଣ (ମାନୁଫାକ୍ଚରିଂ)କୁ ପ୍ରୋତ୍ସାହନ ଦେବ । ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଓଡିଶାକୁ ୨,୨୬୪ କୋଟି ଟଙ୍କାର କ୍ଷତି ପୂରଣ ରାଶି ମିଳିଛି । ଏହା ଲାଗୁ ହେବାର ବର୍ଷକ ପରେ ଅର୍ଥନୀତିଜ୍ଞ ଏବଂ ଭାଷାକାରମାନଙ୍କ କହିବା ଅନୁଯାୟୀ ଦେଶର ଜନ ସଧାରଣ,ବିଶେଷ କରି କୋଟି କୋଟି ଆର୍ôଥକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏହି ଆଧୁନିକ ଟିକସ ବ୍ୟବସ୍ଥା ସହାୟକ ହୋଇଛି । ଜିଏସ୍ଟି ବ୍ୟବସ୍ଥା ଦ୍ୱାରା ଦେଶର ବାଣିଜ୍ୟ କ୍ଷେତ୍ରରେ ଥିବା ଅସମାନତାର ପରି ସମାପ୍ତି ଘଟିଛି । ଏହା ଦେଶର ରପ୍ତାନୀ କାରବାରରେ ବୃଦ୍ଧି ଆସିଛି । ଏହି ବ୍ୟବସ୍ଥା ଦ୍ୱାରା କେବଳ ବିକଶିତ ରାଜ୍ୟ ଗୁଡିକର ଫାଇଦା ହେବ ନାହିଁ ବରଂ ବିକାଶ କ୍ଷେତ୍ରରେ ପଛୁଆ ରାଜ୍ୟ ଗୁଡିକ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରିଛି ।
 ଏହା ଦେଶର ପରିପକ୍ୱ ଶାସନତନ୍ତ୍ର ଏବଂ ସହଯୋଗ ସଂଘୀୟବାଦର ଏକ ନମୂନା । ଯଦ୍ୱାରା ଖାଲି ଉତ୍ପାଦନ କୈନ୍ଦ୍ରିକ ନୁହେଁ ଜନ କୈନ୍ଦ୍ରିକ ବ୍ୟବସ୍ଥାକୁ ଜନ୍ମ ଦେଇଛି । ଗ୍ରାହକଙ୍କ ଫାଇଦା ପାଇଁ ଉତ୍ପାଦ ଶୁଳ୍କ ଓ ଅନ୍ୟାନ୍ୟ ଲେଭି ପରି ଜିଏସଟିର ୭ଟି କେନ୍ଦ୍ରୀୟ ଓ ୮ଟି ରାଜ୍ୟ ଶୁଳ୍କର ମିଶ୍ରଣ କରାଯାଇଥିଲା । ସିଧା କଥାରେ କହିବାକୁ ଗଲେ, ଯେଉଁ ରାଜ୍ୟରେ ଅଧିକ ଖାଉଟୀ ସେମାନେ ଅଧିକ ଟିକସ ଆଦାୟ କରିପାରୁଛନ୍ତି । ଯଦ୍ୱାରା ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା କ୍ଷେତ୍ରରେ ପର୍ଯ୍ୟାପ୍ତ ସମ୍ବଳ ମିଳିପାରିବ ଏବଂ ରାଜ୍ୟ ଗୁଡିକର ସାମଗ୍ରିକ ଅର୍ଥନୈତିକ ବିକାଶ ସମ୍ଭବ ହୋଇଛି । ଏହା ଫଳରେ ଉତ୍ତରପ୍ରଦେଶ, ବିହାର, ଓଡିଶା, ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ, ଯେଉଁ ଠାରେ କି ଉତ୍ପାଦନ ଭିତ୍ତିକ ଶିଳ୍ପ ନାହିଁ ସେଗୁଡିକ ଅଧିକ ଲାଭବାନ ହୋଇଛନ୍ତି । ଜିଏସଟି ଲାଗୁ ହେବା ପରେ ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ ଏବଂ କର୍ଣ୍ଣାଟକ ପରି ଉତ୍ପାଦନକାରୀ ରାଜ୍ୟ ମଧ୍ୟ ସେମାନଙ୍କର  ତ୍ୱରାନ୍ୱିତ କରି ପାରିଛନ୍ତି । ଏହି ରାଜ୍ୟଗୁଡିକ କାରବାରରୁ ବିପୁଳ ସମ୍ବଳ ସଂଗ୍ରହ କରି ବିକାଶ ଉଦ୍ୟମ ଜାରି ରଖିଛନ୍ତି । ଏହି ଉତ୍ଫୁଲ୍ଲତା ଉଭୟ ଘରୋଇ ଏବଂ ବିଶ୍ୱସ୍ତରୀୟ ନିବେଶକାରୀଙ୍କୁ ସ୍ୱାର୍ଥ ରକ୍ଷା କରିବା ସହ ଉତ୍ପାଦନ ଭିତ୍ତିକ ଏବଂ ସେବାଭତ୍ତିକ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁବିଧା ସୃଷ୍ଟି କରୁଛି ।
୧୩୯.ଚାରିଧାମ ମହାମାର୍ଗ ବିକାଶ ପରିଯୋଜନା : ତୀର୍ଥଯାତ୍ରୀମାନଙ୍କ ଯାତ୍ରାକୁ ସୁଗମ ଓ ସହଜ କରିବା ପାଇଁ ସ୍ୱତନ୍ତ୍ରଭାବେ ଏହି ସବୁ ସ୍ଥାନକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଗୁଡିକର  ବିକାଶ ଏହାର ଲକ୍ଷ୍ୟ । ଏଥିପାଇଁ ୧୨ ହଜାର କୋଟିର ବ୍ୟୟବରାଦ ହୋଇଛି ।
୧୪୦.ରାଷ୍ଟ୍ରୀୟ ପଶୁଧନ ମିଶନ: ରାଷ୍ଟ୍ରୀୟ ପଶୁଧନ ମିଶନ ଜରୀଆରେ ପଶୁ ଖାଦ୍ୟର ଉତ୍ପାଦନ ଓ ବଣ୍ଟନକୁ ନେଇ ଏଫ୍ସିଆ ବା ଫଡର କର୍ପୋରେସନ ଅଫ୍ ଇଣ୍ଡିଆ ଗଠନ କରାଯାଇଛି । ସମସ୍ତ ପ୍ରକାର ଗୃହପାଳିତ ପଶୁମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ହେବା ସହିତ ତାହାର ବଣ୍ଟନ ପ୍ରକ୍ରିୟାକୁ ଏହା ନିୟନ୍ତ୍ରଣ କରିବ ।
୧୪୧.ବିମୁଦ୍ରାୟନ :୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦୁର୍ନୀତି, କଳାଟଙ୍କା, ଆତଙ୍କବାଦ ଓ ନକଲୀ ଟଙ୍କା ବିରୋଧୀ ମହାଯଜ୍ଞରେ ସାମିଲ ହେବାକୁ ଆହ୍ୱାନ କରିଥିଲେ । ଏହା ଏକ ସାହାସିକ ଓ ଐତିହାସିକ ନିଷ୍ପତ୍ତି ଥିଲା । ଏହାଦ୍ୱାରା ବ୍ୟାଙ୍କ୍ ବାହାରେଥିବା ୫୦୦ ଓ ୧୦୦୦ ଟଙ୍କିଆ କରେନ୍ସି ନୋଟ୍ର ଶତକଡା ୯୩ % ପ୍ରତିଶତ ବ୍ୟାଙ୍କ୍କୁ ଫେରିଛ । ଏହା କଳାଟଙ୍କା, ନାଲିନୋଟ୍, ଆତଙ୍କବାଦୀ ଓ ମାଓବାଦୀଙ୍କ ଅର୍ଥ ସ୍ରୋତ ଉପରେ ଏକ ସର୍ଜିକାଲ ଷ୍ଟ୍ରାଇକ୍ । ବ୍ୟାଙ୍କ୍ ବାହାରେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କା ବାହାରେ ଥିବାବେଳେ ସେଥିରୁ ୧୬,୦୦୦ କୋଟି ଟଙ୍କାର ନୋଟ୍ ବ୍ୟାଙ୍କ୍କୁ ଫେରିନାହିଁ । ଏହାକୁ ବାହାରକୁ ଆଣି ବ୍ୟାଙ୍କ୍ରେ ଜମା କରିବାକୁ ଏହି ଟଙ୍କା ରଖିଥିବା ଲୋକମାନେ ସାହାସ କରିପାରିନାହାନ୍ତି । ନନ୍ଫରମାଲ୍ ମନିସ୍ରୋତର ଅର୍ଥ ଫରମାଲ ସ୍ରୋତକୁ ଫେରିଛି । ବ୍ୟାଙ୍କ୍ ଏବେ ଏହାର ଉପଯୋଗ କରିପାରିବ । ଏହାଦ୍ୱାରା ବ୍ୟାଙ୍କ୍ର ଋଣ ଦେବା କ୍ଷମତା ବଢିଛି । ଆୟକର ରେଡ ମାଧ୍ୟମରେ ୨୯ ହଜାର ୬୨୮ କୋଟି ଟଙ୍କା କଳାଧନ ଆଦାୟ ହୋଇଛି । ୭୬୨ ହଜାର ଜାଲିନୋଟ୍ (୨୦୦୦ ଓ ୫୦୦ ଟଙ୍କି÷ଆ ) ଧରାପଡିଲା ଯାହାକି ଗତ ବର୍ଷଠାରୁ ୨୦% ବୃଦ୍ଧି । ଏହାଦ୍ୱାରା ଆୟକର ଦାଖଲକାରୀ ସଂଖ୍ୟା ୨୬.୬ % ପ୍ରତିଶତ ବଢିଛି । ୩.୬୮ ଲକ୍ଷ କୋଟି ଟଙ୍କା ଏବଂ ୨୩ ଲକ୍ଷ ଏକାଉଣ୍ଟ ଜାଞ୍ଚ ପ୍ରକିୟାରେ ଅଛି । ଏହି ରାଶି ଛଡା ବ୍ୟାଙ୍କ୍ ଓ ବିତ୍ତୀୟ ସଂସ୍ଥାନ ଗୁଡିକ ୪.୭ ଲକ୍ଷ ସଂଦିଗ୍ଧ ନେଣ ଦେଣର ମଧ୍ୟ ଜାଞ୍ଚ କରୁଛନ୍ତି । ୨୯, ୨୧୩ କୋଟି ଟଙ୍କାର ଅଘୋଷିତ ଆୟ ଠାବ କରାଯିବା ସହ ସ୍ୱୀକାରୋକ୍ତି ମିଳିଛି । ୧.୫ ଲକ୍ଷ ଲୋକ ମୋଟ୍ ପାଖ ପାଖି ୫ ଲକ୍ଷ କୋଟି ଜମା କରିଛନ୍ତି । ଯାହା ମୋଟ୍ ନଗଦ ଜମାର ଏକ ତୃତୀୟାଂଶ ଅଟେ । ଏହାର ଅର୍ଥ ହେଲା ୦.୦୦୦୧୧ ପ୍ରତିଶତ ଲୋକ ୩୩ ପ୍ରତିଶତ ନଗଦ ଜମା କରିଛନ୍ତି ।  ଅତ୍ୟାଧୁନିକ ଡାଟା ଆନାଲିସିସ ବ୍ୟବହାର କରି ୧୭.୭୩ ଲକ୍ଷ ସଂଦିଗ୍ଧ ପ୍ୟାନ୍ କାର୍ଡ ହୋଲ୍ଡର ଯେଉଁ ମାନଙ୍କର ନଗଦ ଜମା ଓ ଟିକସ ମେଳ ଖାଉ ନାହିଁ ତାର ଯାଞ୍ଚ ପ୍ରକିୟା ଚାଲିଛି ।
ବିମୁଦ୍ରିକରଣ ପରେ ୨.୨୪ ଲକ୍ଷ ସେଲ କମ୍ପାନୀ ଜବତ୍ ହୋଇଛି । ଏହି କମ୍ପାନୀ ଗୁଡିକ ମଧ୍ୟରୁ ଅନେକଙ୍କର ଶହେରୁ ଅଧିକ ବ୍ୟାଙ୍କ୍ ଆକାଉଣ୍ଟ ଥିବା ଜଣା ପଡିଛି । ଏବଂ ବିମୁଦ୍ରୀକରଣ ସହିତ ଏହି ବ୍ୟାଙ୍କ୍ ଆକାଉଣ୍ଟ ଗୁଡିକ ବନ୍ଦ କରି ଦେବାକୁ ସେମାନେ ଚେଷ୍ଟା କରିଛନ୍ତି । ଏହି କମ୍ପାନୀ ଗୁଡିକ ମଧ୍ୟରୁ ଗୋଟିଏ କମ୍ପାନୀର ୨୧୩୪ ଟି ବ୍ୟାଙ୍କ୍ ଖାତା ରହିଥିଲା । ଗୋଟିଏ କମ୍ପାନୀ ଯିଏ ଋଣରେ ଚାଲୁଥିଲା ୮ ନଭେମ୍ବର ପରେ ୨୦୧୬ ପରେ ୨୪୮୪ କୋଟି ଟଙ୍କା ଜମା କରିବା ଧରାପଡିଛି । ଏ ପର୍ଯ୍ୟନ୍ତ ୧୬, ୨୧୬ କୋଟି ଟଙ୍କାର ବେନାମୀ ସମ୍ପତ୍ତି ସରକାର ନିଜ ହାତକୁ ନେଇଛନ୍ତି । ନଗଦ କାରବାରରୁ ବ୍ୟାଙ୍କ୍ ମାଧ୍ୟମରେ କର୍ମଜୀବୀ ମାନଙ୍କୁ ଦରମା ଦେବାର ଆବଶ୍ୟକତା ପଡିବାରୁ ଅଣ ସଂଗଠିତ କ୍ଷେତ୍ରରେ ଶୋଷଣର ଶୀକାର ହେଉଥିବା ବ୍ୟକ୍ତିବିଶେଷ ମାନଙ୍କୁ ନ୍ୟାୟ ମିଳିଛି । ମଜୁରୀ ଓ ମାସିକ ଦରମା ସିଧା ବ୍ୟାଙ୍କ୍ ଖାତାରେ ଯିବା କାରଣରୁ ୧.୦୧ କୋଟି ବ୍ୟକ୍ତି ବ୍ୟକ୍ତି ଇପିଏଫ ଯୋଜନାରେ ସାମିଲ ହୋଇଛନ୍ତି । ୧.୩ କୋଟି କର୍ମଚାରୀ ଇଏସଆଇସିରେ ସାମିଲ ହେବା କାରଣରୁ ସାମାଜିକ ସୁରକ୍ଷାର ଲାଭ ସ୍ୱଚ୍ଛ ଆୟକାରୀମାନଙ୍କ ଭାଗ୍ୟରେ ସମ୍ଭବ ହୋଇଛି । ବିମୁଦ୍ରୀକରଣ କାରଣରୁ ଟିକସଦାତ୍ତାଙ୍କ ସଂଖ୍ୟାରେ ୨୬.୬ ପ୍ରତିଶତ ବୃଦ୍ଧି ହୋଇଛି । ପୂର୍ବରୁ ୬୬.୫ ଲକ୍ଷ କରଦାତ୍ତା ୨୦୧୫-୧୬ ଆର୍ଥିକ ବର୍ଷରେ ଥିବା ବେଳେ ଏହି ସଂଖ୍ୟା ୨୦୧୬-୧୭ ମସିହାରେ ୮୪.୨୧ ଲକ୍ଷରେ ପହଂଚିଛି । ୨୦. ୫୩୨ ଟି ଆୟକର ରିଟର୍ନର ବିସୃତ ଯାଞ୍ଚହେବ, କେଉଁମାନେ ଆୟ ତୁଳନାରେ ବହୁ ଅଧିକ ଅର୍ଥ ଆୟ ପରିମାଣ ଦର୍ଶାଇଛନ୍ତି ।  ୧୩ ଲକ୍ଷ ୨୩ ହଜାର ସନ୍ଦିଗ୍ଧ ମାମଲାରେ ୨୭ ଲକ୍ଷ ୨୨ ହଜାର ବ୍ୟାଙ୍କ୍ ଆକାଉଣ୍ଟରେ ୩ ଲକ୍ଷ ୨୮ ହାଜର କୋଟି ଜମା ଚିହ୍ନଟ କରାଯାଇଛି । ବିମୁଦ୍ରାୟନ ଠାରୁ ଗତ ମାର୍ଚ୍ଚ ପର୍ଯ୍ୟନ୍ତ ଆୟକର ବିଭାଗ ୯୦୦ କୋଟିରୁ ଅଧିକ ସମ୍ପତ୍ତି ଜବତ କରିଛି ଏଥିରେ ୬୩୬ କୋଟି ନଗଦ ଅର୍ଥ ରହିଛି । ଯାହାଯୋଗୁଁ ଲୋକମାନେ ୭୬୯୧ କୋଟି ଟଙ୍କାର ଆୟ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ସମୟରେ ଆୟକର ବିଭାଗ ୮୨୩୬ ଟି ସର୍ଭେ କରିଛି । ଯାହାଦ୍ୱାରା ୭୩୪୫ କୋଟି ଟଙ୍କାର କଳାଟଙ୍କା ମିଳିଛି ଏଥି ସହିତ ଆୟକର ବିଭାଗ ୧୮୩୩ କୋଟି ଟଙ୍କାର ବେନାମୀ ସମ୍ପତ୍ତି ମଧ୍ୟ ଜବତ୍ କରିଛି, ଗତ ଅକ୍ଟୋବର ସୁଦ୍ଧା ଏହା ଜବତ୍ ହୋଇଛି । ୫୪୧ ଟି ସମ୍ପତ୍ତି ଜବତ କରି ଏହି ଅର୍ଥ ଆଦାୟ କରାଯାଇଛି । ଏହି ସମସ୍ତ ଅର୍ଥକୁ ମିଣାଇଲେ ୨୯,୨୧୩+୩୪୫+ ୧, ୮୩୩=୩୮,୩୯୧+୧୬,୦୦୦ (ଫେରିନଥିବା ଅର୍ଥ ) =୫୪,୩୯୧ କୋଟି ଟଙ୍କାର କଳାଧନ ଫେରିଛି । ମାଓବାଦୀ ୨୦ ଆକ୍ରମଣ ପ୍ରତିଶତ ଏବଂ ଷ୍ଟୋନ୍ ପେଲଷ୍ଟ୍ରି ଘଟଣା ୨୫ % ପ୍ରତିଶତ କମିଛି । ମାଓବାଦୀ ଆକ୍ରମଣ ସଂଖ୍ୟା ୨୦୧୪-୨୦୧୫ ରେ ୧୦୯୧ ଥିବାବେଳେ ୨୦୧୫-୧୬ ରେ ୨୦୧୭ ଏବଂ ୨୦୧୬-୧୭ ରେ ୮୩୧ କୁ କମିଛି । କାଶ୍ମୀରରେ ପଥର ପିଙ୍ଗା ଘଟଣା ୨୦୧୫-୧୬ ରେ ୨୬୮୩ ଥିବାବେଳେ ୨୦୧୬-୧୭ରେ ୬୭୮ କୁ କମିଛି । ସୀମାନ୍ତରେ ସନ୍ତ୍ରାସବାଦୀଙ୍କ ଆକ୍ରମଣ କମିଛି । ବିମୁଦ୍ରୀକରଣ ଯୋଗୁଁ ଟଙ୍କା ବଦଳରେ ଡିଜିଟାଲ ନେଣ ଦେଣରେ ବ୍ୟାପକ ବୃଦ୍ଧି ହୋଇଛି । ଅଗଷ୍ଟ ୨୦୧୭ ମସିହାରେ ଡିଜିଟାଲ ଟ୍ରାଂଜାକ୍ସନର ସଂଖ୍ୟା ୧୩୮ କୋଟିରେ ପହଂଚିଛି ଯାହା ଅଗଷ୍ଟ ୨୦୧୬ରେ ମାତ୍ର ୮୭ କୋଟି ଥିଲା । ବିମୁଦ୍ରାକରଣ ପୂର୍ବରୁ ଦେଶରେ ମୋଟ ୧୫.୧୧ ଲକ୍ଷ ପିଓଏସ ମେସିନ ବ୍ୟବହାର ହେଉଥିବାବେଳେ ଗୋଟିଏ ବର୍ଷରେ ଆଉ ୧୩ ଲକ୍ଷ ପିଓଏସ ମେସିନ୍ର ବ୍ୟବହାର ବଢିଛି ।
୧୪୨.ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା : ୨୦୧୬ରୁ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ୧୨ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ଏବଂ ୬୦ ଲକ୍ଷରୁ ଅଧିକ ଯୁବକ ଯୁବତୀମାନଙ୍କୁ ଏହି କୌଶଳ ପ୍ରଦାନ କରାଯିବ । ଏହାଦ୍ୱାରା ୬୦ ଲକ୍ଷ ଯୁବକ ପ୍ରଶିକ୍ଷିତ ହେବେ । ଏହି ପ୍ରଶିକ୍ଷଣ କେନ୍ଦ୍ରମାନଙ୍କରେ ଶିକ୍ଷାନବିଶମାନଙ୍କୁ ମାଗଣା ତାଲିମ ଦିଆଯିବା ସହିତ ଛାତ୍ରାବାସର ମଧ୍ୟ ବ୍ୟବସ୍ଥା ରହିଛି । ଏହି ପ୍ରଶିକ୍ଷଣରେ ଉତ୍ତୀର୍ଣ୍ଣ ହେଉଥିବା ଯୁବକ, ଯୁବତୀମାନଙ୍କୁ ରାଷ୍ଟ୍ରୀୟ କୌଶଳ ଯୋଗ୍ୟତା ମାନକ ଅନୁସାରେ ଉଦ୍ୟୋଗ ପାଇଁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ବିଭିନ୍ନ ରାଜ୍ୟରେ ଆବଶ୍ୟକ ପଡୁଥିବା ମାନବ ସମ୍ବଳର ପରିପୁର୍ତ୍ତି ପାଇଁ ଏହି ପରିଯୋଜନାରେ କୌଶଳର ଢାଞ୍ଚାକୁ ମଧ୍ୟ ପରିବର୍ତ୍ତନର ବ୍ୟବସ୍ଥା ରହିବ ।  ବିଭିନ୍ନ ରାଜ୍ୟର ଆବଶ୍ୟକତାକୁ ଆଖିଆଗରେ ରଖି ସେସବୁ ରାଜ୍ୟରେ ଥିବା କୌଶଳ ପ୍ରଶିକ୍ଷଣ କେନ୍ଦ୍ରଗୁଡିକୁ ମଧ୍ୟ ସଶକ୍ତ କରାଯିବ । କୌଶଳ କେନ୍ଦ୍ରର ପ୍ରଶିକ୍ଷଣ, ତାର ଗୁଣବତାର ତଦାରଖ ଓ ନିୟୋଜନ ଏବଂ ସ୍ୱରୋଜଗାର ପାଇଁ ଆର୍ôଥକ ସହାୟତା ପ୍ରଭୃତି ପାଇଁ ଏକ ନିର୍ଦ୍ଦିଷ୍ଟ ଓ ସାର୍ବଜନୀନ ନୀତି ଗ୍ରହଣ କରାଯିବା ସହିତ ସେହି ଅନୁସାରେ ଏହି ପରିଯୋଜନାର କାର୍ଯ୍ୟାନ୍ୱୟନ ହେବ । ଏହାଛଡା କୌଶଳ ପ୍ରଶିକ୍ଷଣ କେନ୍ଦ୍ରଦ୍ୱାରା ପ୍ରଶିକ୍ଷିତ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ଗଲଫ୍ ଦେଶ ସମୁହ, ୟୁରୋପ, ତଥା ବିଭିନ୍ନ ପାଶ୍ଚାତ୍ୟଦେଶମାନଙ୍କରେ ନିଯୁକ୍ତି ପାଇଁ ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଯୋଗାଇ ଦିଆଯିବ ଏବଂ ସେଥିପାଇଁ ଆବଶ୍ୟକତା ଅନୁସାରେ ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରାଯିବ । 
୧୪୩. ଆସ୍ପିରେସନାଲ ବା ଆକାଂକ୍ଷୀ ଜିଲ୍ଲା ଯୋଜନା : ଅନଗ୍ରସର ଜିଲ୍ଲାମାନଙ୍କର ସାମୂହିକ ବିକାଶ ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସମଗ୍ର ଦେଶରେ ଏହି ଯୋଜନାରେ ୧୦୦ଜିଲ୍ଲା ବଛା ଯାଇଥିବା ବେଳେ ଓଡିଶାରୁ ୧୦ ଟି ଜିଲ୍ଲା ବଛାଯାଇ ଏଗୁଡିକର ବିକାଶ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଦେବାକୁ ଆରମ୍ଭ କରିଛନ୍ତି । ଜିଲ୍ଲା ଗୁଡିକ ହେଲା ଯଥା- କୋରାପୁଟ, ଗଜପତି, ନୂଆପଡା, କନ୍ଧମାଳ, ଢେଙ୍କାନଳ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ମାଲକାନଗିରି ଓ ରାୟଗଡା ପରି ଜିଲ୍ଲା ସାମିଲ ହୋଇଛନ୍ତି । ମୋଦିଙ୍କ ‘ସବକା ସାଥ ସବକା ବିକାଶ ’ ପରିକଳ୍ପନାରେ ବିକାଶର ଦୌଡରେ ପଛରେ ପଡିଥିବା ଜିଲ୍ଲା ଗୁଡିକର ସ୍ୱାସ୍ଥ୍ୟ ,ପୁଷ୍ଟି, ଶିକ୍ଷା, କୃଷି ଓ ଜଳ ସଂମ୍ବଳ ଆର୍ôଥକ ଅନ୍ତର୍ଭୁକ୍ତିକରଣ ଓ ଦକ୍ଷତା ବିକାଶ ତଥା ମୌଳିକ ଭିତିଭୂମିର ଦୃତ ଓ ପ୍ରଭାବୀ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଉଛି ।
୧୪୪.ନ୍ୟାସନାଲ ବାମ୍ବୋ ମିଶନ : ୧୨୯୦କୋଟି ଅର୍ଥ ବ୍ୟୟ ବରାଦରେ ବାଉଁଶ ଶିଳ୍ପକୁ ନେଇ ଗଢି ଉଠିଥିବା କୁଟୀର ଶିଳ୍ପର ଉତ୍ଥାନ, ବିକାଶ ଓ ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଏହି ଯୋଜନା କାର୍ଯ୍ୟ କରୁଛି । କେନ୍ଦ୍ର ସରକାରଙ୍କ ତରଫରୁ ଆଗରୁ ବାଉଁଶକୁ ବୃକ୍ଷରୂପେ ବର୍ଗୀକରଣ କରାଯାଇଥିବାରୁ ଲୋକମାନେ ଜଙ୍ଗଲରୁ ବାଉଁଶ କାଟି ପାରୁ ନଥିଲେ । ଏବେ କେନ୍ଦ୍ର ସରକାର ଜନସାଧାରଣଙ୍କ ହିତ ଦୃଷ୍ଟିରୁ ବାଉଁଶକୁ ବୃକ୍ଷ ତାଲିକାରୁ ବାଦ ଦେଇଛନ୍ତି ।
୧୪୫.ଆନ୍ତର୍ଜାତିକ ଯୋଗ ଦିବସ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ କ୍ରମେ ୟୁନେସ୍କୋ ଭାରତୀୟ ଧର୍ମ, ସଂସ୍କୃତି ଓ ପରମ୍ପରାର  ମୁଖ୍ୟ ଧରୋହର ଯୋଗକୁ ବିଶ୍ୱ ସ୍ତରରେ ସ୍ୱୀକୃତି ମିଳିବା ସହିତ ଏହାର ସମ୍ମାନାର୍ଥେ ଆନ୍ତର୍ଜାତିକ ଯୋଗ ଦିବାସ ରୂପେ ଜୁନ ୨୧ ତାରିଖକୁ ଘୋଷଣା କରାଯାଇଛି । ସମଗ୍ର ବିଶ୍ୱରେ ଏହା ଭାରତର ସମ୍ମାନ ବଢାଇଛି ।
୧୪୬.ଜାତୀୟ ଯୁବ ନେତୃତ୍ୱ କାର୍ଯ୍ୟକ୍ରମ: ୨୦୧୪ ଡିସେମ୍ବରରୁ କେନ୍ଦ୍ର ସରକାର ୟୁଥ୍ ୟୁନ୍କ୍ଲୁସିଭ୍ ନାମରେ ଏହି ଯୁବ ନେତୃତ୍ୱ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିରେ ଯୁବକମାନଙ୍କୁ ବିକାଶର ପ୍ରମୁଖ ଅଙ୍ଗରୂପେ ଗ୍ରହଣ କରାଯାଉଛି । ପ୍ରତିକ୍ଷେତ୍ରରେ ପ୍ରତି ଯୋଜନାରେ ଯୁବକ ଯୁବତୀମାନଙ୍କୁ ପ୍ରାଧାନ୍ୟ ଦେଇ କାର୍ଯ୍ୟକରିବାକୁ ପରାମର୍ଶ ଦିଆଯାଇଛି ।
୧୪୭.ନିରାମୟ ଯୋଜନା : ଏହି ଯୋଜନାରେ  ସ୍ୱତନ୍ତ୍ର ଭାବେ ମାନସିକ ବିକୃତ ଓ ମାନସିକ ପକ୍ଷାଘାତ ରୋଗୀମାନଙ୍କ ପାଇଁ ମାଗଣା ଔଷଧ ଯୋଗାଇବା ସହିତ ଏକ ଲକ୍ଷ ଟଙ୍କାର ବୀମା ଅର୍ଥ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।
୧୪୮.ଉଡେ ଆମ ଆଦମୀ ଯୋଜନା : ବେସାମରୀକ ବିମାନ ଚଳାଚଳ କ୍ଷେତ୍ରରେ ମୋଦି ସରକାର ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି । ଗତ ୪ ବର୍ଷରେ ୭୫ଟି ନୂଆ ଏୟାରପୋର୍ଟ ପ୍ରତିଷ୍ଠା / ବିକଶିତ ହେବା ସହିତ ସେଠାରୁ ଉଡାଣ ଆରମ୍ଭ ହୋଇଛି ।  ସାଧାରଣ ଲୋକଟିଏ ଯେପରି ବିମାନ ଯାତ୍ରାରୁ ବଞ୍ôଚତ ନହୁଏ ସେଥିପାଇଁ ଘଣ୍ଟା ପିଛା ରିହାତି ହାରରେ ୨,୫୦୦ଟଙ୍କା ଟିକଟରେ ବିମାନରେ ଉଡିବାର ଏହି ଯୋଜନାରେ ବ୍ୟବସ୍ଥା କରାଯାଇଛି ।
୧୪୯.ଉର୍ଜ୍ଜାଗଙ୍ଗା ଯୋଜନା : ଏହି ଯୋଜନାରେ ପାଇପ୍ ଜରୀଆରେ ଗ୍ୟାସ ଯୋଗଣର ବ୍ୟବସ୍ଥା କରାଯାଇଛି । ୨୦୧୬ ଅକ୍ଟୋବରରୁ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ରନ୍ଧନ ଗ୍ୟାସ ଏବଂ ଗାଡି ଚଳାଇବା ପାଇଁ ସିଏନ୍ଜି ଗ୍ୟାସ୨୦୧୮ ସୁଦ୍ଧା ୨୦୫୦ କି.ମି. ପାଇପ ଲାଇନ୍ ଯୋଗେ  ଜଗଦୀଶପୁର(ୟୁପି) ଠାରୁ ହଳଦିଆ (ପଶ୍ଚିମବଙ୍ଗ)ପର୍ଯ୍ୟନ୍ତ ବିଛା ଯାଇଛି । ତାର ଏକ ଶାଖା ୭୬୯ କି.ମି. ଦୈଘ୍ୟ ହଳଦିଆରୁ ବୋକାର ଓ ଧାମରା ଦେଇ ପୁରୀ ଓ ପାରଦ୍ୱୀପରେ ପହଞ୍ôଚବ । ଓଡିଶାରେ ସୁନ୍ଦରଗଡ, ଝାରସୁଗଡା, ସମ୍ବଲୁପୁର, ଦେବଗଡ, ଅନୁଗୁଳ, ଯାଜୁପୁର, କେଟକ, କେନ୍ଦ୍ରାପଡା, ଜଗତସିଂପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଏହି ଲାଇନ୍ ବିଛାଯିବ ।
୧୫୦.ସ୍ୱୟଂ ପ୍ରଭା: ଜୁଲାଇ ୨୦୧୭ରୁ ଆରମ୍ଭ କରାଯାଇଥିବା ଏହା ଏକ ଡିଜିଟାଲ ଇନିସେଟିଭ୍ ଯୋଜନା । ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ ନବମ ଶ୍ରେଣୀରୁ ଆରମ୍ଭ କରି ସ୍ନାତ୍ତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ସବୁ ପାଠ୍ୟକ୍ରମ ସଂପର୍କିତ ଆବଶ୍ୟକୀୟ ପାଠ୍ୟ ପୁସ୍ତକର ଡିଜିଟାଲ ଭର୍ସନ ଏଥିରେ ସ୍ଥାନିତ ହୋଇଛି । ତେଣୁ ଏହା ଦ୍ୱାରା ଅଳ୍ପ ଖର୍ଚ୍ଚରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚ ଶିକ୍ଷା ଲାଭ କରିବାରେ ସହାୟକ ହେବ ।
୧୫୧.ସହରୀ ହରିତ ପରିବହନ ଯୋଜନା : ଜଳବାୟୁ ଅନୁକୂଳ ସାର୍ବଜନୀକ ପରିବହନ ସୁବିଧା ଯୋଗାଇ ଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଯୋଜନା ଜରିଆରେ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ହାଇବ୍ରିଡ / ଇଲୋକ୍ଟ୍ରୋନିକ ବାହନ ଜିବାଶ୍ମ ପ୍ରସ୍ତୁତ ଡିଜେଲ ବା ପେଟ୍ରୋଲ ଚାଳିତ ଇଞ୍ଜିନ ବ୍ୟବହାର ନକରି ଅନ୍ୟ ବିକଳ୍ପ ବ୍ୟବସ୍ଥା ଦ୍ୱାରା ପରିବହନ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି । ୫ ଲକ୍ଷ ବା ଅଧିକ ଜନସଂଖ୍ୟା ଥିବା ୧୦୩ଟି ସହରକୁ ପ୍ରଥମେ ଏଥିରେ ସାମିଲ କରି ଏହି ବିକଳ୍ପ ପରିବହନ ବ୍ୟବସ୍ଥା ଲାଗୁ କରାଯିବ । ଏଥିପାଇଁ ୭୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯିବାର ବ୍ୟବସ୍ଥା ରହିଛି ।
୧୫୨.ରାଷ୍ଟ୍ରୀୟ ସଂସ୍କୃତି ମହୋତ୍ସବ : ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଆରମ୍ଭ କରାଯାଇଥିବା ଏହି ମହୋତ୍ସବ ଯୋଜନାରେ ଜାତୀୟ ସ୍ତରରେ  ବିଭିନ୍ନ ପ୍ରକାର ପରଫରମିଂ ଆଟ୍ ଯଥା ନୃତ୍ୟ, ସଂଗୀତ, ଅଭିନୟ,ଲୋକନାଟକ, ହସ୍ତକଳା, ସ୍ଥାପତ୍ୟ, ପେଟିଂ, ରଙ୍ଗୋଲୀ, ଫଟୋଗ୍ରାଫ ପ୍ରଭୃତିକୁ ନେଇ ବିଭିନ୍ନ ରାଜ୍ୟରେ ମହୋତ୍ସବ ଅନୁଷ୍ଠିତ ହେବ ।
୧୫୩.ଭାରତ ନ୍ୟାସନାଲ କାର ଆସେସମେଣ୍ଟ ପ୍ରୋଗ୍ରାମ: ୨୦୧୭ରୁ  ଆରମ୍ଭ କରାଯାଇଥିବା ଏହି ଯୋଜନାରେ ଲଘୁ ଯାନବାହନ ଗୁଡିକ ଯେପରି ପରିବେଷ ଅନୁକୂଳ ହୋଇପାରିବେ ଏବଂ ଘଣ୍ଟାପ୍ରତି ୫୬ ରୁ ୬୪ କି.ମି. ଯିବା ସହିତ ବାୟୁ ମଣ୍ଡଳ ପ୍ରଦୁଷଣ ବିଯୁକ୍ତ ଏହି ବ୍ୟବସ୍ଥାରେ ଆଗାମୀ ସମୟରେ ପରିବହନ ବ୍ୟବସ୍ଥାକୁ ପରିବେଶ ଫ୍ରେଣ୍ଡଲି କରିବା ପାଇଁ ଏହି ନୂଆ ବ୍ୟବସ୍ଥାରେ ଆଇନ୍ଗତ ପ୍ରାବଧନ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି ।
୧୫୪.ମତ୍ସ୍ୟଜୀବି ସ୍ୱତନ୍ତ୍ର ମୁଦ୍ରା ଲୋନ୍ ଯୋଜନା: ଏହି ଯୋଜନାଟି ସ୍ୱତନ୍ତ୍ର ଭାବେ ପାରମ୍ପରିକ ମତ୍ସ୍ୟଜୀବିମାନଙ୍କର ସେମାନଙ୍କର ଆର୍ôଥକ ବିକାଶ ପାଇଁ କରାଯାଇଛି । ସାଧାରଣ ମୁଦ୍ରା ଲୋନ୍ ରେ ଯେପରି ତିନି ପ୍ରକାର ଲୋନ୍ ଦିଆ ଯାଉଛି ।  ଏହି ମୁଦ୍ରା ଯୋଜନାରେ ସେସବୁ ଦୃଷ୍ଟିରୁ ତାଙ୍କର ଆବଶ୍ୟକତାକୁ ବିଚାର ନକରି ମାଛ ଧରିବା ପାଇଁ ଆବଶ୍ୟକ ପଡୁଥିବା ଜାଲ, ଡଙ୍ଗା, ବୋଟ୍, ଜୀବନ ରକ୍ଷାକାରୀ କିଟ୍ସ ପ୍ରଭୃତି କ୍ରୟ କରିବା ପାଇଁ ମଧ୍ୟ ମୁଦ୍ରା ଲୋନ୍ ଉପଲବ୍ଧ ହେଉଛି । ଏହି ଯୋଜନାରେ ବ୍ୟକ୍ତିଗତ ବା ସମବାୟ ସଂସ୍ଥା ଗଠନ କରି ସେହି ଜରିଆରେ ମୁଦ୍ରା ଲୋନ୍ ନେବାର ସୁବିଧା ଦିଆଯାଇଛି ।
୧୫୫.ରାଷ୍ଟ୍ରୀୟ ଜନଜାତୀୟ କାର୍ଣ୍ଣିଭାଲ : ଜାତୀୟସ୍ତରରେ ଭିନ୍ନ ଭିନ୍ନ ରାଜ୍ୟର ଆଦିବାସୀମାନଙ୍କର କଳା,ସଙ୍ଗୀତ, ନୃତ୍ୟ, ସଂସ୍କୃତି,କୁଟୀର ଶିଳ୍ପ, ପୋଷାକ ପରିଚ୍ଛଦ ପ୍ରଭୃତିର ସମାବେଶ କରି    ରାଷ୍ଟ୍ରୀୟ ଜନଜାତୀୟ କାର୍ଣ୍ଣିଭାଲର ଆୟୋଜନ କରାଯାଉଛି । ଏହି ମେଳା / ପ୍ରଦର୍ଶନୀରେ ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ନିତ୍ୟ ବ୍ୟବହାରଯ୍ୟ ପଦାର୍ଥ ଠାରୁ ଆରମ୍ଭ କରି ଜନଜାତି ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଢି, ପୋଷାକ ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କଳା, ପାଇନ୍ ଆର୍ଟ, ସ୍ଥାପତ୍ୟ, ମୃତିକା ନିର୍ମିତ ବିଭିନ୍ନ ମୃତ୍ତି ବା ବ୍ୟବହାରର୍ଯ୍ୟ ପ୍ରଦର୍ଶନୀ ଓ ବିକ୍ରିବଟାର ସୁଯୋଗ ମଧ୍ୟ ଏହା ଦ୍ୱାରା ସୃଷ୍ଟି କରାଯାଇଛିା  ସ୍ୱତନ୍ତ୍ର ଭାବେ ଆଦିବାସୀ ମନ୍ତ୍ରଣାଳୟ ସୃଷ୍ଟି ହେବାପରେ ଏଭଳି କାର୍ଣ୍ଣିଭାଲ ର ଆୟୋଜନ ଜନଜାତିମାନଙ୍କର ଆତ୍ମ ବିଶ୍ୱାସ ତଥା ଅର୍ଥ ନୈତିକ ବୃଦ୍ଧିରେ ସହାୟକ ହେଉଛି ।
୧୫୬.ବିଦ୍ୟା ବୀରତା ଅଭିଯାନ : ୨୦୧୭ ମେ ରେ ଆରମ୍ଭ କରାଯାଇଥିବା ଏହି ଯୋଜନା ପାଇଁ ୧ ହଜାର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ବଛାଯାଇଛି । ଏହି ଯୋଜନା ଜରିଆରେ ୧୫ ରୁ ୨୦ ଫୁଟ୍ ବିଶିଷ୍ଟ ସ୍ୱତନ୍ତ୍ର ପ୍ରାଚୀର ଫଳକ ପ୍ରସ୍ତୁତ କରାଯାଇ ଦେଶ ପାଇଁ ବଳିଦାନ କରିଥିବା ତଥା ପରମବୀର ଚକ୍ର ସମ୍ମାନରେ ସମ୍ମାନୀତ ବୀର ପୁରୁଷମାନଙ୍କର ଫଟୋ ଚିତ୍ର ଏବଂ ସେମାନଙ୍କ  ସମ୍ପର୍କିତ ସୂଚନା ପ୍ରଦର୍ଶିତ ହେବ । ଏହା ଦ୍ୱାରା ଆମ ଶୈକ୍ଷିକ ପରିବେଶ ଭିତରେ ଛାତ୍ର ଛାତ୍ରୀଙ୍କ ମନରେ ଦେଶ ପ୍ରୀତିର ଭାବନା ସୃଷ୍ଟି ହେବା ସହିତ ମାତୃଭୂମି ପ୍ରତି ସେମାନଙ୍କ ମନରେ ଏକ ଭକ୍ତ ଭାବନାର ଉଦ୍ରେକ ହେବ ।

Comments