ଗଞ୍ଜାମ,୪ା୮: ଗଞ୍ଜାମ ସହରସ୍ଥିତ ଶିଶୁ ବିଦ୍ୟାମନ୍ଦିର ପରିସର ମଧ୍ୟରେ ଜ୍ଞାନ- ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି ଉତ୍ସବରେ ସଚିବାଳୟର ଅବସର ପ୍ରାପ୍ତ ସେକ୍ସନ ଅଫିସର ଯୁଧିଷ୍ଠିର ରେଡ୍ଡୀ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ଉଦ୍ୟାପିତ ଉତ୍ସବରେ ଗଞ୍ଜାମ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ବିଦ୍ୟାଳୟର ସଭାପତି ବିନୋଦ ମହାପାତ୍ର ଏବଂ ସମ୍ପାଦକ ଗିରିଶ ଚନ୍ଦ୍ର ଆଚାର୍ଯ୍ୟ, ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ପଟ୍ଟନାୟକ ଏହି ଉତ୍ସବରେ ଯୋଗଦେଇଥିଲେ । ଅନୁଷ୍ଠିତ ଜ୍ଞାନ- ବିଜ୍ଞାନ ମେଳାରେ ବିଜ୍ଞାନ ବିଷୟରେ ୧୩୧ ଜଣ ଛାତ୍ରଛାତ୍ରୀ ସଂସ୍କୁତ ରେ ୪୧ ଜଣ ଛାତ୍ରଛାତ୍ରୀ ଏପରି ଭାବେର ମୋଟ ୨୧୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଅନୁଷ୍ଠିତ ଜ୍ଞାନ-ବିଜ୍ଞାନ ମେଳାର ସୁପରିଚାଳନା ପାଇଁ ପ୍ରଧାନାଚାର୍ଯ୍ୟ ସରୋଜ କୁମାର ସାହୁ, ବିଜ୍ଞାନ ଶିକ୍ଷୟତ୍ରୀ ସବିତା ସାହୁ ଏବଂ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଏବଂ ଆଚାର୍ଯ୍ୟା ସହଯୋଗ କରିଥିଲେ । ପରିଶେଷରେ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Comments
Post a Comment