ଛତ୍ରପୁର ୬/୮
ସମୁଦ୍ର
ପଥଦେଇ ବାଂଲାଦେଶୀ
ଅନୁପ୍ରବେଶକାରୀଙ୍କର ପ୍ରବେଶ
ସମ୍ଭାବନା ଥିବା ନେଇ ରାଜ୍ୟ ସାରା
ହାଇ ଆଲର୍ଟ ଜାରି ହୋଇଛି । ଏନେଇ
ଗୋଇନ୍ଦା ବିଭାଗ ପକ୍ଷରୁ ସରକାରଙ୍କୁ ତଥ୍ୟ
ଦିଆଯାଇଥିଲା, ଏହା ଉପରେ ଦୃଷ୍ଟି ରଖିବାକୁ
ମେରାଇନ୍ ଥାନା ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।
ଅପରପକ୍ଷେ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ସମୁଦ୍ର
ପଥ ମୁକୁଳା ପଡିଛି । ଯେଉଁ ଉଦ୍ଦେଶ୍ୟରେ ମେରାଇନ୍
ଥାନା ପ୍ରତିଷ୍ଠା କରାଯାଇଥିଲା ତାହା ସାଧିତ
ହୋଇପାରିନାହିଁ । ସମୁଦ୍ର ପଥ ଓ ଉପକୁଳକୁ ସୁରକ୍ଷିତ
ରଖିବା ପାଇଁ ଜିଲ୍ଲାରେ ୨ ମେରାଇନ୍ ଥାନା ପ୍ରତିଷ୍ଠା
ହୋଇଛି ମାତ୍ର ଭିତ୍ତିଭୂମି ଅଭାବ ଲାଗି ଏହାର କାର୍ଯ୍ୟ
ସଫଳ ହୋଇପାରୁନାହିଁ ।ଇଣ୍ଟରସେପ୍ଟର ବୋଟ ଅଚଳ
ହୋଇପଡିଛି । ଏଥିସହ ୨ଟି ଯାକ ଥାନାରେ ହାତ
ଗଣତି କର୍ମଚାରୀ ରହିଛନ୍ତି, ଫଳରେ ସମୁଦ୍ରରେ
ପାଟ୍ରୋଲିଂ ହୋଇପାରୁନି । ଏସବୁକୁ ଅନୁଧ୍ୟାନ କଲେ
ସମୁଦ୍ରପଥ ଏକ ପ୍ରକାର ମୁକୁଳା ପଡିଛି । ଫଳରେ
କେଉଁ ସମୟରେ କଣ ଘଟିବ ତାହା କୁହାଯାଇପାରିବ
ନାହିଁ ।୨୦୦୮, ନଭେମ୍ବର ୨୬ରେ ସମୁଦ୍ର ପଥଦେଇ
ଆତଙ୍କବାଦୀମାନେ ମୁମ୍ବାଇରେ ଆକ୍ରମଣ କରିଥିଲେ
ଏହାର ସମୁଦ୍ର ପଥ ସୁରକ୍ଷା ନେଇ ସମସ୍ତଙ୍କର ଚିନ୍ତା
ବିଡାଥିଲା । ଭାରତ ସରକାରଙ୍କ ପରମାର୍ଶ ଅନୁଯାୟୀ
୨୦୦୯, ମାର୍ଚ୍ଚ ୧ରେ ଗଞ୍ଜାମ ପୋଲିସ ଜିଲା ଅଧୀନ
ଆର୍ଯ୍ୟପଲ୍ଲୀରେ ମେରାଇନ୍ ଥାନା ପ୍ରତିଷ୍ଠା କରାଯାଇଥିଲା
। କିନ୍ତୁ ସେଠାରେ ଆବଶ୍ୟକ ସଂଖ୍ୟକ ଷ୍ଟାଫ୍ ନିଯୁକ୍ତି
ଦିଆଯାଇଥିଲା । ସେବେଠୁ ଏହି ଅଚଳ ବୋଟ୍
ଗୋପାଳପୁର ର୍ପୋଟ ଜେଟିରେ ରହିଛି । ଏହାକୁ ୪ବର୍ଷରୁ
ଉଦ୍ଦ୍ୱର୍ ସମୟ ଅତିକ୍ରାନ୍ତ ହୋଇଥିଲେ ହେଁ ମରାମତି
କରାଯାଇନି । ଏନେଇ ପୂର୍ବରୁ ବହୁବାର ରାଜ୍ୟ ପୋଲିସ
ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ମାତ୍ର ଏହା
ଉପରେ କୌଣସି ପଦକ୍ଷେପ ନିଆଯାଇନାହିଁ ।
ସେତେବେଳେ ଗଞ୍ଜାମ ଜିଲ୍ଲା ପ୍ରୟାଗୀରୁ ପାତିସୁନପୁର
ପର୍ଯ୍ୟନ୍ତ ଆର୍ଯ୍ୟପଲ୍ଲୀ ମେରାଇନ୍ ଥାନା ଇଲାକା ଥିଲା ।
୨୦୧୪ ଜୁନ୍ ୮ରେ ବ୍ରହ୍ମପୁର ପୋଲିସ ଜିଲ୍ଲାର
ପାତିସୁନପୁର (ବାହୁଦା ମୁହାଣ) ରେ ଆଉ ଏକ
ମେରାଇନ୍ ଥାନା ପ୍ରତିଷ୍ଠା ହୋଇଥିଲା । ଏହି ଥାନାରେ
୮୧ ଷ୍ଟାଫ ରହିବା କଥା, ମାତ୍ର ହାତଗଣତି ଷ୍ଟାଫ୍
ରହିଛନ୍ତି । ଏହି ଥାନା ଅଧିନରେ ଗୋପାଳପୁର
ପାତିସୁନପୁର ପର୍ଯ୍ୟନ୍ତ ସମୁଦ୍ର ଉପକୂଳ ରହିଛି । ଏବେ
ପ୍ରୟାଗୀରୁ ହରିପୁର ବନ୍ଦର ପର୍ଯ୍ୟନ୍ତ ଉପକୂଳ ଆର୍ଯ୍ୟପଲ୍ଲୀ
ମରାଇନ୍ ଥାନା ଅଧିନରେ ଅଛି । ଆର୍ଯ୍ୟପଲ୍ଲୀ ମେରାଇନ୍
ଥାନାରେ ୮୪ ଜଣ କର୍ମଚାରୀ ରହିବାର ନିୟମ ରହିଛି ।
ଏବେ ୬ ଜଣ ଏଏସ୍ଅଇଙ୍କ ବଦଳରେ ଜଣେ ଅଛନ୍ତି ।
ସେହିପରି ୧୬ ହାବିଲଦାରଙ୍କ ବଦଳରେ ୧୨ ଜଣ
ଏବଂ ଜଣେ ଆଇଆଇସି ରହିଛନ୍ତି ସମୁଦ୍ର କୂଳ ଖାଇବାରୁ
ଏହି ଥାନାର ପାଚେରି ଭାଙ୍ଗିଯାଇଥିବା ବେଳେ ଏହା
ମରାମତି ହୋଇନି । ସମୁଦ୍ରରେ ଏହା ଲୀନ ହୋଇଯିବାର
ମଧ୍ୟ ସମ୍ଭାବନା ରହିଛି । ସମୁଦ୍ର କୂଳରେ ଭାରତ
ସରକାରଙ୍କ ପରମାଣୁ ଉର୍ଜା ବିବାଗ ଦ୍ୱାରା ପରିଚାଳିତ
ଆଇଆରଇ ( ଭାରତୀୟ ବିରଳ ମୃତ୍ତିକକା) ପ୍ଲାଣ୍ଟ,
ଟାଇଟାନିୟମ ପ୍ଲାଣ୍ଟ ଏବଂ ଗୋପାଳପୁର ପୋର୍ଟ
ରହିଥିବାରୁ ଏହାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି
ହୋଇଛି । ଗତ ମାସରେ ସମୁଦ୍ର ଉପକୂଳ ସୁରକ୍ଷା ନେଇ
ଜିଲ୍ଲାପାଳ ଏକ ସମୀକ୍ଷା ବୌଠକ କରିଥିଲେ । ସମୁଦ୍ର
ପଥ ପ୍ରତି ଦୃଷ୍ଟି ରଖିବାକୁ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ
ଦିଆଯାଇଥିବା ଗଞ୍ଜାମ ଏସ୍ପି ବ୍ରିଜେସ କୁମାର ରଏ
ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Comments
Post a Comment