ବାଲେଶ୍ୱର,୨୯/୮: ମାଣିଖମ୍ବସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା), ବାଲେଶ୍ୱର ଜିଲ୍ଲା ଶାଖାର ନିଶା ବିରୋଧି ୬ଷ୍ଠ ସଚେତନତା ଶିବିର ବରିଷ୍ଠ ଆଇନଜୀବି ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦିକା ମମତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କୁ ନିଶାର ଭୟାବହତା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସଚେତନତା ଶିବିରର ଆୟୋଜକ ରୋଟାରିଆନ୍ ସୁବ୍ରତ କର କାର୍ଯ୍ୟକ୍ରମର ଲକ୍ଷ୍ୟ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଏ.ଡି.ଏମ୍.ଓ. ଡାକ୍ତର ମହେଶ୍ୱର ବିଶ୍ୱାଳ ଛାତ୍ରଛାତ୍ରୀମାନେ କୁସଙ୍ଗରୁ ନିବୃତ୍ତ ରହିବା ନିଶା ନିବାରଣର ଏକ ଉତ୍ତମ ଉପାୟ ବୋଲି ପରାମର୍ଶ ଦେଇ ମଧୁମୟ ବିଶ୍ୱରେ ଅମୃତମୟ ଜୀବନର ଅଧିକାରୀ ହେବାକୁ ଗୁରୁତ୍ୱପ୍ରଦାନ କରିଥିଲେ । ମୁଖ୍ୟଅତିଥି ଇସ୍ପାତ୍ ଏଲୋୟେଜ୍ର ମୁଖ୍ୟ ଧୀରେନ୍ ନାଥ ପଞ୍ଚ ଇନ୍ଦ୍ରିୟକୁ ଆୟତ୍ତରେ ରଖିଲେ ନିଶା ଆପେଆପେ ଦୂରେଇଯିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅଧିକାରୀ କମଳକାନ୍ତ ବେହେରା, କୋଷାଧ୍ୟକ୍ଷ ଡଃ କ୍ଷିତୀଶ୍ୱର ଦାଶ, ପ୍ରଧାନ ଆଚାର୍ଯ୍ୟ ଭାଗବତ ମହାଳିକ ଓ ସାମ୍ବାଦିକ ମାନସ କୁମାର ବିଶ୍ୱାଳ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍କୁଲ୍ର ଛାତ୍ର ଗୌତମ ଦାସ ନିଶା ଉପରେ ଚମକ୍ରାର ତଥ୍ୟ ଦେଇଥିଲେ । ଉପସ୍ଥିତ ସଦସ୍ୟ ସର୍ବଶ୍ରୀ ରାଜେନ୍ଦ୍ର ନାଥ ରାଉତ, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ସ୍ମୃତି ଦାସ, କମଳାକାନ୍ତ ଦାଶ, ସନାତନ ଦାସ, ଦେବାଶିଷ ଚାଟାର୍ଜୀ, କାଞ୍ଚନବାଳା ପାତ୍ର, ଉପେନ୍ଦ୍ର ନାଥ ପାତ୍ର ଓ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ମନୋରଞ୍ଜନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ

Comments
Post a Comment