ଶିଶୁ ମନ୍ଦିର ଜ୍ଞାନ-ବିଜ୍ଞାନ ମେଳାରେ ୪୩୦ ପ୍ରକଳ୍ପ


ଭଦ୍ରକ,୪ା୮: ସ୍ଥାନୀୟ ନୂଆବଜାରସ୍ଥିତ ମଞ୍ଜୁଳମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦ୍ୱାବିଂଶତମ ଜ୍ଞାନ- ବିଜ୍ଞାନ ମେଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଡ଼ାକ୍ତର ସୁଧୀର ରଂଜନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଯୋଗଦେଇ ଶିଶୁ ବୈଜ୍ଞାନିକମାନଙ୍କୁ ଅଧକ ଅନୁସନ୍ଧିତ୍ସୁ ହେବା ସହିତ ଦେଶ ଓ ଜାତିର ମାନ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶା ବିଜ୍ଞାନ ଏକାଡ଼େମୀର ସଦସ୍ୟ ଇଂ ଅଭୟ କୁମାର ସୂତାର ଯୋଗଦେଇ ବିଜ୍ଞାନର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୁରୁଜିତ ମୁନୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ବିଜ୍ଞାନ ପ୍ରଦର୍ଶନୀ ବୁଲି ଦେଖିବା ସହ କୁନି ବିଜ୍ଞାନୀଙ୍କୁ ଉତ୍ସାହିତ କରିଥିଲେ । ଉଦଯାପନୀ ଉତ୍ସବ ବିଦ୍ୟାଳୟର ସମ୍ପାଦକ ତଥା ଦାମୋଦର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. କୃପାସିନ୍ଧୁ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁକ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ସୁରେଶ ଚନ୍ଦ୍ର ମଲ୍ଲିକ ଯୋଗେଦଇ ଶିଶୁମାନଙ୍କୁ ବିଜ୍ଞାନରେ ବ୍ରତୀ ହେବାକୁ ଆହ୍ୱାନ ଦେବା ସହ ବିଭିନ୍ନ ବିଭାଗରେ କୃତୀ କୁନି ବିଜ୍ଞାନୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଜ୍ଞାନ-ବିଜ୍ଞାନ ମେଳାରେ ବିଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ପ୍ରୟୋଗ, ବିଜ୍ଞାନ ପତ୍ରବାଚନ, ସଂସ୍କୃତି ଜ୍ଞାନ, ସଂସ୍କୃତି ବିଜ୍ଞାନ, ବୈଦିକ ପ୍ରଶ୍ନମଞ୍ଚ, ଗଣିତ ପ୍ରୟୋଗ, ଗଣିତ ପ୍ରକଳ୍ପ, ଭୂଗୋଳ ପ୍ରଦର୍ଶନୀ, ବୈଷୟିକ ଶିକ୍ଷା, ଚିତ୍ରକଳା ପ୍ରଦର୍ଶନୀ ପରି ମୋଟ ୪୩୦ଟି ବର୍ଗରେ ଛାଥ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ରାଜେନ୍ଦ୍ର ମହାକୁଡ଼ ବିବରଣୀ ପାଠ କରିଥବବାବେଳେ, ଆଚାର୍ଯ୍ୟା ବାରତୀ ବାଇ ଧନ୍ରବାଦ ଅର୍ପଣ କରିଥିଲେ । ଦିବସବ୍ୟାପୀ କାର୍ଯ୍ୟକ୍ରମକୁ ସମସ୍ତ ଗୁରୁଜୀ ଓ ଗୁରୁମା ପରିଚାଳନା କରିଥିଲେ ।

Comments