ଆମ୍ବେଦକର ଦେଶର ଏକତା ପାଇଁ ଆଜୀବନ କାର୍ଯ୍ୟ କରିଛନ୍ତି: ଡା.କୃଷ୍ଣଗୋପାଳ ଜୀ


ନୂଆଦିଲ୍ଲୀ,(ଭିସାକିଓ): ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ଏବଂ ପ୍ରଜ୍ଞାପ୍ରବାହର ମିଳିତ ଆନୁକୂଲ୍ୟରେ ଦୁଇ ଦିବସୀୟ ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ‘ଭାରତରେ ସମାବେଶୀକରଣର ରାଷ୍ଟ୍ରୀୟ ବିମର୍ଶ’ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ-ସରକାର୍ଯ୍ୟବାହ  ଡା.କୃଷ୍ଣଗୋପାଳଜୀ ଡା.ଭୀମରାଓ ଆମ୍ବେଦକରଙ୍କ ଜୀବନୀ ଉପରେ ଆଲୋକପାତ କରି କହିଲେ ଯେ, ସମାଜକୁ ଏକାଠି କରିବା ପାଇଁ ଆମ୍ବେଦକରଜୀ ଆଜୀବନ କାର୍ଯ୍ୟ କରିଥିଲେ । ତାଙ୍କର ଜୀବନ ସମସ୍ତଙ୍କୁ ପ୍ରେରଣା ଦେବ । ଖ୍ୟାତନାମା ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରିବା ପରେ ମଧ୍ୟ ସେ ଆରାମର ଜୀବନ ନବିତାଇବାକୁ ଫୈସଲା କରିଥିଲେ । ନିଜର ସଂଘର୍ଷମୟ ଜୀବନରେ ସମାଜର ପ୍ରତ୍ୟେକ କ୍ଷେତ୍ର ପାଇଁ କିଛି ନା କିଛି କରିବା ପାଇଁ ପ୍ରୟାସ କରିଥିଲେ ।
ଡା. କୃଷ୍ଣଗୋପାଳ ଜୀ କହିଲେ ଯେ, ଆମକୁ ସମାଜର ସବା ଶେଷସ୍ତରକୁ ଜୀବାକୁ ହେବ । ନିଜର ବନ୍ଧୁମାନଙ୍କର ବେଦନାକୁ ବୁଝିବାକୁ ପଡିବ । ସେମାନଙ୍କ ନିକଟରେ ଠିକ୍ କଥା ପହଁଚାଇବାକୁ ହେବ । ବିଦେଶୀ ଶକ୍ତି ଏବଂ କିଛି ରାଜନୈତିକ ଶକ୍ତି ଭୁଲ ବାଟରେ ସମାଜକୁ ଉସୁକାଉଛନ୍ତି । ଯାହାକି ସମାଜ ଓ ଦେଶ ପାଇଁ ଠିକ୍ ନୁହେଁ । ହିଂସା ହେବା ଦ୍ୱାରା ସମାଜର ଗତି ବିପରୀତ ଦିଗକୁ ଚାଲିଯାଏ । ଭାରତବର୍ଷର ସନ୍ଥମାନେ ସଦସର୍ବଦା ସମାଜରୁ ଭେଦଭାବ ଦୁରକରିବା ପାଇଁ ଦୀର୍ଘ ସମୟଧରି ସଂଘର୍ଷ କରିଛନ୍ତି, ସେମାନଙ୍କୁ ସଫଳତା ମଧ୍ୟ ମିଳିଛି । କାରଣ ସେମାନଙ୍କ ସହିତ ସମାଜ ଥିଲା । କେବଳ ଆଇନ କାନୁନ ବଦଳାଇ ଦେଲେ କିଛି ହେବ ନାହିଁ । କେବଳ ସରକାର ଏ ସମସ୍ତ ବ୍ୟବସ୍ଥାର ପରିବର୍ତ୍ତନ କରି ପାରିବ ନାହିଁ । ସମାଜକୁ ମଧ୍ୟ ଏହି କାମରେ   ସହଯୋଗ ଦେବାକୁ ହେବ । ଭାରତ ଯେଉଁପରି ସର୍ବଧର୍ମ ସମଭାବର ଦେଶ ଅଟେ ବିଶ୍ୱର ଅନ୍ୟ କୌଣସି ଦେଶ ଏପରି ହୋଇ ପାରିବ ନାହିଁ । ପୂର୍ବତ୍ତୋରରେ ପ୍ରାୟ ୨୦୦ ଜାତି ଥିଲେ ମଧ୍ୟ ସମସ୍ତେ ଗୋଟିଏ ସୂତ୍ରରେ ବାନ୍ଧି ହୋଇ ରହିଛନ୍ତି ।  ଇଂରେଜମାନେ ଏହାକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଆମର ସମାବେଶୀ ବିଚାର କାରଣରୁ ଲକ୍ଷ ଲକ୍ଷ ଜନତା ଏକାଠି ହୋଇ ବିଦେଶୀ ଆକ୍ରମଣକୁ ପ୍ରତିହତ କରିଥିଲେ ବୋଲି ଡା.କୃଷ୍ଣଗୋପାଳ ଜୀ ପ୍ରକାଶ କରିଥିଲେ  ।
ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ଅଧିକାରୀତା ମନ୍ତ୍ରୀ ଥାବରଚନ୍ଦ୍ର ଗେହଲେତ ଉଦ୍ଘାଟନ କରିଥିଲେ । ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟମୁକ୍ତ ବିଶ୍ୱବିଦ୍ୟାଳୟର ମୈଦାନଗଡୀ ସ୍ଥିତ ବାବା ସାହେବ ଆମ୍ବେଦକର ସଭାଗୃହରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Comments