ସାମ୍ବାଦିକମାନେ ସୃଜନାତ୍ମକ, ନିରପେକ୍ଷ ଏବଂ ସାହସୀ ହେବା ଆବଶ୍ୟକ : ଡା. ରାମେନ୍ଦ୍ର ରାୟ


ପାଟନା,୯/୮,(ଭିସାକିଓ): ଶିକ୍ଷା ସଂସ୍କୃତି ସହିତ ଯୋଡି ହୋଇ ବିକାଶ ପାଇଁ   ତତ୍ପର ହେବା ଉଚିତ । ଏଥିପାଇଁ ସ୍ପର୍ଦ୍ଧା ଆବଶ୍ୟକ । ଜଣେ ଅନ୍ୟର ପରିପୁରକ । ଆଜି ଗଣମାଧ୍ୟମ ଜଗତରେ ନିରପେକ୍ଷତା କମି କମି ଯାଉଛି ବୋଲି ବିଶ୍ୱ ସମ୍ବାଦ କେନ୍ଦ୍ର, ପାଟନା ଦ୍ୱାରା ଆୟୋଜିତ ଏକ ଶୈକ୍ଷଣିକ ରିପୋଟିଂ କର୍ମଶାଳାର ପୁରସ୍କାର ବିତରଣି ସମାରୋହରେ ବିଦ୍ୟା ଭାରତୀର ପୂର୍ବ ରାଷ୍ଟ୍ରୀୟମନ୍ତ୍ରୀ ଡା. ରାମେନ୍ଦ୍ର ରାୟ ଏହି ବିଷୟ ପ୍ରକାଶ କରିଛନ୍ତି ।
ସେ କହିଲେ ଯେ, ସାମ୍ବିଦିକମାନେ ଅତ୍ୟଧିକ ବ୍ୟଙ୍ଗତ୍ମକ ହେବା ଉଚିତ ନୁହେଁ । ଏହାଦ୍ୱାରା ସେମାନଙ୍କର ସୃଜନଶୀଳତା ସମାପ୍ତ ହୋଇଯିବ । ଜ୍ଞାନର ଆଧାରରେ ଆମେ କୌଣସି କ୍ଷେତ୍ରରେ ଶୀର୍ଷତମ  ସ୍ତରରେ ପହଂଚି ପାରିବା । ଏଥିପାଇଁ ସୃଜନାତ୍ମକ, ନିରପେକ୍ଷ ଏବଂ ସାହସୀ ହେବା ଆବଶ୍ୟକ । ଗଣମାଧ୍ୟମ କ୍ଷେତ୍ରରେ ସାହସର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଲେଖିବା ପାଇଁ ସାହସର ଆବଶ୍ୟକତା ଅଛି । ସାମ୍ବାଦିକକୁ ଲେଖିବା ସମୟରେ ଏହି ପ୍ରକାର କଷ୍ଟକୁ ସାମନା କରିବାକୁ ପଡେ ।
ସମାଜସେବୀ ନିତ୍ୟ ଗୋପାଳ ଚକ୍ରବର୍ତୀ କହିଲେ ଯେ,ସାମ୍ବାଦିକମାନେ ନିୟମ, ଶୁଦ୍ଧତା ଏବଂ ନିରପେକ୍ଷତାର ସହିତ କାମ କରିବାକୁ ହେବ । ପୁସ୍ତକ ଜ୍ଞାନରୁ ଉପରକୁ ଉଠି ସମାଜ ପାଇଁ ବାସ୍ତବିକତାର ସହିତ କାମ କରିବାକୁ ପଡିବ । ବହିରେତ ଅନେକ କିଛି ଲେଖାହୋଇଥାଏ କିନ୍ତୁ ସାମ୍ବାଦିକତା ପାଇଁ ବ୍ୟବହାରିକ ଜ୍ଞାନ ଦରକାର । ବ୍ୟବହାରିକ ଜ୍ଞାନ ହିଁ ସାମ୍ବାଦିକକୁ ସର୍ବଶ୍ରେଷ୍ଠ କରିଥାଏ ଏବଂ ଶୈକ୍ଷଣିକ ସାମ୍ବାଦିକତା  ତାଙ୍କୁ ମହତ୍ୱ ପୂର୍ଣ୍ଣ ସ୍ଥାନରେ ପହଁଚାଇଥାଏ ।
ସାମ୍ବାଦିକ ଅମିତ କୁମାର କହିଲେ ଯେ,ଶିକ୍ଷାର ବହୁତ ପଛରେ ଆମ ରାଜ୍ୟ ରହିଥିବାରୁ ଏହା ସବୁଠାରୁ ବଡ ସମସ୍ୟା ଅଟେ । ଏହାର ପରିବର୍ତ୍ତନ ପାଇଁ ଶୈକ୍ଷଣିକ ସାମ୍ବାଦିକତାରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ । ଏଥିପାଇଁ ଏହି କ୍ଷେତ୍ରରେ କାମ କରିବା ପାଇଁ ଆସୁଥିବା ସାମ୍ବାଦିକମାନେ କୁଶଳ ଏବଂ ଯୋଗ୍ୟ ହେବା ଉଚିତ । ସମାଜ ପ୍ରତି  ସମର୍ପିତ ଭାବ ନେଇ କାମ କରିବା ହେଉଛି ସାମ୍ବାଦିକମାନଙ୍କର ଉତ୍ତର ଦାୟିତ୍ୱ ।
କାର୍ଯ୍ୟକ୍ରମ ଶେଷରେ ଶୈକ୍ଷଣିକ ରିପୋଟିଂ ଉପରେ ଆୟୋଜିତ କର୍ମଶାଳାରେ ଭାଗ ନେଇଥିବା ଶିକ୍ଷାର୍ଥିମାନଙ୍କୁ ପ୍ରମାଣପତ୍ର ବିତଣ କରାଯାଇଥିଲା ଏବଂ ହିନ୍ଦି ପତ୍ରିକା ପାରିଜାତର ମଧ୍ୟ ଲୋକାର୍ପଣ ହୋଇଥିଲା ।

Comments