‘ଭବିଷ୍ୟତ ଭାରତ - ସଂଘର ଦୃଷ୍ଟିକୋଣ’ ତିନିଦିନିଆ ବକ୍ତୃତା ମାଳା




ଭୁବନେଶ୍ୱର,୧୯/୯: ଭାରତୀୟ ସମାଜରେ ସାମାଜିକ ବିଷମତା ସୃଷ୍ଟି କରୁଥିବା ସମସ୍ତ ବିଷୟକୁ ସମୂଳେ ନଷ୍ଟ କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡା.ମୋହନରାଓ ଭାଗବତ ଆହ୍ୱାନ କରିଛନ୍ତି । ସେ କହିଛନ୍ତି  ସଂରକ୍ଷଣ ବ୍ୟବସ୍ଥା ସେତେଦିନ ପର୍ଯ୍ୟନ୍ତ ଚାଲୁ ରହିବ ଯେପର୍ଯ୍ୟନ୍ତ ଏଥିରୁ ଲାଭାନ୍ୱିତ ହେଉଥିବା ବର୍ଗ ସ୍ୱୟଂ ଏହାର ଆବଶ୍ୟକତା ଠାରୁ ଦୁରେଇ ନଯାଇଛି । ଏଥିପାଇଁ ୧୦୦-୧୫୦ ବର୍ଷ ଲାଗିଲେ ମଧ୍ୟ ଏହା  ବାଂଛନୀୟ ଅଟେ । ସଂରକ୍ଷଣ ସମସ୍ୟା ନୁହେଁ, ସଂରକ୍ଷଣ ରାଜନୀତି ସମସ୍ୟା ଅଟେ ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ରାଜଧାନୀର ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ହେଉଥିବା ‘ଭବିଷ୍ୟତ ଭାରତ - ସଂଘର ଦୃଷ୍ଟିକୋଣ’ଏକ ତିନିଦିନିଆ ବକ୍ତୃତା ମାଳାର ଉଦ୍ଯାପନୀ ଦିବସରେ ସରସଂଘଚାଳକ ଡା. ମୋହନ ଭାଗବତ ନିମନ୍ତ୍ରିତ ବିଶିଷ୍ଟ ଅତିଥିମାନଙ୍କ ପ୍ରଶ୍ନର ଉତ୍ତରରେ କହିଲେ ଯେ,ସଂଘ ଅର୍ନ୍ତଜାତୀୟ ବିବାହକୁ ପୂର୍ଣ୍ଣ ସମର୍ଥନ କରେ । ଏହା ପରିବାର ଏବଂ ସମାଜର ଏକରସତାକୁ ବଢାଇବାର ପ୍ରକ୍ରିୟା ପ୍ରମାଣିତ ହେବା ଉଚିତ୍ । ସଂଘ ସହିତ ଯୋଡି  ହୋଇ ରହିଥିବା ପରିବାରରେ ଅର୍ନ୍ତଜାତୀୟ ବିବାହ ବଡ ଧୁମ୍ଧାମର ସହିତ ହୋଇଛି । ରାମ ଜନ୍ମଭୂମି ସଂପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ, ଅଯୋଧ୍ୟାର ରାମ ଜନ୍ମଭୂମିରେ ଏକ ଭବ୍ୟ ମନ୍ଦିରର ନିର୍ମାଣ ବହୁତ ଆଗରୁ ହେବାର ଥିଲା । ଯଦି ହୋଇଗଲା ଏହା ହିନ୍ଦୁ ମୁସଲିମ୍ ଏକତାକୁ ବଳିଷ୍ଠ କରିବ । ଯଦି ଏହି କାମ ସୁରୁଖୁରୁରେ ହୋଇଯିବ ତେବେ ମୁସଲମାନଙ୍କ ଉପରେ ଯେଉଁମାନେ ଅଙ୍ଗୁଳି ଉଠାଉଛନ୍ତି, ତାହା ବନ୍ଦ ହୋଇଯିବ ।
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସଂପର୍କିତ ପ୍ରଶ୍ନର ଉତ୍ତରରେ ଡା. ଭାଗବତ କହିଲେ ଯେ,ଗଣ୍ଡୋଗଳ ସୃଷ୍ଟିକାରୀଙ୍କୁ ସହଜରେ ଦବାଇ ଦିଆଯାଇ ପାରିବ । ଏହି ଲୋକଙ୍କ ସମର୍ଥନରେ ସମାଜର କେହିବି ଛିଡା ହେବା ଉଚିତ୍ ନୁହେଁ । ସମାଜ ଦୂର୍ବଳତାର ଲାଭ କେହି ଯେପରି ଉଠାଇ ପାରିବେ ନାହିଁ ସେଥିପାଇଁ ଚିନ୍ତା କରିବା ଉଚିତ୍ ।

ମୁସଲମାନଙ୍କ ସହିତ ସଂଘର ସଂପର୍କ ପ୍ରଶ୍ନର ଉତ୍ତରରେ ସରସଂଘଚାଳକ କହିଲେ ଯେ, ସଂଘ ପ୍ରତ୍ୟେକ ଭାରତୀୟ ମାନଙ୍କୁ ହିନ୍ଦୁମାନେ ଯେଉଁମାନେ ନିଜର ମାତୃଭୂମିକୁ, ଭାରତର ସଂସ୍କୃତିକୁ ଏବଂ  ଏହାର ପୂର୍ବ ପୁରୁଷମାନଙ୍କୁ ନିଜର ବୋଲି ଭାବେ ।
ଏସସିଏସ୍ଟି ଆକ୍ଟ ସହିତ ଯୋଡି ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ଡା. ଭାଗବତ କହିଲେ ଯେ, ଏକ ବର୍ଗ ଉପରେ ଅତ୍ୟାଚାର ହେଉଛି, ଏହାକୁ ଅସ୍ୱୀକାର କରିହେବ ନାହିଁ ।  ଅତ୍ୟାଚାରରୁ ସଂରକ୍ଷଣ ପାଇଁ  ଆଇନ୍ ଲାଗୁ ହେବା ଆବଶ୍ୟକ । କିନ୍ତୁ ଏହି ଆଇନର ଯେପରି ଦୂରପଯୋଗ ନହେବ ତାହା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ ।
ନୋଟା ସମ୍ବଦ୍ଧିତ ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ,ରାଜନୈତିକ କ୍ଷେତ୍ରରେ ଶତ ପ୍ରତିଶତ ଠିକ୍ ଲୋକ ମିଳିବା କଷ୍ଟକର  ।  ତଥାପି ସେମାନଙ୍କ ମଧ୍ୟରୁ  ଆମକୁ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଲୋକଙ୍କୁ ବାଛିବାକୁ ହେବ । ଯଦି ଏହା ନକରିବା ତେବେ ଏହାର ଲାଭ ଖରାପ ଲୋକଙ୍କୁ ମିଳିବ । ମହାଭାରତର ଉଦାହରଣ ଦେଇ ସେ କହିଲେ ଯେ, କୌରବ ଓ ପାଣ୍ଡବ ମଧ୍ୟରୁ କାହାକୁ ସହଯୋଗ କରିବେ ଏଥିନେଇ ଯାଦବମାନଙ୍କ ମଧ୍ୟରେ ମତଭେଦ ଥିଲା । ତେଣୁ ଭଗବାନ କୃଷ୍ଣ ସ୍ପଷ୍ଟ ରୂପରେ କହିଥିଲେ  ଏମାନଙ୍କ ମଧ୍ୟରୁ ଯିଏ ସର୍ବଶ୍ରେଷ୍ଠ ଉତ୍ତମ ଆମେ ତାଙ୍କୁ ହିଁ ସହଯୋଗ କରିବା ।
ଜନସଂଖ୍ୟା ନିୟନ୍ତ୍ରଣ  ସଂପର୍କିତ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ଯେ, ଏକ ସମୁଚିତ ଏବଂ ସୁବିଚାରିତ ଜନସଂଖ୍ୟା ଆଇନ ପ୍ରଣୟନ ହେବା ଉଚିତ । ଯାହା ଦ୍ୱାରା ଜନସଂଖ୍ୟାର ସନ୍ତୁଳନ ହୋଇପାରିବ । ଏବେ ଏହାର ଆବଶ୍ୟକତା ବେଶୀ ଅଛି । ପ୍ରଥମରୁ ଏହା ଲାଗୁ କରିବାର ଥିଲା । ଏଥିପାଇଁ ଲୋକମାନଙ୍କ ମନକୁ ତିଆରି କରିବାକୁ ହେବ । ତାଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ହେବ ।
ଧର୍ମାନ୍ତରୀକରଣ ପ୍ରଶ୍ନର ଉତ୍ତରରେ ଡା. ଭାଗବତ କହିଲେ ଯେ,ଯଦି ସବୁ ଧର୍ମ ସମାନ ତେବେ ଧର୍ମାନ୍ତରିକରଣର ଆବଶ୍ୟକତା ଅଛି କି ? ବିଶ୍ୱରେ ଯେଉଁସବୁ ସ୍ଥାନରେ ଧର୍ମାନ୍ତରିକରଣ  କରାଯାଉଛି, ଏହାର ଉଦ୍ଦେଶ୍ୟ ବହୁତ ଖରାପ । ଏହାକୁ ବିରୋଧ କରାଯିବା ଉଚିତ ।
ଯୁବତୀ ଓ ମହିଳାଙ୍କ ସୁରକ୍ଷା ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ, ସେମାନେ ନିଜକୁ ନିଜେ ସୁରକ୍ଷା ପାଇଁ  ସଜାଗ ରହିବା ଉଚିତ ଏବଂ ନିଜକୁ ସକ୍ଷମ ହେବାକୁ ପଡିବ । ଏଥିସହିତ ସମାଜରେ ମହିଳାମାନଙ୍କ ପ୍ରତି ଥିବା ଦୃଷ୍ଟିକୁ ବଦଳାଇବାକୁ ପଡିବ ।
ଶେଷରେ ସେ ସଂଘକୁ ନେଇ ଭ୍ରମରେ ଥିବା ପ୍ରତ୍ୟେକଙ୍କୁ ଆହ୍ୱାନ କରିଛନ୍ତି ଯେ ସଂଘକୁ ଯଦି ଜାଣିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ନିକଟରୁ ଦେଖିବା  ତାପରେ ନିଜର ମତ ଦେବା । ସମାଜ ପାଇଁ ଆପଣମାନେ ଯେତିକି ସମ୍ଭବ ସେତିକି କାମ କରୁନ୍ତୁ । ନିଷ୍କ୍ରିୟ ରୁହନ୍ତୁ ନାହିଁ । ରାଷ୍ଟ୍ରକୁ ପରମ ବୈଭବଶାଳୀ କରିବା ପାଇଁ ଯଥା ସମ୍ଭବ କାମ କରିବା । ସଂକଟ ସହିତ ଜଡିତ ଦୁନିଆକୁ ଆଜି ଏକ ତୃତୀୟ ରାସ୍ତା ଦରକାର । ଏହି ମାର୍ଗ ଦେବା ପାଇଁ ଅନ୍ତର୍ନିହିତ ଶକ୍ତି କେବଳ ଭାରତ ପାଖରେ ଅଛି ।

Comments