ଭୁବନେଶ୍ୱ.ର,୧୮/୯(ଭିସାକିଓ): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ସେପ୍ଟେମ୍ବର ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ‘ଭବିଷ୍ୟତ ଭାରତ’ଏକ ତିନିଦିନିଆ ବକ୍ତୃତା ମାଳାର ଦ୍ୱିତୀୟ ସତ୍ରରେ ସରସଂଘ ଚାଳକ ଡା. ମୋହନ ଭାଗବତ ହିନ୍ଦୁତ୍ୱର ସଂକଳ୍ପନା ଉପରେ ନିଜର ବକ୍ତୃତା ପ୍ରଦାନ କରି କହିଲେ ଯେ, ହିନ୍ଦୁତ୍ୱ ଅର୍ଥାତ ପାବନ ଜୀବନ ମୂଲ୍ୟର ସମୂଚୟ,ଏହା ଏହି ଦେଶର ଆଧାର ଓ ପ୍ରାଣ ଅଟେ । ଏହି ଆଧାରରେ ସମତାଯୁକ୍ତ, ଶୋଷଣ ମୁକ୍ତ ସମାଜ ନିର୍ମାଣ ସଂଘର ଲକ୍ଷ୍ୟ ଅଟେ । ସଂଘର ଲକ୍ଷ୍ୟ ହିନ୍ଦୁ ରାଷ୍ଟ୍ରକୁ ପରମ ବୈଭବ ସ୍ଥିତିରେ ପହଞ୍ଚାଇବ । ସଂଘ ଦୃଷ୍ଟିରେ ଭାରତର ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ, ଯିଏ ଦେଶକୁ ଭଲ ପାଏ, ନିଜର ପୂର୍ବଜକୁ ନେଇ ଗର୍ବ ଏବଂ ନିଜର ସଂସ୍କୃତି ଉପରେ ଗୋ÷ରବ ବୋଧକରେ । ଏହି ସଂସ୍କୃତିକୁ ଭାରତୀୟ କୁହାଯାଏ, ଆର୍ଯ୍ୟ କୁହାଯାଏ ବା ସନାତନ କୁହାଯାଏ ।

ଡା. ଭାଗବତ ସଂଘର ଲକ୍ଷ୍ୟ ସ୍ପଷ୍ଟ କରି କହିଲେ ଯେ, ଏକ ସମର୍ଥ, ଶକ୍ତିଶାଳୀ ଏବଂ ସମ୍ପନ୍ନ ଭାରତ ବିଶ୍ୱର ପ୍ରତ୍ୟେକ ଦୁର୍ବଳ ସମାଜର ସମ୍ବଳ ହେବ । ଏହା ସାମର୍ଥ୍ୟଶାଳୀ ହେବା ସହିତ ଅନୁଶାସନ ଏବଂ ଏକାତ୍ମତା ବଦ୍ଧ ହେବାକୁ ପ୍ରେରିତ କରେ ।
ମୋହନରାଓ ଭାଗବତ କହିଲେ ଯେ, ସଂଘର ବିଚାର ହିନ୍ଦୁତ୍ୱର ବିଚାର, ଏହା ପୂରାତନ ବିଚାର ଏବଂ ସମସ୍ତେ ମାନୁଥିବା ସର୍ବସମ୍ମତ ବିଚାର ଅଟେ । ଏଥିପାଇଁ ଆମେ ଆମର ପୂର୍ବଜମାନେ ଦେଖାଇଥିବା ମାର୍ଗରେ ଚାଲୁଅଛୁ । କିନ୍ତୁ ପ୍ରଶ୍ନ ହେଉଛି ହିନ୍ଦୁତ୍ୱ କଣ ଏହା କହିବାକୁ ପଡିବ । ସମସ୍ତଙ୍କ କଲ୍ୟାଣରେ ନିଜର କଲ୍ୟାଣ, ଏପରି ଜୀବନ ଜୀଇଁବାର ଅନୁଶାସନ ଦେଉଥିବା ଜୀବନ ପଦ୍ଧତି ଏବଂ ଏହା ସମସ୍ତ ବିବିଧତାକୁ ସ୍ୱୀକାର କରିଥାଏ ।

ରାଷ୍ଟ୍ରର ଉତ୍ତାନ ପାଇଁ ସାମାଜିକ ପୁଞ୍ଜିର ଆବଶ୍ୟକତାକୁ ରେଖାଙ୍କିତ କରିବା ସହିତ ଜାପାନର ଉଦାହରଣ ଦେଇ ଡା. ଭାଗବତ କହିଲେ ଯେ ସଂଘ ଅନୁଶାସିତ ସାମାଜିକ ଜୀବନ ଏବଂ ସମାଜହିତକୁ ସର୍ବୋପରି ମାନିଥାଏ । ଦେଶ ପାଇଁ କିଏ ସାହସ କରିବା, କିଏ ତ୍ୟାଗ କରିବା ଏବଂ ଦେଶର ପ୍ରତ୍ୟେକ କାମ ଉକୃଷ୍ଟ ରୂପେ କରିବା ପାଇଁ ଏକ ଶକ୍ତି ସମ୍ପର୍ଣ୍ଣ ରାଷ୍ଟ୍ରର ନିର୍ମାଣ କରାଯାଇ ପାରେ । ସ୍ୱୟଂସେବକମାନଙ୍କ ବିଷୟରେ ପ୍ରକାଶ କରି କହିଲେ ଯେ, ସ୍ୱୟଂସେବକ ସମାଜ ପାଇଁ ଆବଶ୍ୟକୀୟ କାର୍ଯ୍ୟକୁ ନିଜ ହାତକୁ ନେଇଥାଏ ଏବଂ ନିଜର କ୍ଷମତା ଏବଂ ଇଛାନୁସାରେ ବିଭିନ୍ନ କ୍ଷେତ୍ରରେ କାମ କରିଥାଏ । ସଂଘ ସହିତ ତାଙ୍କର ପରସ୍ପର ବିଚାର ବିମର୍ଶ ହୋଇଥାଏ । କିନ୍ତୁ ସେ ସ୍ୱାବଲମ୍ବୀ ଏବଂ ସ୍ୱାଧୀନ ରୂପରେ କାମ କରିଥାଏ ।

ହିନ୍ଦୁ ରାଷ୍ଟ୍ର ବିଷୟରେ ପ୍ରକାଶକରି ସେ କହିଲେ ଯେ, ଆତ୍ମୀୟତା ଦ୍ୱାରା ସଂଘର କାମ ହୋଇଥାଏ । ଏହି ବନ୍ଧୁତ୍ୱଭାବ ପାଇଁ ଏକ ଆଧାର ହେଉଛି ବିବିଧତାରେ ଏକତା । ଆମର ଶାଶ୍ୱତ ବିଚାର ଦର୍ଶନ ଏହି ବିଚାର ଦେଇଥାଏ । ଏହାକୁ ଦୁନିଆ ହିନ୍ଦୁତ୍ୱ କହିଥାଏ । ଏଥିପାଇଁ ଆମେ କହୁଛୁ ଏହା ଆମର ହିନ୍ଦୁ ରାଷ୍ଟ୍ର । ହିନ୍ଦୁରାଷ୍ଟ୍ର ଅର୍ଥ ନୁହେଁ ଯେ ଏଥିରେ ମୁସଲମାନ ରହିବେ ନାହିଁ, ଏପରି ମୋଟେ ହୋଇ ପାରିବ ନାହିଁ । ଯେଉଁ ଦିନ କୁହାଯିବ ଏହା ମୁସଲମାନଙ୍କୁ ଚାହୁଁ ନାହିଁ, ସେ ଦିନ ଏହି ହିନ୍ଦୁତ୍ୱ ରହିବ ନାହିଁ । ଏହାତ ବିଶ୍ୱ କୁଟୁମ୍ବର କଥା କହୁଛି ।

ସଂଘ ଏବଂ ରାଜନୀତି ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ କହିଲେ ଯେ,ସଂଘ ଜନ୍ମରୁ ହିଁ ନିଶ୍ଚିତ କରି ନେଇଛି ଯେ,ରାଜନୀତି ଠାରୁ ଆମର ସଂଗଠନ ଦୁରେଇ ରହିବ । ସଂଘର କୌଣସି ପଦାଧିକାରୀ କୌଣସି ରାଜନୈତିକ ଦଳର ପଦାଧିକାରୀ ହୋଇ ପାରିବେ ନାହିଁ । ସମ୍ପୂର୍ଣ୍ଣ ସମାଜକୁ ଯୋଡିବା ହେଉଛି ସଂଘର କାମ । ଶାସନ କିଏ କରିବ, ଏହାର ଚୟନ ଜନତା କରୁଛନ୍ତି । କିନ୍ତୁ ରାଷ୍ଟ୍ରହିତ ପାଇଁ ଶାସନ କିପରି ହେବ, ସେଥିପାଇଁ ଆମର ମତ ଅଛି ଏବଂ ଏଥିପାଇଁ ଆମେ ଗଣତାନ୍ତ୍ରିକ ରୀତିରେ ପ୍ରୟାସ ମଧ୍ୟ କରୁଛୁ । ସଂଘ ରାଜନୀତି ଠାରୁ ଦୁରରେ ରହେ କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ସଂଘ ଅନୁପ୍ରବେଶକାରୀଙ୍କ ବିଷୟରେ କିଛି କହିବ ନାହିଁ । ଏହା ହେଉଛି ଏକ ରାଷ୍ଟ୍ରୀୟ ପ୍ରଶ୍ନ । ରାଜନୀତିରେ ଏହାର ପ୍ରମୁଖ ଭୂମିକା ଅଛି । ଏହି ବିଷୟ ଉପରେ ସଂଘ ସର୍ବଦା ନିଜର ମତ ରଖି ଆସିଛି । କିଛି ଲୋକ କହୁଛନ୍ତି ଯେ, ଅନ୍ୟଦଳମାନଙ୍କରେ ସ୍ୱୟଂସେବକ ବେଶୀ ନାହାଁନ୍ତି କାହିଁକି ? ଏହା ଆମର ପ୍ରଶ୍ନ ନୁହେଁ, କାହିଁକି ନା ଅନ୍ୟ ଦଳକୁ ଯିବା ପାଇଁ ତାଙ୍କର ଇଛା ନାହିଁ, ଏହା ତାଙ୍କୁ ବିଚାର କରିବାକୁ ହେବ । ଆମେ କୌଣସି ସ୍ୱୟଂସେବକକୁ କୌଣସି ବିଶେଷ ଦଳରେ କାର୍ଯ୍ୟ କରିବା ପାଇଁ କହୁ ନାହୁଁ ।

ସେ ନାରୀଙ୍କ ବିଷୟରେ ଉଲ୍ଲେଖ କରି କହିଲେ ଯେ, ଆମର ସଂସ୍କୃତିରେ ନାରୀଙ୍କୁ ଦେବୀ ରୂପେ ମାନିଥାଉ । କିନ୍ତୁ ଏବେ ପରିସ୍ଥିତିକୁ ଦେଖିଲେ ଠିକ୍ ଲାଗୁ ନାହିଁ । ସମାଜର ଏକ ଅଂଶ ହୋଇଥିବା କାରଣରୁ ନାରୀମାନେ ସମାଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଭାଗିଦାରୀ ଏବଂ ଦାୟୀତ୍ୱଶୀଳ ଅଟନ୍ତି ଏହା ହେଉଛି ଆମର ମତ । ତେଣୁ ସେମାନଙ୍କ ସହିତ ସମାନ ବ୍ୟବହାର ହେବା ଉଚିତ । ଆଜି ଅନେକ କ୍ଷେତ୍ରରେ ନାରୀମାନେ ପୁରୁଷଙ୍କ ଅପେକ୍ଷା ଭଲ କାମ କରୁଛନ୍ତି । ଏଥିପାଇଁ ନାରୀ ଏବଂ ପୁରୁଷ ପରସ୍ପର ଜଣେ ଅନ୍ୟ ଜଣଙ୍କ ପାଇଁ ପରି ପୁରକ ଅଟନ୍ତି ।

Comments
Post a Comment