ପଶ୍ଚିମ ଓଡିଶାର ଗୋ ସୁରକ୍ଷା ପାଇଁ ବୈଠକ


ବଲାଙ୍ଗିର,୨୬/୧୦  : ଅଖିଳ ଭାରତୀୟ ଗୋ ସୁରକ୍ଷା ସମିତି ଆନୁକୁଲ୍ୟରେ ବଲାଙ୍ଗିର ସଦର ସବ୍ଡିଭିଜନ ବୁବେଲ ପଞ୍ଚାୟତର ବିଛୁପାଲି ଗ୍ରାମଠାରେ ଥିବା ହଳଧର କ୍ରିଷ୍ଣା ଓ ଶିକ୍ଷା ସେବା କେନ୍ଦ୍ର (ଗୋଶାଳା) ଠାରେ ଏକ ବୈଠକ ବିଶ୍ୱ ହିନ୍ଦୁ ପରିଷଦର ଅଖିଳ ଭାରତୀୟ ସଂପାଦକ ବସନ୍ତ ରଥ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଗୋ ପାଳନ, ଗୋ ସୁରକ୍ଷା, ଗୋମାତାଙ୍କର ମାଧ୍ୟମରେ ପ୍ରସ୍ତୁତ ଜୈବିକ ସାର, ପଞ୍ଚ ଗବ୍ୟ, ଗୋମୁତ୍ର ଓ ଅର୍କ ପ୍ରସ୍ତୁତି ତଥା ଦେଶିୟ ଗୋରୁର ଲାଳନ ପାଳନ ସହିତ ପୁରାତର ପଦ୍ଧତିରେ ପ୍ରତି ଗ୍ରାମରେ ଏହା ମାଧ୍ୟମରେ ରୋଜଗାରର ବ୍ୟବସ୍ଥା ଦିଗରେ ଆଲୋଚନା ହୋଇଥିଲା । ଆଧୁନିକ ଯନ୍ତ୍ରପାତି ମାଧ୍ୟମରେ ଚାଷ କାର୍ଯ୍ୟ ଯୋଗୁଁ ଗୋ ଜାତି ଅବହେଳିତ ହୋଇ ଅସୁରକ୍ଷା ଯୋଗୁଁ ବିଭିନ୍ନ ସମସ୍ୟା ଦେଖାଦେଇଛି । ଗୋ ଜାତିର ସୁରକ୍ଷା ପାଇଁ ସରକାରଙ୍କର ଯୋଜନା ଅନୁସାରେ ବିଭିନ୍ନ ଅଞ୍ଚଳରେ ଏମାନଙ୍କର ପାଳନର ବ୍ୟବସ୍ଥା ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା । ବିଶ୍ୱ ଭାରତୀ ସତ୍ୟ ମାନବ ଧର୍ମ କର୍ମ ସେବା ସଂସ୍ଥାନର ନିର୍ଦ୍ଦେଶକ ଲୋକନାଥ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ଅରୁଣ କୁମାର ସାହୁ, ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥି, କୃଷକ ମୋର୍ଚ୍ଚା ସୋନପୁର ଜିଲ୍ଲା କୃଷକ ମୋର୍ଚ୍ଚା ସଂଯୋଜକ ରାଜ କିଶୋର ମେଣ୍ଡଳି, ସୋନପୁର ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ଓ ସେବା ସଂସ୍ଥାନର ସୋନପୁର ଜିଲ୍ଲା ସଭାପତି ସୁରେଶ ମହଲା, ସତ୍ୟନାରାୟଣ ସେନାପତି, ସନ୍ତୋଷ ବେହେରା, ଡ. ବସନ୍ତ ରଥ, ବୋ÷ଦ୍ଧ ଜିଲ୍ଲା ଟ୍ରଷ୍ଟ ସଭାପତି ତଥା ସମ୍ବଲପୁର ଜିଲ୍ଲା ବିଜେପିର ବିଶିକେଶନ ପଧାନ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments