ତେଲକୋଇ,୩୦ ।୧୦: ତେଲକୋଇ ଥାନା ଅନ୍ତଃର୍ଗତ ଛାମୁଣ୍ଡା ସାପ୍ତାହିକ ହାଟରେ ଗୋରୁ ହାଟ କରାଯାଉଛି । ତେବେ ଏହି ଗୋରୁ ହାଟରୁ ବେଆଇନ ଭାବେ ବିଭିନ୍ନ ଯାନବାହନରେ ଗାଈଗୋରୁଙ୍କୁ ବିଭିନ୍ନ ରାଜ୍ୟକୁ ପଠାଯାଉଥିବା ଅଭିଯୋଗ କରିଛନ୍ତି ବ୍ଲକ ବଜରଙ୍ଗଦଳ ଓ ବିଶ୍ୱ ହିନ୍ଦୁପରିଷଦ କାର୍ଯ୍ୟକର୍ତ୍ତା । ଏହି ମର୍ମରେ ଏହାକୁ ରୋକିବା ପାଇଁ ମଙ୍ଗଳବାର ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗୋରୁଗାଈ ଙ୍କୁ ନିର୍ଦ୍ଦୟ ଭାବେ ଗୋଡରେ ନାଲ ,ଲୁହା କଂଟା ମାରିବା ସହିତ ଟ୍ରକରେ ବସ୍ତା ଭଳି ଲୋଡ କରାଯିବାକୁ ବିରୋଧ କରାଯାଇଛି । ସେହିପରି କଂଟା ଗୋଡ ମାରିବା ପରେ ତେଲକୋଇ ବଜାର ଅଂଚଳ ଦେଇ କାଂଜିପାଣି ଏହା ପରେ କରଂଜିଆ ଅଂଚଳକୁ ନିଆଯାଇ କଲିକତା ପଠାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି । ଗୋରୁ ଆମର ମା’ ତାଙ୍କୁ ପୂଜାର୍ଚନା କରୁଥିବା ବେଳେ ଛାମୁଣ୍ଡା ହାଟ ପଡିଆରେ ଗୋଡ ବାନ୍ଧି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିବା ସହିତ ଆଗାମୀ ଦିନରେ ଉକ୍ତ ଅଂଚଳରୁ ଗୋରୁଗାଇଙ୍କୁ ନ ଛଡାଯିବାକୁ ଚେତାବନୀ ଦେଇଛନ୍ତି । ସେହିପରି ହାଟ ସଂଗଠନ ଓ ପୋଲିସର ସଲାସୁତୁରାରେ ଏଭଳି ଗୋରୁ ଚାଲାଣ କରୁଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗକାରୀଙ୍କ ମଧ୍ୟରେ ବଜରଙ୍ଗ ଦଳର ସଭାପତି ବିକ୍ରମ ଚୌହାନ,ସ୍ମୁତି ରଂଜନ ପଟ୍ଟନାୟକ,ବୁଲୁସାହୁ,ରାନୁ ସାହୁ,ଅଲେଖ ପ୍ରଧାନ,ଡମ୍ବରୁ ସାହୁ,ଲୋକନାଥ ନାଏକ,ପ୍ରମୋଦ ବିଶ୍ୱାଳ,ନବଘନ ମହାନ୍ତ,ରଣଜିତ ମହାନ୍ତ ସମେତ ବିଶ୍ୱ ହିନ୍ଦୁ ପରିଷଦ ର କର୍ମକର୍ତ୍ତା ଅନ୍ତର୍ଭୁକ୍ତ ରହିଛନ୍ତି ।

Comments
Post a Comment