ନୂଆଦିଲ୍ଲୀ, ୧୭ା୧୧: ଅନୁଗୁଳ ଜିଲ୍ଲାର ବଜ୍ରକୋଟ ଭ୍ରିଙ୍ଗେଶ୍ୱର ମନ୍ଦିର, ମୟୁରଭଂଜର ହରିପୁରଗଡ ସ୍ଥିତ ଦୂର୍ଗ ଓ ଢେଙ୍କାନାଳର କୁଆଳ ସ୍ଥିତ କନକେଶ୍ୱର ମହାଦେବ ମନ୍ଦିରର ଏଏସଆଇ ଦ୍ୱାରା ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନଙ୍କ ପତ୍ର ଦ୍ୱାରା ଅନୁରୋଧ ପରେ ଏନେଇ ଏଏସଆଇ ପକ୍ଷରୁ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଇଛି ଓ ଆଗାମୀ ଡିସେମ୍ବର ମାସରୁ ଏ ନେଇ କାମ ଆରମ୍ଭ ହେବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମା ଜଣାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଡ. ଶର୍ମା ଏହା ଜଣାଇଛନ୍ତି । ଏହି ପତ୍ରରେ ଡ. ଶର୍ମା କହିଛନ୍ତି ଯେ ଗତ ମଇ ମାସରେ ଶ୍ରୀ ପ୍ରଧାନଙ୍କ ଉପରୋକ୍ତ ତିନୋଟି ସ୍ଥାନକୁ ଏଏସଆଇ ଦ୍ୱାରା ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ଅନୁରୋଧ ପରେ ଭୁବନେଶ୍ୱର ସ୍ଥିତ ଏଏସଆଇ ସର୍କଲ ତିନୋଟି ସ୍ଥାନକୁ ଯାଇ ଏହାର ଅନୁଧ୍ୟାନ କରିଛି । ଏଏସଆଇ ପକ୍ଷରୁ ଏହାକୁ ନେଇ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରା ଯାଇଛି । ଡ. ଶର୍ମା ଏହି ପତ୍ରରେ କହିଛନ୍ତି ଯେ ଏହି ତିନୋଟି ସ୍ଥଳର ବିସ୍ତୃତ ସଂରକ୍ଷଣ ଓ ରକ୍ଷଣା ବେକ୍ଷଣ ପାଇଁ ଆକଳନ ମଧ୍ୟ କରା ଯିବା ସହ ଏ ସମ୍ପର୍କରେ ଅନୁମୋଦନ ମଧ୍ୟ ପ୍ରଦାନ କରା ଯାଇଛି । ଅନୁଗୁଳ ଜିଲ୍ଲାର ବଜ୍ରକୋଟ ଭ୍ରିଙ୍ଗେଶ୍ୱର ମନ୍ଦିର ଢେଙ୍କାନାଳର କୁଆଳ ସ୍ଥିତ କନକେଶ୍ୱର ମହାଦେବ ମନ୍ଦିର ପାଇଁ ଟେଣ୍ଡର ଆବେଦନ ଆରମ୍ଭ ହୋଇ ସାରିଥିବା ବେଳେ ମୟୁରଭଂଜର ହରିପୁରଗଡ ସ୍ଥିତ ଦୂର୍ଗ ପାଇଁ ଟେଣ୍ଡର ଆବେଦନର ପ୍ରକ୍ରିୟା ପ୍ରକ୍ରିୟାଧୀନ ରହିଛି । ତିନୋଟି ଯାକ ମନ୍ଦିରର କାମ ଡିସେମ୍ବର, ୨୦୧୮ ସୁଦ୍ଧା ଆରମ୍ଭ ହେବ ବୋଲି ଡ. ଶର୍ମା ପ୍ରକାଶ କରିଛନ୍ତି ।”

Comments
Post a Comment