ବେଆଇନଭାବେ ଗାଇ ,ଗୋରୁ ବାହାର ଜିଲ୍ଲାକୁ ଚାଲାଣ

ମାହାଙ୍ଗା, ୧ା୧୧  : ଦିନକୁ ଦିନ ମାହାଙ୍ଗା ଅଞ୍ଚଳ ଦେଇ ବେଆଇନଭାବେ ଗାଇ ,ଗୋରୁ ବାହାର ଜିଲ୍ଲାକୁ ଚାଲାଣ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ କୋ÷ଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ଦୈନନ୍ଦିନ ପ୍ରଶାସନର ଆଢୁଆଳରେ ଚୋରା ଗୋରୁ ଚାଲାଣ ବ୍ୟବସାୟୀମାନେ ଛୋଟ ଛୋଟ ପିକଅପ ଭ୍ୟାନ ,ଟାଟା ଏସି ଓ ଦଶଚକିଆ ଟ୍ରକରେ ବେଆଇନଭାବେ ବୁଲା ଷଣ୍ଢ ଠାରୁ ଆରମ୍ଭ କରି ଗାଇ ଗୋରୁ ବେଧଡକଭାବେ ଚାଲାଣ କରୁଥିବାବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପଡୋଶୀ ନିଶ୍ଚିନ୍ତକୋଇଲି ବ୍ଲକ୍ ସୁକରପଡା ଅଞ୍ଚଳରୁ ଶହ ଶହ ଗାଇ ଗୋରୁ ବେଆଇନଭାବେ ଚାଲାଣ ହେଉଥିବାବେଳେ ପ୍ରଶାସନ ହାତବାନ୍ଧି ବସିଛି । ୨୦୧୬ ଜୁଲାଇ ୧୧ ତାରିଖ ଭୋରରୁ କୁଆଁପାଳ ନିକଟସ୍ଥ ପଶୁଲୁଣ୍ଡା ଗୋବରୀ ପୋଲ ନିକଟରେ ଏକ ଦଶଚକିଆ ଗୋରୁ ବୋଝେଇ ଗାଡି ଗୋବରୀ ନଦୀକୁ ଓଲଟିବା ଫଳରେ ୨୦ରୁ ଉଦ୍ଧ୍ୱର୍ ଗାଇଗୋରୁ ପ୍ରାଣ ହରାଇଥିଲେ । ଏଥିନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ଦୁର୍ଘଟଣା ଗାଡିକୁ ଉତ୍ତ୍ୟକ୍ତ ଲୋକେ ପୋଡି ଦେଇଥିଲେ । ସେହିପରି ଗତକାଲି ବିଳମ୍ବିତ ରାତିରେ ଏକ ପିକଅପ ଭ୍ୟାନରେ ସୁକରପଡା ଅଞ୍ଚଳରୁ ବେଆଇନ ଷଣ୍ଢ ଓ ଗାଇ ପୂର୍ବ ମାହାଙ୍ଗାର ଗଳିକନ୍ଦି ରାସ୍ତା ଦେଇ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ଲଳିତଗିରି ବୋ÷ଦ୍ଧବିହାର ମ୍ୟୁଜିୟମ ନିକଟସ୍ଥ ରାସ୍ତାକଡରେ ଗୋରୁଚାଲାଣ ପିକଅପ ଭ୍ୟାନ ନଂ ଓ.ଡି ୦୯ ଡି.୨୦୬୯କୁ କେହି ପୋଡି ଦେଇଥିବା ଆଜି ସକାଳୁ ଦେଖିବାକୁ ମିଳିଛି । ଏହି ପିକଅପ ଭ୍ୟାନରେ ଚୋରା ଷଣ୍ଢ ଚାଲାଣ ହେଉଥିବା ନେଇ ସ୍ଥାନୀୟ ବାଲିଚନ୍ଦ୍ରପୁର ଓ ଲଳିତଗିରିରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି । ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ôଚ ନିଜ ଆଡୁ ଗାଡି ପୋଡିର ତଦନ୍ତ କରିଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୋ÷ଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି । ଅପର ପକ୍ଷରେ ଏହି ଘଟଣାକୁ ଚାପି ଦେବା ପାଇଁ ସଂପୃକ୍ତ ଚୋରା ଗୋରୁ ବେପାରୀମାନେ ଜୋରସୋର ଉଦ୍ୟମ ଚଳାଇଥିବା ଜଣାଯାଇଛି । ଏହି ଗାଡିକୁ କିଏ ,କେଉଁ ଉଦ୍ଦେଶ୍ୟରେ ଆଣି ଲଳିତଗିରି ବୋ÷ଦ୍ଧବିହାର ନିକଟ ରାସ୍ତାକଡରେ ପୋଡିଲା ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ସାଧାରଣରେ ଦାବୀ ହୋଇଛି । ଏ ସଂପର୍କରେ ମାହାଙ୍ଗା ଆଇଆଇସି ଯୁଗଳ କିଶୋର ଦାସଙ୍କୁ ପଚାରିବାରୁ ଏଥିନେଇ କୋ÷ଣସି ଅଭିଯୋଗ ହୋଇନଥିବା କହିଥିଲେ ।

Comments