ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ସମର୍ଥନ ରାମଲୀଳା ମୈଦାନରେ ଏକତ୍ରିତ ହେବେ ୨୫ ହଜାର ମୁସଲିମ


ନୂଆଦିଲ୍ଲୀ, ୧୬/୧୧ : ଅଯୋଧ୍ୟାରେ କେବେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ହେବ ତାହାକୁ ନେଇ ଦେଶ ତମାମ ଚର୍ଚ୍ଚା ଜୋର୍ ଧରିଛି  । ଏବେ ଏହି ପ୍ରସଙ୍ଗରେ ମୁସଲମାନମାନେ ମଧ୍ୟ ସମର୍ଥନ କରିବା ଆରମ୍ଭ କରିସାରିଲେଣି  । ଏହି ମର୍ମରେ ଆଜି ମୁସଲିମ ରାଷ୍ଟ୍ରୀୟ ମଞ୍ଚର ନେତା ୟାସିର ଜିଲାନି ୨୫ ହଜାର ମୁସଲିମ୍ଙ୍କୁ ଡିସେମ୍ବରରେ ରାମଲୀଳା ମୈଦାନରେ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ୟାସିର ଜିଲାନି କହିଛନ୍ତି ଯେ, ଆମେମାନେ ଡିସେମ୍ବରରେ ଦେଶ ତମାମ ମୁସଲମାନମାନଙ୍କୁ ରାମ ମନ୍ଦିର ନିର୍ମାଣ ସପକ୍ଷରେ ଏକଜୁଟ୍ କରିବୁ  ।

Comments