ଅଯୋଧ୍ୟା, ୧୬/ ୧୧: ଆଜିଠାରୁ ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ୧୪ କୋସ ବା ୪୨ କିମି ବ୍ୟାପି ପରିକ୍ରମା ପଦଯାତ୍ରା ଆରମ୍ଭ ହୋଇଛି । ଶ୍ରୀରାମଙ୍କ ଧ୍ୱନି ସହ ଆଜି ଏହି ପରିକ୍ରମା ପଦଯାତ୍ରା ଅଯୋଧ୍ୟାର ନୂତନ ଘାଟରୁ ଆରମ୍ଭ ହୋଇଛି । ଆଜି ଏହି ପରିକ୍ରମା ପଦଯାତ୍ରା ସକାଳୁ ଆରମ୍ଭ ହୋଇଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏଟିଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । କାର୍ତ୍ତିକ ମାସର ଅମାବାସ୍ୟା ଅର୍ଥାତ୍ ଦୀପାବଳି ଠାରୁ ୯ମ ଦିନରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଖାଲି ପାଦରେ ଅଯୋଧ୍ୟା ନଗର ପରିକ୍ରମା କରିଥାନ୍ତି । ଏହି ପରିକ୍ରମା ପଦଯାତ୍ରା ନଭେମ୍ବର ୧୯ ପୂର୍ବାହ୍ଣ ସାଢ଼େ ୧୧ଟା ସମୟରେ ସମାପ୍ତ ହେବ । ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏହି ପଦଯାତ୍ରାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଟିଏସ୍ କମାଣ୍ଡୋମାନଙ୍କୁ ନିୟୋଜିତ କରାଯିବା ସହ ଆକାଶମାର୍ଗରୁ ଡ୍ରୋନ୍ର ସାହାଯ୍ୟ ନିଆଯାଉଛି । ସୂଚନାଥାଉ କି, ରାବଣକୁ ବଧ କରି ଲଙ୍କା ବିଜୟ ପରେ ପ୍ରଭୁ ଶ୍ରୀରାମ ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ଯେତେବେଳେ ଅଯୋଧ୍ୟାକୁ ଫେରିଥିଲେ ସେହିଦିନ ସେଠାରେ ଆନନ୍ଦ ଉଲ୍ଲାସର ପର୍ବ ‘ଦୀପାବଳି’ ପାଳନ କରାଯାଇଥିଲା ।

Comments
Post a Comment