ମଧୁପାଟଣା ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା


କଟକ,୧୭ା୧୧: ସ୍ଥାନୀୟ ମଧୁପାଟଣାସ୍ଥିତ ଓଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଓ ମୀନାବଜାର ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟା ରାଜଲକ୍ଷ୍ମୀ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମ୍ପାଦକ ମନ୍ମଥ ମହାପାତ୍ର ଉଦ୍ଘାଟନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରୀ ମହାପାତ୍ରଙ୍କ ସହିତ ବିଦ୍ୟା ବିକାଶ ସମିତିର ସମ୍ପାଦକ ଯୋଗେନ୍ଦ୍ର ନାଥ ବସ୍ତିଆ, ପରିଚାଳନା କମିଟି ସଦସ୍ୟ ବିରଞ୍ôଚ ନାରାୟଣ ମଲ୍ଲିକ ଯୋଗଦେଇ ମନଦେଇ ପାଠପଢ଼ି ଭବିଷ୍ୟତରେ ଜଣେ ଜଣେ ବୈଜ୍ଞାନିକ ହେବାକୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଶିଶୁ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ୬୮ ଜଣ ଛାତ୍ରଛାତ୍ରୀଙ୍କର ୫୨ଟି ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିବା ବେଳେ ମୀନାବଜାରରେ ୫୬ ଜଣ ଛାତ୍ରଛାତ୍ରୀଙ୍କ ୪୫ଟି ବ୍ୟବସାୟିକ ପ୍ରକଳ୍ପ ସ୍ଥାନ ପାଇଥିଲା । ସୀତାଦେବୀ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ମୋନାଲିସା ପାଢ଼ୀ ଏବଂ ଆରିଓ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଶୁଭସ୍ମିତା ମହାପାତ୍ର ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପଗୁଡିକର ମୂଲ୍ୟାୟନ କରିଥିଲେ । ପ୍ରକଳ୍ପରୁ ଯୋଗ୍ୟ ବିବେଚିତ ୫ଟି ପ୍ରକଳ୍ପ ଆସନ୍ତା କାଲି ରବିବାର ନଭେମ୍ବର ୧୮ ତାରିଖରେ ହେବାକୁ ଥିବା ବିଦ୍ୟା ବିକାଶ ସମିତିର ରାଜ୍ୟସ୍ତରୀୟ ବିଜ୍ଞାନ ମେଳାକୁ ଚୟନ କରାଯାଇଥିଲା । ବିଦ୍ୟାଳୟର ଗୁରୁଜୀ ଗୁରୁମା ପ୍ରଶାନ୍ତ ବେହେରା, ରୁଦ୍ରାଣୀ ମହାପାତ୍ର, ପ୍ରୀତିମୟୀ ଲେଙ୍କା, ଲକ୍ଷ୍ମୀ ସ୍ୱାଇଁ, ସ୍ୱର୍ଣ୍ଣଲତା ମହାରଣା, ସୁକାନ୍ତି ଲେଙ୍କା, ସସ୍ମିତା ଜେନା, ଉନ୍ନତି ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments