ଚମ୍ପୁଆ,୧୮ା୧୧: ଚମ୍ପୁଆ ସଙ୍କୁଳ ସଂଯୋଜକ ଧରଣୀଧର ଦାସଙ୍କ ସଭାପତିତ୍ୱରେ ଚମ୍ପୁଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିଠାରେ ସଙ୍କୁଳ ସ୍ତରୀୟ ଯୋଗ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କେରଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଯୋଗ ଶିକ୍ଷକ ସୂର୍ଯ୍ୟକାନ୍ତ ନାୟକ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ୧୧ ଗୋଟି ଶିଶୁ ମନ୍ଦିରରୁ ଆସିଥିବା ୩୧ ଜଣ ଯୋଗ ଶିକ୍ଷକଙ୍କ ମଧ୍ୟରେ ଯୋଗାସନ, ପ୍ରାୟାଣମ, ଧ୍ୟାନ, ସୂର୍ଯ୍ୟ ନମସ୍କାର ଆଦି ଅଭ୍ୟାସ କରାଯାଇଥିଲା । ଚମ୍ପୁଆ ସଙ୍କଳ ଯୋଗ ପ୍ରମୁଖ ବସନ୍ତ କୁମାର ମହାନ୍ତ ଓ ଉମେଶ ଚନ୍ଦ୍ର ମହାନ୍ତ ଯୋଗଭ୍ୟାସ କରାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ ଯୋଗ ସାଧନ, ଅଷ୍ଟାଙ୍ଗ ଯୋଗ ଓ ଯୋଗ ଦ୍ୱାରା ଶାରୀରିକ ସୁସ୍ଥତା, ରୋଗ ଦୂରୀକରଣ ଆଦି ଉପରେ ସୂଚନା ପ୍ରଦାନ କରିଥିଲେ ।

Comments
Post a Comment