ବିଦ୍ୟା ଭାରତୀ ରଷ୍ଟ୍ରୀୟ ଜ୍ଞାନ ବିଜ୍ଞାନ ମେଳାର ୩ୟ ଦିବସ


ସରସ୍ୱତୀ ବିଦ୍ୟା ମନ୍ଦିର, କେଶବଧାମ, କଟକ ଠାରେ ଆୟୋଜିତ ବିଦ୍ୟା ଭାରତୀ ସପ୍ତଦଶ ରାଷ୍ଟ୍ରୀୟ ଜ୍ଞାନ ବିଜ୍ଞାନ ମେଳାର ତୃତୀୟ ଦିବସରେ ପ୍ରାୟ ଦୁଇ ହଜାର ଛାତ୍ରଛାତ୍ରୀ ବିଜ୍ଞାନ ମେଳା ପରିଦର୍ଶନ କରିଥିଲେ । ଶିକ୍ଷା ବିକାଶ ସମିତି, ଓଡିଶାର ସଂଗଠନ ମନ୍ତ୍ରୀ ତଥା ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ମାନନୀୟ ଗୋବିନ୍ଦଚନ୍ଦ୍ର ମହାନ୍ତଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ କଟକ-ଭୁବନେଶ୍ୱର ଦ୍ୱୈତ ନଗରୀର ବିଶିଷ୍ଟ ଶିକ୍ଷାବିତ୍ ମାନେ ପ୍ରକଳ୍ପ, ପ୍ରୟୋଗ, ପ୍ରଶ୍ନମଞ୍ଚ ଓ ପତ୍ରବାଚନର ମୂଲ୍ୟାୟନ କରିଥିଲେ । ପର୍ଯ୍ୟବେକ୍ଷକ ଭାବରେ ବିଦ୍ୟା ଭାରତୀର ରାଷ୍ଟ୍ରୀୟ ମନ୍ତ୍ରୀ ଶିବ କୁମାରଜୀ, ଅଖିଳ ଭାରତୀୟ ବୈଦିକ ଗଣିତ ସଂଯୋଜକ ମାନନୀୟ ଦେବେନ୍ଦ୍ର କୁମାର ଦେଶମୁଖ, ଅଖିଳ ଭାରତୀୟ ବିଜ୍ଞାନ ସଂଯୋଜକ ମାନନୀୟ ଶ୍ରୀ ରାମପ୍ରସାଦ ସ୍ୱାମୀ ଓ ବୈଦିକ ଗଣିତ ରାଷ୍ଟ୍ରୀୟ ସହ ସଂଯୋଜକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଜ୍ଞାନ ପ୍ରୟୋଗର ସଦ୍ୟ ପ୍ରାପ୍ତ ଫଳାଫଳ ଅନୁଯାୟୀ ବାଲ୍ ବର୍ଗରେ ପୂର୍ବକ୍ଷେତ୍ର, କିଶୋର ବର୍ଗରେ ମଧ୍ୟକ୍ଷେତ୍ର, ତରୁଣ ବର୍ଗ ପଦାର୍ଥ ବିଜ୍ଞାନରେ ପୂର୍ବୀ ଉତ୍ତରପ୍ରଦେଶ କ୍ଷେତ୍ର, ରସାୟନ ବିଜ୍ଞାନରେ ପୂର୍ବକ୍ଷେତ୍ର ଏବଂ ଜୀବବିଜ୍ଞାନରେ ଦକ୍ଷିଣ କ୍ଷେତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଗଣିତ ପ୍ରୟୋଗରେ ବାଲ୍ ବର୍ଗ ଦକ୍ଷିଣ କ୍ଷେତ୍ର, କିଶୋର ବର୍ଗରେ ପୂର୍ବ କ୍ଷେତ୍ର ତରୁଣ ବର୍ଗରେ ପୂର୍ବୀ ଉତ୍ତରପ୍ରଦେଶ କ୍ଷେତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବିଜ୍ଞାନ ପତ୍ରବାଚନରେ କିଶୋର ବର୍ଗରେ ପୂର୍ବୋତ୍ତର କ୍ଷେତ୍ର, ତରୁଣ ବର୍ଗରେ ଉତ୍ତର କ୍ଷେତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ବୈଦିକ ଗଣିତ ପତ୍ରବାଚନର କିଶୋର ବର୍ଗରେ ଦକ୍ଷିଣ ମଧ୍ୟ କ୍ଷେତ୍ର ଓ ତରୁଣ ବର୍ଗରେ ଦକ୍ଷିଣ କ୍ଷେତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବିଜ୍ଞାନ ପ୍ରଶ୍ନମଞ୍ଚର ବାଲ୍ ବର୍ଗରେ ଉତ୍ତରପୂର୍ବ କ୍ଷେତ୍ର, କିଶୋର ବର୍ଗରେ ପୂର୍ବ କ୍ଷେତ୍ର ଓ ତରୁଣ ବର୍ଗରେ ଉତ୍ତର ପୂର୍ବ କ୍ଷେତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବୈଦିକ ଗଣିତ ପ୍ରଶ୍ନମଞ୍ଚରେ ବାଲ୍ ବର୍ଗରେ ପୂର୍ବୀ ଉତ୍ତରପ୍ରଦେଶ, କିଶୋର ବର୍ଗରେ ଉତ୍ତର କ୍ଷେତ୍ର ଓ ତରୁଣ ବର୍ଗରେ ଉତ୍ତର ପୂର୍ବ କ୍ଷେତ୍ର ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ବିଜ୍ଞାନ ଓ ଗଣିତ ପ୍ରକଳ୍ପଗୁଡିକର ଫଳାଫଳ ଆସନ୍ତା କାଲି ପ୍ରକାଶ ପାଇବ ।

Comments