ନୂଆଦିଲ୍ଲୀ, ୨୫/ ୧୧ : ଭାରତ ଓ ପାକିସ୍ତାନ ମଧ୍ୟ ଦେଇ ପ୍ରବାହିତ ସିନ୍ଧୁ ନଦୀ ଉପରେ ଉଭୟଙ୍କ ଅଧିକାର ରହିଛି । ଏନେଇ ଉଭୟ ଦେଶ ମଧ୍ୟରେ ସିନ୍ଧୁ ଜଳ ସନ୍ଧି ନାମକ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର ହୋଇଛି । ଏହାର ଏକ ସିଂହଭାଗ ପାକିସ୍ତାନ ଦେଇ ଯାଇଛି । ଭାରତ ପଟ ଦେଇ ବୋହଯାଇଥିବା ନଦୀ ଉପରେ ସରକାର ୩ଟି ପ୍ରକଳ୍ପ ବନାଉଛନ୍ତି । ସେଗୁଡ଼ିକ ହେଲା ଶାହପୁର-କାଣ୍ଡି ବନ୍ଧ ପ୍ରକଳ୍ପ, ପଞ୍ଜାବରେ ସତଲୁଜ-ବ୍ୟାସ ନଦୀର ଦ୍ୱିତୀୟ ପ୍ରକଳ୍ପ ଏବଂ ଜମ୍ମୁ-କାଶ୍ମୀରରେ ଉଜହ ବନ୍ଧ ପ୍ରକଳ୍ପ । ଏହି ୩ଟି ପ୍ରକଳ୍ପ ଦୀର୍ଘ ଦିନ ହେବ ରାଜ୍ୟମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବନ୍ଦ ପଡ଼ି ରହିଥିଲା । ହେଲେ ଆଗକୁ ସେଗୁଡ଼ିକ କାର୍ଯ୍ୟକାରୀ ହେବ । ଏଣୁ ନିଜ ପଟ ଦେଇ ଯାଇଥିବା ସିନ୍ଧୁ ନଦୀର ଜଳକୁ ଅଟକାଇବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ଜନୈକ ଅଧିକାରୀ କହିଛନ୍ତି । ସିନ୍ଧୁ ଜଳ ଚୁକ୍ତିନାମା ଅନୁସାରେ ସିନ୍ଧୁର ସହାୟକ ନଦୀ ସତଲୁଜ, ବ୍ୟାସ ଓ ରବି ନଦୀର ପାଣି ଉପରେ ଭାରତର ଅଧିକାର ରହିଛି । ଯେତେବେଳେ କି ଝେଲମ ଓ ସିନ୍ଧୁ ନଦୀର ଜଳକୁ ପାକିସ୍ତାନ ବ୍ୟବହାର କରୁଛି ।

Comments
Post a Comment