କଟକ, ୨୭/୧୧ ଧର୍ମ ଜାଗରଣ ସମନ୍ୱୟ, କଟକ ନଗର ତରଫରୁ ନଭେମ୍ବର ୨୭ ତାରିଖ ମଙ୍ଗଳବାର ଏକ ଧର୍ମ ଜାଗରଣ ମହିଳା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଶ୍ରୀରାମଚନ୍ଦ୍ର ଭବନଠାରେ ଆୟୋଜିତ ଉକ୍ତ ସମାରୋହରେ ସଭାପତିତ୍ୱ କରି କଟକ ନଗର ପ୍ରମୁଖ ମନୋହର ମହନ୍ତ ମହିଳା ସମାରୋହର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସୂଚନା ଦେଇ କହିଥିଲେ ଯେ, ସମାଜ ତଥା ଧର୍ମରକ୍ଷା ଦିଗରେ ମହିଳାମାନଙ୍କର ଭୂମିକା ଅଧିକ ଗୁରୁତ୍ୱ ବହନ କରିବା ସଙ୍ଗେସଙ୍ଗେ ମହିଳାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେଲେ ମହାନ୍ ତଥା ସର୍ବପୁରାତନ ଶ୍ରେଷ୍ଠ ହିନ୍ଦୁ ଧର୍ମର ସଂସ୍କୃତି, ରୀତି, ନୀତି, ବ୍ୟବହାର, ଆତିଥ୍ୟ, ସମ୍ପର୍କ ସ୍ଥାପନ, ବିଚାରଧାରା ଓ ପରମ୍ପରାର ଅଧୋପତନକୁ ରୋକିହେବ ଏବଂ ସାହସର ସହ ପରିବାରକୁ ଏକତ୍ରିତ ଭାବେ ଏକସୂତ୍ରରେ ବାନ୍ଧି ରଖିବାକୁ ମହିଳାମାନେ ସକ୍ଷମ ହୋଇପାରିବେ । ବଳିଷ୍ଠ ସାମ୍ବାଦିକ ତଥା ଧର୍ମ ଜାଗରଣ ସମନ୍ୱୟର ପ୍ରାନ୍ତ ଅଧ୍ୟକ୍ଷ ଅରୁଣ କୁମାର ପଣ୍ଡା ମୁଖ୍ୟ ଅତିଥି, ସମାଜସେବୀ ତଥା ଲେଖିକା ସରୋଜିନି ଦାସ ମୁଖ୍ୟ ବକ୍ତା ଏବଂ ଧର୍ମ ଜାଗରଣ ସମନ୍ୱୟର କ୍ଷେତ୍ରପ୍ରମୁଖ (ପୂର୍ବ ଭାରତ) ବିନୟ କୁମାର ଭୂୟାଁ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ହିନ୍ଦୁଧର୍ମର ଏକତା, ସଂସ୍କୃତି, ପରମ୍ପରାର ବର୍ତମାନ ସ୍ଥିତି ଉପରେ ଆଲୋକପାତ କରି କହିଥିଲେ ଯେ, ପ୍ରତି କ୍ଷେତ୍ରରେ ବାପା, ମାଆ, ସ୍ୱାମୀ ତଥା ଗୁରୁଜନମାନଙ୍କ ପରାମର୍ଶ ଏବଂ ଆଶୀର୍ବାଦ ନେଇ ଆଗପଛ ବୁଝିବିଚାରି ଚଲାପଥରେ ଅଗ୍ରସର ହେଲେ ଧର୍ମ ତଥା ରାଷ୍ଟ୍ରା ବିରୋଧୀଙ୍କ ଚକ୍ରାନ୍ତକୁ ପଣ୍ଡ କରିବା ସଙ୍ଗେସଙ୍ଗେ ଧର୍ମରକ୍ଷା ଏବଂ ଆଦର୍ଶ ପରିବାର ଗଠନରେ ମହିଳାମାନେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ ବୋଲି ବକ୍ତମାନେ ମତପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଧର୍ମରକ୍ଷା ବାହିନୀର ପ୍ରାନ୍ତ ସହପ୍ରମୁଖ ସବିତା ପ୍ରଧାନ ମଂଚାସୀନ ଥିଲେ । ଶିଭା ମହାନ୍ତି ମଂଚ ପରିଚାଳନା କରିଥିଲେ । ବିଭିନ୍ନ ସାମାଜିକ, ଧାର୍ମିକ, ଶିକ୍ଷାନୁଷ୍ଠାନ ଏବଂ ସାହି, ବସ୍ତିର ଶତାଧିକ ଛାତ୍ରୀ, ମହିଳା ସ୍ୱୟଂସେବକମାନେ ଯୋଗଦେଇଥିଲେ । ପ୍ରାନ୍ତ ପ୍ରମୁଖ ଆଲୋକ କୁମାର ଖଟୁଆ, ପ୍ରାନ୍ତ ସହସଂଯୋଜକ ଚନ୍ଦ୍ରକାନ୍ତ ପ୍ରଧାନ, ଆଶିଷ ସାହୁ, ଅମରେନ୍ଦ୍ର ମହାନ୍ତି, ସାର୍ଥକ ନାୟକ, ଦୀପକ କୁମାର ସାହୁ, କ୍ଷୀରୋଦ ଚନ୍ଦ୍ର ଆଚାର୍ଯ୍ୟ, ଗୋପାଳ ବେହେରା, ଅର୍ଚ୍ଚନା କୁମାରୀ, ଲିପିକା କୁମାରୀ, ସସ୍ମିତା ବେହେରା, ଚିନ୍ମୟୀ ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ପୂଜାରାଣୀ ମହାଲ ଧନ୍ୟବାଦ ଦେଇଥିଲେ ।

Comments
Post a Comment