ଗୋରୁ ଗାଡ଼ିକୁ ଗ୍ରାମବାସୀ ଅଟକ


ଅନୁଗୋଳ,୩୦ ।୧୧: ଗଡ଼ସନ୍ତ୍ରୀ ଗ୍ରାମ ବିଜୟନଗର ସାହି ଦେଇ ଗତକାଲି ରାତିରେ ଦୁଇଟି ଗାଡ଼ିରେ ଗୋରୁ ଚାଲାଣ ହେଉଥିବା ବେଳେ ଉତ୍ତକ୍ତ ଗ୍ରାମବାସୀ ଗାଡ଼ି ଦୁଇଟିକୁ ଅଟକ ରଖ୍ିଥିଲେ । ପୁଲିସ ୧୪ଟି ଗୋରୁ ବୋଝେଇ ଗାଡ଼ି ଦୁଇଟିକୁ ଜବତ କରିବା ସହ ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ, ବଅଁରପାଳ ଥାନା ଗଡ଼ସନ୍ତ୍ରୀର ବିଜୟନଗର ଠାରେ ବୁଧବାର ରାତି ୧୦ଟା୪୫ ରେ ଗୋରୁ ଚାଲାଣ କରୁଥିବା ଦୁଇଟି ପିକଅପ ଗାଡ଼ି (ଓଡ଼ି୧୫ ଏଫ୍ ୪୨୪୬ ଓ ଓଡ଼ି୦୫ଏଫ୮୮୭୯) କୁ ଗାଁ ଲୋକେ ଭଙ୍ଗାରୁଜା କରିଥିଲେ । ଭୟରେ ଚାଳକ ଦ୍ୱୟ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ । ଘଟଣା ସଂକ୍ରାନ୍ତରେ ଖବର ପାଇ ବଅଁରପାଳ ଥାନା ଅଧିକାରୀ କନକ ମାଝୀ ସେଠାରେ ପହଞ୍ଚିଥିଲେ । ପୁଲିସକୁ ଦେଖି ଲୋକେ ଉତକ୍ଷୀପ୍ତ ହୋଇ ଉଠିଥିଲେ । ବାରମ୍ବାର ଅଞ୍ଚଳରେ ଗୋରୁ ଚାଲାଣ ହେଉଥିବା ବେଳେ ପୁଲିସ ନିରବଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଥାନା ଅଧିକାରୀଓ ସାହିବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପରେ ଟେଲାପେଲା ହୋଇଥିଲା । ଗ୍ରାମବାସୀ ଦୀର୍ଘ ସମୟ ଧରି ଗୋରୁ ବୋଝେଇ ଦୁଇଟି ଗାଡ଼ି ଓ ଦୁଇଟି ପୋଲିସ ଗାଡ଼ିକୁ ଅଟକାଇ ରଖିବା ପରେ ଛାଡ଼ି ଦେଇଥିଲେ । ବଅଁରପାଳ ପୁଲିସ ୧୪ଟି ଗୋରୁ ବୋଝେଇ ଗାଡ଼ି ଦୁଇଟିକୁ ଜବତ କରି ପ୍ରାଣୀ ନିର୍ଯ୍ୟାତନା ଆଇନ ଅନୁଯାୟୀ ମାମଲା ରୁଜୁ କରିଛି । ୧୪ଟି ଗୋରୁକୁ ଥାନାର ଜଣେ କର୍ମଚାରୀ ଚରାଉଛନ୍ତି ବୋଲି ଥାନା ଅଧିକାରୀ କନକ ମାଝୀ କହିଛନ୍ତି ।

Comments