ଅଯୋଧ୍ୟାରେ ଶ୍ରୀରାମଙ୍କ କାଂସ୍ୟ ପ୍ରତିମୂର୍ତ୍ତି ହେବ ବିଶ୍ୱର ସବୁଠାରୁ ବଡ ଷ୍ଟାଚ୍ୟୁ


ଲକ୍ଷେ୍ନø ,୨୫/୧୧ : ଅଯୋଧ୍ୟାର ସରଜୁ ନଦୀ ତଟରେ ୩୩୦ କୋଟି ଟଙ୍କା ବ୍ୟୟରେ ପ୍ରଭୁ ଶ୍ରୀରାମଙ୍କ ୧୦୦ମିଟର ଉଚ୍ଚର ଭବ୍ୟ ମୂର୍ତ୍ତି ପ୍ରତିଷ୍ଠା ହେବ ବୋଲି ଗତ ଦୀପାବଳି ଘୋଷଣା କରିଥିଲେ ୟୁପି ସରକାର । ହେଲେ ଏହାର ଉଚ୍ଚତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ନିକଟରେ ଗୁଜରାଟରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତୀର ଉଚ୍ଚତା ୧୮୨ ମିଟର ହୋଇଥିବାବେଳେ ଶ୍ରୀରାମଙ୍କ ମୂର୍ତ୍ତୀର ଉଚ୍ଚତା ସବୁଠାରୁ ଅଧିକ ହେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । ଏବେ ଏଥିନେଇ ଯୋଗୀ ସରକାର ସ୍ପଷ୍ଟ କରିଛନ୍ତି ଯେ, ଶ୍ରୀରାମଙ୍କ ମୂର୍ତ୍ତିର ପ୍ରକୃତ ଉଚ୍ଚତା ୨୧୦ ମିଟର ହେବ । ଏହାର ପେଡେଷ୍ଟ୍ରାଲ ୫୦ ମିଟର ଏହା ସମ୍ପୂର୍ଣ୍ଣ କାଂସ୍ୟରେ ନିର୍ମିତ ହେବ । ଶ୍ରୀରାମଙ୍କ ଛତ୍ର ୧୦ମିଟର ରହିବ । ପେଡେଷ୍ଟ୍ରାଲରେ ଏକ ମ୍ୟୁଜିୟମ ରହିବ । ସେଠାରେ ଅଯୋଧ୍ୟା ଓ ରାମାୟଣ ସମ୍ପର୍କରେ ବିଭିନ୍ନ ତଥ୍ୟ , ପ୍ରମାଣ , ଶିଳାଲିପି , ପା୍ଣ୍ଡୁଲିପି ଇତ୍ୟାଦି ସ୍ଥାନ ପାଇବ । ଏହି ମୂର୍ତ୍ତିର ଏକ ୩ଡି ଛବି ମଧ୍ୟ ଆଜି ୟୁପି ସରକାରଙ୍କ ପକ୍ଷରୁ ଜାରି କରାଯାଇଛି । ସର୍ଦ୍ଦାର ପଟେଲଙ୍କ ମୂତ୍ତି ଲୁହାରେ ନିର୍ମିତ ହୋଇଥିବା ବେଳେ ଶ୍ରୀରାମଙ୍କ ମୂର୍ତ୍ତୀ ପିତଳେ ନିର୍ମିତ ହେବ ବୋଲି ସୂଚିତ କରାଯାଇଛି

Comments