ବିଦ୍ୟା ଭାରତୀ ରାଷ୍ଟ୍ରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍ଘାଟିତ


କଟକ, ୧୭/୧୧ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟା ଭାରତୀ ଆନୁକୂଲ୍ୟରେ ସ୍୍ଥାନୀୟ ଗତିରାଉତପାଟଣା କେଶବ ଧାମରେ ଥିବା ଆବାସିକ ବିଦ୍ୟାଳୟ ସରସ୍ୱତୀ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ଜ୍ଞାନ ବିଜ୍ଞାନ ମେଳା ଉଦଘାଟିତ ହୋଇଯାଇଛି । ଏଥିରେ ଭାରତ ସରକାରଙ୍କ ପ୍ରତିରକ୍ଷା ଗବେଷଣାଓ ଉନ୍ନୟନ ସଂସ୍ଥା ଚାନ୍ଦିପୁରର ନିର୍ଦ୍ଦେଶକ ଡ. ବିନୟ କୁମାର ଦାସ ମୁଖ୍ୟ ଅତିଥି, କେନ୍ଦ୍ର ସରକାରଙ୍କ ଜାତୀୟ ଧାନ ଗବେଷଣା କେନ୍ଦ୍ର କଟକର ନିର୍ଦ୍ଦେଶକ ଡ. ହିମାଂଶୁ ପାଠକ ବିଶିଷ୍ଟ ଅତିଥି, ବିଦ୍ୟାଭାରତୀ ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ତଥା ଶିକ୍ଷା ବିକାଶ ସମିତି ଓଡିଶାର ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହନ୍ତ ସମ୍ମାନିତ ଅତିଥି, ବିଦ୍ୟା ଭାରତୀର ରାଷ୍ଟ୍ରୀୟ ମନ୍ତ୍ରୀ ଶିବକୁମାର ଜୀ ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିବା ବେଳେ ବିଦ୍ୟା ଭାରତୀର ସହ ମନ୍ତ୍ରୀ କିଶୋର ଚନ୍ଦ୍ର ମହାନ୍ତି ଅତିଥିମାନଙ୍କର ପରିଚୟ ପ୍ରଦାନ, ଶିକ୍ଷା ବିକାଶ ସାମିତି ଓଡିଶାର ମନ୍ତ୍ରୀ ଲକ୍ଷ୍ମୀକାନ୍ତ ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟା ଭାରତୀର ପୂର୍ବ କ୍ଷେତ୍ର ମନ୍ତ୍ରୀ ସରୋଜ କୁମାର ହାତୀ ଧନ୍ୟବାଦଅର୍ପଣ କରିଥିଲେ । ଏହି ମେଳାରେ ବିଜ୍ଞାନ ଓ ଗଣିତରେ ମୋଟ ୧୯୮ ଟି ପ୍ରକଳ୍ପ, ୮୮ଟି ପ୍ରୟୋଗ, ୬୬ ଜଣ ପତ୍ରବାଚନ, ୧୯୮ ଜଣ ପ୍ରଶ୍ନମଞ୍ଚ ଏହିପରି ସର୍ବମୋଟ ୫୫୦ ଜଣ ପ୍ରତିଭାଗୀ ଓ ୨୦୦ ଜଣ ବିଜ୍ଞାନ ଆଚାର୍ଯ୍ୟ/ଆଚାର୍ଯ୍ୟ ଯୋଗଦେଇଛନ୍ତି ବୋଲି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି

Comments