ଭାରତୀୟ କିଷାନ ସଂଘର ବିଶେଷ ଅଧିବେଶନ


ବଲାଙ୍ଗିର,୩/୧୧: ସ୍ଥାନୀୟ ଆର୍ଯ୍ୟ ସମାଜ ମନ୍ଦିର ପ୍ରାଙ୍ଗଣରେ ଭାରତୀୟ କିଷାନ ସଂଘ ବଲାଙ୍ଗିର ଶାଖାର ବିଶେଷ ଅଧିବେଶନ ଜିଲ୍ଲା ସଭାପତି ରାମଚନ୍ଦ୍ର ବିଶ୍ୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କିଷାନ ସଂଘ ରାଜ୍ୟ ସଭାପତି ରାଧାକୃଷ୍ଣ ମେହେର ମୁଖ୍ୟ ଅତିଥି ଭାବରେ ଅଧିବେଶନରେ ଯୋଗଦାନ କରି ରାଜ୍ୟର କୃଷକ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିଷଦ ବର୍ଣ୍ଣନା କରିଥିଲେ । ବିଶେଷତଃ ଚକଡା ପୋକର ପ୍ରଦ୍ୟୁଭାବ ତଥା କିଟନାଶକ ଔଷଧର କୁତ୍ରିମ ଅଭାବ ଯୋଗୁଁ ଜିଲ୍ଲାରେ ବ୍ୟାପକ ଫସଲହାନୀ ଜନିତ ମରୁଡି ସ୍ଥିତିର ଭୟାବହତାକୁ ରାଜ୍ୟ ସରକାର ହୃଦୟଙ୍ଗମ କରି ଜିଲ୍ଲାକୁ ମରୁଡି ଅଞ୍ଚଳ ଭାବେ ଘୋଷଣା କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହ ଏ ସଂପର୍କିତ ଅନ୍ୟାନ୍ୟ ସହାୟତା ଯଥାଶିଘ୍ର ·ଷୀମାନଙ୍କୁ ପ୍ରଦାନ କରିବା ପାଇଁ ଦାବି ଜଣାଇଥିଲେ । ସାଧାରଣ ସଂପାଦକ ବାଳକୃଷ୍ଣ ସାହୁ ଆଗତ କରିଥିବା ବିଭିନ୍ନ ପ୍ରସ୍ତାବ ସଭାରେ ଆଲୋଚନା ହୋଇ ଗୃହିତ ହୋଇଥିଲା ତନ୍ମଧ୍ୟରୁ ସମସ୍ତ ପଞ୍ଚାୟତ କେନ୍ଦ୍ରରେ ଶିଘ୍ର ଧାନ ମଣ୍ଡି ଖୋଳାଯିବା ଜିଲ୍ଲା ସଦର ମହକୁମାରେ କୃଷକଭବନ ନିର୍ମାଣ କରିବା, କୃଷକମାନଙ୍କ ଦ୍ୱାରା ପରି·ଳିତ କୃଷକ ବଜାର ସ୍ଥାପନ କରିବା, ଅନେକ ·ଷୀ ଏ ପର୍ଯ୍ୟନ୍ତ ଇନ୍ସୁରେନ୍ସ ଅର୍ଥ ପାଇ ନାହାନ୍ତି ସେମାନଙ୍କୁ ତୁରନ୍ତ ଇନ୍ସୁରେନ୍ସ ଅର୍ଥ ପୁରଣ କରିବା, ନୂତନ ଜଳ ଅମଳ ପ୍ରକଳ୍ପ ତଥା ବ୍ୟାରେଜ କମ୍ ବ୍ରିଜ ନିର୍ମାଣ କରି ଜିଲ୍ଲାରେ ଜଳ ସଂପଦ ସଂରକ୍ଷଣର ସୁବନ୍ଦୋବସ୍ତ କରିବା ନେଇ ଅନେକ ପ୍ରସ୍ତାବ ଆଲୋଚନା ହୋଇଥିଲା । ଅଧିବେଶନରେ ଜିଲ୍ଲାର ବିଭିନ୍ନ ବ୍ଲକ ପ୍ରତିନିଧି ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ବଲାଙ୍ଗିର ବ୍ଲକ ସଭାପତି ନାରାୟଣ ନାଥ, ଅନାଦି ପାଣିଗ୍ରାହି, ଜୟଗୋପାଳ ବଗର୍ତ୍ତି, ତାସନ ପାତ୍ର, ନାଜେର ଭୋଇ, ମୋହନ ପଧାନ, ପରମେଶ୍ୱର ପଧାନ, ବୃନ୍ଦାବନ ନାଏକ, ଅରକ୍ଷିତ ପଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କିଷାନ ସଂଘ ସହରାଞ୍ଚଳ କମିଟି ସଂପାଦକ ଗୋବିନ୍ଦ ମିଶ୍ର ନଗର ଉପଭୋକ୍ତାଙ୍କ ପାଇଁ କିଚେନ ଗାର୍ଡେନ ର ଉପାଦେୟତା ନେଇ ନିଜ ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମକୁ ମିଡିଆ ଅଧିକାରୀ ଧର୍ମବ୍ରତ ରଥ ପରି·ଳନା କରିଥିଲେ । ଶେଷରେ କୋଷାଧ୍ୟକ୍ଷ ସ୍ୱାଧିନ କୁମାର ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

Comments