ଯୋଗ ଶିବିର ଉପରେ ଆକ୍ରମଣ


ଫ୍ଲୋରିଡା, ୩/୧୧ : ଫ୍ଲୋରିଡାର ରାଜଧାନୀ ତାଲାହାସିଠାରେ ଏକ ଯୋଗ ଶିବିର ଉପରେ ଜଣେ ଆତତାୟୀ ଆଖୁବଜା ଗୁଳି ଚାଳନା କରିବାରୁ ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି  । ଲୋକଙ୍କୁ ହତ୍ୟା କରିବା ପରେ ଆତତାୟୀ ନିଜକୁ ଗୁଳି କରି ହତ୍ୟା କରିଛି  । ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ଭୋର୍ ୫ଟା ୪୭ ମିନିଟ୍ରେ ଆତତାୟୀ ଜଣକ ଏହି ଯୋଗ ଶିବିର ଉପରେ ଆକ୍ରମଣ କରିଥିଲା  । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ମୃତାହତଙ୍କୁ ଉଦ୍ଧାର କରିଥିଲା  । ଆତତାୟୀ ଗୁଳିରେ ୨ ଜଣଙ୍କ ମୃତ ଶରୀର ଯୋଗ ଶିବିରରେ ପଡ଼ିଥିବା ଦେଖାଯାଇଥିଲା  । ପ୍ରାଥମିକ ପର୍ଯ୍ୟାୟରେ ୫ ଜଣଙ୍କୁ ଓ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୨ ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ପଠାଯାଇଛି  । ସେଠାରେ ଆହୁରି କିଛି ଆହତ ଥିବା ଜଣାପଡ଼ିଛି  । ଘଟଣାର ପାରିପାଶ୍ୱିର୍କ ସ୍ଥିତିକୁ ଦେଖିବା ପରେ ଆତତାୟୀ ସହିତ ଶିବିରରେ ଥିବା ଲୋକେ ଆତ୍ମରକ୍ଷା ପାଇଁ ସଂଘର୍ଷ କରିଥିବା ଅନୁମାନ କରାଯାଉଛି  ।

Comments