ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ପ୍ରଥମ ହିନ୍ଦୁ ପ୍ରତିଦ୍ୱନ୍ଦ୍ୱୀ ତୁଳସୀ ଗେବାଡ


ୱାଶିଂଟନ୍, ୧୨/୧୧ : ୨୦୨୦ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ହିନ୍ଦୁ ପ୍ରାର୍ଥୀ ଭାବେ ତୁଳସୀ ଗେବାର୍ଡ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଓହ୍ଲାଇଛନ୍ତି  । ଏଥିପୂର୍ବରୁ ଆମେରିକୀୟ କଂଗ୍ରେସରେ ପ୍ରଥମ ହିନ୍ଦୁ ସାଂସଦ ଭାବେ ତୁଳସୀଙ୍କ ପରିଚୟ ଥିଲା  । ଲାସ ଏଞ୍ଜେଲ୍ସରେ ମେଡଟ୍ରୋନିକ କନଫରେନ୍ସରେ ଭାରତୀୟ ବଂଶୋଦ୍ଭବ ଡା ସମ୍ପତ ଶିବାଙ୍ଗୀ ତାଙ୍କ ନାମକୁ ଔପଚାରିକ ଭାବେ ଘୋଷଣା କରିଥିଲେ  । ସେ କହିଥିଲେ ଯେ, ୩୭ ବର୍ଷୀୟା ତୁଳସୀ ୨୦୨୦ରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ  । ଏହି ସମ୍ମିଳନୀକୁ ତୁଳସୀ ନିଜେ ସମ୍ବୋଧିତ କରିଥିଲେ  । ତେବେ ଆସନ୍ତା ବର୍ଷ କ୍ରିସମାସ ପରେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ହେବ ବୋଲି ସୂଚନା ମିଳିଛ

Comments