ଭାବନଗର, ୧୨/ ୧୧ : ସମାଜରେ ଅନେକ ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ କି, ତାଙ୍କର ସାରା ଜୀବନ ଲୋକଙ୍କ ସେବାରେ ଉତ୍ସର୍ଗ କରିଥାଆନ୍ତି । ସେହିଭଳି ଜଣେ ପରୋପକାରୀ ଓ ମାନବସେବା ପାଇଁ ଉତ୍ସର୍ଗୀକୃତ ବ୍ୟକ୍ତି ହେଉଛନ୍ତି ମହେନ୍ଦ୍ରଭାଇ ପଟେଲ୍ । ସେ ନିଜ ପିଲାଛୁଆ ଓ ପରିବାର କଥା ଚିନ୍ତା ନ କରି ସମାଜରେ ସେବା କରିବାର ବ୍ରତରେ ନିଜକୁ ନିୟୋଜିତ କରିଛନ୍ତି । ୭୫ ବର୍ଷୀୟ ମହେନ୍ଦ୍ରଭାଇ ପିଲାଟି ଦିନରୁ ଲୋକଙ୍କ ସେବା କରିଆସୁଛନ୍ତି । ପ୍ରତିଦିନ ସକାଳ ୬ଟାରୁ ଉଠି ରାତିରେ ଶୋଇବା ଯାଏ ସେ ଲୋକଙ୍କ ସହାୟତା କରିବା କାମରେ ନିଜକୁ ନିୟୋଜିତ କରିଥାନ୍ତି । ସେ ବିଭିନ୍ନ ଉପାୟରେ ଲୋକଙ୍କ ସେବା କରିଥାନ୍ତି । ସେ ନିଜ ହାତରେ ରୋଷେଇ କରି ଭୋକିଲା ଲୋକଙ୍କୁ ଖାଇବାକୁ ଦେବା ସହିତ ଗରିବ ପରିବାରର ଝିଅଙ୍କ ବିବାହ କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରିଥାନ୍ତି । କେବଳ ସେତିକି ନୁହେଁ ଟଙ୍କା ଅଭାବରୁ ପାଠ ପଢ଼ିପାରୁନଥିବା ଲୋକଙ୍କୁ ମଧ୍ୟ ପାଠ ପଢ଼ାଇଥାନ୍ତି । ମହେନ୍ଦ୍ର ଭାଇଙ୍କ ଏପରି ସମାଜ ସେବା କାରଣୁ ସେ କିଛି ଲୋକଙ୍କ ପାଇଁ ଭଗବାନ ପାଲଟିଯାଇଛନ୍ତି ତ ଆଉ କିଛି ଲୋକଙ୍କ ପାଇଁ ସେ ଭାଇ ପାଲଟିଯାଇଛନ୍ତି । ମହେନ୍ଦ୍ରଙ୍କ ପରିବାର ଲୋକେ ସମସ୍ତେ ଆମେରିକାରେ ରହୁଥିବାବେଳେ ସେ ଗାଁରେ ରହି ଲୋକଙ୍କ ସେବା କରିଆସୁଛନ୍ତି ।

Comments
Post a Comment