ଅଯୋଧ୍ୟା ୨୫/୧୧: ସୁପ୍ରିମକୋର୍ଟରେ ରାମ ମନ୍ଦିର ମାମଲାର ଶୁଣାଣି ବାରମ୍ବାର ଗଡି ଚାଲିଥିବାରୁ ଏଥିରେ ଅଧୈର୍ଯ୍ୟ ହୋଇ ଅଯୋଧ୍ୟାରେ ସାଧୁସନ୍ଥମାନେ ରାମ ମନ୍ଦିର ନିର୍ମାଣ ପାଇଁ ରଣହୁଙ୍କାର ଦେଇଛନ୍ତି । ରାମ ମନ୍ଦିର ନିର୍ମାଣର ମାର୍ଗ ପ୍ରଶସ୍ତ କରିବାକୁ ରବିବାର ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ବିରାଟ ଧର୍ମ ସଭାରେ ଲକ୍ଷାଧିକ କର୍ମୀ ଏକତ୍ରୀତ ହୋଇଛନ୍ତି । ଏଠାରେ ଉଦବୋଧନ ଦେଇ ରାମାନନ୍ଦ ସମ୍ପ୍ରଦାୟର ଜଗଦଗୁରୁ ରାମ ଭଦ୍ରାଚାର୍ଯ୍ୟ ଘୋଷଣା କରିଛନ୍ତି ଯେ, ଡିସେମ୍ବର ୧୧ ପରେ ରାମ ମନ୍ଦିର ନିର୍ମାଣ ପଥରେ ଥିବା ବାଧା ଦୂର ହେବ । ଐହି ଅବସରରେ ଆରଏସଏସର ମୁଖ୍ୟ ମୋହନ ଭାଗୱତ ମଧ୍ୟ କହିଛନ୍ତି ଯେ, ଧୈର୍ଯ୍ୟ ବହୁତ ହୋଇଗଲା ଏବେ ମନ୍ଦିର ପାଇଁ ଜନଜାଗରଣ ଆରମ୍ଭ ହେବ । ଶ୍ରୀରାମଭୂମି ନ୍ୟାଶର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅତ୍ୟନ୍ତ ଆବେଗଭରା କଣ୍ଠରେ କହିôଲେ ଯେ, ବିଶିଷ୍ଟ ରାମଭକ୍ତ ସନ୍ଥ ଯୋଗୀ ଆଦିତ୍ୟ ନାଥ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ନରେନ୍ଦ୍ର ମୋଦିଙ୍କ ପରି ନିଷ୍ଠାବାନ ରାମ ଭକ୍ତ ଦେଶର ପ୍ରଧାନମନ୍ତ୍ରୀ ଥିବା ସତ୍ତେ୍ୱ ରାମ ଲାଲା ଏକ ଜର୍ଜର ତମ୍ବୁରେ ପୂଜା ପାଇବା ଅତ୍ୟନ୍ତ ପୀଡା ଦାୟକ । କାଳ ବିଳମ୍ବ ଅସହ୍ୟ ହେଲାଣି । ଏବେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ମନ୍ଦିର ନିର୍ମାଣ ପଥରେ ଥିବା ବାଧା ଦୂର କରନ୍ତୁ । ସଂଘର ସରକାର୍ଯ୍ୟବାହ ଡ. କୃଷ୍ଣ ଗୋପାଳ ଏହି ଅବସରରେ କହିଥିଲେ ଯେ, ଭବ୍ୟ ମନ୍ଦିର ପାଇଁ ଆମକୁ ପୂରା ଜମି ଦରକାର । ଏହି ପବିତ୍ର ଭୂମିର ଭାଗବଣ୍ଟା ସ୍ୱୀକାର୍ଯ୍ୟ ନୁହେଁ । ସେ କହିଛନ୍ତି ଯେ, ବିବାଦୀୟ ସ୍ଥଳରେ ପୂର୍ବରୁ ମନ୍ଦିର ଥିଲା ଏହା ପ୍ରମାଣିତ ହୋଇସାରିଛି । ତଥାପି ଏହି ମାମଲାକୁ ଯେତିକି ଗୁରୁତ୍ୱ ଦିଆଯିବା କଥା ତାହା ଦିଆଯାଉ ନାହିଁ । ଅଦାଲତଙ୍କ ଫୈସଲା ତୁରନ୍ତ ଆସିବା ଦରକାର । ସେ କହିଛନ୍ତି ଯେ, କୌଣସି ବିବସତା କାରଣରୁ ଯଦି କୋର୍ଟ ଏହି ମାମଲାରେ ଜନସମ୍ବେଦନଶୀଳତାକୁ ବୁଝିପାରୁ ନାହାନ୍ତି ତେବେ କେନ୍ଦ୍ର ସରକାର ଏଥି ପାଇଁ ବିଧି ପ୍ରଣୟନ କରି ମନ୍ଦିର ନିର୍ମାଣର ରାସ୍ତା ପରିଷ୍କାର କରିବା ଉଚିତ । ଆଜି ଅନୁଷ୍ଠିତ ବିଶ୍ୱହିନ୍ଦୁ ପିଷଦର ଧର୍ମସଭା ବା ଧର୍ମ ସଂସଦର ନିଷ୍ପତ୍ତି ଉପରେ ପୂରା ଦେଶର ନଜର ଲାଖି ରହିଥିଲା । ଏହି ଅବସରରେ ସାଧୁସନ୍ଥମାନେ କହିଛନ୍ତି ଯେ, ଏବେ ଯାଚନା ନୁହେଁ ରଣ କରିବୁ । ରାମ ମନ୍ଦିର ନିର୍ମାଣ କରି ସାରିବା ପରେ ବିଶ୍ରାମ ନେବୁ । ଅଯୋଧ୍ୟାରେ ଯଦି କିଛି ନିର୍ମାଣ ହେବ ତେବେ କେବଳ ରାମ ମନ୍ଦିର ହିଁ ନିର୍ମାଣ ହେବ । ଡିସେମ୍ବରରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ । ଏଥି ପାଇଁ ସମଗ୍ର ଦେଶରୁ ସାଧୁସନ୍ଥ ଏଠାକୁ ଆସିବେ ଓ ରାମ ମନ୍ଦିରର ନିର୍ମାଣ ଆରମ୍ଭ ହେବ । ଶହେ କୋଟି ହିନ୍ଦୁଙ୍କୁ କେହି ଦୁର୍ବଳ ଭାବିବା ଉଚିତ ନୁହେଁ ଓ ରାମ ମନ୍ଦିର ନିର୍ମାଣ ପାଇଁ ସେମାନେ ନିଜର ସର୍ବୋଚ୍ଚ ବଳିଦାନ ଦେବାକୁ ପ୍ରସ୍ତୁତ ଥିବା ସାଧୁସନ୍ଥମାନେ ଚେତାଇ ଦେଇଛନ୍ତି । ସେପଟେ ଆଜି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେଚେତାଇ ଦେଇ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ସମଗ୍ର ବିଶ୍ୱ ଅଯୋଧ୍ୟାରେ ଶ୍ରୀରାମଙ୍କ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେଉ ବୋଲି ଚାହେଁ । ଏହି ମନ୍ଦିର ନିର୍ମାଣକୁ ଆଉ ବିଳମ୍ବ କଲେ ତାହାକୁ ହିନ୍ଦୁମାନେ କ୍ଷମା କରିବେ ନାହିଁ । ସେ କହିଛନ୍ତି ଯେ, ନିର୍ବାଚନ ସମୟରେ ସମସ୍ତେ ‘ରାମ ରାମ ଜପନ୍ତି ଓ ନିର୍ବାଚନ ସରିଗଲେ ଆରାମ କରନ୍ତି’ । କିନ୍ତୁ ଶିବସେନା ଏଥର ଏହା କରିବାକୁ ଦେବ ନାହିଁ । ସେ ଆହୁରି କହିଛନ୍ତି ଯେ, ଏବେ କେନ୍ଦ୍ରରେ ଥିବା ସରକାର ଯଥେଷ୍ଟ ଶକ୍ତିଶାଳୀ ଅଥଚ ରାମ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ? ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହୁଛନ୍ତି ଯେ, ବିବାଦୀୟ ସ୍ଥଳରେ ରାମ ମନ୍ଦିର ଥିଲା , ଅଛି ଓ ରହିବ । ତେବେ ମନ୍ଦିର କାର୍ହିକି ଦୃଶ୍ୟମାନ ହେଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତଏଥିପୂର୍ବରୁ ସେ ବିବାଦୀୟ ସ୍ଥଳରେ ବିରାଜମାନ ରାମ ଲାଲାଙ୍କ ଦର୍ଶନ ପାଇଁ ଯାଇଥିଲେ । ଏଥିନେଇ ସେ କହିଥିଲେ ଯେ, ରାମ ଲାଲାଙ୍କ ଦର୍ଶନ ନୁହେଁ ଜେଲ ଗଲା ଭଳି ଲାଗୁ ଥିଲା । ଆଜି ଅଯୋଧ୍ୟା ୨୬ ବର୍ଷ ତଳର ସ୍ମୃତିକୁ ପୁଣି ତାଜା କରିଦେଇଛି । ସେତେବେଳେ ଦେଶ ବିଦେଶରୁ ଆସିଥିବା ହଜାର ହଜାର କର ସେବକ ଅଯୋଧ୍ୟାର ସମସ୍ତ ଗଳି କନ୍ଦିରେ ଭରି ଯାଇଥିଲେ । ଏହି କର ସେବକମାନଙ୍କ ଧୈର୍ଯ୍ୟଚ୍ୟୁତି ଯୋଗୁ ବିବାଦୀୟ ଢ଼ାଞ୍ଚା ବା ବାବରୀ ମସଜିଦ ମାଟିରେ ମିଶିଯାଇ ତା ସ୍ଥାନରେ ତମ୍ବୁତଳେ ଏକ ଅସ୍ଥାୟୀ ମନ୍ଦିରେ ରାମ ଲାଲା ପୂଜା ପାଉଛନ୍ତି

Comments
Post a Comment