ଯୋଗ ଓ ମନୁଷ୍ୟ ଗଠନ ଏକଦିବସୀୟ କର୍ମଶାଳା ଆୟୋଜିତ


ଚଣ୍ଡିଖୋଲ,୧୦/୧୨: ସବୁଜ ବିପ୍ଲବ କୋଠ ଓ ଯୋଗ ମହୋତ୍ସବ ସମିତି ଓଡ଼ିଶା ମିଳିତ ଆନୁକୁଲ୍ୟାରେ ବଡ଼ଚଣା ସ୍ଥିତ ବିଶ୍ୱ କଲ୍ୟାଣ ସେବକ ସମାଜ ପରିସରରେ ଯୋଗ ଓ ମନୁଷ୍ୟ ଗଠନ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଅଶୋକ କୁମାର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ କର୍ମଶାଳାକୁ ବିଶ୍ୱ କଲ୍ୟାଣ ସେବକ ସମାଜର ନିର୍ଦ୍ଦେଶକ ଅଶୋକ କୁମାର ଦାସ ଉଦ୍ଘାଟନ କରି ଯୋଗ ପ୍ରାଚୀନ ଭାରତୀୟ ପରମ୍ପରା ଓ ସଂସ୍କୃତିର ଅମୁଲ୍ୟ ବରଦାନ ଅଟେ । ଦୈନିକ ଯୋଗାଭ୍ୟାସ ଶରୀର ଏବଂ ମନ, ବିଚାର, କର୍ମ, ଆତ୍ମସଂଯମ, ପୂର୍ଣ୍ଣନାର ଏକାତ୍ମକତା ତଥା ମାନବ ଓ ପ୍ରକୃତି ମଧ୍ୟରେ ଶନ୍ତୁଳନ ରକ୍ଷା କରି ମଣିଷ ସମାଜକୁ ପରିମାର୍ଜିତ କରିବା ସହିତ ମନରେ ଆଧ୍ୟାତ୍ମିକତା ଭାବ ଜାଗ୍ରତ କରିଥାଏ । ସବୁଜ ବିପ୍ଲବ କୋଠ ମାଧ୍ୟମରେ ଲୋକମାନଙ୍କୁ ଉନ୍ନତ ଧରଣର କୃଷି ଯନ୍ତ୍ରପାତି, ଅତ୍ୟାଧୁନିକ ଓ ବୈଷୟିକ କୃଷି ପ୍ରଣାଳୀ ଯଥା ରାସାୟନିକ ସାର, ଅଧିକ ଅମରକ୍ଷମ ବିହନ, ସୁଲବ ଦରରେ ରାସନ ସାମଗ୍ରୀ ବଣ୍ଟନ, ଛାତ୍ରଛାତ୍ରୀମାନଙ୍କୁ ନୈତିକ, ସଦାଚାର ଓ ଉତ୍ତମ ମାନର ଶିକ୍ଷା ପ୍ରଦାନ କରିବା ସହିତ ଏକ ଶୁସ୍ଥ ନିରାମୟ ଓ ସୁନ୍ଦର ସବୁଜିମାଭରା ବିଶ୍ୱ ପରିବେଶ ସୃଷ୍ଟି କରିବା ସହିତ ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଲୋକମାନଙ୍କୁ ଶିକ୍ଷା, ସ୍ୱସ୍ଥ୍ୟ କ୍ଷେତ୍ରରେ ସହଯୋଗର ହାତ ବଢାଇବା ସବୁଜ ବିପ୍ଳ୍ବ କୋଠର ମୁଖ୍ୟ ଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଗ ମହୋତ୍ସବ ସମିତିର ସମ୍ପାଦକ ଦିବାର ପ୍ରସାଦ ହରିଚନ୍ଦନ ଯୋଗ ଆମର ଜୀବନ ଶୈଳିରେ ପରିବର୍ତ୍ତନ ଆଣି ଆମ ଭିତରେ ହେଉଥିବା ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରିବା ସହିତ ଏକ ସୁନ୍ଦର, ଶାନ୍ତି, ନିରାମୟ ଜୀବନ ବିତାଇବାରେ ସାହାଯ୍ୟ କରିଥାଏ । ସମ୍ମାନିତ ଅତିଥି ଭାବେ ଯୋଗ ଗବେଷକ ରବିନ୍ଦ୍ର କୁମାର ମହାନ୍ତି ସୁସ୍ଥ ଶରୀର, ଶୁସ୍ଥ ମନ ଜୀବନ ଉନ୍ନତିରେ ସହାୟକ ହେବା ସହିତ ମନ ମଧ୍ୟରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା ସହିତ ଯୋଗର ବିଭିନ୍ନ ଦିଗ ଓ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟାମାନଙ୍କ ମଧ୍ୟରେ ପ୍ରଫୁଲ୍ଳ କୁମାର ରଣା, ମୋହନ ଖିଲାର, ସମରେନ୍ଦ୍ର ମାହାଲା, ପ୍ରସନ୍ନ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଯୋଗର ବିଭିନ୍ନ ନୀତି ଓ ନିୟମ ବିଷୟରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ବିଭିନ୍ନ ଜିଲାରୁ ଓ ସ୍ଥାନୀୟ ଅଞ୍ଚଳରୁ ବହୁ ଶିବିରାର୍ଥୀ ଯୋଗଦେଇଥିଲେ ।

Comments