ଆରଏସ୍ଏସ୍ ମୁଖ୍ୟଙ୍କ ତିନିଦିନିଆ ଓଡିଶା ଗସ୍ତ


ଭୁବନେଶ୍ୱର,୧୫/୧୨ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମ ପୂଜନୀୟ ସରସଂଘ ଚାଳକ ଡ. ମୋହନରାଓ ଭାଗବତ ତିନି ଦିନିଆ ଓଡିଶା ଗସ୍ତରେ ଆସି ଶୁକ୍ରବାର ଦିନ ଭୁବନେଶ୍ୱରରେ ପହଞ୍ôଚଛନ୍ତି  । ଏହା ତାଙ୍କର କେବଳ ସାଙ୍ଗଠନକି ପ୍ରବାସ । ସାଂଗଠନିକ ଦୃଢି କରଣ, ବିସ୍ତାର ଏବଂ  କାର୍ଯ୍ୟକର୍ତ୍ତା ନିର୍ମାଣ ଉପରେ ବିଶେଷ ଧ୍ୟାନ ଦେବେ ।  ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମଧ୍ୟ ବଙ୍ଗଳା ଓଡିଶାର କ୍ଷେତ୍ର ବୈଠକ ଅନୁଷ୍ଠିତ ହେଉଛି । ଏଥିରେ ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ଓ କ୍ଷେତ୍ରୀୟ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଛନ୍ତି । ଏହି ଅବସରରେ ଶ୍ରୀ ଭାଗବତଙ୍କର  କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ବୋଲି ସଂଘର ପ୍ରାନ୍ତ ପ୍ରଚାର ପ୍ରମୁଖ ରବି ନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି ।

ଗୋଲଖ ଚନ୍ଦ୍ର ଦାସ

Comments