ଭାରତ ହେବ ବିଶ୍ୱଗୁରୁ-ସାଧ୍ୱୀ ଦେବପ୍ରିୟା


ଯାଜପୁର,୨୨ା୧୨: ଭାରତ ବର୍ଷକୁ ବିଶ୍ୱର ଗୁରୁ ଋପେ ପରିଚିତ କରିବାର ଲକ୍ଷ୍ୟକୁ ପୂରଣ କରିବାକୁ ହେଲେ ପ୍ରଥମେ ଭାରତ ବର୍ଷର ପ୍ରତ୍ୟେକ ଘରେ ଯୋଗକୁ ପହଂଚାଇକୁ ହେବ । ଯୋଗ ଶରୀରକୁ ରୋଗମୁକ୍ତ କରିବା ସଙ୍ଗେସଙ୍ଗେ ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରଖିଥାଏ । ଏହା ବ୍ୟତିତ ଘରର ମେରୁଦଣ୍ଡ ନାରୀ । ନାରୀ ସୁସ୍ଥ ରହିଲେ ପରିବାର , ସମାଜ ସୁସ୍ଥ ରହିବ । ଏଣୁ ସମଗ୍ର ଭାରତ ବର୍ଷକୁ ଯୋଗମୟ କରିବା ନିମନ୍ତେ ଯୋଗଗୁରୁ ସ୍ୱାମୀ ରାମଦେବ ତାଙ୍କର ପ୍ରତିନିଧି ସ୍ୱରୂପ ସନ୍ୟାସୀ ସନ୍ୟାସିନୀ ମାନଙ୍କୁ ବିଭିନ୍ନ ପ୍ରଦେଶକୁ ପ୍ରେରଣ କରିଥିବାବେଳେ ଆମ ଓଡିଶାକୁ ଆଦରଣୀୟା ଭଉଣୀ ବ୍ରହ୍ମଚାରୀଣୀ ଓ ପୂଜ୍ୟା ସ୍ୱାଧୀ ସନ୍ୟାସିନୀ ଦେବବ୍ରତାଙ୍କୁ ମହିଳା ମାନଙ୍କୁ ଯୋଗଶିକ୍ଷା ସହିତ ଯୋଗ ସଚେତନ ବାର୍ତ୍ତା ଦେବାକୁ ପ୍ରେରଣ କରିଛନ୍ତି । ଏହି ପରିପେକ୍ଷୀରେ ଯାଜପୁର ଜିଲ୍ଲାର ବ୍ୟାସନଗର ତହସିଲ ନିକଟସ୍ଥ ରାଛିପୁର ଗ୍ରାମ ଶନି ମନ୍ଦିର ପ୍ରାଙ୍ଗଣରେ ସମୟ ଅପରାହ୍ନ ୨ ଘଟିକାରୁ ୪ ଘଟିକା ଯାଏ ଏକ ଯୋଗ ସଚେତନ ସଭା ଆୟୋଜନ ହୋଇଥିଲା । ଏହି ସଭାରେ ୧୫୦ ଜଣ ମହିଳା ଯୋଗ ଦେଇଥିବା ବେଳେ ଭାଇମାନେ ମଧ୍ୟ ଯୋଗଦେଇଥିଲେ । ଏହି ସଭାର ଆୟୋଜନ କରିଥିଲେ ଯୁବା ପ୍ରଭାରୀ ପ୍ରସନ୍ନ ସାହୁ, ଅର୍ଜ୍ଜୁନ ଚରଣ ଓଝା, ସୁଶାନ୍ତ ସାହୁ, କୈଳାସ ସାହୁ ନିଳମଣି ସାହୁ ,ପ୍ରିତେଶ ନାଥ ଓ ଝରଣା ସାହୁ, ରେଣୁବାଳା ସାହୁ, ପଦ୍ମିନୀ ନାଥ  । ଏହାପରେ କୋରେଇ ବ୍ଲକର ପୂର୍ବକୋର୍ଟ ଠାରେ ମଧ୍ୟ ସଂଧ୍ୟ୍ୟା ୫ ଘଟିକାରୁ ୭ ଘଟିକା ଯାଏ ଏକ ସଭା ଗୀତା ଦାସ, ଭାରତୀ ଦାସ, ଦୁର୍ଗା ରାଓ , ଜେସି ଦାସ ଓ ଯୁବା ପ୍ରଭାରୀ ରବିନ୍ଦ୍ର କୁମାର ପାତ୍ରଙ୍କ ଦ୍ୱାରା ଆୟୋଯିତ ହୋଇଥିଲା । ଏହି ସଭାରେ ଦୁଇଶହ ମହିଳା ଯୋଗ ଦେଇ ଯୋଗକୁ ଜୀବନ ଜୀଇବାର କଳା ରୂପେ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଦାୟିତ୍ୱରେ ଥିବା ରାଜ୍ୟ କର୍ଯ୍ୟ କାରୀଣୀ ସଦସ୍ୟା ନିବେଦିତା ପତି ବ୍ୟାସନଗର ମହିଳା ତହସିଲ ପ୍ରଭାରୀ ଅଶାନ୍ତି ସାମଲ, ଯାଜପୁର ଜିଲ୍ଲା ଯୋଗ ପ୍ରଚାରୀକା ଭଉଣୀ ଭକ୍ତଲତା ବାରିକ, ଯାଜପୁର ମହିଳା ପ୍ରଭାରୀ ସଂଯୁକ୍ତା ମହାପାତ୍ର, ଯୁବା ପ୍ରଭାରୀ ଉମାକାନ୍ତ ବିଶ୍ୱାଳ ପ୍ରଭୃତି ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments