ପେନ୍ ଫର ନେସନ୍ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରରେ ଯୋଗଦେବେ ରାଜ୍ୟପାଳ

୨୩ରେ ପେନ୍ ଫର ନେସନ୍ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର
ଭୁବନେଶ୍ୱର, ୧୯ / ୧୨: ଗଣତନ୍ତ୍ରରେ ଗଣମାଧ୍ୟମର  ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏକ ସୁସ୍ଥ ସମାଜ ଗଠନ ଦିଗରେ ଗଣମାଧ୍ୟମର ସହଯୋଗ ନିତ୍ୟାନ୍ତ ଆବଶ୍ୟକ । ଗଣମାଧ୍ୟମ, ଜନସାଧାରଣଙ୍କ ପାଇଁ ବରଦାନ ସଦୃଶ ଓ ଗଣଙ୍କର ସ୍ୱର । ସାମ୍ପ୍ରତିକ ସ୍ଥିତିରେ ସାମ୍ବାଦିକମାନେ ସେହି ଦାୟିତ୍ୱକୁ ନିଷ୍ଠାପର ଓ ନିରପେକ୍ଷ ଭାବେ ସମ୍ପାଦନ କରିବା ଆବଶ୍ୟକ ।  ସତ୍ୟ ଓ ତଥ୍ୟ ଭିତ୍ତିକ ତଥା ଗୁଣାତ୍ମକ ସମ୍ବାଦ ଜନସାଧାରଣଙ୍କ ନିକଟରେ ପରିବେଷଣ କରୁଥିବା ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନେଇ ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡିଶା ତରଫରୁ ଆସନ୍ତା ଡିସେମ୍ବର ୨୩ ତାରିଖ ଦିନ ୯.୩୦ ମିନିଟ୍ ସମୟରେ  ଭୁବନେଶ୍ୱରର ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଠାରେ ‘ଦେଶ ହିତରେ କଲମ’  (Pen for Nation) ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଏହି ଆଲୋଚନା ଚକ୍ରରେ  ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥିରୂପେ ଯୋଗ ଦେବେ । ଏଥି ସହିତ ଏହି କର୍ମଶାଳାରେ ରାଜ୍ୟର ବିଶିଷ୍ଟ ସାମ୍ବାଦିକ, ସ୍ତମ୍ଭଲେଖକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କାର୍ଯ୍ୟକ୍ରମର ପ୍ରଭାରୀ ଶ୍ରୀ ରବି ନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି ।

ଗୋଲଖ ଚନ୍ଦ୍ର ଦାସ

Comments