ଆସନ୍ତା ୩୧ ରେ ଜୟପୁରରେ ବିଶାଳ ହିନ୍ଦୁ ସମ୍ମିଳନୀ


ଜୟପୁର, ୨୦/୧୨: ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଜୟପୁର ଦଶହରା ପଡିଆରେ ଆସନ୍ତା ୩୧ ତାରିଖରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ଆଜି ବିଶ୍ୱ ହିନ୍ଦୁ ପରିଷଦ ଜୟପୁର ତରଫରୁ ଅଗ୍ରେସନ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦିଆଯାଇଛି । ଏହି ସମ୍ମିଳନିରେ ପରିଷଦର ଜିଲା ସଭାପତି ବାବୁ ଭାଇ ବଜରଙ୍ଗି, କାର୍ଯ୍ୟକାରି ସଭାପତି ତେଜେଶ୍ୱର ପଣ୍ଡା, ଉପ ସଭାପତି ନବକୃଷ୍ଣ ରଥ, ଜିଲା ସମ୍ପାଦକ କମଳ କାନ୍ତ ବିଶ୍ୱାଳ ଉପସ୍ଥିତ ରହିଥିଲେ । ସମ୍ମିଳନିରେ ପରିଷଦର କେନ୍ଦ୍ରିୟ ମାର୍ଗ ଦର୍ଶନ ମଣ୍ଡଳିର ସଦସ୍ୟ ମହା ମଣ୍ଡେଳଶ୍ୱର ଅଖିଳେଶ୍ୱର ଗିରି ମହାରାଜା ଯୋଗଦେଇ ଉଦବୋଧନ ଦେବେ । ଏହି ସମ୍ମିଳନିରେ ଅବିଭକ୍ତ କୋରାପୁଟ ଜିଲାର ନବରଙ୍ଗପୁର, ରାୟଗଡା, ମାଲକାନଗିରି ଓ କୋରାପୁଟ ଜିଲାର ୫୦ ହଜାରରୁ ଅଧିକ ହିନ୍ଦୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାଦ୍ୱାରା ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ନେଇ ଯେଉଁ ଅପେକ୍ଷା ଥିଲା ତାହାର ଅନ୍ତ ଘଟିଛି ବୋଲି ପରଷଦ ପକ୍ଷରୁ କୁହାଯାଇଛି  । ପୂଜ୍ୟ ସାଧୁସନ୍ଥଙ୍କ ସମେତ ସମଗ୍ର ହିନ୍ଦୁ ସମାଜର ୪ ଦଫା ଦାବୀ ହେଉଛି ଭଗବାନ ରାମଲୀଳା ଯେଉଁଠାରେ ବିରାଜମାନ ହୋଇ ରହିଛନ୍ତି ସେହିଠାରେ ଭବ୍ୟ ମନ୍ଦିର ନିର୍ମାଣ କରିବା, ଆଯୋଧ୍ୟାର ସାଂସ୍କୃତିକ ସମାଜରେ ମସଜିଦ ରହିବ ନାହିଁ, ଆକ୍ରମଣକାରୀ ବାବର ନାମରେ କୌଣସି ମସଜିଦ ନାମିତ ହେବ ନାହିଁ, ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ସଂସଦରେ ଆଇନ କରନ୍ତୁ ବୋଲି ପରିଷଦ ଦାବି କରିଛି ।

Comments