ସାଉଥବଲଣ୍ଡା,୨୨/୧୨: ତାଳଚେର ବ୍ଲକସ୍ଥିତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ବନବିହାର କାର୍ଯ୍ୟକ୍ରମ ସ୍ଥାନୀୟ ଆମ୍ବପାଳ ଗ୍ରାମ ନିକଟସ୍ଥ ଆମ୍ବତୋଟାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଚର୍ତୁଭୂଜ ସାହୁ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବରେ ପୂର୍ବତନ ପରିଚାଳନା କମିଟିର ସଭାପତି ଶିକ୍ଷାବିତ୍ ଦୈତାରୀ ସାହୁ, ମୁଖ୍ୟ ବକ୍ତା ଭାବରେ ପରିଚାଳନା କମିଟିର ସଭାପତି ଦିବାକର ବାରିକ୍,ସମ୍ମାନୀତ ଅତିଥି ଭାବରେ ପୂର୍ବତନ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ ମାଝୀ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ପରିଚାଳନା କମିଟିର ସମ୍ଫାଦକ ବିଭୁତି ଭୂଷଣ ସ୍ୱାଇଁ, ସହ ସମ୍ପାଦକ ତପନ କୁମାର ସାହୁ ଓ କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ମଂଚାସୀନ ହୋଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ସାହୁ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ବାରିକ ନିଜ ଅଭିଭାଷଣରେ ପ୍ରକୃତି ସହ ଛାତ୍ରଛାତ୍ରୀମାନଙ୍କୁ ଯୋଡିବାରେ ବନବିହାର ଏକ ପ୍ରମୁଖ ମାଧ୍ୟମ ବୋଲି ବର୍ଣ୍ଣନା କରିଥିଲେ । ପରିବେଶର ସୁରକ୍ଷା ତଥା ବୃକ୍ଷରୋପଣ କରିବାକୁ ସେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱନ ଦେଇଥିଲେ । ଏହା ସହିତ ସମସ୍ତ ଛାତ୍ରଛାତ୍ରୀ ଜିନ୍ଦଲ୍ କମ୍ପାନୀ ପରିସରରେ ଥିବା ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ । ଏହାପରେ ପିଲାମାନଙ୍କ ମଧ୍ୟରେ ଏକ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ମଳୟ ଦାସ ପରିଚାଳନା କରିଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଶେଷରେ ସାମୁହିକ ଭୋଜନରେ ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ଭୋଜନ କରିଥିଲେ । ଗୁରୁମା ବୈଦେହୀ ସାହୁ ଓ ଦମୟନ୍ତୀ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ଶରତ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ପ୍ରଥମ ପର୍ଯ୍ୟାୟ ବନ ବିହାର ବିଦ୍ୟାଳୟ ପରିସରରେ ଗତ ବୁଧୁବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ହିଙ୍ଗୁଳା ପାଠାଗାରର ସଭାପତି ହାଡିବନ୍ଧୁ ପ୍ରଧାନ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Comments
Post a Comment