ବଲାଙ୍ଗିର, ୨୪/୧୨ : ଅଯୋଧ୍ୟାର ରାମ ଜନ୍ମଭୂମି ରାମମନ୍ଦିର ନିର୍ମାଣ ପାଇଁ ଆଗାମୀ ଡିସେମ୍ବର ୩୦ ତାରିଖ ଦିନ ୧୧ଟା ସମୟରେ ବଲାଙ୍ଗିର ସ୍ଥିତ କୋସଲ କଳାମଣ୍ଡଳ ପଡିଆରେ ବିଶାଳ ହିନ୍ଦୁ ସମ୍ମିଳନୀର ଆୟୋଜନ କରାଯାଉଛି । ଏଥିରେ ସମଗ୍ର ବୋ÷ଦ୍ଧ, ସୋନପୁର ଏବଂ ବଲାଙ୍ଗିର ଜିଲ୍ଲାରୁ ୫୦ ହଜାର ହିନ୍ଦୁଙ୍କର ସମାବେଶ ହେବାର କାର୍ଯ୍ୟକ୍ରମ ଅଛି । ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଜିଲ୍ଲା ସଂ·ଳନ ସମିତି, ବ୍ଲକ ସଂଚାଳନ ସମିତି, ପଂଚାୟତ ସଂଚାଳୟ ସମିତି ଏବଂ ଗ୍ରାମସ୍ତରରେ ଗ୍ରାମ ସମିତିମାନେ ଗଠନ କରିସାରିଛି । ନଗରମାନଙ୍କରେ ପଥପ୍ରାନ୍ତ ସଭାମାନ କରି ହିନ୍ଦୁ ଜାଗରଣ କରାଯାଉଛି । ରାମ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କୁ ଆଇନ ତଥା ଅଧ୍ୟାଦେଶ ଆଣିବା ପାଇଁ ·ପ ପ୍ରୟୋଗ ପାଇଁ ନିଷ୍ପତ୍ତି ନିଆଯାଇଛି । ବିଶ୍ୱ ହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତର ରାଜ୍ୟ ସଭାପତି ତଥା ସଂଚାଳନ ସମିତିର ସଂଯୋଜକ ନିଳାଦ୍ରୀ ବିହାରୀ ଯୋଷୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ମିଶ୍ର, ପବିତ୍ର ଦାଶ, ପ୍ରହଲ୍ଲାଦ ସାହୁ, ଅରୁଣ କୁମାର ସାହୁ, ଲୋକନାଥ ପାତ୍ର, ସୁନିଲ ସେଠ, ଗୋପବନ୍ଧୁ ଶତପଥି, ବିଶ୍ୱ ହିନ୍ଦୁ ପରିଷଦ, ବଜରଂଗ ଦଳ, ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ସମସ୍ତ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମର ସଫଳତା ଦିଗରେ ଉଦ୍ୟମ ଜାରରି ରଖିଛନ୍ତି

Comments
Post a Comment