ଅଯୋଧ୍ୟାରେ ମନ୍ଦିର ନିର୍ମାଣ ହେତୁ ବିଶ୍ୱହିନ୍ଦୁ ପରିଷଦର ନଅ ଦିବସୀୟ ସଂକଳ୍ପ ଅନୁଷ୍ଠାନ ପ୍ରାରମ୍ଭ




ନୂଆଦିଲ୍ଲୀ (ଭିଏସ୍କେ): ଅଯୋଧ୍ୟାର ଭଗବାନ ଶ୍ରୀରାମଙ୍କ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ନଅ ଦିବସୀୟ ସଂକଳ୍ପ କାର୍ଯ୍ୟକ୍ରମର ଶ୍ରୀଗଣେଶ ବିଶ୍ୱ ହିନ୍ଦୁପରିଷଦର ଅଧ୍ୟକ୍ଷ ଆଲୋକ କୁମାର ଜୀ ରାଜସ୍ଥାନର ବାଶୱାଡୀର ଏକ ଛୋଟ ଗାଁ ବାହୁଲ୍ୟରୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଏକ ବିଶାଳ ଯଜ୍ଞରେ ଉପସ୍ଥିତ ରାମ ଭକ୍ତମାନଙ୍କୁ ସମ୍ଭୋଧନ କରି ସେ କହିଲେ ଯେ ବନବାସୀ ବା ଗିରିବାସୀ ମାନଙ୍କ ସହିତ ଭଗବାନ ଶ୍ରୀରାମ ୧୪ ବର୍ଷ ବିତାଇ ଥିଲେ । ଦେଶରେ ଯେତେ ଗୁଡିଏ ମହତ୍ୱପୂର୍ଣ୍ଣ ପରିବର୍ତନ ହୋଇଛି , ସେଥିରେ ବନବାସୀ ବା ଗିରିବାସୀ, ଆଦିବାସୀ ଙ୍କ  ବହୁ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ତାହା ମେବାର ମାଟି ହେଉ ବା ମୋଗଲଙ୍କ ଆତଂକରୁ ମୁକ୍ତ କରିବାର କଥା ହେଉ ବା ଦେଶରେ ରାମରାଜ୍ୟ ସ୍ଥାପନ କରିବାର କଥା ହେଉ, ଏଥିରେ ଆଦିବାସୀଙ୍କ ଯୋଗଦାନ ବିଶ୍ୱ ବିଖ୍ୟାତ । ଏଥିପାଇଁ ରାମ ମନ୍ଦିର ହେତୁ ସଂକଳ୍ପ ଅନୁଷ୍ଠାନର ଶୁଭାରମ୍ଭ ମଧ୍ୟ ବଂଶବାଡରେ ଗାଁ ଗଣ୍ଡା ଘେରା ତେଜପୁରର ପବିତ୍ର ବୀର ଭୁମିରେ କରାଯାଇଛି ।
 ବିଶ୍ୱହିନ୍ଦୁ ପରିଷଦର ପ୍ରବକ୍ତା ବିନୋଦ ବଂସଲ କହିଲେ ଯେ ସାରାଦେଶର ପ୍ରତ୍ୟେକ ଗ୍ରାମ, ଘର,ମନ୍ଦିର, ମଠ, ଗୁରୁଦ୍ୱାର, ଜୈନ ଉପସନା ସ୍ଥଳୀ ବା ବୋ÷ଦ୍ଧ ଉପାସନା ସ୍ଥଳୀ,ବାଲ୍ମିକୀ ତଥା ଆର୍ଯ୍ୟ ସମାଜର ମନ୍ଦିର ଇତ୍ୟାଦି ସମସ୍ତ ପୂଜା ସ୍ଥଳରେ ସଂକଳ୍ପ ଅନୁଷ୍ଠାନମାନ କରାଯାଇ ଅଧ୍ୟାତ୍ମିକ  ଶକ୍ତିର ଜାଗରଣ କରାଯିବ । ଦିଲ୍ଲୀ ସ୍ଥିତ ବିଶ୍ୱ ହିନ୍ଦୁପରିଷଦ ମୁଖ୍ୟାଳୟରେ ସମ୍ପନ୍ନ ସନ୍ଥମାନଙ୍କ ଶୀର୍ଷ ମଣ୍ଡଳୀଙ୍କ ସହ ଏହି ବୈଠକରେ ନିଆଯାଇଥିବା ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ଅନ୍ତର୍ଗତ ଏପରି ଆୟୋଜନ ଆଗାମୀ ୨୬ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ, ବୈଠକରେ ସାରା ଦେଶରୁ ଆସିଥିବା ପୂଜ୍ୟ ସନ୍ଥମାନେ ସ୍ଥିର କଲେ ଯେ ଯେଉଁଦିନ ଅଯୋଧ୍ୟାର ଏହି ପବିତ୍ର ଭୂମିରେ ବାବରୀ ଢାଂଚାକୁ ଧରାଶାୟୀ କରାଯାଇ ଥିଲା , ସେହିଦିନ ଗୀତା ଜୟନ୍ତୀ ଥିଲା, ଏଣୁ  ସେହି ଗୀତା ଜୟନ୍ତୀରୁ ଅର୍ଥାତ ୧୮ରୁ ୨୬ ଡିସେମ୍ବର  ପର୍ଯ୍ୟନ୍ତ ସଂପୁର୍ଣ୍ଣ ଦେଶରେ ରାମ ଭକ୍ତମାନଙ୍କ ଦ୍ୱାରା ବ୍ୟକ୍ତିଗତ ରୂପେ ନିଜ ନିଜର ଇଷ୍ଟ ଦେବଙ୍କ ଆରାଧାନା ଛଡା ପାରିବାରିକ, ସାମାଜିକ ତଥା ସାମୁଦାୟିକ ରୂପେ ମଧ୍ୟ ସଂକଳ୍ପ ଅନୁଷ୍ଠାନମାନର ଆୟୋଜନ କରି ରାମ ମନ୍ଦିରର ନିର୍ମାଣରେ ଆସୁଥିବା ବାଧା ବିଘ୍ନକୁ ଦୁର କରିବାକୁ ପ୍ର।।ର୍ଥନା କରିବେ ।

Comments