ବିଧାନସଭା ସମ୍ମୁଖରେ ଅଙ୍ଗନୱାଡ଼ି କର୍ମ·ରୀମାନଙ୍କ ଗଣଧାରଣା ୨୬ ଦିନରେ


ଭୁବନେଶ୍ୱର,୨୧/୧୨: ଭାରତୀୟ ମଜଦୁର ସଂଘ ଦ୍ୱାରା ପରି·ଳିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନ ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ଦୀର୍ଘଦିନର ଦାବିଗୁଡ଼ିକ ପ୍ରଦାନ କରିଥିଲେ ସୁଦ୍ଧା ରାଜ୍ୟ ସରକାର ଦାବିଗୁଡ଼ିକ ପୂରଣ କରିବା ଦିଗରେ ଟାଳଟୁଳ ନୀତି କରୁଥିବା କାରଣରୁ ସଂଘ ତରଫରୁ ଗତ ୨୬.୧୧.୨୦୧୮ ରିଖ ଠାରୁ ଅଙ୍ଗନୱାଡ଼ି କର୍ମ·ରୀମାନେ ଗଣଧାରଣାରେ ବସି ରହିଛନ୍ତି । ଆଜି ବରଗଡ଼ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡ଼ି କର୍ମ·ରୀମାନେ ଏହି ଧାରଣାରେ ଯୋଗଦାନ କରିଅଛନ୍ତି । ଅଙ୍ଗନୱାଡ଼ି କର୍ମ·ରୀମାନଙ୍କୁ ସରକାରୀ କର୍ମ·ରୀ ରୂପେ ଘୋଷଣା କରିବା, ଯେତେଦିନ ପର୍ଯ୍ୟନ୍ତ ସରକାରୀ କର୍ମ·ରୀ ମାନ୍ୟତା ପ୍ରଦାନ କରାଯାଇ ନାହିଁ, ସର୍ବନିମ୍ନ ମାସିକ ବେତନ ୧୮ ହଜାର ଟଙ୍କା ଓ ସହାୟିକାମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯିବା, ସୁପର ଭାଇଜର ପଦବୀକୁ କେବଳ ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ୱାରା ପଦୋନ୍ନତି କରାଯିବା, ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା ପ୍ରଦାନ କରିବା ସହିତ ସେହି କେନ୍ଦ୍ରରେ ଜଣେ ସହାୟିକା ନିଯୁକ୍ତି କରିବାର ବ୍ୟବସ୍ଥା କରାଯିବା, ନୂତନ ଖାଦ୍ୟ ତାଲିକାର ମୂଲ୍ୟବୃଦ୍ଧି କରାଯିବା, ସମସ୍ତ ସହରାଞ୍ଚଳରେ ଟିଏ/ଡ଼ିଏ ଲାଗୁ କରାଯିବା ସହିତ ଅଙ୍ଗନୱାଡ଼ି କେନ୍ଦ୍ର ପରି·ଳନା ପାଇଁ ଘରଭଡ଼ା ପ୍ରତ୍ୟେକ ମାସରେ ପ୍ରଦାନ କରାଯିବା, ଗାଁ କଲ୍ୟାଣ ସିମିତି କାର୍ଯ୍ୟଗୁଡ଼ିକରୁ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ବାଦ୍ ଦିଆଯିବା, ଗ୍ରୀଷ୍ମଦିନେ ଏକମାସ ଗ୍ରୀଷ୍ମ ଛୁଟି ଦିଆଯିବା, ରାଜ୍ୟରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ୬୦ ବର୍ଷ ପରିବର୍ତ୍ତେ ୬୫ ବର୍ଷ ବୟସରେ କାର୍ଯ୍ୟରହିତ କରାଯିବା ସହିତ ସେମାନଙ୍କୁ ଅବସର ସମୟରେ ଗ୍ରାଚ୍ୟୁଇଟି ବାଦଦକୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବା, ତାସହିତ ମାସିକ ୩ ହଜାର ଟଙ୍କା ଅବସରକାଳୀନ ଭତ୍ତା ଯୋଗାଇ ଦିଆଯିବା, ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଓଡ଼ିଶା ନିର୍ମିତ ସମ୍ବଲପୁରୀ ଶାଢୀ ପ୍ରଦାନ କରାଯିବା ଯାହାଫଳରେ ଓଡ଼ିଶାରେ ବୟନଶିଳ୍ପର ବିକାଶ ହେବ । ଆଜି ପର୍ଯ୍ୟନ୍ତ ଯେଉଁ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ୬୦ ବର୍ଷ ବୟସରେ ·କିରୀରୁ ଅବସର ଦିଆଯାଇଛି, ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବା, କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣାଜନିତ ମୃତ୍ୟୁବରଣ କଲେ ୫ଲକ୍ଷ ଟଙ୍କା ଓ ସାଧାରଣ ମୃତ୍ୟୁ ହେଲେ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବା, ମମତା ଯୋଜନାର ସଫଳତା ପାଇଁ କର୍ମୀମାନଙ୍କୁ ପ୍ରୋତ୍ସାହନ ରାଶି ୫୦୦ଟଙ୍କା ଓ ସହାୟିକାଙ୍କୁ ୨୦୦ ଟଙ୍କା ପ୍ରଦାନ କରାଯିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଙ୍ଗନୱାଡ଼ି କର୍ମୀଙ୍କୁ ସାମିଲ୍ କରାଯିବା, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ପରିବାରର ଜଣଙ୍କୁ ·କିରୀ ଦିଆଯିବା, ସବୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ରନ୍ଧନ ଗ୍ୟାସ ଯୋଗାଇ ଦେବା, ଅଙ୍ଗନୱାଡ଼ି କର୍ମୀମାନଙ୍କର ଅଭିଜ୍ଞତାକୁ ଅଗ୍ରାଧିକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ଦିଆଯିବା ଦାବି ନେଇ ଆଜି ବରଗଡ଼ ଜିଲ୍ଲା ତରଫରୁ ଅଙ୍ଗନୱାଡ଼ି କର୍ମ·ରୀମାନେ ଯୋଗଦାନ କରିଥିଲେ । ଏହି ଧାରଣା କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର, ସଭାନେତ୍ରୀ ସୌଦାମିନୀ ଦାସ, ଭାରତୀୟ ମଜଦୁର ସଂଘ ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ବସନ୍ତ କୁମାର ସାହୁ, ଅଙ୍ଗନୱାଡ଼ି ଜିଲ୍ଲା ସଭାନେତ୍ରୀ ମମତା ମିଶ୍ର, ସମ୍ପାଦିକା ବିନୟିନୀ ଭୋଇ, ସୁଜାତା ଦାଶ, ଚନ୍ଦ୍ରକାନ୍ତି ସରାଫ, ଭାରତୀୟ ମଜଦୁର ସଂଘ ବରଗଡ଼ ଜିଲ୍ଲା ସମ୍ପାଦକ ସେବାରାମ ମେହେର, ବବ୍ଲି ପାଣିଗ୍ରାହୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।

Comments