ଢେଙ୍କାନାଳ, ୧୩ା୧୨ : ମିସନାରୀ ସଂସ୍ଥା ଗୁଡ ନ୍ୟୁଜ ଇଣ୍ଡିଆର ଢେଙ୍କାନାଳ ବେଲଟିକିରୀସ୍ଥିତ ସେଲଟର ହୋମରେ ଯୌନ ନିର୍ଯାତନା ଠାରୁ ଆରମ୍ଭ କରି ଧମାନ୍ତରୀକରଣ ଆଦି କେଳେଙ୍କାରୀ ଘଟଣାର ଛାନଭିନ କରିଛି ଏନସିପିସିଆର ବା ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ । ଏନସିପିସିଆର ୯ଟି ଟିମ ପୃଥକ ପୃଥକ ଭାବେ ରାଜ୍ୟର ୧୯ଟି ଜିଲ୍ଲାରେ ଥିବା ଗୁଡ ନ୍ୟୁଜ ଇଣ୍ଡିଆର ୨୫ ସେଣ୍ଟର ସମେତ ୫୬ଟି ସେଲଟର ହୋମରେ ଯାଞ୍ଚ ଆରମ୍ଭ କରୁଥିବା ବେଳେ ଏହି ଦଳର ନେତୃତ୍ୱ ନେଉଥିବା ଏନସିପିସିଆରର ସଦସ୍ୟ ଯଶୋବନ୍ତ ଜୈନ କହିଛନ୍ତି ଯେ, ପିଲାଙ୍କ ସୁରକ୍ଷାକୁ ଅଣଦେଖା କରିଥିଲେ
ସରକାର ଓ ସ୍ଥାନୀୟ ପ୍ରଶାସନ । ଏସଂକ୍ରାନ୍ତୀୟ ଗାଇଡ ଲାଇନ ବର୍ଷକ ତଳେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲେ ହେଁ ଏହାକୁ ପାଳନ କରାଯାଇ ନଥିବା ସେ କହିଛନ୍ତି । ବେଲଟିକିରୀ ସେଣ୍ଟର ସ୍ଥିତି ଯାଞ୍ଚ ପରେ ଉଦ୍ଧୃତ ପିଲାଙ୍କୁ ଭେଟିବା ସହ ଏନସିପିସିଆର ଟିମ ସ୍ଥାନୀୟ ପ୍ରଶାସନ ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ।
ଏଥି ପୂର୍ବରୁ ଯଶୋବନ୍ତଙ୍କ ନେତୃତ୍ୱରେ ଏକ୪ଜଣିଆ ଦଳ ଢେଙ୍କାନାଳ ଗ୍ରସ୍ତରେ ଯାଇ ଗୁଡ ନ୍ୟୁଜ ଇଣ୍ଡିଆର
ବେଲଟିକିରିସ୍ଥିତ ସେଲଟର ହୋମର ଯାଞ୍ଚ କରିଥିଲେ । ଏହି ଘଟଣା ସମ୍ମୁଖକୁ ଆସିବା ପରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମାନେକା ଗାନ୍ଧି ଘଟଣାର ଏନସିପିସିଆର ଦ୍ୱାରା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏକ
କଡା ପତ୍ର ଲେଖିଥିଲେ । ୂଚନା ଥାଉକି , ଗୁଡ ନ୍ୟୁଜ ଇଣ୍ଡିଆ ନାମକ ଏହି ମିସନାରୀ ସଂସ୍ଥାର
ଢେଙ୍କାନାଳ ସଦର ବ୍ଳକ ଅନ୍ତର୍ଗତ ବେଲଟିକିରି ଠାରେ ଢେଙ୍କାନାଳ ଡ୍ରିମ ସେଣ୍ଟର ନାମରେ ଏକ ସେଲଟର ହୋମ କରିଛି । ଏହା ମାଧ୍ୟମରେ ଶିକ୍ଷା ଦାନ ଓ ଲାଳନ ପାଳନ ଆଳରେ ଗରୀବ ,ନିଃସହାୟ ଓ ଅନାଥ ପିଲାମ।।ନଙ୍କର ଅସହାୟତାର ସୁଯୋଗ ନେଇ ଯୌନ ନିର୍ଯାତନା ଦିଆଯାଉଥିବା ପଦାକୁ ଆସିବା ପରେ ତନାଘନା ହୋଇଥିଲା । ପରେ ଏହି ସଂସ୍ଥାର ଶିଶୁ ସୁରକ୍ଷା ଆଇନ ଅର୍ଥାତ ଜେଜେ ଆକ୍ଟକୁ ଖୋଲାଖୋଲି ଉଲ୍ଲଂଘନ କରି ୬ବର୍ଷ ହେଲା ବେଆଇନ ଭାବେ ରାଜ୍ୟରେ ୨୫ଟି ସେଲଟର ହୋମ ଚାଲୁରଖିଥିବା ଜଣାପଡିଥିଲା । ଏଥପ୍ରତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଆଖିବୁଜି ଦେଇଥିଲେ । ତେବେ ଗଣମାଧ୍ୟମରେ ପର୍ଦାଫାସ ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗକୁ ଭତ୍ତିକରି ସଦର ଥାନାରେ ୩ଟି ପୃଥକ ପୃଥକ ମାମଲାରେ ସଂସ୍ଥାର ଅଧ୍ୟକ୍ଷ ଫୈୟାଜ ରେହମନ , ଢେଙ୍କାନାଳ ସେଣ୍ଟର ଇନଚାର୍ଜ ସୀମାଞ୍ଚଳ ନାୟକ, ସହକାରୀ ନିର୍ଦ୍ଦେଶକ ଉଦିତ ଲୀମାଙ୍କୁ ଗିରଫ କରାଯାଇଥିବା ବେଳେ ସେମାନେ ଏବେ ଢେଙ୍କାନାଳ ସ୍ୱତନ୍ତ୍ର ପୋକ୍ସସୋ ଅଦାଲତର ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ତେବେ ଏହି ସଂସ୍ଥା ପକ୍ଷରୁ ଧମାନ୍ତରୀକରଣ ,କୋଟି କୋଟି ଟଙ୍କା ବିଦେଶୀ ଅର୍ଥ ବିଦେଶୀ ଲିଙ୍କ ଆଦି ବହୁ ଚାଞ୍ଚଲ୍ୟକର ତଥ୍ୟ ଗଣମାଧ୍ୟମେରେ ପର୍ଦା‘ାସ ହୋଇଥିଲା । ଯାହାକୁ ପୁଲିସ ପକ୍ଷରୁ ୪ଦିନ ରିମାଣ୍ଡରେ ଆଣିଥିବା ସଂସ୍ଥାର ଅଧ୍ୟକ୍ଷ ରେହମାନଙ୍କ ଠାରୁ ଏପରି ସଙ୍ଗିନ ଘଟଣାର ତଥ୍ୟ ଓଗାଳିବାରରେ ସକ୍ଷମ ହୋଇଥିଲା । ତେବେ ଏହି ଗୁଡ ନ୍ୟୁଜ ଇଣ୍ଡିଆ ସଂସ୍ଥାର ଅଧ୍ୟକ୍ଷ ପୈଜ
ରେହମାନଙ୍କ ଜାମିନ ଆବେଦନକୁ ଗତ ବୁଧବାର ଢେଙ୍କାନାଳ ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଖାରଜ କରିଦିଆଯାଇଥିବା ଜଣାପଡିଛି । ଏହି ସଂସ୍ଥା ସହ ରାଜ୍ୟରେ ଥିବା ଅଧିକାଂଶ ସଂସ୍ଥା ଇଣ୍ଟିଗ୍ରେଟେଡ୍ ଚାଇଲ୍ଡ ପ୍ରୋଟେକ୍ସନ ନିର୍ଦ୍ଦେଶାବଳିର ଖୋଲା ଉଲ୍ଲଂଘନ କରୁଥିବା ଜଣାପଡିଛି । ଦୁଇ ବର୍ଷ ହେଲା ଉକ୍ତ ସଂସ୍ଥା ଶିଶୁ ସୁରକ୍ଷା ଆଇନ ପରିସରରେ ପଞ୍ଜୀକୃତ ହୋଇନଥିଲା । ଆଜିର ଯାଞ୍ଚ ପରେ ଏନସିପିସିଆର ଟିମର ନେତୃତ୍ୱ ନେଉଥିବା ଏନସିପିସିଆରର ସଦସ୍ୟ ଯଶୋବନ୍ତ ଜୈନଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ରାଜ୍ୟ ଉଚ୍ଚପଦାଧିକାରୀଙ୍କୁ ନେଇ ଭୂବନେଶ୍ୱର ଅତିଥି ଭବନରେ ଏକ ବୈଠକ
କରିଥିଲେ । ବୈଠକର ସୂଚନା ମୁତାବକ ଏହି ଏନସିପିସିଆରର ୯ଟି ଟିମ୍ରା ଜ୍ୟରେ ପୃଥକ ପୃଥକ ଭାବେ ଗୁଡ ନ୍ୟୁଜ ଇଣ୍ଡିଆରର ଥିବା ୨୫ଟି ସମତେ ରାଜ୍ୟର ୫୬ଟି ବିଭିନ୍ନ ସେଲଟର ହୋମ ଗୁଡିକରେ ଯାଞ୍ଚ ଆରମ୍ଭ କରିଛନ୍ତିା ଅପରାହ୍ନରେ ଏହି ଏନସିପିସିଆରର ସଦସ୍ୟ ଯଶୋବନ୍ତ ଜୈନଙ୍କ ନେତୃତ୍ୱରେ ଏକ ଚାରି ଜଣିଆ ଦଳ ଢେଙ୍କାନାଳ ବେଲଟିକିରୀ ଯାଇ ଗୁଡ ନ୍ୟୁଜ ଇଣ୍ଡିଆର ଏହି ସେଲଟର ହୋମର ସ୍ଥିତି ଓ ପରିସ୍ଥିତି ସଂପର୍କରେ ତଦନ୍ତ କରି ବାତାବରଣ ଆଦୌ ଠିକ ନଥିବା ପ୍ରକାଶ କରିଛନ୍ତି । ଅପର ପକ୍ଷରେ ଏହି ସେଲଟର ହୋମକୁ ଧ୍ୟାନ ଦେବାରେ ଜିଲ୍ଲା ପ୍ରଶାସନ ସଂପୂର୍ଣ ଅବହେଳା
ପ୍ରଦର୍ଶନ କରିଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଏହି ସଂସ୍ଥା ମଧ୍ୟ ଇଣ୍ଟିଗ୍ରେଟେଡ୍ ଚାଇଲ୍ଡ ପ୍ରୋଟେକ୍ସନ ସ୍କିମର ଖୋଲା ଉଲ୍ଲଂଘନ କରୁଥିବା ସହ ଗତ ଦୁଇ ବର୍ଷ ହେଲ ଶିଶୁ ସୁରକ୍ଷା ଆଇନ ପରିସରରେ ପଞ୍ଜୀକୃତ
ହୋଇନଥିବା ସ୍ପଷ୍ଟ କରିଥିଲେ । ଏପରକି ଏହି ସଂସ୍ଥା ବିଦେଶୀ ଟଙ୍କା ,ଯୌନ ନିର୍ଯ୍ୟାତନା ଓ ଧର୍ମାନ୍ତରୀକରଣ ପରି ଗୁରୁତର ଅପରାଧର ଅଭିଯୁକ୍ତ ସାଙ୍ଗକୁ ଜେଜେ ଆକ୍ଟ ଉଲ୍ଲଘନ କରୁଥିବା ପ୍ରକାଶ କରିଛନ୍ତି । ବିଦେଶୀ ଅର୍ଥ ସଂପର୍କରେ
ଏହାର ସଠିକ ଉପଯୋଗ କରାଯାଇଛି ନା ଦୁରୂପଯୋଗ କରି ଧର୍ମାନ୍ତରୀକରଣ ତଥା ପିଲା ମାନଙ୍କୁ ଅନୈତିକ କାର୍ଯ୍ୟରେ ଳଗାଯାଇଛି ସେ ସଂପର୍କରେ କେନ୍ଦ୍ର ଘରୋଇ ବିଭାଗ ମାଧ୍ୟମରେ ଦତନ୍ତ କରାଯିବ ବୋଲି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଏହି ଟିମ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ଏହି ଟିମରେ ଅନ୍ୟମାନଙ୍କ ମଧ୍ୟରେ ଏନସିପିସିଆରର ଅଫିସିଆଲ ମିନୁ ମେହେଟ୍ଟା, ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂନ୍ଧ୍ୟାବତୀ ପ୍ରଧାନ ଓ ସଦସ୍ୟ ହରିହର ନାୟକ ପ୍ରମୁଖ ସାମିଲ ଥିଲେ । ଏହି ଦଳ ପରେ ପରେ ଗୁଡ ନ୍ୟୁଜ ଇଣ୍ଡିଆର ଏହି ବେଲଟିକିରି ସେଲଟର ହୋମରୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଢେଙ୍କାନାଳ କାଠଗଡାସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ ମିଶନର ଶିଶୁ ଗୃହରେ ରଖାଯାଇଥିବା ୬ଜଣ ପିଲାଙ୍କୁ ଭେଟି ସେମାନଙ୍କୁ ପଚାରା ଉଚରା କରିଥିଲେ । ରାଜ୍ୟରେ ଛାତ୍ରାବାସ ହେଉ ବା ସେଳଟର ହୋମ ହେଉ ସେ ସଂପର୍କରେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ନିଜସ୍ୱ ଏକ ଗାଇଡ ଲାଇନ ପ୍ରସ୍ତୃତ କରି ନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ଏହି ଟିମର କେନ୍ଦ୍ରୀୟ ସଦସ୍ୟ
Comments
Post a Comment