ବରେଲି, ୨୮/ ୧୨ : ତିନି ତଲାକ ବିଲ୍କୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବାବେଳେ ଏହି ବିଲ୍କୁ ରାଜ୍ୟସଭାରେ ଅଟକାଇ ଆସୁଛନ୍ତି । ଏହି ବିଲ୍ ଦ୍ୱାରା ମୁସଲିମ୍ ମହିଳାମାନଙ୍କୁ ନିର୍ଯାତନାରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ତ୍ରିପିଲ ତଲାକକୁ ଏକ ଅପରାଧ ଭାବେ ବିବେଚନା କରିବା ସହ ତିନି ତଲାକ ଦେଇଥିବା ପୁରୁଷକୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଦେବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏନେଇ ବିରୋଧୀ ସରକାରଙ୍କ ଉପରେ ଆକ୍ଷେପ ଆଣି ଦର୍ଶାଉଛନ୍ତି ଯେ ସରକାର ଧର୍ମୀୟ ରାଜନୀତି କରୁଛନ୍ତି । ମୁସଲିମ୍ମାନଙ୍କ ପରମ୍ପରା ଓ ଧର୍ମୀୟ ବ୍ୟବସ୍ଥାରେ ହସ୍ତକ୍ଷେପ କରୁଛନ୍ତି । ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କଂଗ୍ରେସ ଓ ତଥାକଥିତ ଧର୍ମନିରପେକ୍ଷ ଦଳଗୁଡ଼ିକ ମୁସଲିମ୍ ମହିଳାଙ୍କ ସାମାଜିକ ଶୋଷଣ ଓ ନିର୍ଯାତନା କଥା ଭୁଲି ଯାଇଛନ୍ତି ଏହି ଦଳଗୁଡ଼ିକୁ ଏଭଳି ନିରାଟ ତଥା କଟୂ ସତ୍ୟ ଚିକ୍ରାର କରି ଶୁଣାଇ ଦେଇଛନ୍ତି ଉତ୍ତରପ୍ରଦେଶର ରାୟ ବରେଲିର ଜଣେ ପ୍ରୌଢ଼ ମୁସଲିମ ମହିଳା । ବିବାହର ୧୯ ବର୍ଷ ପରେ ୧୧ଟି ସନ୍ତାନ ସନ୍ତତିଙ୍କ ଜନନୀ ହୋଇଥିବା ଏହି ମହିଳାଙ୍କୁ ତାଙ୍କ ମୌଲବୀ ସ୍ୱାମୀ ୩ ତଲାକ ଦେଇଛନ୍ତି । ସୀତାରଗଞ୍ଜ ଅଞ୍ଚଳର ସୟଦ ସିରାଜ ଅହମ୍ମଦ ତାଙ୍କ ପତ୍ନୀ ଅର୍ଜୁନମନ୍ଦ ଜାଫରୀଙ୍କୁ ତିନି ତଲାକ ଦେଇଛନ୍ତି । ଲୋକସଭାରେ ୩ ତଲାକକୁ ରୋକିବା ପାଇଁ ସରକାର ବିଲ୍ ଉପସ୍ଥାପନା କରୁଥିବାବେଳେ ଏଣେ ରାୟ ବରେଲୀର ଏହି ମୌଲବୀ ଜଣକ ତିନି ତଲାକ ଦେଇଥିଲେ । ପ୍ରକୃତରେ ତାଙ୍କ ଘର ଉତ୍ତରାଖଣ୍ଡରେ । ସେ ରାୟ ବରେଲୀର ବେହେଡ଼ି ଅଞ୍ଚଳର ଜାଫ୍ରୀରଙ୍କୁ ୧୯୯୯ରେ ବିବାହ କରିଥିଲେ । ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ଏହି ମୌଲବୀ ଜଣକ ପୂର୍ବରୁ ମଧ୍ୟ ଆଉ ଜଣେ ମହିଳାଙ୍କୁ ବିବାହ କରିଥିଲେ ଓ ତାଙ୍କ ଔରସରୁ ପ୍ରଥମ ପତ୍ନୀଙ୍କ ୮ଟି ସନ୍ତାନ ଅଛନ୍ତି । ଏହାପରେ ଦ୍ୱିତୀୟ ବିବାହ କରି ଆଉ ୧୧ଟି ସନ୍ତାନର ସନ୍ତତିର ଜନକ ସାଜିଥିବା ସିରାଜ ଏକ ମଦ୍ରାସାର ପରିଚାଳକ ଭାବେ କାମ କରନ୍ତି ଓ ପିଲାମାନଙ୍କୁ କୋରାନ୍ର ନୀତି ଶିକ୍ଷା ଦିଅନ୍ତି । ମୁସଲିମ୍ ସମାଜରେ ତିନି ତଲାକର ଏଭଳି କୁତ୍ସିତ ସତ୍ୟ ଓ ବାସ୍ତବିକତା ଆମ ରାଜନୈତିକ ଦଳମାନଙ୍କ ସଠତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏଥିସହିତ ୧୧ଟି ସନ୍ତାନ ସନ୍ତତିର ଜନନୀ ଓ ସେହି ପିଲାମାନଙ୍କ ଭବଷ୍ୟତ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

Comments
Post a Comment