ଲକ୍ଷେ୍ମ÷ା - ଲକ୍ଷ ଲକ୍ଷ କୋଟି କୋଟି ଲୋକ କାହିଁକି ପ୍ରୟାଗର ଏହି ପବିତ୍ର ମାଟିକୁ ଧାଇଁ ଆସନ୍ତି ? ଏଠାରେ ଗଂଗାର ଜଳକୁ ସ୍ପର୍ଶ କରିବାକୁ କ’ଣ ପାଇଁ ଆସନ୍ତି ? ଲକ୍ଷ ଲକ୍ଷ କୋଟିକୋଟି ଲୋକ ଗଂଗା କୂଳକୁ କାହିଁ କେତେ ବାଟରୁ ଧାଇଁ ଅସନ୍ତି ? ଏହାର ମୂଳରେ କଣ ଅଛି ? ସବୁରି ମୂଳରେ ଧର୍ମ । ତେଣୁ ସାରା ବିଶ୍ୱବାସୀଙ୍କୁ ଅବଗତ କରାଇବାକୁ ହେବ ଯେ,ଧର୍ମ ହିଁ ଆମ ଦେଶର ଆଧାରଶୀଳା । କାହାର ଦୟାରୁ ଏ ଦେଶ ଏକ ହୋଇନାହିଁ । ଭାରତୀୟ ସଂସ୍କୃତି ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ-ସରକାର୍ଯ୍ୟବାହ ଡଃ କୃଷ୍ଣ ଗୋପାଳଜୀ ଯୁବ କୁମ୍ଭରେ ପ୍ରକାଶ କରିଛନ୍ତି ।
ଲକ୍ଷେ୍ମ÷ା ବଂଗଳା ବଜାର ସ୍ଥିତ ‘ସ୍ମୁତି ଉପବନ’ରେ ଆୟୋଜିତ ଯୁବକୁମ୍ଭରେ ଉଦ୍ବୋଧନ ଦେଇ ଡଃ କୃଷ୍ଣ ଗୋପାଳ କହିଲେ ଯେ,ସମୟାନୁକ୍ରମେ ବିଗତ ୮୦୦- ୯୦୦ ବର୍ଷରେ କୁମ୍ଭରେ ଚିନ୍ତନର ପରମ୍ପରା ଯେପରି ଲୁପ୍ତ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏପରି ଯୋଜନା ପ୍ରସ୍ତୁତ କଲେ ଯେ କାଶୀ (ପର୍ଯ୍ୟାବରଣ) ମଥୁରା (ନାରୀ ଶକ୍ତି ) ଅଯୋଧ୍ୟା (ସମରସତା) ପରେ ବର୍ତମାନ ଲକ୍ଷେ୍ମା÷ରେ ଯୁବକୁମ୍ଭର ଆୟୋଜନ ହେଉଅଛି । ଆମ ସମାଜର କିପରି ସ୍ଥିତି ଓ ଦଶା ରହିଛି, ଏହାର କ’ଣ ଭବିଷ୍ୟତ ହେବ, ଏହାର ଚିନ୍ତା କରିବା ଲାଗି କୁମ୍ଭର ଆୟୋଜନ କରାଯାଇଛି । ଆମ ଦେଶ ବିଶ୍ୱ ମାନଚିତ୍ରରେ ମହାନ ଥିଲା । ଏହିଠାରୁ ଆଧ୍ୟାତ୍ମର ସନ୍ଦେଶ ଦୂର ଦୂରାନ୍ତ ପର୍ଯ୍ୟନ୍ତ ଯାଉଥିଲା, ଆଧ୍ୟାତ୍ମ, ଆର୍ଥିକ, ବୈଚାରିକ, ସାମାଜିକ, ସାଂସ୍କୃତିକ କ୍ଷେତ୍ରରେ ଦୈଦ୍ୱିପ୍ୟମାନ ଥିଲା । ଦୁଷ୍ଟ ଆକ୍ରମଣକାରୀମାନେ ଦେଶର ପରିସ୍ଥିତି ପରିବର୍ତନ କରିଦେଇ ଥିଲେ । ସମ୍ପନ୍ନତାରେ ଭରପୁର ଏହି ଦେଶ ଗରୀବ ଦେଶରେ ବଦଳିଗଲା । ବିଶ୍ୱର ବ୍ୟାଣିଜ୍ୟ କ୍ଷେତ୍ରରେ ଭାରତ ସ୍ଥିତି ଏଭଭାଗ ହୋଇଗଲା, କ୍ଷୁଧାରେ ଦେଶ ଭରପୁର ହୋଇଗଲା ।
ସହ-ସରକାର୍ଯ୍ୟବାହ କହିଲେ ଯେ,ଆକ୍ରମଣକାରୀମାନେ ଦେଶର ସର୍ବନାଶ କରିଦେଲେ, କିନ୍ତୁ ଏହିି ଦେଶର ଆଧ୍ୟାତ୍ମିକତା ଶକ୍ତିର ଜାଗରଣ କରାଗଲା, ଇଂରେଜମାନଙ୍କ ସମୟରେ ମଧ୍ୟ ଆଧ୍ୟାତ୍ମକତାର ଜାଗରଣ ଜାରୀ ରହିବା କାରଣରୁ ୧୯୪୭ରେ ଦେଶ ସ୍ୱାଧିନ ହେଲା । ସେହି ସମୟରେ ଦୁନିଆଁର ଲୋକେ ଆଶଂକା କରୁଥିଲେ କି ଦେଶ ଖଣ୍ଡ ଖଣ୍ଡ ହୋଇ ବିଭକ୍ତ ହୋଇଯିବ । ଇତିହାସ ଏହାର ମୁଖ ସାକ୍ଷୀ ଯେ ଏ ଦେଶ ଏକ ହୋଇ ରହିଛି ।
ଡଃ କୃଷ୍ଣଗୋପାଳ କହିଲେ ଯେ ପରାଧିନତା କାରଣରୁ ଅନେକେ ସମସ୍ୟାମାନ ଯେପରି କି ଶୋଷଣ, ପ୍ରତିଭାର ହ୍ରାସ, ଶିକ୍ଷଣ ସଂସ୍ଥାର ବିନାଶ, ଆଧ୍ୟାତ୍ମକତା ଜଗତରେ ଖରାପ କଥା ଗୁଡିଏ ଆସିଲା, ଏପରି ପରିସ୍ଥିତିରେ ଲୋକମାନ୍ୟ ତିଲକ, ମଦନ ମୋହନ ମାଲବ୍ୟ ଦୃଢ ଭାବେ ଛିଡା ହେଲେ । ଏହି ସବୁ ମହାନୁଭବମାନେ ଅଧ୍ୟାତ୍ମ ଭାବକୁ ଜାଗ୍ରତ କରାଇବାର ପ୍ରୟାସ କଲେ, । ଦିନ ଥିଲା ଭାରତ ନିଜ ଦେଶର ଲୋକଙ୍କ ଉଦର ପୂର୍ତି ପାଇଁ ଅନ୍ନ ସେ ସମୟରେ ବାହାରୁ ମଗାଇବାକୁ ପଡୁଥିଲା । ଏବେ ଆମେ ୧୩୫ କୋଟି ଲୋକଙ୍କ ପାଇଁ ପେଟ ଭରା ଖାଇବା ପାଇଁ ଅନ୍ନ ଉତ୍ପାଦନ କରୁଛୁ । ୦୪ କୋଟି ଟନ୍ ଖାଦ୍ୟାନ୍ନ ଅନ୍ୟ ଦେଶକୁ ପଠାଇବାକୁ ପ୍ରସ୍ତୁତ ହେଉଛୁ । ୧୯୭୧ରେ ପାକିସ୍ତାନ ସେନାବାହିନୀ ଆତ୍ମ ସମର୍ପଣ କରିବା ସାରା ଦୁନିଆଁ ଦେଖିଛି, ୮୦୦-୯୦୦ ବର୍ଷର ପରାଧିନତା ପରେ ଏହା ହିଁ ହୋଇଛି । ଆଜି ଭାରତ ଦୁନିଆର ସବୁଠାରୁ ଅଧିକ ଦୂରଗାମୀ ମିସାଇଲ ପ୍ରେରଣ କରିବାର ଦେଶ , ଆଜି ଗରୀବ ଓ ପ୍ରତିଭା ସମ୍ପନ୍ନ ଭାରତ ଏକ ହେବା ଦରକାର, ଆମକୁ ଏକଥା ସ୍ମରଣ ରହିବା ଦରକାର । ଆମେ ହିନ୍ଦୁ ଅଟୁ ଏବଂ ଏଥିପାଇଁ ଆମେ ଅଧ୍ୟାତ୍ମକତା ଓ ଧାର୍ମିକ ଅଟୁ । ଏହାହିଁ ଆମର ବିଶେଷ ପରିଚୟ । ହିନ୍ଦୁହିଁ କହେ ସର୍ବେ ଭବନ୍ତୁ ସୁଖିନଃ, ସେ ଚାହେଁ ଆମେରିକାରେ ରହୁ ଅବା ପାକିସ୍ଥାନରେ ସେ ସର୍ବେ ଭବନ୍ତୁ ସୁଖିନରେ ଆସୁଛନ୍ତି । ବିଦ୍ୱାନମାନେ ଏକଥା ଲେଖିଛନ୍ତି ଯେ ଗତ ଶତାଦ୍ଦୀ ବିଜ୍ଞାନର ଥିଲା, ପଶ୍ଚିମର ଥିଲା, ଯାହାର ବିନାଶ ଅବସମ୍ଭାବି ଥିଲା । ଏଥିରୁ ମୁକ୍ତି ପାଇବାକୁ ହେଲେ ଆଧ୍ୟାତ୍ମକତାରୁ ଶିକ୍ଷା ଲାଭ କର, ଭାରତର ଶରଣ ନିଅ ।
ଏହି କୁମ୍ଭମେଳାରେ ଉପ-ମୁଖ୍ୟମନ୍ତ୍ରୀ ଡଃ ଦିନେଶ ଶର୍ମା କହିଲେ ଯେ ଦେଶର ଦଶା ଓ ଦିଶାର ପରିବର୍ତନ ପାଇଁ ଯୁବକମାନେ ହିଁ ସମର୍ଥ । ଭାରତର ପ୍ରାଚୀନ ପରମ୍ପରା ଏହାର ଉତରାଧିକାର ସୂତ୍ରରୁ ଚଳି ଆସୁଥିବା ମୁଲ୍ୟବୋଧ କାରଣରୁ ହିଁ ଏହି ଦେଶ ବିଶ୍ୱଗୁରୁ ହୋଇଥିଲା । ଭାରତରେ ତକ୍ଷଶୀଳା ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟର ସ୍ଥାପନା ସେତେବେଳେ ହୋଇଥିଲା ଯେତେବେଳେ କି କୋ÷ଣସି ଧର୍ମର ଜନ୍ମବି ହୋଇନଥିଲା । ଯୁବକଙ୍କ ଭିତରେ ଟେକ୍ନୋଲୋଜିର ସକାରାତ୍ମକ ଉପଯୋଗ କରିବା ବା ନକରାତ୍ମକ ଉପଯୋଗରୁ ରକ୍ଷାପାଇବାର ନିବେଦନ ସେ କରିଥିଲେ ।
ଚଳଚିତ୍ର ଅଭିନେତା ନାଶିରୁଦ୍ଦିନ ଶାହ କହୁଛନ୍ତି କି ଭାରତରେ ଅସହିଷ୍ଣୁତା ରହିଛି ଏବଂ ତାଙ୍କ ପିଲାମାନେ ଅସୁରକ୍ଷିତ, ଲୋକଙ୍କ ଜୀବନ ଅପେକ୍ଷା ଗାଇକୁ ମହତ୍ୱ ଦିଆଯାଉଛି । ଲୋକଙ୍କ ସୁରକ୍ଷା କରିବା ଆମର କର୍ତବ୍ୟ ଏବଂ ଗୋ’ ଆମର ମାତା ଏହାର ରକ୍ଷା କରିବା ଆମର ନୈତିକ ଦାୟିତ୍ୱ । ଗୋ’ ମାତାର କୋ÷ଣସି ତୁଳନା ହୋଇନପାରେ । ନାଶିରୁଦ୍ଦିନ୍ ଶାହାଙ୍କ ବୟାନରେ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାଁ ଭାରତରେ ଅସହିଷ୍ଣୁତା ବୃଦ୍ଧି ପାଇବାର କଥା କୁହନ୍ତୁ ନାହିଁ , ସେ ନିଜ ଦେଶକୁ ସମ୍ଭାଳନ୍ତୁ ସେଠାରେ କ’ଣ ସବୁ ହେଉଛି ବୋଲି ଡଃ ଶର୍ମା ପ୍ରକାଶ କରିଥିଲେ ।
ଉତ୍ତର ପ୍ରଦେଶର ରଜଧାନୀରେ ଅନୁଷ୍ଠିତ ଏହି ଯୁବକୁମ୍ଭର ବିଭିନ୍ନ କାର୍ଯ୍ୟକ୍ରମକୁ ରାଜ୍ୟର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଲକ୍ଷେ୍ମ÷ା ବଂଗଳା ବଜାର ସ୍ଥିତ ‘ସ୍ମୁତି ଉପବନ’ରେ ଆୟୋଜିତ ଏହି ଯୁବକୁମ୍ଭରେ ବିଭିନ୍ନ କ୍ଷେତ୍ରର ଚର୍ଚ୍ଚିତ ମହାନୁଭବ ପହଂଚି ଥିଲେ , ସାରାଦେଶରୁ ହଜାର ଯୁବକ ଏଠାରେ ମଧ୍ୟ ପହଂଚିଥିଲେ ।
Comments
Post a Comment