ଟାର୍ଗେଟ୍ରେ ଥିଲା ପୁଲିସ ଓ ଆ ର୍ ଏସ୍ ଏସ୍ ମୁଖ୍ୟାଳୟ


ନୂଆଦିଲ୍ଲୀ, ୩୧/୧୨ : ଦିଲ୍ଲୀ ଓ ପଶ୍ଚିମ ଉତ୍ତରପ୍ରଦେଶରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍ଆଇଏସ)ର ମଡ୍ୟୁଲ ବା ସମର୍ଥକ ସାଜିଥିବା ୧୦ ଜଣ ସନ୍ଦିଗ୍ଧଙ୍କୁ ଏନଆଇଏ, ୟୁପି ଏଟିଏସ୍ ଓ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ର ମିଳିତ ଅଭିଯାନରେ ଗିରଫ କରାଯାଇଛି  । ସେମାନଙ୍କ ଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦକୁ ମଧ୍ୟ ଜବତ କରାଯାଇଥିଲା  । ତେବେ ଗିରଫ ହୋଇଥିବା ଆଇଏସ୍ଆଇଏସ୍ ମଡ୍ୟୁଲମାନଙ୍କୁ ଅବୁ ମଲିକ ପେଶୱାନୀ ନାମକ ଜଣେ ପାକିସ୍ତାନୀ ହ୍ୟାଣ୍ଡେଲ୍ ବା ନିୟନ୍ତ୍ରଣ କରୁଥିଲା ବୋଲି ଏନ୍ଆଇଏ କହିଛି  । ଏହାପରେ ଗିରଫ ଆତଙ୍କବାଦୀମାନେ ଆକ୍ରମଣ ପାଇଁ କରିଥିବା ଯୋଜନା ପଛରେ ପାକିସ୍ତାନର ହାତ ରହିଛି କି ନାହିଁ ତାକୁ ଏବେ ଏନ୍ଆଇଏ ଖୋଳତାଡ଼ କରୁଛି  । ଅନ୍ୟପଟେ ଗିରଫ ହୋଇଥିବା ସମସ୍ତ ଆଇଏସଆଇଏସ୍ ସମର୍ଥକମାନେ ଦିଲ୍ଲୀସ୍ଥିତ ଆର୍ଏସ୍ଏସ୍ କାର୍ଯ୍ୟାଳୟ ଓ ଦିଲ୍ଳୀ ପୁଲିସ ମୁଖ୍ୟାଳୟକୁ ଟାର୍ଗେଟ କରିବା ସହ ଏହା ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ବୋଲି ଏନ୍ଆଇଏ ଜାଣିବାକୁ ପାଇଛି  । ହି ସମସ୍ତ ଗିରଫ ଅଭିଯୁକ୍ତମାନେ ଦିପାବଳୀ ଦିନ ଆତସ୍ବାଜିର ସୁଯୋଗ ନେଇ ଏକ ବୋମାକୁ ଟେଷ୍ଟ ପାଇଁ ଫୁଟାଇଥିଲେ  । ମାତ୍ର ବାଣଫୁଟାର ଶବ୍ଦ ମଧ୍ୟରେ ସେମାନେ ଫୁଟାଇଥିବା ବୋମାର ଶବ୍ଦ ଦବି ଯାଇଥିଲା ଓ କେହି ସେମାନଙ୍କୁ ସନ୍ଦେହ କରିନଥିଲେ  । ଆହୁରି ମଧ୍ୟ ଆତଙ୍କୀ ହମ୍ଲା ପରେ ଘଟଣାସ୍ଥଳରେ ସେମାନେ ଆଇଏସ୍ଆଇଏସ୍ର ପତାକା ପୋତି ଦେଇ ଆସିବାକୁ ଚାହୁଁଥିଲେ ଯାହାଫଳରେ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ଖେଳିଯିବ  । ଗିରଫ ଆଇଏସ୍ଆଇଏସ୍ ମଡ୍ୟୁଲ୍ର ମୁଖିଆ ସୁହେଲ ସୋସାସିଆଲ୍ ମିଡିଆରେ ମୁଫତି ସୁହୈଲ ଅବୁ ବସୀର ଅଲ୍ ଖୁରାସାନୀ ନାମରେ ସକ୍ରିୟ ଥିଲା । ତେବେ ଦେଶ ମଧ୍ୟରେ ଆତଙ୍କୀ ହମ୍ଲା କରିବା ନିମନ୍ତେ ଯୋଗାଡ଼ କରାଯାଇଥିବା ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ବାରୁଦ ସେମାନେ କେଉଁଠାରୁ ପାଇଥିଲେ ବା କିଣିଥିଲେ ତାହାକୁ ଏନ୍ଆଇଏ ତଦନ୍ତ କରୁଛି  । ଗିରଫ ୧୦ ଜଣ ସନ୍ଦିଗ୍ଧଙ୍କ ନିକଟରୁ ଆଇଏସ୍ଆଇଏସ୍ର ପାମ୍ପଲେଟ୍ ବା ପ୍ରଚାର ପତ୍ର ଜବତ ହୋଇଥିବାବେଳେ ଏମାନେ ଆଇଏସ୍ଆଇଏସ୍ର ସ୍ଲିପର ସେଲ୍ ଭାବେ କାମ କରୁଥିଲେ ବୋଲି ଏନ୍ଆଇଏ କହିଛି  ।

Comments